EVM review: ଇଭିଏମର ପୁନଃ ଯାଞ୍ଚ ପାଇଁ ଆବେଦନ କଲେ ଦିପାଳୀ ଦାସ
Advertisement
Article Detail0/zeeodisha/odisha2292327

EVM review: ଇଭିଏମର ପୁନଃ ଯାଞ୍ଚ ପାଇଁ ଆବେଦନ କଲେ ଦିପାଳୀ ଦାସ

EVM review: ପରାଜୟକୁ ସହଜରେ ସ୍ୱୀକାର କରି ପାରିନାହାଁନ୍ତି ଦିପାଳୀ। ଇଭିଏମର ପୁନଃ ଯାଞ୍ଚ ପାଇଁ ସେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଛନ୍ତି। ସେଠାରୁ ଏହି ଆବେଦନ ପତ୍ର ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବ। ଆୟୋଗଙ୍କ ମଞ୍ଜୁର ହେବା ପରେ ଇଭିଏମ୍ ପୁନଃ ଯାଞ୍ଚ ପାଇଁ ଅନୁମତି ଆସିବ ବୋଲି ସୂଚନା ମିଳିଛି।

EVM review: ଇଭିଏମର ପୁନଃ ଯାଞ୍ଚ ପାଇଁ ଆବେଦନ କଲେ ଦିପାଳୀ ଦାସ

EVM review: ଚଳିତ ଥର ନିର୍ବାଚନରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ତଥା ସ୍ୱର୍ଗତଃ ନବ ଦାସଙ୍କ ଝିଅ ପରାଜୟ ବରଣ କରିଛନ୍ତି। ବାପାଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନରେ ସେ ବହୁ ମତରେ ବିଜୟ ହାସଲ କରିଥିବା ବେଳେ ଚଳିତ ବିଧାନସଭା ନିର୍ବାଚନରେ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ହାରିଛନ୍ତି।

୨୦୨୪ ନିର୍ବାଚନରେ ବିଜେଡି ନିଶ୍ଚିତ ଜିତିବାକୁ ଆଶା ରଖିଥିବା ବିଧାନସଭା ଆସନ ମଧ୍ୟରୁ ଝାରସୁଗୁଡ଼ା ଗୋଟିଏ ଥିବା ବେଳେ ନିରାଶ କରିଥିଲେ ଦିପାଳୀ।  ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧,୩୩୩ ଖଣ୍ଡ ଭୋଟରେ ଦୀପାଳିଙ୍କୁ ପରାଜିତ କରିଥିଲେ। ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ବିଧାସଭା ଆସନ ଲାଗି ହୋଇଥିବା ଉପନିର୍ବାଚନରେ ଟଙ୍କଧରଙ୍କୁ ହରାଇ ବିଧାୟକ ହୋଇଥିଲେ ଦୀପାଳି ଦାସ।

ତେବେ ଏହି ପରାଜୟକୁ ସହଜରେ ସ୍ୱୀକାର କରି ପାରିନାହାଁନ୍ତି ଦିପାଳୀ। ଇଭିଏମର ପୁନଃ ଯାଞ୍ଚ ପାଇଁ ସେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଛନ୍ତି। ସେଠାରୁ ଏହି ଆବେଦନ ପତ୍ର ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବ। ଆୟୋଗଙ୍କ ମଞ୍ଜୁର ହେବା ପରେ ଇଭିଏମ୍ ପୁନଃ ଯାଞ୍ଚ ପାଇଁ ଅନୁମତି ଆସିବ ବୋଲି ସୂଚନା ମିଳିଛି।

ସେପଟେ ରାଜନୀତି ସମୀକ୍ଷକଙ୍କ କହିବା ଅନୁସାରେ ଦୀପାଳି(Deepali Das) ହାରିବା ପଛରେ ସବୁଠାରୁ ବଡ଼ କାରଣ ଅତ୍ୟଧିକ ଆତ୍ମସନ୍ତୋଷ ଓ ପ୍ରତିଦ୍ଵନ୍ଦ୍ଵୀଙ୍କୁ ଦୁର୍ବଳ ବୋଲି ଭାବିବା। ନିଜକୁ ଅପରାଜୟ ଭାବିବା ଦିପାଳୀଙ୍କ ପାଇଁ କାଳ ହେଲା। ଏଥର ଦୀପାଳି ଜୋରଦାର ପ୍ରଚାର କରିଥିଲେ ମଧ୍ୟ ଭୋଟରଙ୍କ ସମର୍ଥନ ପାଇବାରେ ବିଫଳ ହୋଇଛନ୍ତି।