Btech Panipuri Wali: କଥାର ଅଛି ଦୃଢ ମନୋବଳ ଥିଲେ ସବୁ କିଛି ସମ୍ଭବ । ଯାହାକୁ କଥାରେ ନୁହେଁ କାମରେ କରି ଦେଖାଇଛନ୍ତି ଜଣେ ବିଟେକ୍ ଛାତ୍ରୀ । ଆପଣ ପୂର୍ବରୁ ଏମବିଏ ଚାଏଓ୍ବାଲା, ଗ୍ରାଜୁଏଟ ଚାଏଓ୍ବାଲି କଥା ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ବିଟେକ ଛାତ୍ରୀଙ୍କ(Btech Panipuri Wali) ଆତ୍ମନିର୍ଭରଶୀଳର କାହାଣୀ କହିବୁ । ଏହି କଥା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।
Trending Photos
Btech Panipuri Wali: କଥାର ଅଛି ଦୃଢ ମନୋବଳ ଥିଲେ ସବୁ କିଛି ସମ୍ଭବ । ଯାହାକୁ କଥାରେ ନୁହେଁ କାମରେ କରି ଦେଖାଇଛନ୍ତି ଜଣେ ବିଟେକ୍ ଛାତ୍ରୀ । ଆପଣ ପୂର୍ବରୁ ଏମବିଏ ଚାଏଓ୍ବାଲା, ଗ୍ରାଜୁଏଟ ଚାଏଓ୍ବାଲି କଥା ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ବିଟେକ ଛାତ୍ରୀଙ୍କ(Btech Panipuri Wali) ଆତ୍ମନିର୍ଭରଶୀଳର କାହାଣୀ କହିବୁ । ଏହି କଥା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ । ନାଁ ତାପସୀ ଉପାଧ୍ୟୟ । ବୟସ ୨୧ । ବିଟେକ୍ ପରେ ଚାକିରୀ ନ ପାଇଁ ନିରାଶ ହୋଇ ନଥିଲେ ସେ ବରଂ ନିଜ କାହା ଉପରେ ବୋଝ ନ ସାଜି ନିଜ ପାଇଁ ରୋଜଗାରର ବାଟ ତିଆରି କରିଥିଲେ ତାପସୀ।
ଦିଲ୍ଲୀର ତାପସୀ ଉପାଧ୍ୟାୟ, ବୁଲି ବୁଲି ଗୁପଚୁପ୍ ବେପାର କରନ୍ତି । ସେ ନିଜର ଏକ ବୁଲେଟ ଧରି ପଛରେ ଗୁପଚୁପ ଷ୍ଟଲରୁ ବୋହି ଏଠାରୁ ସେଠାକୁ ଯାଇ ବେପାର କରନ୍ତି । ଏପରିକି ସେ ରାସ୍ତା କଡରେ ଠିଆ ହୋଇ ବେପାର ମଧ୍ୟ କରନ୍ତି । ତେବେ, ସେ ବହୁତ ହାଇଜେନିକରେ ଗୁପଚୁପ ଲୋକଙ୍କୁ ଖାଇବାକୁ ଦେଉଥିବାରୁ ପ୍ରତିଦିନ ଲୋକଙ୍କ ଭିଡ ତାଙ୍କ ଷ୍ଟଲ ପାଖରେ ବଢେ । ବିଟେକ ଛାତ୍ରୀଙ୍କ ଗୁପଚୁପ (Btech Panipuri Wali)ଖାଇବାକୁ ଲୋକଙ୍କ ଲମ୍ବା ଲାଇନ୍ ତାଙ୍କ ଲାଗେ। ତେବେ, ବିଟେକ୍ ପାନିପୁରୀଓ୍ବାଲି ଭିଡିଓଟି ଇନଷ୍ଟାଗ୍ରାମରେ ଆର ୟୁ ହଙ୍ଗରି୦୦୭ (are_you_hungry007 )ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ,ବି-ଟେକ୍ ଛାତ୍ରୀ କିଭଳି ହାଇଜେନିକ୍ ଭାବରେ(healty golgappe ) ନିଜ ଗ୍ରାହକଙ୍କୁ ଗୁପଚୁପ ପରସୁଛନ୍ତି ।
Also Read : Shocking News: ନିଶାରେ ଚୁର ହୋଇ ରାସ୍ତା ଉପରେ ହଙ୍ଗାମା କଲେ ଯୁବତୀ, ପୋଲିସକୁ ଦେଲେ ଗାଳି
Also Read : Ajay Devgn: ବାପା ଅଜୟଙ୍କ ସହ ପଞ୍ଝା ଲଢାଉଛନ୍ତି ‘ୟୁଗ୍’, ଫ୍ୟାନ୍ସ କହୁଛନ୍ତି ଦ୍ବିତୀୟ ସିଙ୍ଗମ୍
ତିନି ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି ଏବଂ କୋଟି କୋଟି ଲୋକ ଏହାକୁ ଦେଖିଛନ୍ତି। ଏହା ବ୍ୟତୀତ ଲୋକମାନେ ଏହା ଉପରେ ମନ୍ତବ୍ୟ ଦେଇ ଯୁବତୀଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, 'ସମସ୍ତେ ଗୁପଚୁପ୍ ପସନ୍ଦ କରନ୍ତି କିନ୍ତୁ ବଜାରରେ ଭଲ ଗୁପଚୁପ କେଉଁଠାରେ ଅଛି।' ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, 'ଆପଣ ଯାହା କୁହନ୍ତି, ମହିଳାଙ୍କ କାର୍ଯ୍ୟ ପାଇଁ ଉତ୍ସାହ ଆଶ୍ଚର୍ଯ୍ୟଜନକ ଅଟେ।' ଯଦି ଆପଣ ମଧ୍ୟ ତାଙ୍କ ଗୁପଚୁପ ଖାଇବାକୁ ଚାହାଁନ୍ତି ତେବେ, ଜେଲ ରୋଡ, ପ୍ରେମ ନଗର, ଜନକପୁରୀ ଦିଲ୍ଲୀର ବଜାରକୁ ଆସନ୍ତୁ । '
Also Read : Road Accident: କାର୍ ଉପରେ ଚଢିଗଲା ଲୁହା ପଥର ବୋଝେଇ ଟ୍ରକ୍, ଘଟଣାସ୍ଥଳରେ ୫ ମୃତ