Top 10 News Today: ଶ୍ରୀମନ୍ଦିର ରତ୍ନ ଭଣ୍ଡାର କମିଟି ସଦସ୍ୟଙ୍କୁ ଧତୁ ନିର୍ମିତ ଗହଣା, ଘଣ୍ଟା ପିନ୍ଧିଯିବା ପାଇଁ ବାରଣ କଲା ପ୍ରଶାସନ ଏବଂ ଅନ୍ୟ ଅପଡେଟ
Advertisement
Article Detail0/zeeodisha/odisha2338641

Top 10 News Today: ଶ୍ରୀମନ୍ଦିର ରତ୍ନ ଭଣ୍ଡାର କମିଟି ସଦସ୍ୟଙ୍କୁ ଧତୁ ନିର୍ମିତ ଗହଣା, ଘଣ୍ଟା ପିନ୍ଧିଯିବା ପାଇଁ ବାରଣ କଲା ପ୍ରଶାସନ ଏବଂ ଅନ୍ୟ ଅପଡେଟ

ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଶ୍ରୀମନ୍ଦିର ରତ୍ନ ଭଣ୍ଡାର କମିଟି ସଦସ୍ୟଙ୍କୁ ଧତୁ ନିର୍ମିତ ଗହଣା, ଘଣ୍ଟା ପିନ୍ଧିଯିବା ପାଇଁ ବାରଣ କଲା ପ୍ରଶାସନ ଏବଂ ଅନ୍ୟ ଅପଡେଟ

1. Ratna Bhandar to be shifted on 18th: ନୀଳାଦ୍ରି ବିଜେ ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାରୁ ରତ୍ନ ସ୍ଥାନାନ୍ତରଣ ପର୍ବ। ଏଥିଲାଗି ଆସନ୍ତା ୧୮ ତାରିଖ ଦିନ ଭିତର ରତ୍ନ ଭଣ୍ଡାରକୁ ଖୋଲି ରତ୍ନ ଓ ଅଳଙ୍କାର ସ୍ଥାନାନ୍ତରଣ ଲାଗି ନିଷ୍ପତ୍ତି ନେଇଛନ୍ତି ଉଚ୍ଚକ୍ଷମତାପନ୍ନ କମିଟି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କହିବା ଅନୁସାରେ ସକାଳ ୯ଟା ୫୨ ମିନିଟ ସମୟରେ ନିର୍ଦ୍ଧାରିତ କମିଟି ସଦସ୍ୟ, ବିଶେଷଜ୍ଞ ଓ ନିର୍ଦ୍ଧାରିତ କମିଟି ସେବାୟତଙ୍କ ସହ କର୍ତ୍ତବ୍ୟରତ ସେବାୟତଙ୍କୁ  ଶ୍ରୀମନ୍ଦିର ପ୍ରବେଶ ଲାଗି ଅନୁମତି ମିଳିବ। ସାଧାରଣ ଭକ୍ତଙ୍କ ଲାଗି ସକାଳ ୮ଟାରୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିବ। ରତ୍ନ ଓ ଅଳଙ୍କାରକୁ ରତ୍ନ ଭଣ୍ଡାରରୁ ଅସ୍ଥାୟୀ ରତ୍ନ ଭଣ୍ଡାରରେ ଥିବା ସିନ୍ଦୁକକୁ ସ୍ଥାନାନ୍ତର କରାଯିବ। ରତ୍ନ ଭଣ୍ଡାର ମରାମତି ସରିଲେ ପୁଣିଥରେ ଏହି ରତ୍ନ ଓ ଅଳଙ୍କାରକୁ ପୂର୍ବ ସ୍ଥାନକୁ ନିଆଯିବ ବୋଲି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। 

2. No Metal items are allowed to be worn for members entering Ratna Bhandar: ରତ୍ନଭଣ୍ଡାର ଖୋଲିବା ପାଇଁ ମନ୍ଦିର ଭିତରକୁ ଯିବାକୁ ଥିବା କମିଟି ସଦସ୍ୟ, ବିଶେଷଜ୍ଞ ଓ ସହାୟକଙ୍କୁ କୌଣସି ଧାତବ ଅଳଙ୍କାର, ପଦାର୍ଥ ନେଇ ଯିବାର ଅନୁମତି ରହିବ ନାହିଁ। ସେମାନେ ନିର୍ଦ୍ଧାରିତ ପରିଧାନ ସହ ମନ୍ଦିର ଭିତରେ ପ୍ରବେଶ କରିବେ।  

3. Police and Traffic advisory for Suna Besha:  ସୁନାବେଶକୁ ଆଖି ଆଗରେ ରଖି ପୁରୀରେ ପୁଲିସ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି।  ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ମାର୍କେଟ ଛକରୁ ବ୍ୟାରିକେଡ୍‍ ବ୍ୟବସ୍ଥା ହୋଇଛି। ଏକ ନିର୍ଦ୍ଦିଷ୍ଟ ଧାଡ଼ିରେ ଭକ୍ତଙ୍କୁ ରଥ ପାଖକୁ ଛାଡ଼ିବା ବ୍ୟବସ୍ଥା ହୋଇଛି। କୌଣସି ସ୍ଥାନରେ ଧାଡ଼ି ବାହାରର ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ରହିବ ନାହିଁ। ପ୍ରତି ସମ୍ବୋଦନଶୀଳ ଅଞ୍ଚଳରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମୁତ୍ତୟନ କରାଯିବା ସହ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ ଲାଗି ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୧୯୦ ପ୍ଲାଟୁନ ପୁଲିସ ବଳ ଏହି କାର୍ଯ୍ୟରେ ମୁତ୍ତୟନ ହେବେ ବୋଲି ଜଣାଇଛନ୍ତି ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର। 

