ଦୁଇ ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ
Advertisement
Article Detail0/zeeodisha/odisha2398096

ଦୁଇ ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ

Assembly: ବାଚସ୍ପତିଙ୍କ ଟେବୁଲ ଉପରେ ଚଢ଼ି ତାଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଛନ୍ତି। ସଂସଦୀୟ ପରମ୍ପରାରେ ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ।

ଦୁଇ ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ

ଭୁବନେଶ୍ଵର: ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଓ ମାଧବ ଧଢାଙ୍କ ବିରୋଧରେ ଆଜି ଗୃହରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। 

ଗତକାଲି ପ୍ରଶ୍ନକାଳରେ ଉଭୟ ବିଧାୟକ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ କରି ଶାସକ ଦଳ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଗୃହରେ ନିନ୍ଦା ପ୍ରସ୍ତାବ ଆଗତ କରିବାକୁ ଦାବି କରିଥିଲେ। ଏହାପରେ ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏହି ପ୍ରସ୍ତାବ ଆଗତ କରିଥିଲେ। ପ୍ରସ୍ତାବ ଆଗତ କରି ଶ୍ରୀ ପ୍ରଧାନ କହିଥିଲେ ଯେ ଉଭୟ ବିଧାୟକ ଉଦ୍ଦେଶ୍ୟମୂଳକ ଭାବେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି। ବାଚସ୍ପତିଙ୍କ ଟେବୁଲ ଉପରେ ଚଢ଼ି ତାଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଛନ୍ତି। ସଂସଦୀୟ ପରମ୍ପରାରେ ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ। ଉଭୟ ବିଧାୟକଙ୍କ ଏତାଦୃଶ୍ୟ କାର୍ଯ୍ୟକଳାପକୁ ଗୃହ ନିନ୍ଦା ଓ ଭର୍ତ୍ସନା କରୁଛି। ଏହାପରେ ଗୃହରେ ଧ୍ଵନିମତରେ ଏହି ନିନ୍ଦା ପ୍ରସ୍ତାବ ପାରିତ ହୋଇଥିଲା।