Bihar: ଅଦାଲତରେ ହାଜର ହେଲା ଦୋମୁହାଁ ସାପ, ଜାଣନ୍ତୁ କାରଣ...
Advertisement
Article Detail0/zeeodisha/odisha1393654

Bihar: ଅଦାଲତରେ ହାଜର ହେଲା ଦୋମୁହାଁ ସାପ, ଜାଣନ୍ତୁ କାରଣ...

Bihar Begusarai News:  ଜିଲ୍ଲା ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କୋର୍ଟରେ ହାଜର ହୋଇଛି ଏକ ସାପ। ବିହାର ବେଗୁସରାୟ ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। 

Bihar: ଅଦାଲତରେ ହାଜର ହେଲା ଦୋମୁହାଁ ସାପ, ଜାଣନ୍ତୁ କାରଣ...

Snake Produced at Court: ସଦ୍ୟ ବିହାର ବେଗୁସରାୟ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ଯାହାକୁ ଆପଣ ଶୁଣିଲେ ସହଜେ ବିଶ୍ୱାସ କରିବେ ନାହିଁ। ବୁଧବାର ଜିଲ୍ଲାର ଏକ ଅଦାଲତରେ ଗୋଟିଏ ଦୋମୁହାଁ ସାପକୁ ହାଜର କରାଯାଇଛି। 

ଏହି ସାପ ଅତିରିକ୍ତ ଜିଲ୍ଲା ତଥା ସେସନ୍ସ ଜଜ୍ ସତୀଶ କୁମାର ଝାଙ୍କ ଅଦାଲତରେ ହାଜର ହୋଇଛି। ସେସନ କୋର୍ଟ ଜଜ୍ ଙ୍କ ନିର୍ଦ୍ଦେଶକ୍ରମେ  ଅଦାଲତରେ ଉପସ୍ଥିତ ଥିବା ବନ ବିଭାଗର ଅଧିକାରୀ ସୁରକ୍ଷିତ ରକ୍ଷଣାବେକ୍ଷଣ ପାଇଁ ସାପକୁ ସାଙ୍ଗରେ ନେଇ ଯାଇଥିଲେ।

ଜଜ୍ ଅଦାଲତ ଦର୍ଶକ ଗ୍ୟାଲେରୀରେ ବସିଥିବା ଲୋକଙ୍କୁ କହିଥିଲେ ଯେ, ବରୌନୀ ବ୍ଲକର ନେଗା ଗ୍ରାମରେ ସ୍ବେଚ୍ଛାସେବୀ ମୁକେନ୍ଦ୍ର ପାସୱାନ୍ ନାମକ ସ୍ୱେଚ୍ଛାସେବୀ ଜଣେ ଗ୍ରାମବାସୀଙ୍କୁ ଦୁଇ ମୁହାଁ ସାପ ଧରିଥିବାର ଦେଖିଥିଲେ। ଯାହା ବିଷୟରେ ମୁଁ ଜାଣିବାକୁ ପାଇଥିଲି। ଏହିସାପ ଏକ ବିରଳ ପ୍ରଜାତି ହୋଇଥିବାରୁ ମୁଁ ସ୍ୱେଚ୍ଛାସେବୀଙ୍କୁ ଏହାର ସୁରକ୍ଷା ପାଇଁ ଅଦାଲତକୁ ଆଣିବାକୁ କହିଥିଲି।

ସ୍ୱେଚ୍ଛାସେବୀ ଏହି ସାପକୁ ଏକ ବଡ ବାକ୍ସରେ ରଖି ବିଚାରପତିଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏହା ପରେ ଜଜ ତୁରନ୍ତ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଅଦାଲତରେ ପହଞ୍ଚିଥିବା ବନ ବିଭାଗର ଅଧିକାରୀ ସାପର ସୁରକ୍ଷିତ ରକ୍ଷଣାବେକ୍ଷଣ ପାଇଁ ବିଚାରପତିଙ୍କ ନିର୍ଦ୍ଦେଶରେ ସାପକୁ ସାଙ୍ଗରେ ନେଇ ଯାଇଥିଲେ।

