Bridge Collapse: ଅମରନାଥ ଯାତ୍ରା ବେସ୍ କ୍ୟାମ୍ପ ନିକଟରେ ଭୁଶୁଡିଲା ବ୍ରିଜ୍
Advertisement
Article Detail0/zeeodisha/odisha2301119

Bridge Collapse: ଅମରନାଥ ଯାତ୍ରା ବେସ୍ କ୍ୟାମ୍ପ ନିକଟରେ ଭୁଶୁଡିଲା ବ୍ରିଜ୍

ବର୍ତ୍ତମାନ ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି । କେଉଁ ଭଳି ସ୍ଥିତିରେ ଏପରି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Bridge Collapse: ଅମରନାଥ ଯାତ୍ରା ବେସ୍ କ୍ୟାମ୍ପ ନିକଟରେ ଭୁଶୁଡିଲା ବ୍ରିଜ୍

Amarnath Yatra: ଜାମ୍ମୁ କାଶ୍ମୀରର ସରବାଲ ପାହଳଗାମର ଅମରନାଥ ଯାତ୍ରା ବେସ୍ କ୍ୟାମ୍ପ ନିକଟରେ ଏକ ବ୍ରିଜ ଭୁଶୁଡି ପଡିଛି। ତେବେ କୌଣସି ମୃତାହତଙ୍କ ଖବର ଆସିନାହିଁ । ବ୍ରିଜରେ ଦୁଇଟି ଯାନ ଅଟକି ରହିଛି । ବର୍ତ୍ତମାନ ଉକ୍ତ ଗାଡି ଗୁଡିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।

ବର୍ତ୍ତମାନ ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି । କେଉଁ ଭଳି ସ୍ଥିତିରେ ଏପରି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ବ୍ରିଜରେ ଅମରନାଥଯାତ୍ରୀ ମାନେ ମଧ୍ୟ ଯିବା ଆସିବା କରିଥାନ୍ତି । ତେବେ ଦୁର୍ଘଟଣା ପରେ ବର୍ତ୍ତମାନ ଉକ୍ତ ରାସ୍ତାରେ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଛି ।

ସୂଚନାଯୋଗ୍ୟ, ବାବା ଅମରନାଥଙ୍କ ଭକ୍ତମାନେ ପ୍ରତିବର୍ଷ ଅମରନାଥ ଯାତ୍ରା ଆରମ୍ଭ ତାରିଖକୁ ଅପେକ୍ଷା କରିଥାନ୍ତି। ଭକ୍ତମାନେ ବାବା ବାରଫାନୀଙ୍କ ଦର୍ଶନ ପାଇବାକୁ ପ୍ରାୟ ଗୋଟିଏ ବର୍ଷ ଅପେକ୍ଷା କରନ୍ତି । ଚଳିତ ବର୍ଷ ଅମରନାଥ ଯାତ୍ରା ୨୯ ଜୁନ୍ ରୁ ଆରମ୍ଭ ହୋଇଛି । ଏଥିସହ ଚଳିତ ବର୍ଷ ଏହି ଯାତ୍ରା ପ୍ରାୟ ୫୨ ଦିନ ଚାଲିବ ବୋଲି ଜଣାପଡିଛି । ଗତ ବର୍ଷ ଅମରନାଥ ଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହୋଇ ୬୦ ଦିନ ପର୍ଯ୍ୟନ୍ତ ଚାଲିଥିଲା । ପରିଚାଳନା କମିଟି ପକ୍ଷରୁ ଚଳିତ ବର୍ଷର ଯାତ୍ରା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ପ୍ରଥମ ଥର ପାଇଁ ଅମରନାଥ ଯାତ୍ରାର ଉଭୟ ମାର୍ଗରେ ଭକ୍ତମାନଙ୍କୁ 5G ନେଟୱାର୍କ ସୁବିଧା ଉପଲବ୍ଧ କରାଯାଇଛି । ଏହି ମାର୍ଗରେ ପ୍ରାୟ ୧୦ଟି ମୋବାଇଲ୍ ନେଟୱାର୍କ ସ୍ଥାପନ କରାଯିବା ସହ ୨୪ ଘଣ୍ଟା ବିଦ୍ୟୁତ୍ ସେବାର ବିଶେଷ ବ୍ୟବସ୍ଥା କରାଯାଇଛି।

Also Read- ଘାଟିରେ ବ୍ରେକ୍‌ ଫେଲ୍‌ କାରଣରୁ ହାଇୱା ସହ ବସ୍‌ ଦୁର୍ଘଟଣା

Also Read- Crime News: ଗଜପତିରୁ ୯ କ୍ଵିଣ୍ଟାଲ ଗଞ୍ଜେଇ ଜବତ