Gajapati News Today: ଘରେ ହାତଗୋଡ଼ ବାନ୍ଧି ଲୁଟ; ଦୁର୍ବୃତ୍ତ ଆକ୍ରମଣରେ ମହିଳା ଗୁରୁତର
Advertisement
Article Detail0/zeeodisha/odisha1970402

Gajapati News Today: ଘରେ ହାତଗୋଡ଼ ବାନ୍ଧି ଲୁଟ; ଦୁର୍ବୃତ୍ତ ଆକ୍ରମଣରେ ମହିଳା ଗୁରୁତର

Gajapati Crime News: ଘରେ ପସି କଳାକନା ବୁଲାଇବା ସହ ମହିଳାଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

 

Gajapati News Today: ଘରେ ହାତଗୋଡ଼ ବାନ୍ଧି ଲୁଟ; ଦୁର୍ବୃତ୍ତ ଆକ୍ରମଣରେ ମହିଳା ଗୁରୁତର

Gajapati Loot News: ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା। ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏକାକୀ ରହିଥିବାର ସୁଯୋଗ ନେଇ ଘର ପଛପଟୁ କେହି ଜଣେ ଦୁର୍ବୃତ୍ତ ପଶି ଆସି ଜଣେ ମହିଳାଙ୍କୁ ମାଡ଼ ମାରି ସୁନା ଅଳଙ୍କାର ଲୁଟି ନେଇଥିବାର ଅଭିଯୋଗ ହୋଇଛି। ଗୁରୁତର ଆହାତ ମହିଳା ଜଣକ ହେଲେ ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ସୁରଙ୍ଗୀ ଗ୍ରାମର ପ୍ରଶାନ୍ତ କୁମାର ଜାନୀ ଙ୍କ ସ୍ତ୍ରୀ ସୁଦଷ୍ଣା ଜାନୀ (୨୩)। ତାଙ୍କୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। 

ପ୍ରଶାନ୍ତ କୁମାର ଜାନୀ କିଛି ବର୍ଷ ହେବ ମୋହନା ଅଞ୍ଚଳରେ ଜଣେ ବୁଲା ଲୁଗା ବ୍ୟବସାୟୀ ଭାବେ ଚଳି ଆସୁଥିଲେ। ଯିଏ ଦେଢ ବର୍ଷେ ତଳେ ବିବାହ କରି ଚାନ୍ଦିପୁଟ ସ୍ଥିତ ଶିବମନ୍ଦିର ନିକଟସ୍ଥ ସାହିରେ ରହୁଥିଲେ। ସୋମବାର  ସ୍ବାମୀ ପ୍ରଶାନ୍ତ ହାଟକୁ ଯାଇଥିବା ବେଳେ ଘରେ ଏକାକୀ ଥିଲେ ସୁଦଷ୍ଣା ଜାନୀ। ଏହାର ସୁଯୋଗ ନେଇ ଘର ବାରିପଟୁ କେହି ଜଣେ ଦୁର୍ବୃତ୍ତ ପଶି ଆକ୍ରମଣ କରିବା ସହ ହାତ ଗୋଡ଼କୁ ବାନ୍ଧି ପକାଇ ଦେଇଥିଲେ। ପରେ ସୁଦଷ୍ଣା ଗଳାରେ ଥିବା ମଙ୍ଗଳ ସୂତ୍ରକୁ ଛଡ଼ାଇ ନେବା ସହ ଆକ୍ରମଣ କରି ମୁର୍ମୁର୍ଷ ଅବସ୍ଥାରେ ପକାଇ ଦେଇଥିଲା। 

ସୋମବାର ଅପରାହ୍ନ ପ୍ରାୟ ଚାରିଟା ସମୟରେ ପଡୋଶୀ ଘର ଲୋକେ ଦେଖିବା ସହ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଘଟଣା ସ୍ଥଳରୁ ସୁଦଷ୍ଣା ଜାନୀଙ୍କୁ ଉଦ୍ଧାର କରି ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ହେଲେ ତାଙ୍କ ମୁଣ୍ଡରେ ପ୍ରଚୁର ଆଘାତ ହେତୁ ଅଚେତ୍ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ପରିବାର ଲୋକେ ୧୧୨ ସହ ଯୋଗାଯୋଗ କରି ଥାନାକୁ ଜଣାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

ଏଭଳି ଘଟଣା ଅଞ୍ଚଳରେ ପୂର୍ବରୁ ଘଟିନଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ବ୍ରହ୍ମପୁର ଏମକେସିଜି ଜରୁରୀକାଳୀନ ୱାର୍ଡ ଠାରେ ଚିକିତ୍ସା ପାଇଁ ଆହତ ହୋଇଥିବା ମହିଳାଙ୍କୁ ମୁର୍ମୁର୍ଷ ଅବସ୍ଥାରେ ଭର୍ତ୍ତି କରିଥିଲେ ପରିବାର ଲୋକେ।‌ ସେଠାରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଏବଂ ଚିକିତ୍ସା ଅବହେଳା କାରଣରୁ ଯୋଗୁଁ ବ୍ରହ୍ମପୁର ଠାରୁ ବିଶାଖାପାଟଣା ସ୍ଥାନାନ୍ତର କରି ଚିକିତ୍ସା କରାଯାଉଛି। ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଅଳଙ୍କାର ଲୁଟି ନେବା ଘଟଣା କିଭଳି ଘଟିଲା ତାହା ସୁଦଷ୍ଣା ଜାନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ବାଭାବିକ ହେବା ପରେ ଯାଇ ଜଣାପଡ଼ିବ।