Odisha News: ଏଣିକି ସ୍କୁଲ ପିଲା ହେବେ ନନ୍ଦନକାନନର ‘ଜୁ ଆମ୍ବାସାଡର’,ମିଳିବ ଏହି ସବୁ ସୁବିଧା
Advertisement
Article Detail0/zeeodisha/odisha1951443

Odisha News: ଏଣିକି ସ୍କୁଲ ପିଲା ହେବେ ନନ୍ଦନକାନନର ‘ଜୁ ଆମ୍ବାସାଡର’,ମିଳିବ ଏହି ସବୁ ସୁବିଧା

Odisha News: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମାଗଣାରେ ନନ୍ଦନକାନନ (Nandankanan Zoological Park) ବୁଲି ପାରିବେ ଛାତ୍ରଛାତ୍ରୀ । ଯଦି କୌଣସି ଛାତ୍ରଛାତ୍ରୀ ନନ୍ଦନକାନନର ‘ଜୁ ଆମ୍ବାସାଡର’(Nandankanan Zoo Ambassador) ହୁଅନ୍ତି । ତେବେ, ସେ ମାଗଣାର ନନ୍ଦନକାନନ ବୁଲି ପାରିବା ସହ ସଚେତନତା ସୃଷ୍ଟି କରିବେ। 

Odisha News: ଏଣିକି ସ୍କୁଲ ପିଲା ହେବେ ନନ୍ଦନକାନନର ‘ଜୁ ଆମ୍ବାସାଡର’,ମିଳିବ ଏହି ସବୁ ସୁବିଧା

Odisha News: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମାଗଣାରେ ନନ୍ଦନକାନନ (Nandankanan Zoological Park) ବୁଲି ପାରିବେ ଛାତ୍ରଛାତ୍ରୀ । ଯଦି କୌଣସି ଛାତ୍ରଛାତ୍ରୀ ନନ୍ଦନକାନନର ‘ଜୁ ଆମ୍ବାସାଡର’(Nandankanan Zoo Ambassador) ହୁଅନ୍ତି । ତେବେ, ସେ ମାଗଣାର ନନ୍ଦନକାନନ ବୁଲି ପାରିବା ସହ ସଚେତନତା ସୃଷ୍ଟି କରିବେ। ଛାତ୍ରଛାତ୍ରୀ ମାନେ କେବେଳ ଏକା ନୁହଁନ୍ତି ସେମାନଙ୍କ ଅଭିଭାବକ ମାନେ ମଧ୍ୟ ସେମାନଙ୍କ ସହ ମାଗଣରେ ଏଣ୍ଟ୍ରି କରିପାରିବେ। କାହିଁକିନା ଖୁବଶିଘ୍ର ନନ୍ଦନକାନନ ସହ ଯୋଡ଼ି ହେବାକୁ ଯାଉଛ ବିଦ୍ୟାଳୟ (School)। ବିଦ୍ୟାଳୟ ସ୍ତରରେ ବନ୍ୟଜନ୍ତୁଙ୍କ ଉପରେ ସଚେତନତା ସୃଷ୍ଟି କରିବାକୁ ପ୍ରତି ବିଦ୍ୟାଳୟର ଜଣେ ଲେଖାଏ ଛାତ୍ର କିମ୍ବା ଛାତ୍ରୀଙ୍କୁ 'ଜୁ ଆମ୍ବାସାଡର' ( Zoo Ambassador) ଭାବେ ଚୟନ କରାଯିବ ବୋଲି ଜଣାପଡି଼ଛି। ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାକୁ ପ୍ରାଣୀ ଉଦ୍ୟାନ ପକ୍ଷରୁ ଏଭଳି ଏକ ଶିକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସପ୍ତମ , ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ‘ଜୁ ଆମ୍ବାସଡାର’ (Nandankanan Zoo Ambassador) ହେବା ପାଇଁ ଆବେଦନ କରିପାରିବେ। ବିଦ୍ୟାଳୟଗୁଡ଼ିକ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ନନ୍ଦନକାନନ ୱେବସାଇଟ୍ https://www.nandankanan.org/Zoo-Ambassador-Programme.php ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। 

