Madho Singh Scholraship: ଛାତ୍ରଛାତ୍ରୀଙ୍କ ପାଇଁ ମାଧୋ ସିଂ ଭତ୍ତା ଯୋଜନା, ଉପକୃତ ହେବେ ୩ ଲକ୍ଷ
Advertisement
Article Detail0/zeeodisha/odisha2417062

Madho Singh Scholraship: ଛାତ୍ରଛାତ୍ରୀଙ୍କ ପାଇଁ ମାଧୋ ସିଂ ଭତ୍ତା ଯୋଜନା, ଉପକୃତ ହେବେ ୩ ଲକ୍ଷ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସହିଦ ମାଧୋ ସିଂହ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ତଥା ଡ୍ରପଆଉଟ ସଂଖ୍ୟାକୁ କମାଇବା ଭଳି ମହତ ଉଦ୍ଦେଶ୍ୟ ରଖି ଏହି ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାକୁ ଯାଉଛ

Madho Singh Scholraship: ଛାତ୍ରଛାତ୍ରୀଙ୍କ ପାଇଁ ମାଧୋ ସିଂ ଭତ୍ତା ଯୋଜନା, ଉପକୃତ ହେବେ ୩ ଲକ୍ଷ

Madho Singh Scholraship: ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସହିଦ ମାଧୋ ସିଂହ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ତଥା ଡ୍ରପଆଉଟ ସଂଖ୍ୟାକୁ କମାଇବା ଭଳି ମହତ ଉଦ୍ଦେଶ୍ୟ ରଖି ଏହି ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ନବମ ଓ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ସେମାନଙ୍କ ପାଇଁ ଏକ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାରେ ପ୍ରାୟ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ଯୋଜନା ପାଇଁ ରାଜ୍ୟ ସରକାର ବଜେଟରେ ୧୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତେବେ ଏହି ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରାଯାଇଛି। 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏ ସମ୍ପର୍କରେ ବିଧାନସଭାରେ ସୂଚନା ପ୍ରଦାନ କରିଥିଲେ। ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ ଯୋଜନା ଆରମ୍ଭ ହେବ।