Dengue: ସାବଧାନ! ରାଜ୍ୟରେ ବଢ଼ି ଚାଲିଛି ଡେଙ୍ଗୁ ରୋଗ, ଏହି ଜିଲ୍ଲାରେ ଚିହ୍ନଟ ହେଲେ ସର୍ବାଧିକ ରୋଗୀ...
Advertisement
Article Detail0/zeeodisha/odisha1856136

Dengue: ସାବଧାନ! ରାଜ୍ୟରେ ବଢ଼ି ଚାଲିଛି ଡେଙ୍ଗୁ ରୋଗ, ଏହି ଜିଲ୍ଲାରେ ଚିହ୍ନଟ ହେଲେ ସର୍ବାଧିକ ରୋଗୀ...

Dengue: ରାଜ୍ୟରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ(Dengue patients) ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଯାହାକି ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ବିଶେଷ କରି ସାଧାରଣ ଲୋକଙ୍କ ଚିନ୍ତାକୁ ଶତଗୁଣିତ କରିଥିବା ଦେଖିବାକୁ ମିଳିଛି। ଗତ ବର୍ଷ ଏଇ ସମୟରେ ଅଳ୍ପ କେଇଟା ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଜିଲ୍ଲା ସଂଖ୍ୟା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି।

ସେପଟେ ଖୋର୍ଦ୍ଧା(Khordha) ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରେ ଏବେ ନିୟନ୍ତ୍ରଣ ବାହାରେ ପହଞ୍ଚିଛି ଡେଙ୍ଗୁ। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏବେ ଡେଙ୍ଗୁର ହଟସ୍ପଟ ପାଲଟିଛି ଭୁବନେଶ୍ୱର।ବର୍ଷା ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କହିଛି ସ୍ୱାସ୍ଥ୍ୟ ବିଭାଗ। ଚଳିତ ମାସ ଶେଷ ସୁଦ୍ଧା ଡେଙ୍ଗୁ ନିୟନ୍ତ୍ରଣକୁ ଆସିବ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ।

ଡେଙ୍ଗୁ ମୁଖ୍ୟତଃ ସହରାଞ୍ଚଳରେ ଦେଖାଦେଇଥାଏ। ହେଲେ ଚଳିତ ଥର ଗ୍ରାମାଞ୍ଚଳରେ ମଧ୍ୟ ବ୍ୟାପିଗଲାଣି ଡେଙ୍ଗୁ ରୋଗ। ଯଦିଓ ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି, ଅନ୍ୟ ଜିଲ୍ଲାମାନେ ମଧ୍ୟ ଏଥିରେ ପଛରେ ନାହାନ୍ତି। ବାଲେଶ୍ବରରେ ୪୧୩ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ ୪୦୭, ପୁରୀ ୪୪୪, ଜଗତସିଂହପୁର ୨୧୬, ନୟାଗଡ଼ ୧୬୩ ଓ ସୁନ୍ଦରଗଡ଼ରେ ୯୩ ଆକ୍ରାନ୍ତ ଚିହ୍ନ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୮୨୫କୁ ବୃଦ୍ଧି ପାଇଛି। ଗତବର୍ଷ ଏହି ସମୟରେ ରାଜ୍ୟରେ ୨ ହଜାର ୩୬୭ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଗତବର୍ଷ ତୁଳନାରେ ଚଳିତବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ୬୧% ବୃଦ୍ଧି ହୋଇଛି।

Also Read: Teacher’s Day 2023: ଆଜି ଗୁରୁ ଦିବସ, ଗୁରୁ ଦିବସ ପାଳନର ଉଦ୍ଦେଶ୍ୟ କ’ଣ?