Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2339462

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ବାହାର ରତ୍ନ ଭଣ୍ଡାରରୁ ଆସିବ ରତ୍ନ ଓ ଅଳଙ୍କାର ଏବଂ ଅନ୍ର ପ୍ରମୁଖ ଖବର

1. ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଏଥିଲାଗି ଅସ୍ଥାୟୀ ବାହାର ରତ୍ନ ଭଣ୍ଡାରରୁ ବେଶ ସାମଗ୍ରୀ ତଥା ଅଳଙ୍କାର ଅଣାଯିବ। ଅପରାହ୍ଣ ତିନିଟାରୁ ଆରମ୍ଭ ହୋଇଯିବ ପ୍ରସ୍ତୁତି। ନୀତି ନିର୍ଘଣ୍ଟ ଅନୁସାରେ ସନ୍ଧ୍ୟା ୫ଟାରୁ ରାତି ୧୧ଟା ଯାଏ ଦର୍ଶନ ଚାଲିବ। ଏଥର ରଥ ଉପରେ ସେବାୟତଙ୍କ ସଂଖ୍ୟା କମାଇବା ତଥା ନୀତି ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଧ୍ୟାନ ଦେଇଛନ୍ତି। 

2.ସୁନାବେଶରେ ଗହଳି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ଓଡ଼ିଶା ପୁଲିସର ସବୁଠାରୁ ବଡ଼ ଗହଳି ନିୟନ୍ତ୍ରଣ ପର୍ବ ବୋଲି କହିଛନ୍ତି ପୁରୀ ଏସ୍‍ପି। ଏଣୁ ପୁଲିସ ପକ୍ଷରୁ ପାରମ୍ପରିକ ଭାବେ ଏକକ ପଥ ବ୍ୟବହାର କରାଯାଇଛି । ‘ୟୁ’ ଆକୃତିର ଧାଡ଼ିରେ ଭକ୍ତଙ୍କୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ସୁନାବେଶ ଦର୍ଶନ କରିବା ଲାଗି ଯିବାକୁ ହେବ। ଏଥିଲାଗି ମାର୍କେଟ ଛକରୁ ଧାଡ଼ି ଆରମ୍ଭ ହେବ। 

3.ଆସନ୍ତା ୧୮ ତାରିଖ ଦିନ ପୁଣିଥରେ ଭିତର ରତ୍ନ ଭଣ୍ଡାର ଖୋଲାଯିବ। ୧୪ ତାରିଖରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇ ନୂଆ ତାଲା ପକାଯାଇଥିଲା। ଏଥର ଭିତର ରତ୍ନ ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ଓ ସାମଗ୍ରୀକୁ ଖଟ ଶେଯ ଘରେ ତିଆରି ହୋଇଥିବା ଅସ୍ଥାୟୀ ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରିତ କରାଯିବ। ଏହାପରେ ଭିତର ରତ୍ନ ଭଣ୍ଡାରକୁ ମରାମତି ପାଇଁ ଏଏସ୍‍ଆଇ ଟିମ୍‍କୁ ନିୟୋଜନ କରାଯିବା ନେଇ ଉଚ୍ଚ କ୍ଷମତାପନ୍ନ କମିଟି ବିଚାର କରିବେ। 

4.ଓମାନ ଉପକୂଳରେ ‘ପ୍ରେଷ୍ଟିଜ୍‍ ଫାଲକନ୍‍’ ନମଧାରୀ ଏକ ତେଳ ଜାହାଜ ବୁଡ଼ିଯିବା ଯୋଗୁ ୧୬ଜଣ ନିଖୋଜ ରହିଛନ୍ତି। ଏଥିରୁ ୧୩ ଜଣ ଭାରତୀୟ କ୍ରିୟୁ ସଦସ୍ୟ ହୋଇଥିବାବେଳେ ୩ ଜଣ ଶ୍ରୀଲଙ୍କା ନାଗରିକ। ମିଳିଥିବା ତଥ୍ୟ ଅନୁସାରେ ଏହି ଜାହାଜଟି ଦୁବାଇର ହାମ୍ରିୟା ବନ୍ଦରରୁ ବାହାରିଥିଲା ଏବଂ ଏହା ୟେମେନର ବନ୍ଦର ଆଦେନ୍‍ ଆଡ଼କୁ ମୁହାଁଇଥିଲା। 

