Dengue: ରାଜଧାନୀରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ! ଆଖି ବୁଜିଲେ ୭ ବର୍ଷିୟା ଶିଶୁ କନ୍ୟା
Advertisement
Article Detail0/zeeodisha/odisha1792099

Dengue: ରାଜଧାନୀରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ! ଆଖି ବୁଜିଲେ ୭ ବର୍ଷିୟା ଶିଶୁ କନ୍ୟା

Dengue: ଖାସ୍ କରି ନୟାପଲ୍ଲୀ, ଧର୍ମବିହାର, ଖଣ୍ତଗିରି ଆଦି ଅଞ୍ଚଳରେ ଡ଼େଙ୍ଗୁ ବ୍ୟାପୁଥିବା ଦେଖିବାକୁ ମିଳିଛି । ଏବେ ସୁଦ୍ଧା ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି । ପୂର୍ବରୁ ହଟସ୍ପଟ୍ ପାଲଟିଥିବା ନୂଆପଲ୍ଲୀରେ ମଧ୍ଯ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି । 

ସୌ(ସୋସିଆଲ ମିଡିଆ)

Dengue: ରାଜଧାନୀରେ ଡ଼େଙ୍ଗୁ (Dengue) ନେଲା କଅଁଳ ଜୀବନ । ଭୁବନେଶ୍ବର ଜାଗମରାସ୍ଥିତ ଧର୍ମ ବିହାର ଅଞ୍ଚଳର ୬୩ ନମ୍ବର ୱାର୍ଡ଼ରେ ଜଣେ ୭ ବର୍ଷିୟା ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ସାଇସ୍ମିତା ସାହୁ ଓରଫ ପିହୁ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ପିହୁଙ୍କ ମୃତ୍ୟୁ ପରେ ପରିବାର ଲୋକେ ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ ଆଣିଛନ୍ତି । ତେବେ ଚଳିତ ବର୍ଷ ରାଜଧାନୀରେ ଏହା ହେଉଛି ଡ଼େଙ୍ଗୁ ଜନିତ ପ୍ରଥମ ମୃତ୍ୟୁ । ରାଜଧାନୀରେ ଏବେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଖାସ୍ କରି ନୟାପଲ୍ଲୀ, ଧର୍ମବିହାର, ଖଣ୍ତଗିରି ଆଦି ଅଞ୍ଚଳରେ ଡ଼େଙ୍ଗୁ ବ୍ୟାପୁଥିବା ଦେଖିବାକୁ ମିଳିଛି । ଏବେ ସୁଦ୍ଧା ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି । ପୂର୍ବରୁ ହଟସ୍ପଟ୍ (Hotspot) ପାଲଟିଥିବା ନୂଆପଲ୍ଲୀରେ ମଧ୍ଯ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଡ଼େଙ୍ଗୁରୁ ନିଜକୁ ରକ୍ଷା କରିବା ପାଇଁ ବିଏମସି ଓ ସ୍ବାସ୍ଥ୍ୟା ବିଭାଗର ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହ ଅନେକ ପଦକ୍ଷେପ ନିଆଯାଉଛି । ଖାସ୍ କରି ଯେପରି କୌଣସି ସ୍ଥାନରେ ପାଣି ନ ଜମେ ସେନେଇ ବିଶେଷ ଭାବେ ଧ୍ୟାନ ଦିଆଯାଉଛି । ଏହାସହ ବିଭିନ୍ନ ଅଞ୍ଚଳକୁ ସଫା ସୁତରା ରଖିବା ନେଇ ବିଏମସି ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି ।

ପ୍ରକାଶ ଥାଉ କି, ଚଳିତ ବର୍ଷ ମୌସୁମୀ ଆରମ୍ଭରୁ ଡ଼େଙ୍ଗୁ (Dengue) ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି । ରାଜ୍ୟରେ ଧୀରେ ଧୀରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ବରରେ (Bhubaneswar) କିନ୍ତୁ ପରିସ୍ଥିତି ଜଟଳି ହେବା ପରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଅଧିକାଂଶ ଖୋର୍ଦ୍ଧା (khordha) ଜିଲ୍ଲାର ଥିବା ଜଣାପଡ଼ିଛି । ବର୍ଷା ଦିନ (Rain) ଲାଗି ରହିଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ତେବେ ଏହାର ମୁକାବିଲା ନେଇ ବିଏମସି (Bhubaneswar Municipal Corporation) ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି । ଏନେଇ ମେୟର ସୁଲୋଚନା ଦାସ (Mayor Sulochana Das) କହିଛନ୍ତି, ରାଜଧାନୀର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି । ଏମିତି କି, ସମ୍ବେଦନଶୀଳ ଅଞ୍ଚଳରେ ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି । ଆବଶ୍ୟକତା ଥିବା ସ୍ଥାନରେ ମଶା ଔଷଧ ଓ ବ୍ଲିଚିଂ ପକାଯାଉଛି । ଏହାସହ ଭୁବନେଶ୍ବରର ଦୁଇଟି ସ୍ଥାନରେ ଡ଼େଙ୍ଗୁ ନେଇ ରକ୍ତ ପରୀକ୍ଷା କରାଯାଉଛି ।

ଏହା ବି ପଢନ୍ତୁ-ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ, ସେବାୟତଙ୍କ ମୁଣ୍ତରେ ଅଠା ବୋଳୁଛି ମନ୍ଦିର ପ୍ରଶାସନ

ଏହା ବି ପଢନ୍ତୁ-Kendujhar News: ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ି ଦେଲା ସାପ, ୩ ଛାତ୍ରଛାତ୍ରୀ ମୃତ

ସରକାରୀ ରିପୋର୍ଟ ଅନୁଯାୟୀ, ଗତବର୍ଷ କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୨୪ ଜଣ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ସେହିପରି ୨୦୨୧ ମସିହାରେ- ୧୫୨ ଜଣ, ୨୦୨୦ ମସିହାରେ-୧୦୨ ଜଣ, ୨୦୧୮ ମସିହାରେ -୧୭ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ୍ ହୋଇଥିଲେ । ଡ଼େଙ୍ଗୁ ଏକ ଭୂତାଣୁଜନିତ ଜୂର ହୋଇଥିବାରୁ ପ୍ରାୟ ୯୦ ପ୍ରତିଶତ ଲୋକେ ଆପେ ସୁସ୍ଥ ହୋଇଯାଆନ୍ତି । ପାଣି ଜମୁଥିବା ସ୍ଥାନ ସଫା କରିବା, ଡ଼ଷ୍ଟବିନକୁ ପ୍ରତିଦିନ ସଫା କରିବା, ଖାଲୁଆ ଜାଗାରେ ଯେଭଳି ପାଣି ନ ଜମି ନରୁହେ ସେଥିପ୍ରତି ସତର୍କ ରହିଲେ ଡ଼େଙ୍ଗୁର ମୁକାବିଲା କରିହେବ ।