Top 10 News Today: ସିଂହଦ୍ୱାରରେ ୩ ରଥ, ଲକ୍ଷ୍ମୀନାରାୟଣ ଭେଟ ଏବଂ ଆଜି ଦିନର ୧୦ ବଡ଼ ଅପଡେଟ
Advertisement
Article Detail0/zeeodisha/odisha2337630

Top 10 News Today: ସିଂହଦ୍ୱାରରେ ୩ ରଥ, ଲକ୍ଷ୍ମୀନାରାୟଣ ଭେଟ ଏବଂ ଆଜି ଦିନର ୧୦ ବଡ଼ ଅପଡେଟ

ଚୁଟକୀରେ ପଢି ନିଅନ୍ତୁ ଦିନତମାମର ୧୦ ବଡ ଖବର

Top 10 News Today: ସିଂହଦ୍ୱାରରେ ୩ ରଥ, ଲକ୍ଷ୍ମୀନାରାୟଣ ଭେଟ ଏବଂ ଆଜି ଦିନର ୧୦ ବଡ଼ ଅପଡେଟ

H1. ଶେଷ ହେଲା ଲକ୍ଷ୍ମୀ-ନାରାୟଣ ଭେଟଘାଟ
ଆଜି ସିଂହଦ୍ୱାରରେ ୩ ରଥ ଲାଗିବା ପରେ ଆଜି ଲକ୍ଷ୍ମୀ ନାରାୟଣ ଭେଟଘାଟ ହୋଇଛି। ଆଜି ବାହୁଡ଼ା ଯାତ୍ରା ପରେ ସନ୍ଧ୍ୟାରେ ୩ ରଥ ସିଂହ ଦ୍ୱାରରେ ପହଞ୍ଚିଥିଲା। ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ପହଞ୍ଚିବା ପରେ ଆଜି ସନ୍ଧ୍ୟା ୮.୦୫ ମିନିଟ ସମୟରେ ଲକ୍ଷ୍ମୀ ନାରାୟଣଙ୍କ ଭେଟଘାଟ ହୋଇଥିଲେ। ତେବେ ଆସନ୍ତା କାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ। 

H2. ସିଂହଦ୍ୱାରରେ ଲାଗିଲା ତିନି ରଥ
ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ପହଞ୍ଚିଯାଇଛନ୍ତି। ସିଂହଦ୍ୱାରରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଜମିଛି। ବୁଧବାର ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ।

H3. କୁଟ୍ଟେ ଓ ରବିକାନ୍ତଙ୍କୁ ଗୃହ ବିଭାଗ ଓଏସ୍‍ଡି 
ଭୁବନେଶ୍ୱର: ଆଇପିଏସ୍‍ ଅଧିକାରୀଙ୍କୁ ଓଏସ୍‍ଡି ଭାବେ ନିଯୁକ୍ତି ଦେବାରେ ନବୀନ ସରକାରଙ୍କ ସହ ପ୍ରତିଯୋଗୀତା  କରିଛନ୍ତି ବର୍ତ୍ତମାନର ମୋହନ ମାଝି ସରକାର। ଏହାଦ୍ୱାରା ଏବେ ୫ ବରିଷ୍ଠ ଆଇପିଏସ୍‍ ବିନା କୌଣସି ନିର୍ଦ୍ଧାରିତ ଦାୟିତ୍ୱରେ ଗୃହ ବିଭାଗରେ ଓଏସ୍‍ଡି ଭାବେ ଦାୟିତ୍ୱ ତୁଲାଉଛନ୍ତି। ସମସ୍ତଙ୍କ ବିରୁଦ୍ଧରେ ପରୋକ୍ଷ ଅଭିଯୋଗ ହେଲା ଏମାନେ କାର୍ଯ୍ୟ କରୁଥିବା ସରକାରଙ୍କ ବୋଲ ମାନୁ ନାହାନ୍ତି। ଏହି ତାଲିକାରେ ସଦ୍ୟ ଭାବେ ସାମିଲ୍‍ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଅଧିକାରୀ ଡିଏସ୍‍ କୁଟ୍ଟେ ଏବଂ ଦିଲ୍ଲୀରେ ଅବସ୍ଥାପିତ ଥିବା ଓଡ଼ିଶା ଆବାସିକ କମିଶନର ରବି କାନ୍ତ। ପୂର୍ବରୁ ମୋହନ ମାଝି ସରକାର ଆଶୀଷ ସିଂହଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମାନ ପଦକ୍ଷେପ ନେଇଥିଲେ। ସେହିପରି ନବୀନ ସରକାର ମଧ୍ୟ ରିତୁ ଅରୋରା ଏବଂ ଏସ୍‍ଏମ୍‍ ନରଓ୍ୱାଣେଙ୍କୁ ଗୃହ ବିଭାଗର ଓଏସ୍‍ଡି ଦାୟିତ୍ୱ ଦେଇଥିଲେ। 

