Shreyas Talpade: ଅକ୍ଷୟ କୁମାରଙ୍କ ସହ ସୁଟିଂ ବେଳେ ଶ୍ରେୟସଙ୍କୁ ହାର୍ଟଆଟାକ୍
Advertisement
Article Detail0/zeeodisha/odisha2011446

Shreyas Talpade: ଅକ୍ଷୟ କୁମାରଙ୍କ ସହ ସୁଟିଂ ବେଳେ ଶ୍ରେୟସଙ୍କୁ ହାର୍ଟଆଟାକ୍

Shreyas Talpade: ଘରକୁ ଯାଇ ପତ୍ନୀଙ୍କୁ କହିଥିଲେ ଯେ ତାଙ୍କ ଅବସ୍ଥା ଭଲ ନାହିଁ। ପତ୍ନୀ ଦୀପ୍ତି ତାଲପଡେ ଶୀଘ୍ର ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ଏହା ପୂର୍ବରୁ ଅଭିନେତା ଚେତାଶୂନ୍ୟ ହୋଇପଡିଥିଲେ। ବିଳମ୍ବିତ ରାତିରେ ତାଙ୍କୁ ଅଣାଯାଇଥିବା କଥା ଡାକ୍ତରଖାନା ନିଶ୍ଚିତ କରିଛି। 

 

Shreyas Talpade: ଅକ୍ଷୟ କୁମାରଙ୍କ ସହ ସୁଟିଂ ବେଳେ ଶ୍ରେୟସଙ୍କୁ ହାର୍ଟଆଟାକ୍

Shreyas Talpade: ବଲିଉଡ ଆକ୍ଟର ଶ୍ରେୟସ ତଲପଡେଙ୍କୁ ହୃଦଘାତ । ଶ୍ରେୟସଙ୍କୁ ବର୍ତ୍ତମାନ ମାତ୍ର ୪୭ ବର୍ଷ । ଆକ୍ଟର ଅକ୍ଷୟ କୁମାରଙ୍କ ସହ 'ୱେଲକମ ଟୁ ଦ ଜଙ୍ଗଲ' ଫିଲ୍ମର ସୁଟିଂ ସମୟରେ ତାଙ୍କୁ ହୃଦଘାତ ହୋଇଥିବା ଜଣାପଡ଼ିଛି।  ସୁଟିଂ ଶେଷ କରିବା ପରେ ସଙ୍ଗେ ସଙ୍ଗେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ଶ୍ରେୟସଙ୍କୁ (Shreyas Talpade Heartattack) ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ସେ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ହସ୍ପିଟାଲ ପକ୍ଷରୁ ଅପଡେଟ୍ ହୋଇଛି ଯେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି। ନିକଟରେ ଅକ୍ଷୟ କୁମାର ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଠାରେ ଶ୍ରେୟସ୍ ଅପରାହ୍ନରେ ତାଙ୍କ ସହିତ ୱେଲକମ୍ ଟୁ ଜଙ୍ଗଲ ଫିଲ୍ମର ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା। 

ଷ୍ଟଣ୍ଟ ପ୍ରଦର୍ଶନ କରୁଥିବାବେଳେ ଶ୍ରେୟସ୍ ଅକ୍ଷୟଙ୍କ(Shreyas Talpade) ପଛରେ ସିଡ଼ିରେ ଠିଆ ହୋଇଥିଲେ । ଭିଡିଓରେ ଅଭିନେତାମାନେ ମଜା କରୁଥିବାର ମଧ୍ୟ ସ୍ପଷ୍ଟ ଦେଖାଯାଉଥିଲା । କିନ୍ତୁ ଏହିପରି କିଛି ଘଟିବ ବୋଲି କାହାରି ଧାରଣା ନଥିଲା। କୁହାଯାଉଛି ଯେ ସୁଟିଂ ଶେଷ ହେବା ପରେ ଶ୍ରେୟସ୍ ଚେତାଶୂନ୍ୟ ହୋଇଯାଇଥିଲେ। ଯେତେବେଳେ ଅଭିନେତାଙ୍କୁ ମୁମ୍ବାଇର ଅନ୍ଧେରି ୱେଷ୍ଟର  Bellevue  ହସ୍ପିଟାଲକୁ ନିଆଯାଇଥିଲା, ସେତେବେଳେ ତାଙ୍କୁ ହୃଦଘାତ ହୋଇଥିବା ଜଣାପଡିଛି।

