Odisha News: ବ୍ରିଜ୍ ଉପରେ ସାଇକେଲ୍ ସହ ଖାତାବହି ରଖିଲେ, ପରେ ନଦୀକୁ ଡେଇଁ....
Advertisement
Article Detail0/zeeodisha/odisha2397721

Odisha News: ବ୍ରିଜ୍ ଉପରେ ସାଇକେଲ୍ ସହ ଖାତାବହି ରଖିଲେ, ପରେ ନଦୀକୁ ଡେଇଁ....

Odisha News: ଅଶୁଭ ଶନିବାର। ମହାନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ।  ଆଜି ସକାଳ ୬. ୪୫ ମିନିଟ ସମୟରେ ମହାନଦୀ କୁ ଡେଇଁ ପଡିଛନ୍ତି ଜଣେ ନବମ ଶ୍ରେଣୀ ଛାତ୍ରୀ । 

Odisha News: ବ୍ରିଜ୍ ଉପରେ ସାଇକେଲ୍ ସହ ଖାତାବହି ରଖିଲେ, ପରେ ନଦୀକୁ ଡେଇଁ....

Odisha News: ଅଶୁଭ ଶନିବାର। ଆଜି ସକାଳ ୬. ୪୫ ମିନିଟ ସମୟରେ ମହାନଦୀ କୁ ଡେଇଁ ପଡିଛନ୍ତି ଜଣେ ନବମ ଶ୍ରେଣୀ ଛାତ୍ରୀ । ସମ୍ବଲପୁର ଚାଉଁରପୁର ସ୍ଥିତ ମହାନଦୀ ଦ୍ୱିତୀୟ ସେତୁ ଉପରୁ ସ୍କୁଲ ଛାତ୍ରୀ ଡେଇଁପଡ଼ିଛନ୍ତି।

ALSO READ: Gold Rate Today: ଗ୍ରାହକଙ୍କ ବଡ଼ ଖବର, ଜାରି ହେଲା ନୂଆ ସୁନା ଦର

ALSO READ:Business Horoscope Today: ଏହିସବୁ ରାଶିଙ୍କ ପାଇଁ ଦିନଟି ରହିବ ଅଧିକ ଖାସ୍, ବ୍ୟବସାୟୀରେ ମିଳିବ ଆଶାତିତ ଲାଭ ସହ...

ALSO READ: Shani Budh Yuti 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନି-ବୁଧଙ୍କ କୃପା, କ୍ୟାରିୟରରେ ମିଳିବ ସଫଳତା ସାଙ୍ଗକୁ...

ସାଇକେଲ ଓ ବହିପତ୍ର ସେଇଠି ଛାଡି ମହାନଦୀ ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ ଛାତ୍ରୀ ଜଣକ। ଜଣେ ବୟସ୍କ ଲୋକ ତାଙ୍କୁ ମହାନଦୀ କୁ ଡେଉଁ ଥିବାର ଜାଣି ପାଟି କରି ନ ଡେଇଁବା ପାଇଁ କହୁଥିବା ସତ୍ୱେ ସେ ମହାନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ । ପରେ ଏ-ନେଇ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ଓ  ପହଂଚି ଖୋଜାଖୋଜି ଆରମ୍ଭ କରିଥିଲେ। ଝିଅଟି ନବମ ଶ୍ରେଣୀ ଛାତ୍ରୀ ହୋଇଥିବା ଓ ତାହାର ନାମ କାଜଲ ସାହାଣୀ ବୋଲି ଛାଡି ଯାଇଥିବା ବହି-ପତ୍ରରୁ ଜଣା ପଡିଥିଲା । ଝିଅ ଟି ପହଁରା ଜାଣି ଥିବା ସୂଚନା ମିଳିଛି ।