Manoj Ahuja: ରାଜ୍ୟରେ ନୂତନ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ମନୋଜ ଆହୁଜା
Advertisement
Article Detail0/zeeodisha/odisha2312583

Manoj Ahuja: ରାଜ୍ୟରେ ନୂତନ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ମନୋଜ ଆହୁଜା

Manoj Ahuja: କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।

Manoj Ahuja

New Chief Secretary of Odisha: କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ଜେନା ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିବା ପରେ ଶ୍ରୀ ଆହୁଜା ଏହି ଦାୟିତ୍ଵ ଗ୍ରହଣ କରିବେ। ଏହା ସହିତ ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିବେ।

ଦୀର୍ଘ ସମୟ ହେଲା କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡ଼ିଶା କ୍ୟାଡର ଆଇଏଏସ୍‍ ଅଧିକାରୀ ମନୋଜ ଆହୁଜା ଶେଷରେ ରାଜ୍ୟକୁ ଫେରିଛନ୍ତି। ରାଜ୍ୟ ସରକାର ଏ ବାବଦରେ ନିକଟରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‍ କମିଟି ଏହି ଅନୁରୋଧକୁ ୨୫ ଜୁନରେ ମଞ୍ଜୁରୀ ଦେଇଥିଲେ ।

ଶ୍ରୀ ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚ୍‍ର ଭାରତୀୟ ପ୍ରଶାସନିକ ଅଧିକାରୀ। ସେ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସଚିବ ତଥା ନାବାର୍ଡର ଜଣେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ପୂର୍ବରୁ ରାଜ୍ୟରେ ବିଭିନ୍ନ ପ୍ରଶାସନିକ ପଦପଦବୀରେ ସେ ବିଜେଡି ସରକାରଙ୍କ ସେ କାର୍ଯ୍ୟ କରିଥିଲେ।  ଏପ୍ରିଲ ୨୦୨୨ ମସିହାରୁ ସେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟରେ କାର୍ଯ୍ୟ କରି ଆସୁଥିଲେ। ଏହା ପୂର୍ବରୁ ସେ ଶିକ୍ଷା ମନ୍ତ୍ରଣାଳୟରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଶ୍ରୀ ଆହୁଜା ଅତୀତରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀ ଗ୍ରହଣ କରିଥିଲେ। କ୍ରୀଡ଼ା, ଶିଳ୍ପ, ଟେକ୍ନୋଲୋଜି ଭଳି ବିଭାଗରେ ତାଙ୍କର ଅଭିଜ୍ୟତା ଥିବାରୁ ରାଜ୍ୟ ସରକାର ତାଙ୍କୁ ଏହି ବିଭାଗର ପରିଚାଳନା ଲାଗି ତାଙ୍କ ସହଯୋଗ ଆଶା କରିଥାଇପାରନ୍ତି। 

fallback