ଡାକ୍ତରଖାନା ପକ୍ଷରୁ ଏହା ନିଶ୍ଚିତ କରାଯାଇଛି ଯେ ଆଜି ତାଙ୍କ ଆଞ୍ଜିଓପ୍ଲାଷ୍ଟି(Angioplasty Treatment) ପ୍ରାୟ ରାତି ୧୦ଟାରେ କରାଯାଇଛି। ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଅଭିନେତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି। ସେ ସୁସ୍ଥ ଅଛନ୍ତି। ଏକ ଖବର ସରବରାହ ସଂସ୍ଥାର କହିବାକଥା,ଯେ ଶ୍ରେୟସ୍ ଦିନସାରା ସୁଟିଂ କରୁଥିଲେ ଏବଂ ସମ୍ପୂର୍ଣ୍ଣ ଭଲ ଓ ସୁସ୍ଥ ଥିଲେ। ସେଟରେ ଥିବା ସମସ୍ତଙ୍କ ସହ ସେ ମଜା କରୁଥିଲେ। ସେ ତାଙ୍କ ସଟ୍ ଦେଇଥିଲେ, ଯେଉଁଥିରେ ଟିକିଏ ଆକ୍ସନ୍ ସିନ୍ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । ସେଟ୍ ରେ ଚେତାଶୂନ୍ୟ ହେବା ପରେ ପତ୍ନୀଙ୍କୁ ଖବର ଦିଆଯାଇଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।  ବିଳମ୍ବିତ ରାତିରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିବା କଥା ଡାକ୍ତରଖାନା ପକ୍ଷରୁ ଜାରି ବୁଲେଟିନ୍ ନିଶ୍ଚିତ କରିଛି। ବର୍ତ୍ତମାନ ଶ୍ରେୟସ  ଡାକ୍ତରଖାନାରେ ଆଡମିଟ୍ ହୋଇ ଚିକିତ୍ସିତ ହେଉଛନ୍ତି। 

ଶ୍ରେୟସ୍ ଅନେକ ବଡ଼ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତ। ସେ ମରାଠୀ ସିନେମାରେ ମଧ୍ୟ ଜଣାଶୁଣା ନାମ । ସେ ଇକବାଲ୍, ଓମ୍ ଶାନ୍ତି ଓମ୍, ଗୋଲମାଲ୍ ରିଟର୍ଣ୍ଣସ, ହାଉସ୍ଫୁଲ୍ ୨ ଭଳି ଅନେକ ହିଟ୍ ଫିଲ୍ମ କରିଛନ୍ତି ଶ୍ରେୟସ ତଲପଡେ । ଖୁବ ଶୀଘ୍ର କଙ୍ଗନା ରଣାୱତଙ୍କ ସହିତ ଏମର୍ଜେନ୍ସି ଫିଲ୍ମରେ ନଜର ଆସିବେ ଅଭିନେତା ତଲପଡେ । ଫିଲ୍ମ 'ୱେଲକମ ଟୁ ଦ ଜଙ୍ଗଲ' (Welcome To The Jungle) ବିଷୟରେ କହିବାକୁ ଗଲେ ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ । ଏଥିରେ ଅକ୍ଷୟ କୁମାର, ଶ୍ରେୟସ ତଲପଡେ, ରବିନା ଟଣ୍ଡନ, ଦିଶା ପଟାନୀ, ଜ୍ୟାକଲିନ ଫର୍ଣ୍ଣାଡିଜ, ଲାରା ଦତ୍ତା, ସୁନୀଲ ସେଟ୍ଟୀ, ସଞ୍ଜୟ ଦତ୍ତ, ପରେଶ ରାୱଲ, ଅର୍ଶଦ ୱାର୍ସି, ତୁଷାର କପୁର, ରାଜପାଲ ୟାଦବ, ଜନି ଲିଭର, କିକ୍କୁ ଶାରଦା ନଜର ଆସିବେ। ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ।

Also Read: Tripti Dimri: ରଣବୀରଙ୍କ ସହ ଇଣ୍ଟିମେଟ୍ ସିନ୍ ପରେ ମୁହଁ ଖୋଲିଲେ ତ୍ରିପ୍ତି, କେମିତି ହୋଇଥିଲା ସୁଟିଂ?