4. Sunabesha to start from 5PM Tomorrow: ଆସନ୍ତା କାଲି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ତିନି ରଥ ଉପରେ ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଅପରାହ୍ଣ ୩ଟାରୁ ଏଥିପାଇଁ ପ୍ରସ୍ତୁତି ହେବ। ୫ଟା ବେଳୁ ବେଶ ଆରମ୍ଭ ହେବ। ରାତି ୧୧ଟାରେ ବେଶ ଓଲାଗି ହେବ। ରାତି ୧ଟା ୩୦ରେ ପହୁଡ଼ ହେବାକୁ ସ୍ଥିର କରାଯାଇଛି। 

5. Deer Shifting started in Sambalpur Zoo: ସମ୍ବଲପୁର ଚିଡ଼ିଆଖାନାକୁ ବାଘ ଆସିବେ। ଏଣୁ ଏଠାରେ ସ୍ୱତନ୍ତ୍ର  ଖୁଆଡ଼ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିଲାଗି ଜଙ୍ଗଲରେ ଥିବା ହରିଣଙ୍କୁ ଡେବ୍ରିଗଡ଼ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଟ୍ରିପରେ ୧୨ଟି ହରିଣଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ସମୁଦାୟ ୧୧୫ଟି ହରିଣଙ୍କୁ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା କରାଯାଇଛି। ଚିଡ଼ିଆଖାନା ପରିବେଶରୁ ସେମାନେ ସାଧାରଣ ଜଙ୍ଗଲ ପରିବେଶକୁ ଯାଉଥିବାରୁ ହରିଣ ମାନଙ୍କ ଉପରେ ନଜର ରଖିବା ଲାଗି ବ୍ୟବସ୍ଥା କରାଯାଇଛି। 

6. Nadda to Join State Executive of BJP:  ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଆସନ୍ତା ୧୯ ଓ ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ପ୍ରଥମଥର ଲାଗି ବିଜେପି ୨୧ରୁ ୨୦ ଲୋକସଭା ଆସନ ଜିତିବା ସହ ରାଜ୍ୟରେ ସରକାର ମଧ୍ୟ ଗଢ଼ିଛି। ଏହି ସଫଳତା ଭିତରେ କିଛି ଆସନରେ ଖରାପ ପ୍ରାର୍ଥୀ ଚୟନ ଏବଂ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାବି ଦଳ ପାଇଁ ଆହ୍ୱାନ ହୋଇଛି। ଏହାସହ ଦଳ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବେବି ସରକାର ପରିଚାଳନାରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଏସବୁକୁ କିପରି ଏଡ଼ାଯାଇପାରିବ ସେ ବିଶୟରେ ଏହି ବୈଠକରେ ଚର୍ଚ୍ଚା ହେବା ସମ୍ଭାବନା ରହିଛି। 

7. SJTA Files FIR against Non servitors on Chariot: ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଥାନାରେ ଦୁଇଜଣଙ୍କ ନାଁରେ ଏତଲା ଦାୟର କରାଯାଇଛି। ଏହି ଦୁଇଜଣ ଅଣ ସେବାୟତ ଏବଂ ରଥ ଉପରେ ରଥଯାତ୍ରାଦିନ ଉପସ୍ଥିତ ଥିବାର ଭିଡିଓ ରେକର୍ଡ ରହିଛି। ଭିଡିଓ ଏବଂ ଫଟୋକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରମାଣ ଭାବେ ଥାନାରେ ଦିଆଯାଇ କାର୍ଯ୍ୟାନୁଷତଠାନ ପାଇଁ ଅନୁରୋଧ କରାଯାଇଛି।

8. High court to accept Appeal both in Physical and e format: ଓଡ଼ିଶା ହାଇକୋର୍ଟ ଆବେଦନକୁ ଉଭୟ ପାରମ୍ପରିକ ଓ ଆଧୁନିକ ପ୍ରଣାଳୀରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‍ ପୂର୍ବ ଭଳି କାଗଜ ନଥି ଦେଇ ଆବେଦନ କରାଯିବା ସହ ଇ-ଫର୍ମାଟରେ ମଧ୍ୟ ଇଣ୍ଟରନେଟରେ ଆବେଦନ କରାଯାଇପାରିବ। 

9. BJD Demands Immediate Arrest of Governor’s Son: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ କାର୍ଯୃାନୁଷ୍ଠାନ ଦାବି କରିଛି ବିଜେଡି। ରଥଯାତ୍ରା ରାତିରେ ପୁରୀ ରାଜଭବନଠାରେ ଲଳିତ କୁମାର ସେଠାର କର୍ମଚାରୀ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ ମାରି ଆହତ କରିବା ଘଟଣାକୁ କେନ୍ଦ୍ର କରି ବିଜେଡି ସରକାରଘଙ୍କ ଉପରେ ଚାପ ପକାଇଛି। ବୈକୁଣ୍ଠ ଏନେଇ ଥାନାରେ ଅଭିଯୋଗ କରିବା ସହ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ରାଜ୍ୟ ସରକାର ବୈକୁଣ୍ଠଙ୍କୁ ବଦଳି କରିଛନ୍ତି। 

10. 4  Security personnel Killed in J&K:  ଜମ୍ମୁ କଶ୍ମୀର ଡୋଡା ଜିଲାର ଡୋସା ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳି ବିନିମୟରେ ଜଣେ ସେନା ଅଧିକାରୀଙ୍କ ସମେତ ୫ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥିମଧ୍ୟରୁ ଜଣେ ଅଧିକାରୀଙ୍କ ସମେତ ଚାରିଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଛି।