Trending Photos
khordha news: କିଛି ଦିନର ବ୍ୟବଧାନ ପରେ ପୁଣି ଖୋର୍ଦ୍ଧା ସହରରେ ପସରା ମେଲାଇବାରେ ଲାଗି ପଡି଼ଛନ୍ତି ଧଳା ଜହର ବେପାରୀ । ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳରୁ ୨୪ ଗ୍ରାମ ହେରୋଇନ୍ (Heroin) ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି ଅବକାରୀ ମୋବାଇଲ ସ୍ବାର୍ଡ଼ । ଜବତ ହେରୋଇନର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଗିରଫ ଯୁବକ ଜଣଙ୍କ ପଲ୍ଲା କୋଣାର୍କ ନଗର ଅଞ୍ଚଳର ବାସିନ୍ଦା ଅଶ୍ରୁମୋଚନ ଦାସ ବୋଲି ଜଣାପଡ଼ିଛି । ଗିରଫ ସମୟରେ ଯୁବକଙ୍କ ଠାରୁ ଏକ ବାଇକ୍କୁ ଜବତ କରିଛି ଅବକାରୀ ଟିମ୍ । ତେବେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
ସେପଟେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଛଣଗିରି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୩୦ ଗ୍ରାମ୍ ଧଳା ଜହର ଜବତ ସହ ଜଣେ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଟାଙ୍ଗୀ ଅବକାରୀ ଥାନା ଅଧିକାରୀ ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ବିଶେଷ ସୂତ୍ରରୁ ସୂଚନା ପାଇ ଛଣଗିରି ଗ୍ରାମରେ ଚଢ଼ାଉ କରିଥିଲେ। ଏହି ସମୟରେ ଗ୍ରାମର ଜଣେ ଧଳା ଜହର ବ୍ୟବସାୟୀ ସଞ୍ଜୟ ମହାପାତ୍ରକୁ ଗିରଫ କରି ତା ନିକଟରୁ ୩୦ ଗ୍ରାମ୍ ଧଳା ଜହର ଜବତ କରିଛି। ଜବତ ଧଳା ଜହରର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଟାଙ୍ଗୀ ଅବକାରୀ ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏହା ବି ପଢନ୍ତୁ-Bhubaneswar News: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ତ , ୟୁନିଟ୍ ୧ ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
ପ୍ରକାଶ ଥାଉ କି, ଗତ ରବିବାର ଦିନ ସରକାରୀ କ୍ବାର୍ଟର କ୍ୟାମ୍ପସରେ ବ୍ରାଉନ ସୁଗାର (Brown sugar) ଡ଼ିଲ୍ କରୁଥିବାବେଳେ ଜଣେ ଅଭିଯୁକ୍ତକୁ ମାଡି଼ ବସିଥିସଲା ଏସଟିଏଫ (STF) । ଭୁବନେଶ୍ବରେ ଡ୍ରଗ୍ସ ଡ଼ିଲ୍ ଚାଲୁଥିବା ନେଇ କମିଶମରେଟ୍ ପୋଲିସ ସୂଚନା ଦେବା ପରେ ଏସଟିଏଫ ପକ୍ଷରୁ ଚଢାଉ କରାଯାଇ ଅଭିଯୁକ୍ତ ଚିତ ରଞ୍ଜନ ସାହୁଙ୍କୁ ଗିରଫ କରାଯାଇଥିଲା । ସେଠାରୁ ଏସଟିଏଫ୍ ପ୍ରାୟ ଏକ କେଜି ୭୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଅଭିଯୁକ୍ତର ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ବେଳେ ସେ ରାଜଧାନୀ ଭୁବନେଶ୍ବରେ ଡ୍ରଗ୍ସ କାରବାର କରିଆସୁଥିଲା । ତେବେ ଗିରଫ ପରେ ଚିତ ରଞ୍ଜନକୁ ଏନଡ଼ିପିଏସ ଆକ୍ଟ ୧୯୯୫ରେ କୋର୍ଟ ଚାଲାଣ କରାଯାଇଛି ।
ସେପଟେ ସେହି ଦିନ ଯାଜପୁର ଜିଲ୍ଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ଼ ଓ ଧର୍ମଶାଳା ପୋଲିସର ମିଳିତ ଉଦ୍ୟମରେ ୧୭ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସୂଚନା ଅନୁଯାୟୀ, ଧର୍ମଶାଳା ଥାନା ଦେଉଳି ପାହାଡ଼ ନିକଟରେ ବ୍ରାଉନସୁଗାର କାରବାର ନେଇ ପୋଲିସକୁ ଖବର ମିଳିଥିଲା । ଖବର ପାଇ ସ୍ବତନ୍ତ୍ର ସ୍କ୍ବାର୍ଡ଼ ଓ ଧର୍ମଶାଳା ପୋଲିସ ମିଳିତ ଚଢଉ କରିଥିଲେ । ସେଠାରୁ ୪ ଜଣ ଅଭିଯୁକ୍ତଙ୍କ ଗିରଫ କରି ସେମାନଙ୍କ ନିକଟରୁ ବ୍ରାଉନସୁଗାର ସହ ବାଇକ, ୫ଟି ମୋବାଇଲ ସହ କିଛି ଟଙ୍କା ଜବତ କରିଥିଲା । ଗିରଫ ଅଭିଯୁକ୍ତ ଧର୍ମଶାଳା ଓ ଭଦ୍ରକ ଅଞ୍ଚଳର ବାସିନ୍ଦା ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।
ଏହା ବି ପଢନ୍ତୁ- Jodhpur Famous Temple: ଏପରି ଏକ ମନ୍ଦିର, ଯେଉଁଠାରେ ପୂରଣ ହୋଇଥାଏ ପ୍ରେମୀଯୁଗଳ ସମସ୍ତ ମନୋକାମନା
ଏହା ବି ପଢନ୍ତୁ- Jammu kashmir Accident: ଜମ୍ମୁ କାଶ୍ମୀରରେ ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