5.ଆମେରିକୀୟ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ ଘଟଣାରେ ଇରାନର ଆତତାୟୀଙ୍କ ହାତଥିବା ସନ୍ଦେହ କରାଯାଇଛି। ଏହାକୁ ଆଖିଆଗରେ ରଖି ଡ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ସିକ୍ରେଟ୍‍ ସର୍ଭିସ୍‍ ପକ୍ଷରୁ କଡ଼ା ସତର୍କତା ରକ୍ଷା ଉଦ୍ୟମ ଆରମ୍ଭ ହୋଇଛି। ପେନସିଲ୍‍ଭାନିଆଠାରେ ଏକ ନିର୍ବାଚନ ରାଲିକୁସ୍ମବୋଧନ କରୁଥିବାବେଳେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଥିଲା। 

6.ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଣିକି ‘ଜଙ୍କ ଫୁଡ୍‍’ ବିକ୍ରି ହେବ ନାହିଁ। ୟୁଜିସିର ବାରମ୍ବାର ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହାକୁ ଗ୍ରହଣ କରିଛନ୍ତି। ସରକାରୀ ହେଉ ବେ ବେସରକାରୀ ୟୁନଭର୍ସିଟି  ଓ କଲେଜ ଗୁଡ଼ିକରେ ଏହି ପଦକ୍ଷେପ ଗ୍ରହଣ କରାଯିବ। ପ୍ରତିଷ୍ଠାନ ପରିସରରେ ଏହିସବୁ ସାମଗ୍ରୀ ବିକ୍ରି ପାଇଁ କୌଣସି ଦୋକାନ ଉଦ୍ଦିଷ୍ଟ ହେବ ନାହିଁ ବୋଲି କୁହାଯାଇଛି। 

7.କଟକ ଏସ୍‍ସିବି ହସ୍‍ପିଟାଲ୍‍ ଓ ମେଡିକାଲ୍‍ କଲେଜରେ ନର୍ସିଂ  ବିଭାଗ ଏବଂ ହାଉସ୍‍ ସର୍ଜନ ବିଭାଗ ଭିତରେ ବିଭେଦ କାରଣରୁ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ୨୫୦ ଜଣ ହାଉସ୍‍ ସର୍ଜନ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଅପରପକ୍ଷେ ନର୍ସିଂ ବିଭାଗ ମଧ୍ୟ ଅନୁରୂପ ଭାବେ ଗୁରୁବାରଠାରୁ କଳାବ୍ୟାଜ୍ ପିନ୍ଧିବା ନେଇ ଧମକ ଦେଇଛନ୍ତି। ହାଉସ୍‍ ସର୍ଜନଙ୍କ କହିବା ଅନୁସାରେ ସେମମାନଙ୍କ ବିରୁଦ୍ଧରେ ମିଛ ଅଭିଯୋଗ ଅଣାଯାଉଛି। 

8.ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷାପ ପରେ ମୁମ୍ବାଇରେ କାର୍ଯ୍ୟକରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହକୁ ମାଗଣାରେ ତାଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି। ମୃତ ଶ୍ରମିକଙ୍କ ଘର ବାଲେଶ୍ୱରର ଖଇରା। ଅସୁସ୍ଥତା କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା।  ଆଜି ତାଙ୍କ ମର ଶରୀର ମୃତକଙକ୍ ଗାଁରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। 

9.ଦୟା ଓ୍ୱେଷ୍ଟ କେନାଲ୍‍ର ପୁନରୁଦ୍ଧାର କରାଯିବ। ଏଥିଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି କେନାଲ୍‍ର ସମୁଦାୟ ଲମ୍ବା ୩୪ କିଲୋମିଟା ହୋଇଥିବା ବେଳେ ୧୬ କିଲୋମିଟର ସହର ଭିତରେ ରହିଛି। ଏଣୁ ଆବଶ୍ୟକ ଏହାର ସୌନ୍ଦର୍ଯ୍ୟକରଣର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେହିପରି ପ୍ରତି ସହରରେ ଯେମିତି ବାୟୋ ମାଇନିଂ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

10.ଚଳିତ ବର୍ଷ ଅତିକମରେ ୧୦ଟି  ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରୂପାନ୍ତରିତ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋ;ହନ ମାଝି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ହଷ୍ଟେଲଗୁଡ଼ିକର ଉନ୍ନତିକରଣ, ପିଲାମାନଙ୍କ ଖାଦ୍ୟ ଓ ରହିବାରେ ସ୍ୱଚ୍ଛତା ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି।