Vegetable Price: ହାଣ୍ଡିଶାଳରେ ମହଙ୍ଗା ମାଡ, ୬୦ ତଳେ ପରିବା ଶୂନ
Advertisement
Article Detail0/zeeodisha/odisha2296987

Vegetable Price: ହାଣ୍ଡିଶାଳରେ ମହଙ୍ଗା ମାଡ, ୬୦ ତଳେ ପରିବା ଶୂନ

ବ୍ୟବସାୟୀ ସଂଘ କହିଛି, ଏବେ ହଠାତ୍ ଦର କମିବା ସମ୍ଭାବନା କମ୍, ଆହୁରି ମାସେ ସମୟ ଲାଗିପାରେ। ସ୍ଥାନୀୟ ଉତ୍ପାଦନ ବଢିଲେ ନିୟନ୍ତ୍ରଣକୁ ଆସିବ ପନିପରିବା ଓ ପିଆଜ ଦର।

Vegetable Price: ହାଣ୍ଡିଶାଳରେ ମହଙ୍ଗା ମାଡ, ୬୦ ତଳେ ପରିବା ଶୂନ

Vegetable Price: ଭୁବନେଶ୍ୱର: ସରକାର ବଦଳିବା ପରେ ଏବେ ପରିବା ଦର ଆକାଶ ଛୁଆଁ। ୬୦ ତଳକୁ ପରିବା ନାହିଁ। ଆଳୁ ପିଆଜ ଦର ନ କହିବା ଭଲ। କିଛି ଦିନ ତଳେ ଯେଉଁଠି କିଲୋ ପିଛା ୨୦ରୁ ୨୫ ଟଙ୍କା ରହିଥିଲା ତାହା ଏବେ ୪୦ ଡେଇଁଲାଣି। କଟକ ବଜାରରେ ଗୋଲାପୀ ପିଆଜ ନାହିଁ। ବ୍ରହ୍ମପୁର ଖୁଚୁରା ଦୋକାନ ୪୫ ଟପିଲାଣି। ସେପଟେ ପରିବା ବଜାର ହୁହୁ ହୋଇ ବଢୁଥିବା ବେଳେ ଖୁଚୁରା ବ୍ୟବସାୟୀ କହିଛନ୍ତି କି ମହାରାଷ୍ଟ୍ରର ନାସିକରୁ ପିଆଜ ଆସୁଛି। ଓଡିଶାରେ ପହଞ୍ଚିବାକୁ ୩ ରୁ ୪ ଦିନ ସମୟ ଲାଗୁଛି। ଗରମ ଗୁଳୁଗୁଳିରେ ପିଆଜ ନଷ୍ଟ ହେଇ ଯାଉଛି। ନୂଆ ଫସଲ ଆସି ନଥିବାରୁ ଦର ମଧ୍ୟ ଉଚ୍ଚା ରହୁଛି। ଯାହା ଫଳରେ ଓଡିଶାରେ ମଧ୍ୟ ଦର ବଢିବାରେ ଲାଗିଛି ବୋଲି ବ୍ୟବସାୟୀ କହିଛନ୍ତି। 

ସେହିପରି ଅନ୍ୟ ପରିବା ଦର କଥା ଯଦି ଦେଖାଯାଏ ୬୦ ତଳକୁ ପରିବା ନାହିଁ। ଟମାଟୋ ୬୦, ଫୁଲକୋବି ୬୦, ବାଇଗଣ ୬୦, ପୋଟଳ ଓ ଝୁଡ଼ଙ୍ଗ ୭୦, ଜହ୍ନି ଭେଣ୍ଡି କଲରା ୮୦ ତଳକୁ ଛୁଇଁ ହେଉନାହିଁ। ସେହିପରି ବିନ୍ସ ଓ କ୍ୟାପ୍ସିକମ ତାଳ ଦେଇ ବଢୁଛନ୍ତି। ୧୫୦ ତଳକୁ ଏ ପରିବା ବଜାରରେ  ମିଳୁନାହିଁ। ସଜନା ଛୁଇଁ, ଅଦା ଓ ରସୁଣ ୨୦୦ ଡେଇଁଲାଣି। କଟକର ଛତ୍ର ବଜାର ହେଉ ଅବା ସମ୍ବଲପୁରର ଗୋଲ ବଜାର ହେଉ କିମ୍ବା ରାଜଧାନୀର ୧ ନମ୍ବର ବଜାରରେ ପର୍ଯ୍ୟାପ୍ତ ପରିବାରର ରହୁନଥିବା ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ ରାଜ୍ୟରେ ସ୍ଥାନୀୟ ଉତ୍ପାଦନ ନାହିଁ କହିଲେ ଚଳେ। ବଜାରରେ ମିଳୁଥିବା ପ୍ରାୟ ସବୁ ପନିପରିବା ବାହାର ରାଜ୍ୟରୁ ଆସୁଛି।

ଏମିତିରେ ବି ଆଳୁ, ପିଆଜଠାରୁ ପନିପରିବା, ସବୁପାଇଁ ଭରସା ବାହାର ରାଜ୍ୟ। ଆଳୁ ପାଇଁ ପଶ୍ଚିମବଙ୍ଗ ନହେଲେ ଉତ୍ତର ପ୍ରଦେଶ, ପିଆଜ ପାଇଁ ମହାରାଷ୍ଟ୍ର ଓ ଆନ୍ଧ୍ର, ପନିପରିବା ପାଇଁ ବାଙ୍ଗାଲୋର, ଆନ୍ଧ୍ର, ରାୟପୁର ଏମିତି ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା। ବ୍ୟବସାୟୀ ସଂଘ କହିଛି, ଏବେ ହଠାତ୍ ଦର କମିବା ସମ୍ଭାବନା କମ୍, ଆହୁରି ମାସେ ସମୟ ଲାଗିପାରେ। ସ୍ଥାନୀୟ ଉତ୍ପାଦନ ବଢିଲେ ନିୟନ୍ତ୍ରଣକୁ ଆସିବ ପନିପରିବା ଓ ପିଆଜ ଦର।