ସିମ୍ ବକ୍ସ ମାମଲା, ରାଜୁ ମଣ୍ଡଳ ପରିବାର ଲୋକଙ୍କୁ ଲକ୍ଷ୍ମୀସାଗର ଥାନାରେ ଜେରା
Advertisement
Article Detail0/zeeodisha/odisha2393138

ସିମ୍ ବକ୍ସ ମାମଲା, ରାଜୁ ମଣ୍ଡଳ ପରିବାର ଲୋକଙ୍କୁ ଲକ୍ଷ୍ମୀସାଗର ଥାନାରେ ଜେରା

ସିମ୍ ବକ୍ସ ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗ ପରେ ଭୁବନେଶ୍ବରରେ ପହଞ୍ଚିଥିଲା। ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଜରିଆରେ ବାଂଲାଦେଶର ଆଶାଦୂର ଜମାନ ହିଁ ଏହାକୁ ଅପରେଟ କରୁଥିଲା।

ସିମ୍ ବକ୍ସ ମାମଲା, ରାଜୁ ମଣ୍ଡଳ ପରିବାର ଲୋକଙ୍କୁ ଲକ୍ଷ୍ମୀସାଗର ଥାନାରେ ଜେରା

ଭୁବନେଶ୍ବର: ଧୀରେ ଧୀରେ ଖୋଲୁଛି ସିମ୍ ବକ୍ସ ମାମଲା। ପ୍ରଥମେ ଭୁବନେଶ୍ବର, କଟକ ଆଉ ତାପରେ ରାଞ୍ଚି ଯାଏଁ ଲମ୍ବିଥିବା ସିମବକ୍ସର ନେଟଓ୍ବାର୍କ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାହାର ମାଷ୍ଟର ମାଇଣ୍ଡ ଆଶଦ୍ଦୁର ଏବେବି ଫେରାର ଥିବା ବେଳେ ଜଣେ ବଙ୍ଗୀୟ ଯୁବକ ରାଜୁ ମଣ୍ଡଳଙ୍କୁ ୫ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି ପୁଲିସ। ତେବେ ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳ ଗିରଫ ହେବା ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ। ରାଜୁ ମଣ୍ଡଳ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି। ପଶ୍ଚିମବଙ୍ଗର ଏକ ଥାନାରେ ରାଜୁର ନିଖୋଜ ରିପୋର୍ଟ ଦେଲେ ଘର ଲୋକ। ମିସିଂ ରିପୋର୍ଟ ପାଇବା ପରେ ରାଜୁ ମଣ୍ଡଳ ମୋବାଇଲ ଫୋନ୍ ଟ୍ରାକ କରିଥିଲା ପଶ୍ଚିମବଙ୍ଗ ପୁଲିସ।

ଅନ୍ୟପଟେ ରାଜୁ ନିଖୋଜ ହୋଇଯିବା ନେଇ ପଶ୍ଚିମବଙ୍ଗ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ। ମାମଲା ରୁଜ୍ଜୁ କରି ପଶ୍ଚିମବଙ୍ଗ ପୁଲିସ ରାଜୁର ମୋବାଇଲ ନମ୍ବର ଟ୍ରାକ କରିବା ପରେ ଏହାର ଲୋକେସନ୍ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଦେଖାଇଥିଲା। ଯାହାପରେ ପଶ୍ଚିମବଙ୍ଗ ପୁଲିସ ଲକ୍ଷ୍ମସାଗର ଥାନା ପୋଲିସଙ୍କ ସହ କଥା ହୋଇ ରାଜୁ ଗିରଫ ହୋଇଥିବା ସୂଚନା ପାଇଥିଲେ। ଏହାପରେ ପୁଲିସ ରାଜୁର ପରିବାର ଲୋଙ୍କୁ ମଧ୍ୟ ଏହି ସୂଚନା ଦେଇଥିଲେ। ରାଜୁର ପରିବାର ଲୋକେ ସୂଚନା ପାଇ ଓକିଲଙ୍କ ସହ ଲକ୍ଷ୍ମୀ ସାଗର ଥାନାରେ ଆସି ପହଞ୍ଚିଥିଲେ। ଏହାପରେ ପୋଲିସ୍ ତାଙ୍କୁ ରାଜୁ ଗିରଫ ନେଇ ସବିଶେଷ ସୂଚନା ଦେଇଥିଲେ। ଏଥିସହିତ ପରିବାର ଲୋକଙ୍କୁ ମଧ୍ୟ ରାଜୁ ସମ୍ପର୍କରେ ଅଧିକ ପଚରାଉଚରା ଜାରି ରଖିଛି ଲକ୍ଷ୍ମୀସାଗର ପୁଲିସ। 

ସୂଚନାଥାଉକି, ଗତ ୧୭ତାରିଖରେ ରାଜଧାନୀ ଭୁ‌ବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ପୁଲିସ କମିଶନର ସଞ୍ଜୀବ ପଣ୍ଡା ସିମ୍ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ୍ ରହିଥିବା ସ୍ପଷ୍ଟ କରିଥିଲେ। ସିମ୍ ବକ୍ସ ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗ ପରେ ଭୁବନେଶ୍ବରରେ ପହଞ୍ଚିଥିଲା। ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଜରିଆରେ ବାଂଲାଦେଶର ଆଶାଦୂର ଜମାନ ହିଁ ଏହାକୁ ଅପରେଟ କରୁଥିଲା। ସିମବକ୍ସ ସହ ବାଂଲାଦେଶୀ ଲିଙ୍କ ପଦାରେ ପଡ଼ିବା ପରେ ପୁଲିସର ଚିନ୍ତା ବଢିଯାଇଛି। କାରଣ ସିମବକ୍ସର ବ୍ୟବହାର ଆତଙ୍କବାଦୀମାନେ କରିଥାନ୍ତି। ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଥିଲା କମିସନରେଟ ପୁଲିସ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମଧ୍ୟ ସାହାଯ୍ୟ ଲୋଡିଥିଲା କମିସନରେଟ ପୁଲିସ।