Top 10 News Headlines: ଆଜି 'ଭାରତ ବନ୍ଦ', ଭାରତୀୟ ହକି ଦଳକୁ ସମ୍ମାନ ପ୍ରଦାନ ଏବଂ ଅନ୍ୟ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2392843

Top 10 News Headlines: ଆଜି 'ଭାରତ ବନ୍ଦ', ଭାରତୀୟ ହକି ଦଳକୁ ସମ୍ମାନ ପ୍ରଦାନ ଏବଂ ଅନ୍ୟ ପ୍ରମୁଖ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Headlines: ଆଜି 'ଭାରତ ବନ୍ଦ', ଭାରତୀୟ ହକି ଦଳକୁ ସମ୍ମାନ ପ୍ରଦାନ ଏବଂ ଅନ୍ୟ ପ୍ରମୁଖ ଖବର
1. Bharat Bandh: ଦଳିତ, ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ରକ୍ଷା ତଥା ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ କେନ୍ଦ୍ରୀଭୂତ କରି ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ଦେଶର ବିଭିନ୍ନ ଦଳିତ ଓ ଆଦିବାସୀ ସଂଗଠନ। ନିକଟରେ ଆରକ୍ଷଣ ବ୍ୟବସ୍ଥାରେ ଥିବା କୋଟା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ଆଦେଶକୁ ସେମାନେ ବିରୋଧ କରିଛନ୍ତି।  ବିଶେଷକରି ସଂରକ୍ଷିତ ବର୍ଗ ଭିତରେ ଉପବର୍ଗ ସୃଷ୍ଟିକୁ ବିରୋଧ କରିଛନ୍ତି ଆନ୍ଦୋଳନକାରୀ। ଶାନ୍ତି ଶୃଙ୍ଖଳାର ସହିତ ବନ୍ଦ ପାଳନ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।
 
2. Alerts in Odisha: ଭାରତ ବନ୍ଦ ଡାକରାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷାବ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଲୋକସେବା ଭବନ, ଖରବେଳ ଭବନରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଆପଣାଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ, ବ୍ୟାଙ୍କ ପ୍ରଭୃତି ସ୍ଥାନରେ ଏପରି ବିକ୍ଷୋଭକାରୀମାନେ ପ୍ରଦର୍ଶନ କରିପାରନ୍ତି ବୋଲି ଆଶଙ୍କା କରିଛନ୍ତି ରାଜ୍ୟ ସରକାର। ଏଣୁ କର୍ମଚାରୀମାନଙ୍କୁ ସାଢ଼େ ୯ଟା ପୂର୍ବରୁ ପହଞ୍ଚିବାକୁ ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ସମସ୍ତ ପ୍ରକାର ପରିଦର୍ଶକଙ୍କ ପ୍ରବେଶକୁ ବାରଣ କରାଯାଇଛି।  
 
3. Odisha to felicitate Hockey players: ଆଜି ଓଡ଼ିଶା ଆସିବେ ଭାରତୀୟ ହକିଦଳର ଖେଳାଳିମାନେ। ସେମାନଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଳିଙ୍ଗ ଷ୍ଟାଡିୟମଠାରେ ଏ ନେଇ ଉତ୍ସବ ଆୟୋଜନ କରାଯାଇଛି। ଭାରତୀୟ ହକିଦଳର ପ୍ରାୟୋଜକ ଭାବେ ଓଡ଼ିଶା ଦାୟିତ୍ୱ ନିର୍ବାହ କରି ଆସୁଛି। ଅଲମ୍ପିକରେ ଭାରତୀୟ ଦଳର ପଦକ ଜିତିବାକୁ ରାଜ୍ୟ ସଫଳତା ଭାବେ ବିବେଚନା କରି ସେଥିଲାଗି ଉତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଛି।  
 
4. +2 Question pattern changed: ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ଏହିକ୍ରମରେ ୮୦ ମାର୍କ ଥିଓରୀ ଓ ୨୦ ମାର୍କ ଇଣ୍ଟରନାଲ ପରୀକ୍ଷା ହେବ। ୮୦ରୁ ୨୪ ରଖିଲେ ପାସ୍‍ ଭାବେ ଗ୍ରହଣ କରାଯିବ। ପୂର୍ବରୁ ୧୦୦ ମାର୍କର ଥିଓରୀ ପରୀକ୍ଷା ହେଉଥିଲା। 
 