H4. ବିଶାଳ ଗଗନଙ୍କୁ ଦିଲ୍ଲୀ ଆବାସିକ କମିଶନ ଦାୟିତ୍ୱ
ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ଆଇଏଏସ୍‍ ଅଧିକାରୀ ବିଶାଳ ଗଗନଙ୍କୁ ଦିଲ୍ଲୀରା ଓଡ଼ିଶାର ଆବାସିକ କମିଶନର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହା ତାଙ୍କ ଅତିରିକ୍ତ ଦା୍ରିତ୍ୱ ରହିବ। ଏହା ପୂର୍ବରୁ ଏହି ପଦବୀରେ  କାର୍ଯ୍ୟ କରୁଥିବା ଆଇପିଏସ୍‍ ଅଧିକାରୀ ରବି କାନ୍ତଙ୍କୁ ସରକାର ଗୃହ ବିଭାଗର ସ୍ୱତନ୍ତଅ ଅଧିକାରୀ ଭାବେ ଦା ବଦଳି କରିଛନ୍ତି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୧୯୯୮ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ବିଶାଳଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି।

H5. ଭିତର ଭଣ୍ଡାର ଅବସ୍ଥା ଜରାଜୀର୍ଣ୍ଣ : ଜଷ୍ଟିସ୍ ରଥ
ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ଅବସ୍ଥା ଭଲ ନାହିଁ।  ଛାତରୁ ପାଣିଗଳିବା, କାନ୍ଥର ରକ୍ଷଣାବେକ୍ଷଣ ଆବଶ୍ୟକ ହେବ ଆଦି ଏଠାରେ ମରାମତି କାର୍ଯ୍ୟକୁ ତୁରନ୍ତ ଆବଶ୍ୟକ କରୁଛି। ଏପରିକ କିଛି ଅନୁଧ୍ୟାନ କରିଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ପୂର୍ବତନ ବିଚାରପତି ବିଶ୍ୱନାଥ ରଥ। ଗତକାଲି ଭିତର ଭଣ୍ଡାରର ତିନିଟି ତାଲା କାଟି ୧୧ ଜଣିଆ ବିଶେଷଜ୍ଞ ପ୍ୟାନେଲ ରବିବାର ଭିତର କକ୍ଷଭିତରକୁ ପ୍ରବେଶ କରିଥିଲେ। ଚେମ୍ବର ଭିତରେ  ଇସ୍ପାତ ଓ କାଠ ତିଆରି କିଛି ଆଲମିରା, କାଠ ତିଆରି ବାକ୍ସ ବା ସିନ୍ଦୁକ ଥିବା ଏହି ଟିମ୍ ଦେଖିଥିଲା। ଆମେ ଭିତର ରତ୍ନଭଣ୍ଡାର ଭିତରେ ଥିବା ସୀମିତ ସମୟ ମଧ୍ୟରେ, ଆମେ ଉଭୟ ଛାତ ଏବଂ ଚେମ୍ବରର ମହଲା ଯାଞ୍ଚ କରିଥିଲୁ ଏବଂ ତଳେ ଭଙ୍ଗା ପଥର ଦେଖିବାକୁ ପାଇଥିଲୁ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ଢାଞ୍ଚା ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି ଏବଂ ବ୍ୟାପକ ମରାମତିର ଆବଶ୍ୟକତା ରହିଛି । କିନ୍ତୁ ୧୯୮୫ ମସିହାପରଠାରୁ ଏହି ଭିତର ଚେମ୍ବର ଖୋଲାଯାଇ ନ ଥିବାରୁ କ୍ଷୟକ୍ଷତି ଏକ ସ୍ୱାଭାବିକ କଥା ବୋଲି ଜଷ୍ଟିସ୍ ରଥ କହିଛନ୍ତି।

H6. ବିଶ୍ୱର ପ୍ରଥମ କଳାବାଘ ସଫାରି, କେବେ?
ବିଶ୍ୱର ପ୍ରଥମ କଳା ବାଘ ସଫାରି ଓଡ଼ିଶାର ଶିମିଳିପାଳରେ ହେବ। ଏନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧୀକରଣ ଅନୁଧ୍ୟାନ କରିଥିଲେ ମଧ୍ୟ ଅନୁମୋଦନ ମିଳିପାରି ନାହିଁ। ଏ ଭିତରେ ପ୍ରାୟ ଏକ ମାସ ସମୟ ବିତିଥିବାରୁ ଏବେ ଆଶଙ୍କା ବି ସୃଷ୍ଟି ହୋଇଛି। ବର୍ଷା ପରେ ପର୍ଯ୍ୟଟନ ଋତୁ ଆସନ୍ନ ହୋଇଥିବାରୁ ବନ ବିଭାଗକୁ ପ୍ରସ୍ତୁତି ଲାଗି ଏହି ଅନୁମୋଦନର ଆବଶ୍ୟକତା ଯଥେଷ୍ଟ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ  ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‍ଟିସିଏ) ଓ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ବୈଷୟିକ କମିଟିକୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ଚୂଡ଼ାନ୍ତ ଅନୁମୋଦନ ପଠାଯାଇଛି।  ଉଭୟ ଏନ୍‍ଟିସିଏ ଓ ସିଜେଡ୍ଏ ସଦସ୍ୟଙ୍କୁ ନେଇ ଗଠିତ ବୈଷୟିକ କମିଟି ଜୁନ୍ ମାସରେ ବାରିପଦା ନିକଟରେ ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ ମଧ୍ୟ ଏଯାଏ କିଛି ସକାରାତ୍ମକ ଦିଗ ସାମ୍ନାକୁ ଆସି ନାହିଁ, ଏଣୁ ଏ ଦିଗରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଆବଶ୍ୟକ ବୋଲି କୁହାଯାଇଛି। 

H7. ଓଡ଼ିଆ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦିଆଯାଉ ନଥିବା ଅଭିଯୋଗ
ଗତ କିଛିଦିନ ହେଲା ଓଡ଼ିଆ ଯୁବ ଷ୍ଟାର୍ଟଅପ୍‍ ଉଦ୍ୟୋଗୀଙ୍କୁ  ‘ଷ୍ଟାର୍ଟ ଅପ୍‍ ଓଡ଼ିଶାରେ  ଅବହେଳା ପ୍ରଦାନ କରୁଥିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହିକ୍ରମରେ ଆଜି ଷ୍ଟାର୍ଟଅପ୍ ଓଡ଼ିଶା କର୍ତ୍ତୃପକ୍ଷଙ୍କ ଆର୍ଥିକ କ୍ଷମତା ଉପରେ କଟକଣା ଲଗାଇ ଯାଇଛି।  ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏ ସଂକ୍ରାନ୍ତରେ ରାଜ୍ୟ ସରକାର କିମ୍ବା ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା କୌଣସି ନିର୍ଦ୍ଦେଶନାମା/ସର୍କୁଲାର/ଗାଇଡଲାଇନ୍/ବିଜ୍ଞପ୍ତିକୁ ବିଚାରକୁ ନ ନେଇ ସରକାର ଷ୍ଟାର୍ଟଅପ୍ ଓଡ଼ିଶାକୁ ଆର୍ଥିକ କ୍ଷମତା ଅନୁସରଣ କରି ଏହାର ସୁଚାରୁରୂପେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