ଏହାବି ପଢନ୍ତୁ :  Weather Update: ଏହି ଦିନ ଠାରୁ ରାଜ୍ୟରେ ବଢିବ ଶୀତ

ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ସାମଗ୍ରୀ ପଠାଯିବ। ଡିସେମ୍ବର ଦ୍ୱିତୀୟ ସପ୍ତାହରେ ସମସ୍ତ ବିଦ୍ୟାଳୟରେ ଏକ ପରୀକ୍ଷା (exam)କରାଯିବ। ପରୀକ୍ଷା ଶେଷ ହେବା କ୍ଷଣି ବିଦ୍ୟାଳୟ କର୍ତ୍ତୃପକ୍ଷ ଉତ୍ତର ଖାତା ଗୁଡ଼ିକୁ ତୁରନ୍ତ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ। ପରୀକ୍ଷାରେ ଶୀର୍ଷରେ ଥିବା ଛାତ୍ର କିମ୍ବା ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ନନ୍ଦନକାନନର 'ଜୁ ଆମ୍ବାସଡାର'  ଭାବେ ଚୟନ କରାଯିବ। ପ୍ରତି ବିଦ୍ୟାଳୟରୁ କେବଳ ଜଣେ ଯୋଗ୍ୟ ବିବେଚିତ ହେବେ ଏବଂ ତାଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ଅର୍ଥାତ୍‌ ୨୦୨୪ ଜାନୁଆରି ୧ ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିବ।

ମିଳିବ ଏହି ସବୁ ସୁବିଧା : 

ସାଧାରଣତଃ ବନ୍ୟଜନ୍ତୁ ସଂରକ୍ଷଣ ବିଶେଷଭାବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମ୍ପର୍କିତ ତଥ୍ୟ ଓ ଖବର 'ଜୁ ଆମ୍ବାସଡାର' ମାନଙ୍କୁ ନିୟମିତ ପ୍ରଦାନ କରାଯିବ। ସେମାନଙ୍କୁ ଏକ ସାର୍ଟିଫିକେଟ୍ ସହ ବ୍ୟାଜ୍ ଦିଆଯିବ। ‘ଜୁ ଆମ୍ବାସଡାର’ ନିଜ ପରିବାର ଦୁଇଜଣ ସଦସ୍ୟଙ୍କ ସହ ବର୍ଷକ ମଧ୍ୟରେ ଦୁଇ ଥର ମାଗଣାରେ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିପାରିବେ। ଏହ‌ାବ୍ୟତୀତ ନିଜ କାର୍ଯ୍ୟକାଳ ସମୟରେ ମାଗଣାରେ ନନ୍ଦନକାନନ ବୁଲିପାରିବେ। ନନ୍ଦନକାନନ ପକ୍ଷରୁ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ ହେଉଥିବା ଦିବସ ପାଳନରେ ସମ୍ପୃକ୍ତ ଛାତ୍ର/ଛାତ୍ରୀ ଅଂଶଗ୍ରହଣ କରିପାରିବେ। ରବିବାର ଅନୁଷ୍ଠିତ ହେଉଥିବା ବାର୍ଡ ୱାକ୍‌, ପୋକ ଦେଖିବା, ଟ୍ରି ୱାକ୍‌, ପକ୍ଷୀ ଗଣନା ପରି କାର୍ଯ୍ୟକଳାପରେ ଭାଗ ନେଇପାରିବେ। ନନ୍ଦନକାନନ ପକ୍ଷରୁ ସେମାନେ ନିଜ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମର (Zoo Ambassador Programme 2023) ଆୟୋଜନ କରିବେ। ତାଙ୍କ କାର୍ଯ୍ୟକାଳ ସଫଳତାର ସହ ଶେଷ ହେବା ପରେ ଏକ ପ୍ରମାଣପତ୍ର ପାଇବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।