5. National Taskforce to review Doc’s rape and Murder:  କେଲକତା ଆରଜି ମେଡିକାଲ୍‍ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନିନ୍ଦା କରିଛନ୍ତି ସୁପ୍ରିମ କୋର୍ଟ। ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିବା ସହ ଏକ ସ୍ୱଥନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛନ୍ତି। ଏହି ଟାସ୍କଫୋର୍ସ ସମୁଦାୟ ଘଟଣା ଉପରେ ନଜର ରଖିବ।
 
6. Potato crisis may end: ଓଡ଼ିଶା ବଜାରରେ ଆଳୁ ଦର ନିୟନ୍ତ୍ରଣକୁ ଆସିପାରେ। ଏହାର କାରଣ ପଛରେ ରହିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନରମ ଭାବ। ବ୍ୟବସାୟୀଙ୍କ ଯୁକ୍ତି ଓ ଧାରଣାକୁ ଆଖିରେ ରଖି ମମତା ନରମି ଥିବା କୁହାଯାଉଛି। ଆସନ୍ତା ୭ ଦିନ ଭିତରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ୱାଭାବିକ ହେବ। ଏହି ସମୟ ଭିତରେ ୨ ଲକ୍ଷ ମେଟ୍ରିକ ଟନ ଆଳୁ ପଠାଇବା ଲାଗି ପଥ ସୁଗମ କରିବ ପଶ୍ଚିମବଙ୍ଗ ପୁଲିସ। 
 
7. PM Visit to Poland: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୋଲାଣ୍ଡ ଓ ୟୁକ୍ରେନ ଗସ୍ତରେ ଯିବେ। ପୋଲାଣ୍ଡ ପକ୍ଷରୁ ମୋଦୀଙ୍କୁ ସ୍‍ୱାଗତ କରିବା ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଗ୍ରହଣ କରିଛି ପୋଲାଣ୍ଡ। ଦୁଇ ଦେଶ ଭିତରେ ବ୍ୟବସାୟିକ ସମ୍ପର୍କ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି। ସେହିପରି ଏଠାରୁ ଟ୍ରେନରେ ଶ୍ରୀ ମୋଦୀ ୟୁକ୍ରେନ ଗସ୍ତରେ ଯିବେ। ଦୁଇ ଦେଶ ଭିତରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଏହି ଗସ୍ତ ଉଦ୍ଦିଷ୍ଟ ବୋଲି କୁହାଯାଉଛି। 
 
8. Ram Madhab and G Krishan Ready to Head BJP in JK: ନିର୍ବାଚନ ମୁହାଁ ଜମ୍ମୁ ଓ କଶ୍ମୀରରେ ବିଜେପି ପକ୍ଷରୁ ନେତୃତ୍ୱ ତଥା ସଂଯୋଜନା ପାଇଁ ଦୁଇ ବରିଷ୍ଠ ନେତାଙ୍କ ନାଁ ଘୋଷଣା କରିଛି।  ସେମାନେ ହେଲେ ରାମ ମାଧବ ଏବଂ କେନ୍ଦ୍ରମନ୍ତ୍ରୀୀ ଜି କ୍ରିଷନ ରେଡ୍ଡି। 
 
9. BNP requests India to extradite Shaikh Hasina: ବାଂଲାଦେଶ ଜାତୀୟତାବାଦୀ ପାର୍ଟି (ବିଏନପି) ସାଧାରଣ ସମ୍ପାଦକ ମିର୍ଜା ଫଖରୁଲ ଇସଲାମ ଆଲାମଗିର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଅନୁରୋଧ କରିଛନ୍ତି। ସେ ଦେଶର ଛାତ୍ର ନେତୃତ୍ୱାଧୀନ ଆନ୍ଦୋଳନ ବିରୋଧରେ ଷଡଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି। ସରକାରୀ ଚାକିରିରେ ବିବାଦୀୟ କୋଟା ବ୍ୟବସ୍ଥାକୁ ନେଇ ବ୍ୟାପକ ବିରୋଧ ପରେ 76 ବର୍ଷିୟ ହସିନା ଅଗଷ୍ଟ 5 ରେ ଇସ୍ତଫା ଦେଇଥିଲେ ଏବଂ ଭାରତକୁ ପଳାଇଥିଲେ।
 
10. Weather: ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶେଷକରି, ଉତ୍ତର ଓ ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ବ୍ରଜପାତ ସହ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି  ସ୍ବତନ୍ତ୍ର ରିଲିଫ୍ କମିଶନର ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବର୍ଷା ଯୋଗୁଁ ଅଚାନକ ପାଣି ମାଡି଼ ଆସିବା ସହ ଜଳବନ୍ଦୀ ସ୍ଥିତି ହେବାର ସମ୍ଭାବନା ରହିଛି।