H8. ଜଗତସିଂହପୁରରେ ନକଲି ହିତାଧିକାରୀ: ୧୩ ଜଣ ଫେରାଇଲେ ୩ ମାସର ଦିବ୍ୟାଙ୍ଗ ଭତ୍ତା 
ଭତ୍ତା ପାଇବା ପାଇଁ ନକଲି ପ୍ରମାଣପତ୍ର ଦେଇଥିବା ଜଣାପଡ଼ିବା ପରେ ବାଲିକୁଦା ବ୍ଲକ ପ୍ରଶାସନକୁ ୧୩ ଜଣ ହିତାଧିକାରୀ ପାଇଥିବା ଭତ୍ତା ଫେରାଇ ଦେଇଛନ୍ତି। ଏହାସହ ସେମାନେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି।  ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବା ସନ୍ଦେହ କରି ଡାଟା ଏଣ୍ଟ୍ରି ଅପରେଟର କାର୍ତ୍ତିକ ବିଶ୍ୱାଳ ଓ ଇଚ୍ଛାପୁର ପଞ୍ଚାୟତର ବଦଳି ସହ କାର୍ଯ୍ୟନିର୍ବାହୀ ଅଧିକାରୀ ସହଦେବ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ବିଡିଓ ବିକାଶ କୁମାର ମହାନ୍ତି।

H9. ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ଖୋଲିବ କୁକୁର କାମୁଡ଼ା  ଚିକିତ୍ସା ପାଇଁ କ୍ଲିନିକ୍
ଆଗାମୀ ୬ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଡେଲ ଆଣ୍ଟି ରେବିଜ୍ କ୍ଲିନିକ୍ ବା କୁକୁର କାମୁଡ଼ା ଚିକିତ୍ସା କେନ୍ଦ୍ର ଖୋଲିବାକୁ ଯାଉଛନ୍ତି ରାଜ୍ୟ ସରକାର। ରେବିଜ୍‍ ବା କୁକୁର କାମୁଡ଼ା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ଚିନ୍ତାର ବିଷୟ ହୋଇଥିବାରୁ  ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି। କେନ୍ଦ୍ର ସରକାର ୨୦୩୦ ସୁଦ୍ଧା ଡଗ୍ ମିଡିଏଟେଡ୍ ରେବିସ୍ ଏଲିମିନେସନ୍ (ଏନ୍ଏପିଆରଇ) ପାଇଁ ନ୍ୟାସନାଲ୍ ଆକ୍ସନ୍ ପ୍ଲାନ୍ ଆରମ୍ଭ କରିଛନ୍ତି। ଏହିକ୍ରମରେ ଏପରି ପଦକ୍ଷେପ ବିଶେଷ ସହାୟକ ହେବ ବୋଲି ଆଶା କରାଯାଇଛି। 

H10. ବିମାନ ଶିଳ୍ପକୁ ବୁଷ୍ଟିଂ: ରକ୍ଷଣାବେକ୍ଷଣ, ମରାମତି ସାମଗ୍ରୀ ଲାଗି ୫% ଜିଏସ୍‍ଟି 
ବିମାନ ମରାମତି ଓ ରକ୍ଷଣା ବେକ୍ଷଣ ଶିଳ୍ପକୁ ପ୍ରେତ୍ସାହନ ଦେଇଛନ୍ତି  କେନ୍ଦ୍ର ସରକାର। ଆତ୍ମ ନିର୍ଭର ଭାରତ ଯୋଜନାକୁ ଆଉ ପେଦେ ଆଗକୁ ନେବା ପାଇଁ  ଏ କ୍ଷେତ୍ରରେ ସବୁ ପ୍ରକାର କାରବାର ପାଇଁ ୫% ପ୍ରତିଶତ ଜିଏସ୍‍ଟି ସୀମିତ କରାଯାଇଛି। ପୂର୍ବରୁ କିଛି  କାରବାର ପାଇଁ ୫ ପ୍ରତିଶତ ଜିଏସ୍‍ଟି ଲାଗୁଥିବାବେଳେ ଆଉ କିଛି କାରବାର ପାଇଁ ୧୨%, ୧୮% ଏପରିକି ୨୮% ଜିଏସ୍‍ଟି ଲାଗୁଥିଲା। ଭାରତର ଏହି ପଦକ୍ଷେପ ଦ୍ୱାରା ଏବେ ବିଶ୍ୱର ବିଭିନ୍ନ ବିମାନ ଏଠାରେ ରକ୍ଷଣାବେକ୍ଷଣ ପାଇଁ ଆଗକୁ ଆସିବେ ଏବଂ ଭାରତରେ ଏ କ୍ଷେତ୍ରକୁ ନିବେଶ ବଢ଼ିବ ବୋଲି ଆଶା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର।