• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Written ByNarmada Behera
Published: Jul 12, 2024, 08:17 AM IST|Updated: Jul 12, 2024, 08:17 AM IST
joinshare
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

About the Author

    Narmada Behera

    Narmada Behera

    Trending

    • News
    • Photos
    • Videos
    ଦିଲ୍ଲୀ ଜନ୍ତର ମନ୍ତରରେ ଉତ୍ତେଜନା; ପୋଲିସର ଲାଠିଚାର୍ଜ

    ଦିଲ୍ଲୀ ଜନ୍ତର ମନ୍ତରରେ ଉତ୍ତେଜନା; ପୋଲିସର ଲାଠିଚାର୍ଜ

    Odia News26 min ago
    2

    ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଘର, ୫ ଜଣଙ୍କ ମୃତ୍ୟୁ, ୨ ଜଣ ଆହତ

    Odia News54 min ago
    3

    Top 10 News: ଆଜିଠୁ ମୌସୁମୀ ଅଧିବେଶନ, ଶ୍ରୀକ୍ଷେତ୍ରରେ ପବିତ୍ର ହେରା ପଞ୍ଚମୀ ଓ ଅନ୍ୟ ଖବର

    top 10 news today1 hr ago
    4

    Parliament Session: ଆଜିଠୁ ସଂସଦର ମୌସୁମୀ ଅଧିବେଶନ; ଅଗଷ୍ଟ ୧୩ ଯାଏଁ ଚାଲିବ

    Odia News3 hrs ago
    5

    Accident News: କୁସୁନପୁରଠାରେ ୨ଟି ଟ୍ରକ୍‌ ଧକ୍କା, ୩ଜଣଙ୍କର ମୃତ୍ୟୁ

    Accident News3 hrs ago

    1.ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଗତକାଲି ବିଳମ୍ବିତ ରାତିରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିରର  ମୁଖ୍ୟ ପ୍ରଶାସକ ଭାବେ ଅଧିଷ୍ଠିତ କରାଯାଇଛି। ସେ ବର୍ତ୍ତମାନର ମୁଖ୍ୟ ପ୍ରଶାସକ ଭିଭି ଯାଦବଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ପୁରୀରେ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ବେଳେ ଘଟିଥିବା ଅଘଟଣକୁ ନେଇ ଚାରିଆଡ଼ୁ ସରକାରଙ୍କ ଉପରେ ପଡ଼ିଥିବା ଚାପକୁ ନିୟନ୍ତ୍ରଣ କରିବାକୁ ଯାଇ ସରକାର ଏହି ପଦକ୍ଷେପ ନେଇଛନ୍ତି। ଶ୍ରୀ ପାଢ଼ୀ ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରଶାସକ ଭାବେ କାର୍ଯ୍ୟ ତୁଲାଇଛନ୍ତି। ଏବେ ସେ କୃଷି ବିଭାଗର ପ୍ରଧାନ ସଚିବ ଭାବେ କାର୍ଯ୍ୟରତ। 

    2.ପୁରୀ ବିଭ୍ରାଟ ଲାଗି ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହା ସମ ପରିମାଣରେ ତାଙ୍କୁ ଆଘାତ ଦେଇଛି ବୋଲି କହିବା ସହ ଏ ବାବଦରେ ସଂସ୍କାର ଲାଗି ସହଯୋଗ କାମନା କରିଛନ୍ତି। 

    3.ଶ୍ରୀମନ୍ଦିରରେ ହେରାପଞ୍ଚମୀ ନୀତି ପାଳନ କରାଯାଇଛି। ବିଳମ୍ବିତ ସନ୍ଧ୍ୟାରେ ପରମ୍ପରେ ଅନୁସାରେ ମହାଲକ୍ଷ୍ମୀଙ୍କ ଚଳନ୍ତି ପ୍ରତିମାଙ୍କୁ ଶ୍ରୀ ଗୁଣ୍ଡିଚା ମନ୍ଦିର ନିଆଯାଇଥିଲା। ସେଠାରେ ରଥ ଭାଙ୍ଗିବା କାର୍ଯ୍ୟ ଶେଷ ହେବା ପରେ ମା‘ ଲକ୍ଷ୍ମୀଙ୍କୁ ହେରାଗୌରୀ ବାଟ ଦେଇ ଶ୍ରୀମନ୍ଦିରକୁ ଅଣାଯାଇଥିଲା। ଏହି ପରମ୍ପରାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପତି ମହାପାତ୍ରଙ୍କ ସମେତ ଅନ୍ୟ ସେବକଭାବେ ଏଠାରେ ଉପସ୍ଥିତ ଥିଲେ। 

    4.ଆଜି ତିନି ରଥର ଦକ୍ଷିଣ ମୋଡ଼ ହେବ। ଏନେଇ ଦିନ ୧୨ଟାରେ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରଦାନ କରାଯିବ। ଏହାପରା ପ୍ରଶାସନ ଓ ସେବକଙ୍କ ମିଳିତ ଉଦ୍ୟମରେ ଶରଧାବାଲି ଠାରେ ବାହୁଡ଼ା ପ୍ରସ୍ତୁତି ଆରମ୍ଭ ହେବ। ଦକ୍ଷିଣ ମୋଡ଼ କରାଯାଇ ତିନି ରଥଙ୍କୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରାଲାଗି ପ୍ରସ୍ତୁତି ହେବ।

