Odisha Budget 2024: ରାଜ୍ୟ ସରକାର ବଢ଼ାଇଲା ଭତ୍ତା ଟଙ୍କା
Advertisement
Article Detail0/zeeodisha/odisha2353068

Odisha Budget 2024: ରାଜ୍ୟ ସରକାର ବଢ଼ାଇଲା ଭତ୍ତା ଟଙ୍କା

Odisha Budget 2024: ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ବର୍ଦ୍ଧିତ ଭତ୍ତା ଟଙ୍କା ମିଳିବ ବୋଲି ମୋହନ ସରକାର ଘୋଷଣା କରିଛନ୍ତି। ୮୦ ପ୍ରତିଶତରୁ କମ୍‌ ହୋଇନଥିବା ଭିନ୍ନକ୍ଷମ ପାଇବେ ଏହି ବର୍ଦ୍ଧିତ ଭତ୍ତା ଟଙ୍କା ପାଇପାରିବେ ।

 

Odisha Budget 2024

Odisha Budget 2024: ଗୁରୁବାର ଦିନ ମୋହନ ସରକାର ନିଜର ପ୍ରଥମ ସାଧାରଣ ବଜେଟ୍ ଘୋଷଣା କରିଛନ୍ତି। ଏହି ବଜେଟ୍ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୨ଲକ୍ଷ ୬୫ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୨ଲକ୍ଷ ୩୦ ହଜାର କୋଟି ଟଙ୍କା ଥିବା ସମୟରେ ଚଳିତ ଥର ଏହା ୧୫ ପ୍ରତିଶତ ବୃଦ୍ଧି ପାଇଛି ।

ବଜେଟରେ ମୋହନ ସରକାର ସବୁଦିଗ ପ୍ରତି ଧ୍ୟାନ ଦେଇଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ଭତ୍ତା ଟଙ୍କାକୁ ବଢ଼ାଇଛନ୍ତି । ସରକାର ସାମାଜିକ ସୁରକ୍ଷା ଭତ୍ତା ଟଙ୍କା ରାଶି ବଢାଇଛନ୍ତି । ବର୍ତ୍ତମାନ ସାମାଜିକ ସୁରକ୍ଷା ଭତ୍ତା ଆକାରରେ ୩ ହଜାର ୫ଶହ ଟଙ୍କା ମିଳିବ । ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ବର୍ଦ୍ଧିତ ଭତ୍ତା ଟଙ୍କା ମିଳିବ ବୋଲି ମୋହନ ସରକାର ଘୋଷଣା କରିଛନ୍ତି। ୮୦ ପ୍ରତିଶତରୁ କମ୍‌ ହୋଇନଥିବା ଭିନ୍ନକ୍ଷମ ପାଇବେ ଏହି ବର୍ଦ୍ଧିତ ଭତ୍ତା ଟଙ୍କା ପାଇପାରିବେ ।