Corona: ପୁଣି ରାଜ୍ୟକୁ ଲେଉଟିଲା କରୋନା, ଜଣେ ଆକ୍ରାନ୍ତ ଚିହ୍ନଟ
Advertisement

Corona: ପୁଣି ରାଜ୍ୟକୁ ଲେଉଟିଲା କରୋନା, ଜଣେ ଆକ୍ରାନ୍ତ ଚିହ୍ନଟ

Covid 19: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନେଇ ସୂଚନା ମିଳିଛି । ଶେଷ ଥର ଲାଗି ଡିସେମ୍ବର ୩ରେ ରାଜ୍ୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ଜଣେ ଆଉ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୌ(ସୋସିଆଲ ମିଡିଆ)

Corona: ରାଜ୍ୟକୁ ପୁଣି ଲେଉଟିଲା କରୋନା । ଗତ ୨୪ ଘଣ୍ଟାରେ ଓଡ଼ିଶାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନେଇ ସୂଚନା ମିଳିଛି । ଶେଷ ଥର ଲାଗି ଡିସେମ୍ବର ୩ରେ ରାଜ୍ୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ଜଣେ ଆଉ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପୁଣି ଦେଶରେ କାୟା ମେଲାଉଛି ମହାମାରୀ । ଗତ ୨୪ ଘଣ୍ଟାରେ ଦେଶରେ ୭୫୨ ଜଣ ନୂଆ କୋଭିଡ଼-୧୯ ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ଦେଶରେ ସକ୍ରିୟ କରୋନା ପଜିଟିଭଙ୍କ ସଂଖ୍ୟା ୩,୪୨୦କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ରିପୋର୍ଟରୁ ଜଣାପଡ଼ିଛି। ସେହିପରି, ଗତ ୨୪ ଘଣ୍ଟାରେ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା, ୫,୩୩,୩୩୨ରେ ପହଞ୍ଚିଛି । ପ୍ରଥମେ କେରଳରେ କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 ଚିହ୍ନଟ ହୋଇଥିଲା । ଏହାପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି । JN.1 ସବ ଭାରିଆଣ୍ଟ ଚିନ୍ତା ବଢାଇଥିବା ବେଳେ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ବିହାର ଓ ଛତିଶଗଡ଼ରେ ପ୍ରଥମ ମାମଲା ଚିହ୍ନଟ ହୋଇଛି ।

Also Read-Gujarat Liquor: ଗୁଜରାଟର ଏହି ସହରରୁ ମଦ କଟକଣା ଉଠାଇଲେ ସରକାର

ପ୍ରକାଶ ଥାଉ କି, ଖାଲି ଭାରତ ନୁହେଁ ଇଂଲଣ୍ଡରେ ମଧ୍ଯ JN.1 ସବ ଭାରିଆଣ୍ଟର ପ୍ରକୋପ ଦେଖିବାକୁ ମିଳିଛ । ଇଂଲଣ୍ଡ ଓ ସ୍କଟଲ୍ଯାଣ୍ଡରେ ପ୍ରତି ୨୪ ଜଣରେ ଜଣେ କୋଭିଡ ସଂକ୍ରମିତ ହେଉଛନ୍ତି । ଖାସ୍ କରି ୧୮ରୁ ୪୪ ବର୍ଷ ବୟସ୍କର ଲୋକେ ଏଥିରେ ଅଧିକ ମାତ୍ରାରେ ସଂକ୍ରମିତ ହେଉଥିବା ଜଣାପଡ଼ିଛି । ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଶୀତ ଋତୁ ଯୋଗୁଁ ଏହି ସଂକ୍ରମଣ ବୃଦ୍ଧି ପାଉଛି । ଯେଉଁ ମାନେ ଏଥିରେ ସଂକ୍ରମିତ ହେଉଛନ୍ତି ସେମାନଙ୍କଠାରେ ପ୍ରଶ୍ବାସଗତ ସମସ୍ୟା ଦେଖାଦେଉଛି । ଲଣ୍ଡନରେ ବର୍ତ୍ତମାନ ସଂକ୍ରମିତ ହାର ୬.୧ ପ୍ରତିଶତ ରହିଛି ।