Top 10 News Today: ଆସନ୍ତାକାଲି ସୁନାବେଶ, ୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ଅନ୍ୟ ଅପଡେଟ
Advertisement
Article Detail0/zeeodisha/odisha2339144

Top 10 News Today: ଆସନ୍ତାକାଲି ସୁନାବେଶ, ୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ଅନ୍ୟ ଅପଡେଟ

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଆସନ୍ତାକାଲି ସୁନାବେଶ, ୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ଅନ୍ୟ ଅପଡେଟ

H1. କାଲି ଶ୍ରୀଜିଉଙ୍କ ସୁନାବେଶ
ଆଡ଼ପ ମଣ୍ଡପରେ ଲୀଳା ଖେଳା ସାରି ଭାଇ ଭଉଣୀଙ୍କ ସହ ଏବେ ନୀଳକନ୍ଦର ମୁହାଁ ନୀଳାଚଳିଆ। ଆସନ୍ତାକାଲି ଆଷାଢ଼ ଶୁକ୍ଳ ଏକାଦଶୀରେ ବିଶ୍ୱନିୟନ୍ତାଙ୍କ ହେବ ସୁନାବେଶ। ମହଣ ମହଣ ଅଳଙ୍କାରରେ ବିଭୂଷିତ ହୋଇ ରଥ ଉପରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ଲାଗି ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଥିବାରୁ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଫୋକସ୍ କରିଛି ପୁଲିସ୍ ପ୍ରଶାସନ।

H2. ସୁନାବେଶ ପାଇଁ ସୁରକ୍ଷା କଡ଼ାକଡ଼ି
ସୁନାବେଶକୁ ଆଖି ଆଗରେ ରଖି ପୁରୀରେ ପୁଲିସ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି।  ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ମାର୍କେଟ ଛକରୁ ବ୍ୟାରିକେଡ୍‍ ବ୍ୟବସ୍ଥା ହୋଇଛି। ଏକ ନିର୍ଦ୍ଦିଷ୍ଟ ଧାଡ଼ିରେ ଭକ୍ତଙ୍କୁ ରଥ ପାଖକୁ ଛାଡ଼ିବା ବ୍ୟବସ୍ଥା ହୋଇଛି। କୌଣସି ସ୍ଥାନରେ ଧାଡ଼ି ବାହାରର ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ରହିବ ନାହିଁ। ପ୍ରତି ସମ୍ବୋଦନଶୀଳ ଅଞ୍ଚଳରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମୁତ୍ତୟନ କରାଯିବା ସହ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ ଲାଗି ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୧୯୦ ପ୍ଲାଟୁନ ପୁଲିସ ବଳ ଏହି କାର୍ଯ୍ୟରେ ମୁତ୍ତୟନ ହେବେ ବୋଲି ଜଣାଇଛନ୍ତି ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର। 

H3. ନୀଳାଦ୍ରି ବିଜେ ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ସ୍ଥାନାନ୍ତରଣ ପର୍ବ
ନୀଳାଦ୍ରି ବିଜେ ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାରୁ ରତ୍ନ ସ୍ଥାନାନ୍ତରଣ ପର୍ବ। ଏଥିଲାଗି ଆସନ୍ତା ୧୮ ତାରିଖ ଦିନ ଭିତର ରତ୍ନ ଭଣ୍ଡାରକୁ ଖୋଲି ରତ୍ନ ଓ ଅଳଙ୍କାର ସ୍ଥାନାନ୍ତରଣ ଲାଗି ନିଷ୍ପତ୍ତି ନେଇଛନ୍ତି ଉଚ୍ଚକ୍ଷମତାପନ୍ନ କମିଟି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କହିବା ଅନୁସାରେ ସକାଳ ୯ଟା ୫୨ ମିନିଟ ସମୟରେ ନିର୍ଦ୍ଧାରିତ କମିଟି ସଦସ୍ୟ, ବିଶେଷଜ୍ଞ ଓ ନିର୍ଦ୍ଧାରିତ କମିଟି ସେବାୟତଙ୍କ ସହ କର୍ତ୍ତବ୍ୟରତ ସେବାୟତଙ୍କୁ  ଶ୍ରୀମନ୍ଦିର ପ୍ରବେଶ ଲାଗି ଅନୁମତି ମିଳିବ। ସାଧାରଣ ଭକ୍ତଙ୍କ ଲାଗି ସକାଳ ୮ଟାରୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିବ। ରତ୍ନ ଓ ଅଳଙ୍କାରକୁ ରତ୍ନ ଭଣ୍ଡାରରୁ ଅସ୍ଥାୟୀ ରତ୍ନ ଭଣ୍ଡାରରେ ଥିବା ସିନ୍ଦୁକକୁ ସ୍ଥାନାନ୍ତର କରାଯିବ। ରତ୍ନ ଭଣ୍ଡାର ମରାମତି ସରିଲେ ପୁଣିଥରେ ଏହି ରତ୍ନ ଓ ଅଳଙ୍କାରକୁ ପୂର୍ବ ସ୍ଥାନକୁ ନିଆଯିବ ବୋଲି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। 

H4. ଆସୁଛି ବଡ଼ ବର୍ଷା 
ଙ୍ଗୋପସାଗରରେ ସୃଷ୍ଟି ହେବ ୨ଟି ଲଘୁଚାପ । ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିଛି। ଏହା ସହ ପଛକୁ ପଛ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ସାରା ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ।

H5. ୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ
ଜୁଲାଇ ୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ବୋର୍ଡ ୱେବସାଇଟ୍‌ରେ ଆଡ୍‌ମିଟ୍ କାର୍ଡ ଉପଲବ୍ଧ କରାଯାଇଛି। ଆଜି ମାଧ୍ୟମକି ଶିକ୍ଷା ପରିଷଦ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ www.bseodisha.ac.inକୁ ଯାଇ ସେମାନଙ୍କ ଆଡ୍‌ମିଟ୍ କାର୍ଟ ଡାଉନ୍‌ଲୋଡ୍ କରିପାରିବେ। ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (SOSC) ଦେବାକୁ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରୁ ସେମାନଙ୍କ ଆଡ୍‌ମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

H6. IAS ଅଧିକାରୀ ପୂଜା ଖେଡକରଙ୍କ ଟ୍ରେନିଂ ସ୍ଥଗିତ 
ଆଗକୁ ଟ୍ରେନିଂ ନେଇ ପାରିବେନି ପୂଜା ଖେଡକର ! ବିବାଦ ମଧ୍ୟରେ ପ୍ରୋବେସନାରୀ IAS ଅଧିକାରୀ ପୂଜା ଖେଡକରଙ୍କ ଟ୍ରେନିଂକୁ ସ୍ଥଗିତ ରଖାଯାଇଛି। ପ୍ରଶାସନିକ ସେବା ପରୀକ୍ଷାରେ ସାର୍ଟିଫିକେଟ ଜାଲିଆତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତାଙ୍କ ପ୍ରଶିକ୍ଷଣକୁ ସ୍ଥଗିତ କରି ଦିଆଯାଇଛି। ନିକଟରେ ଭିଆଇପି ଷ୍ଟାଟସ୍ ମାଗିବା ସହ ପଦବୀର ଦୂରୁପୋଯୋଗ ଅଭିଯୋଗରେ ଖେଡକରଙ୍କୁ ବଦଳି କରା ଯାଇଥିଲା। ଏହାପରେ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ ଆସିଥିଲା। ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ UPSC ପରୀକ୍ଷାରେ ପାସ୍ କରିଥିବା ଅଭିଯୋଗ ପରେ ବିବାଦ ଆହୁରି ତୀବ୍ର ହୋଇଥିଲା।

H7. ଜିଲ୍ଲାପାଳଙ୍କ ନାଁରେ ମାମଲା ରୁଜୁ କଲେ ପୂଜା
ବିବାଦରେ ଥିବା ଟ୍ରେନ ଆଇଏଏସ୍‌ ପୂଜା ଖେଡକରଙ୍କ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ଆଜି ସେ ପୁଣେ ଜିଲ୍ଲାପାଳ ସୁଭାଷ ଡିୱାସେଙ୍କ ନାଁରେ ଓଲଟା ନିର୍ଯାତନା ମାମଲା କରିଛନ୍ତି। ଡିୱାସେ ହିଁ ପୂଜାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ ଆଣିଥିଲେ। ସେ ଏକଥା ମହାରାଷ୍ଟ୍ର ସରକାରଙ୍କୁ ଅବଗତ କରାଇବା ପରେ ପୂଜାଙ୍କ ବଦଳି ପୁଣେରୁ ୱାସିମକୁ ହୋଇଥିଲା। ୱାସିମରେ ତାଙ୍କୁ ଅତରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବାକୁ କୁହାଯାଇଥିଲା।

H8. ୨୧ ତାରିଖରେ ସର୍ବଦଳୀୟ ବୈଠକ ଡାକିଲେ ସରକାର
ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ଏଥିପାଇଁ ୨୧ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର। ମୌସୁମୀ ଅଧିବେଶରେ କିପରି ସୁରୁଖୁରୁରେ ଗୃହକାର୍ଯ୍ୟ ହେବ ସେ ନେଇ ସରକାର ଏହି ବୈଠକ ଡାକିଛନ୍ତି। ଏନେଇ କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ କିରଣ ରିଜିଜୁ ସମସ୍ତ ରାଜନୈତିକ ଦଳକୁ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତି ୨୧ ତାରିଖ ଦିନ ୧୧ଟା ବେଳକୁ ଏହି ବୈଠକ ହେବ ବୋଲି ଶ୍ରୀ ରିଜିଜୁ ସୂଚନା ପ୍ରଦାନ କରିଛନ୍ତି। ସଂସଦ ଭବନର ସମିତି କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। 

H9. ଆତଙ୍କୀ ଗୁଳିରେ ୯ ଯବାନ ସହିଦ
ଜାମ୍ମୁର ଡୋଡାଠାରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ଏହି ଏନକାଉଣ୍ଟରରେ ଭାରତୀୟ ଯବାନଙ୍କର ଜଣେ କ୍ୟାପଟେନଙ୍କ ସହିତ ମୋଟ ୯ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି। ୧୫ ଓ ୧୬ ଜୁଲାଇ ରାତିରେ ଘଟିଥିବା ଏନକାଉଣ୍ଟରରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ପାଞ୍ଚଜଣ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଅଧିକାରୀମାନେ କହିଛନ୍ତି କି ରାଷ୍ଟ୍ରୀୟ ରାଇଫଲ ଓ ପୋଲିସର ସ୍ପେଶାଲ ଅପରେସନ ଗୃପର ଯବାନ ମାନେ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟରେ ଉରାରବାଦୀରେ ଘେରାବନ୍ଦି କରିବା ସହିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। 

H10. ଟି-୨୦ରେ ପାଣ୍ଡ୍ୟା କ୍ୟାପ୍ଟେନ୍‌
ଜୁଲାଇ ୨୭ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଭାରତ କମାଣ ଷ୍ଟାର ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳିବେ ବୋଲି ନିଶ୍ଚିତ ହୋଇଛି। କିନ୍ତୁ ଟି-୨୦ ବିଶ୍ୱକପର ହିରୋ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜରେ ନଜର ଆସିବେ ନାହିଁ। ସେ ଅଗଷ୍ଟ ମାସରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ରେ ବ୍ୟକ୍ତିଗତ କାରଣ ପାଇଁ ଅନୁପସ୍ଥିତ ରହିବେ ବୋଲି ଜଣାପଡ଼ିଛି।