Also Read: Indian Railway: ସାପ ପାଇଁ ଅଟକିଲା ଟ୍ରେନ, ଲୋକ ପାଇଲଟ ନେଲେ ଏହି ନିଷ୍ପତ୍ତି

ଦୋମୁହାଁ ସାପ ମିଳିବା ଘଟଣାରେ ପ୍ରତିକ୍ରିୟା ରଖିଛି ବନ ବିଭାଗ। ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି ବିଦେଶରେ ଏଭଳି ସାପ ପାଇଁ ବହୁତ ଚାହିଦା ରହିଛି। ବିଶେଷକରି ଚୀନ ଭଳି ଦେଶରେ ଏହି ସାପର ମାଂସ ଯୌନ ଶକ୍ତିକୁ ବଢାଇଥାଏ ବୋଲି ବିଶ୍ୱାସ କରାଯାଏ।ଏହି ସାପଟି ଶାନ୍ତ ପ୍ରକୃତିର ଯିଏ କୀଟପତଙ୍ଗ କିମ୍ବା ମୂଷା ଶିକାର କରିଥାଏ। ଏହାର ସବୁଠୁ ବଡ ବୈଶିଷ୍ଟ୍ୟ ହେଉଛି ଯେ କୌଣସି ବିପଦ ସମୟରେ ଏହା ଲାଞ୍ଜକୁ ପାଟି ଆଡକୁ ଉଠାଇ ଦେଇଥାଏ। ଯେଉଁ କାରଣରୁ ଲୋକେ ଏହାକୁ ଦୋ ମୁହାଁ ସାପ ବୋଲି କହିଥାନ୍ତି।

Also  Read: ଚାରି ବର୍ଷର ପିଲାକୁ କାମୁଡ଼ି ପ୍ରାଣ ହରାଇଲା ବିଷଧର ନାଗ ସାପ

ପୂର୍ବରୁ ସାପକୁ ନେଇ ବିହାର ନାଳନ୍ଦା ଜିଲ୍ଲାରେ ସୃଷ୍ଟି ହୋଇଥିଲା ଚାଞ୍ଚଲ୍ୟ। ଯେଉଁଠି ଜଣେ ସାପ କାମୁଡିବା ପରେ ଜଣେ ବ୍ୟକ୍ତି ସାପକୁ ନେଇ ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ। ନାଳନ୍ଦା ଜିଲ୍ଲା ମୁଖ୍ୟାଳୟ ବିହାରଶରୀଫ ଅଞ୍ଚଳରେ ଘଟିଯାଇଥିଲା ଏଭଳି ଘଟଣା। ସାପ କାମୁଡ଼ିବା ପରେ ଜଣେ ବ୍ୟକ୍ତି ଚିକିତ୍ସା ପାଇଁ ତତ୍କାଳ ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଏହି ବ୍ୟକ୍ତି ଜଣଙ୍କ ନିଜ ସହ ଆଣିଥିବା ସାପକୁ ଡାକ୍ତରଙ୍କ ସାମ୍ନାରେ ରଖି ଦେଇଥିଲେ। ଯାହାଫଳରେ ସେ ଜାଣିପାରିବେ ଯେ ତାଙ୍କୁ କେଉଁ ପ୍ରକାର ସାପ କାମୁଡ଼ିଛି। ସାପକୁ ଦେଖି କିଛି ଡାକ୍ତର ଏବଂ ବିଶେଷଜ୍ଞ ଏହାର ବିଷର ତୀବ୍ରତା ଅନୁମାନ କରି ପାରିଥାନ୍ତି। ଏହି ବ୍ୟକ୍ତି ଜଣଙ୍କ ଅନୁଭବ କଲେ ଯେ ଯଦି ଡାକ୍ତର ସେହି ସାପକୁ ଦେଖନ୍ତି ତାହେଲେ ତାଙ୍କର ଚିକିତ୍ସା କରିବା ଚିକିତ୍ସକଙ୍କ ପାଇଁ ସହଜ ହୋଇପାରିବ।