    5.ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲାଯିବ। ଏନେଇ ନିର୍ଦ୍ଧାରିତ କମିଟି ନିଜର ବିସ୍ତୃତ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରିଛନ୍ତି। କିପରି ଓ କେଉଁ ସମୟରେ କେଉଁମାନଙ୍କ ଉପସ୍ଥିତିରେ ରତ୍ନ ଭଣ୍ଡାର ଖୋଲାଯିବ ସେନେଇ କମିଶନ ରିପୋର୍ଟ ପ୍ରଦାନ କରିଛନ୍ତି। ସରକାର ଏହାକୁ ବିଚାର କରିବା ସହ ରୀତି ନୀତି ଯେମିତି ବ୍ୟାଘାତ ନହୁଏ ସେ ଦିଗରେ ପଦକ୍ଷେପ ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।   

    6.ଦୁଇପର୍ଯ୍ୟାୟରେ ନାମଲେଖା ଶେଷ ହେବା ସତ୍ତ୍ୱେ ରାଜ୍ୟର ଡିଗ୍ରୀ କଲେଜ ଖାଲି ପଡ଼ିଛି।  ଏହି ସଂଖ୍ୟା ପ୍ରା ୧ ଲକ୍ଷ ୫୩ ହଜାର ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି।  ଯୁକ୍ତ ତିନି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ନଥିବା ଏହା ସ୍ପଷ୍ଟ କରିଛି। ଗଲା ତିନି ବର୍ଷ ହେଲା ଏପରି ଅବସ୍ଥା ଦେଖିବାକୁ ମିଳିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୬୩ ହଜାର ୪୨୨ ଏବଂ ୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟର ୧୦୪୭ ଡିଗ୍ରୀ କଲେଜରେ ୮୪ ହଜାର ୭୮୧ ସିଟ୍‍ ଖାଲି ପଡ଼ିଥିବା ବିଭାଗୀୟ ହିସାବରୁ ସ୍ପଷ୍ଟ ହୋଇଛି। 

    7.ଏକଦା ନବୀନ ସରକାରଙ୍କ ସମୟରେ ପ୍ରଭାବଶାଳୀ ଥିବା ଆଇପିଏସ୍‍ ଅଧିକାରୀ ଆଶିଷ କୁମାର ସିଂହଙ୍କୁ ସରକାର ବଦଳି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଇଜି ଭାବେ ନିଯୁକ୍ତ ଏହି ଅଧିକାରୀ ଏବେ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତ ରହିବେ। ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଦାୟିତ୍ୱ ରହିବ ନାହିଁ। ନିର୍ବାଚନ ସମୟରେ ସେ ବିଜେଡି ପକ୍ଷରେ ଭୋଟ୍‍ ହାତେଇବାକୁ  ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। 

    8.ରାଜ୍ୟର ଚିହ୍ନିତ ହିତାଧିକାରୀଙ୍କ ଲାଗି ମଧୁବାବୁ ପେନ୍‍ସନ୍‍ ଯୋଜନାରେ ଭତ୍ତା ପରିମାଣ ୩ ହଜାର ଟଙ୍କାକୁ ବୃଦ୍ଧି ପାଇବ। ତେବେ ଏହା କେବେଠୁ ଲାଗୁ ହେବ ସେ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆହ୍ୱାନ କରାଯାଇଛି। ରାଜ୍ୟର ଅର୍ଥ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଉଦ୍ଦିଷ୍ଟ କମିଟି ବୈଠକ ବସିବ। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରତି ମାସର ୨୦ ତାରିଖ ସୁଦ୍ଧା ମଧୁବାବୁ ପେନ୍‍ସନ୍‍ ଯୋଜନାରେ ଭତ୍ତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

    9.ଭାରତୀୟ କ୍ରିକେଟ ଦଳର ନୂଆ ମୁଖ୍ୟ କୋଚ୍‍ ଗୌତମ ଗମ୍ଭୀରଙ୍କୁ ନେଇ ବିବାଦ ଲାଗି ରହିଛି। ସେ ପ୍ରସ୍ତାବ କରିଥିବା ଫିଲ୍ଡିଂ କୋଚ୍‍ଙ୍କ ନାଁକୁ ପ୍ରତ୍ୟାଖ୍ୟାନ କରିଛି ବିସିସିଆଇ। ସମସ୍ତ ସହାୟକ ଷ୍ଟାଫ୍‍ ଭାରତୀୟ ରହିବେ ବୋଲି ବିସିସିଆଇ କହିଛି। ଶ୍ରୀ ଗମ୍ଭୀର ଜଣ୍ଡି ରୋଡ୍‍ସଙ୍କୁ ଫିଲ୍ଡିଂ କୋଚ୍‍ ଭାବେ ଗ୍ରହଣ କରିବା ଲାଗି ମତ ଦେଇଥିଲେ। 

    10.ସୁପ୍ରିମ କୋର୍ଟରେ ଜଜ୍‍ ଭାବେ ନିଯୁକ୍ତି ପାଇଁ କଲିଜିୟମ୍‍ ଦୁଇ ରାଜ୍ୟର ମୁଖ୍ୟ ବିଚାରପତିଙ୍କ ନାମକୁ ସୁପାରିସ କରିଛନ୍ତି। ଜମ୍ମୁ କଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଏନ୍‍ କୋଟିଶ୍ୱର ସିଂହ ଏବଂ ମାଡ୍ରାସ ହାଇକୋର୍ଟ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ଆର ମହାଦାବନଙ୍କ ନାଁ ଏହି ତାଲିକାରେ ରହିଛି। ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡ଼ ସିଂହଙ୍କ ଅଧ୍ୟକ୍ଷତାରେ କଲିଜିୟମ୍‍ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି। କଲିଜିୟମର ନିଷ୍ପତ୍ତିକୁ ସରକାରଙ୍କ ଅନୁମୋଦନ ଲାଗି ପଠାଯାଇଛି।

    Add Zee News as a Preferred Source
    TAGS:
    top 10 news today
    Top 10 News Headlines
    morning news
    Latest News
    Latest Morning Top Headlines
    Odia News