Odisha Weather: ଦୁର୍ବଳ ହେଉଛି ଅବପାତ, ଆହୁରି ୪ ଦିନ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା
Advertisement
Article Detail0/zeeodisha/odisha2345595

Odisha Weather: ଦୁର୍ବଳ ହେଉଛି ଅବପାତ, ଆହୁରି ୪ ଦିନ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା

Odisha Weather:  ଲଗାଣ ବର୍ଷା କାରଣରୁ ଝରିଗାଁ ବ୍ଲକ ଚନ୍ଦାହାଣ୍ଡି ଥାନା ଭାଟପଡ଼ା ଗାଁରେ କାନ୍ଥପଡି ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ରାଜସ୍ୱ ମନ୍ତ୍ରୀ ଶନିବାର ଦିନ ସନ୍ଧ୍ୟାରେ ରାଜ୍ୟରେ ବର୍ଷା ସ୍ଥିତି ନେଇ ସମୀକ୍ଷା ବେଳେ ମାଲକାନଗିରି ଜିଲ୍ଲାର ୪ଟି ବ୍ଲକ୍ ଜଳମଗ୍ନ ହୋଇଥିବା ସୂଚନା ଦେଇଛନ୍ତି। 

 

Odisha Weather: ଦୁର୍ବଳ ହେଉଛି ଅବପାତ, ଆହୁରି ୪ ଦିନ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା

Odisha Weather: ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା। ବିଶେଷ କରି ଦକ୍ଷିଣ ଓଡି଼ଶାର ସ୍ଥିତି ବେହାଲ। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । କୋରାପୁଟରେ ସମସ୍ତ ଅଧିକାରୀଙ୍କ ଛୁଟିକୁ ୨୩ ତାରିଖ ଯାଏଁ ବାତିଲ କରାଯାଇଛି ବୋଲି ସୂଚନା ରହିଛି । ଦକ୍ଷିଣ ଓଡ଼ିଶାକୁ ବର୍ଷା ଉବୁଟୁବୁ କରିଥିବା ବେଳେ ଆଉ ୨ ଦିନ ପରେ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ। ଏହି ସିରିଜ୍ ଲଘୁଚାପ କାରଣରୁ ବଙ୍ଗୋପସାଗରରେ ସକ୍ରିୟ ଅବପାତ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସହ ୧୨ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଦୁର୍ବଳ ହେବ। ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ, ୨୪ ତାରିଖ ପର୍ଯ୍ୟନ୍ତ ମାଲକାନଗିରି (Malkangiri) ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରାଯାଇଛି। ଗତ ୨୪ ଘଣ୍ଟାରେ ମାଲକାନଗିରି ଚିତ୍ରକୋଣ୍ଡାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ତେବେ ସିରିଜ୍ ଲଘୁଚାପ କାରଣରୁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏପରିକି ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ମଧ୍ୟ କରାଯାଉଛି। ସୂଚନାନୁଯାୟୀ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ବହୁ ଅଞ୍ଚଳରେ ଚାଷ ଜମି ଜଳମଗ୍ନ ହେବା ସହ ତଳିଆ ଅଞ୍ଚଳରେ ଘର ଭିତରେ ବର୍ଷା ଜଳ ପ୍ରବେଶ କରିଛି । 

ରାଜ୍ୟରେ ଲାଗି ରହିଥିବା ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ବନ୍ୟା ସ୍ଥିତି(Flood Situation) ଉପୁଜିନାହିଁ। ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ସଜାଗ ଦୃଷ୍ଟି ରଖାଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏସଆରସି ଓ ଅନ୍ୟ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି। ଅନ୍ୟପଟେ ଲଗାଣ ବର୍ଷା କାରଣରୁ ଝରିଗାଁ ବ୍ଲକ ଚନ୍ଦାହାଣ୍ଡି ଥାନା ଭାଟପଡ଼ା ଗାଁରେ କାନ୍ଥପଡି ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ରାଜସ୍ୱ ମନ୍ତ୍ରୀ ଶନିବାର ଦିନ ସନ୍ଧ୍ୟାରେ ରାଜ୍ୟରେ ବର୍ଷା ସ୍ଥିତି ନେଇ ସମୀକ୍ଷା ବେଳେ ମାଲକାନଗିରି ଜିଲ୍ଲାର ୪ଟି ବ୍ଲକ୍ ଜଳମଗ୍ନ ହୋଇଥିବା ସୂଚନା ଦେଇଛନ୍ତି। 

କେତେକ ବ୍ୟକ୍ତିଙ୍କ ଘରେ ବର୍ଷା ଜଳ ପ୍ରବେଶ କରିଥିବାରୁ ସେହି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ସେମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଜଳ(Water Logging Situation) କାରଣରୁ ପୋଟେରୁ, ବାଲିମେଳା ଓ ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ୮ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ ଚଳାଚ ବାଧାପ୍ରାପ୍ତ ହୋଇଛି। ସ୍ରୋତ ଅଧିକ ଥିବାରୁ ପୋଲ ଉପର ଦେଇ ଯାତାୟତ ବନ୍ଦ ରଖିବା ଲାଗି ସ୍ୱତନ୍ତ୍ର ରିଲିଫ କମିଶନର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Also Read: Heart Attack Causes: ସୋମବାର ଦିନ ହୋଇଥାଏ ଅଧିକ ହାର୍ଟଆଟାକ, କାରଣ କହିଲେ ବିଶେଷଜ୍ଞ

Also Read: Budh Shukra Yuti: ବୁଧ-ଶୁକ୍ର ମିଳନ ଆଣୁଛି ଶୁଭବେଳା, ୫ ରାଶିଙ୍କ ଫିଟିବ ଭାଗ୍ୟ !