Hirakud dam : ଆଜି ଖୋଲିବ ହୀରାକୁଦ ଗେଟ୍ : ଛଡାଯିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ
Advertisement
Article Detail0/zeeodisha/odisha2356488

Hirakud dam : ଆଜି ଖୋଲିବ ହୀରାକୁଦ ଗେଟ୍ : ଛଡାଯିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ

Hirakud Dam to release first flood water of 2024 : ଆଜି ଖୋଲାଯିବ ହୀରାକୁଦ ଡ୍ୟାମ୍ ଜଳ। ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ପ୍ରଥମ ଦିନରେ ପର୍ଯ୍ୟାୟ କ୍ରମେ ପାଖାପାଖି ୫ ଟି ଗେଟ୍ ଖୋଲିବାର ଯୋଜନା ରହିଛି।

hirakud gate

Hirakud dam of Odisha to discharge first flood waters : ଆଜି (ରବିବାର) ଖୋଲାଯିବ ହୀରାକୁଦ ଡ୍ୟାମ୍ ଜଳ। ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ସକାଳ ୯ଟାରେ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ କରାଯିବ । ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡ ଛତିଶଗଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଫଳରେ ଡ୍ୟାମକୁ ଜଳ ପ୍ରବେଶ ଯୋଗୁ ବଢ଼ିଛି ଜଳସ୍ତର। ଏହାକୁ ଦୃଷ୍ଟିରେ ରଖି ବନ୍ୟା ଜଳ ନିଷ୍କାସନ ନିଷ୍ପତ୍ତି ନିଆଯାଇଛି। 

ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯିବ । ତା' ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ଗେଟ୍ ଖୋଲିବ। ପ୍ରଥମ ଦିନରେ ପର୍ଯ୍ୟାୟ କ୍ରମେ ପାଖାପାଖି ୫ ଟି ଗେଟ୍ ଖୋଲିବାର ଯୋଜନା ରହିଛି। ଏଥିପାଇଁ ପ୍ରଶାସନିକ ଓ ଜଳସମ୍ପଦ ବିଭାଗ ତାଙ୍କର ସମସ୍ତ ପ୍ରସ୍ତୁତି ଶେଷ କରି ସାରିଛନ୍ତି।ତେବେ ଆଗକୁ ନିର୍ଦ୍ଧିଷ୍ଟ ଭାବେ କେତୋଟି ଗେଟ୍‌ ଖୋଲିବ ସେନେଇ ଆଜି ନିଷ୍ପତ୍ତି ନିଆଯିବ। 

ଗେଟ୍ ଖୋଲା ପୂର୍ବରୁ ଗତ ୨ ଦିନ ହେଲା ପ୍ରଚାର ଗାଡି ଜରିଆରେ ବିଭିନ୍ନ ଅଞ୍ଚଳରେ ପ୍ରଚାର କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଡ୍ୟାମରୁ ବନ୍ୟା ଜଳ  ନିଷ୍କାସନ ସମୟରେ କେହି ମହାନଦୀ ମଧ୍ୟକୁ ଶୌଚକର୍ମ ପାଇଁ ନ ଯିବାକୁ ଓ ଗୃହ ପାଳିତ ପଶୁମାନଙ୍କୁ ନ ଛାଡିବାକୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି । 

ତେବେ ଆସନ୍ତା ୩୧ ତାରିଖ ଯାଏଁ ଛେଚିବ ବର୍ଷା । ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବର୍ଷାକୁ ଦେଖି ଆଜି ପାଇଁ ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଚି।

ତଳମୁଣ୍ଡର ୧୪ ଜିଲ୍ଲା ଜିଲ୍ଲାପାଳ, ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ନିଜ ଜିଲ୍ଲାରେ ବ୍ୟାପକ ସଚେତନତା ପଦକ୍ଷେପ ଗ୍ରହଣ କରିବାକୁ ପତ୍ରରେ ଉଲ୍ଲେଖ ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୯୬ ଫୁଟରେ ପହଞ୍ଚିଛି । ସେହିପରି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୪ ହଜାର ୧୧୧ କ୍ୟୁସେକ ଜଳ ପ୍ରବେଶ କରୁଛି ।