Colombia Landslide: ବଡ଼ ଧରଣର ଭୂ-ସ୍ଖଳନ; ୩୪ ମୃତ, ଏକାଧିକ ଗୁରୁତର
Advertisement
Article Detail0/zeeodisha/odisha1472332

Colombia Landslide: ବଡ଼ ଧରଣର ଭୂ-ସ୍ଖଳନ; ୩୪ ମୃତ, ଏକାଧିକ ଗୁରୁତର

Colombia Landslide: ସୋମବାର ଅର୍ଥାତ ଡିସେମ୍ୱର ୫ରେ କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଏହି ଦୁଃଘଟଣା ଉପରେ ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ କହିଛନ୍ତି ଯେ, ଏହି ସଂକଟ ସମୟରେ ପୀଡିତଙ୍କ ପରିବାର ସହ ସରକାର ଛିଡା ହୋଇଛନ୍ତି ।

Colombia Landslide: ବଡ଼ ଧରଣର ଭୂ-ସ୍ଖଳନ; ୩୪ ମୃତ, ଏକାଧିକ ଗୁରୁତର

Colombia Landslide: କଲମ୍ବିଆରେ ଏକ ବଡ଼ ଧରଣର ଭୂ-ସ୍ଖଳନ ଘଟିଛି । ଏହି ଭୂ-ସ୍ଖଳନରେ ଅତି କମରେ ୩୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । କଲମ୍ୱିଆ (Colombia) ର ରିସାରାଲଡା ପ୍ରଦେଶରେ ବର୍ଷା ଯୋଗୁଁ ଭୂ-ସ୍ଖଳନରେ ଏକ ବସ୍ ଓ ଅନ୍ୟାନ୍ୟ ବାହନ ପୋତି ଯାଇଛି । ଯେଉଁ କାରଣରୁ ଏତେ ବଡ଼ ଦୁର୍ଘଟଣା (Landslide in Colombia) ଟି ଘଟିଯାଇଛି । ସୋମବାର ଅର୍ଥାତ ଡିସେମ୍ୱର ୫ରେ କଲମ୍ବିଆର ରାଷ୍ଟ୍ରପତି (Colombia President) ଗୁସ୍ତାଭୋ ପେଟ୍ରୋ (Gustavo Petro) ଏହି ଦୁଃଘଟଣା ଉପରେ ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ କହିଛନ୍ତି ଯେ, ଏହି ସଂକଟ ସମୟରେ ପୀଡିତଙ୍କ ପରିବାର ସହ ସରକାର ଛିଡା ହୋଇଛନ୍ତି ।

ସେପଟେ କଲମ୍ବିଆର ଗୃହମନ୍ତ୍ରୀ ଆଲଫୋନ୍ସୋ ପ୍ରାଦା କହିଛନ୍ତି ଯେ, ଏହି ଦୁଃଘଟଣାରୁ ଆମେ ସମସ୍ତେ ଗଭୀର ଦୁଃଖିତ । ଅଦ୍ୟାବଧି ଆମେ ୩ ନାବାଳକ ସମେତ ୩୩ଟି ମୃତଦେହ ପାଇଛୁ । ଏହା ବ୍ୟତୀତ ୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି, ଯେଉଁଥିରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କଲମ୍ବିଆର ରାଜଧାନୀ ବୋଗୋଟା ଠାରୁ ପ୍ରାୟ ୨୩୦ କିଲୋମିଟର ଦୂରରେ କଫି ଉତ୍ପାଦନ ପାଇଁ ପ୍ରସିଦ୍ଧ କଲମ୍ବିଆ (Colombia) ର ଏକ ପାର୍ବତ୍ୟ ଅଞ୍ଚଳରେ ପୁଏବ୍ଲୋ ରିକୋ ଓ ସାଣ୍ଟା ସେସିଲିଆ ଗାଁ ମଧ୍ୟରେ ଯାତ୍ରା କରୁଥିବାବେଳେ ରବିବାର ଭୂ-ସ୍ଖଳନରେ ଏକ ବସ୍ ସମେତ ଅନେକ ଯାନ ପୋତି ହୋଇଯାଇଛି ।

ଦୁର୍ଘଟଣାଗ୍ରସ୍ତ ବସ୍ କଲମ୍ବିଆର ତୃତୀୟ ବୃହତ୍ତମ ସହର କୈଲି ଓ କଣ୍ଡୋଟୋ ମ୍ୟୁନିସିପାଲିଟି ମଝି ରାସ୍ତାରେ ଥିଲା । ଅଧିକାରୀଙ୍କ କହିବାନୁସାରେ, ଏଥିରେ ପ୍ରାୟ ୨୫ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରୁ ବଞ୍ଚିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ଡ୍ରାଇଭର ବସକୁ ସୁରକ୍ଷିତ କରିବାକୁ ଯଥାସାଧ୍ୟ ଚେଷ୍ଟା କରିଥିଲେ, ଯେତେବେଳେ ମାଟି ପଥର ତଳକୁ ଖସୁଥିଲା ଓ ବସଟି ଟିକେ ପଛରେ ଥିଲା । ରେଡିଓ ଷ୍ଟେସନ ସହିତ କଥାବାର୍ତ୍ତା କରି ବ୍ୟକ୍ତି ଜଣକ କହିଛନ୍ତି ଯେ, ଦୁଃର୍ଘଟଣା ଘଟିବା ପରେ ମଧ୍ୟ ଡ୍ରାଇଭର ବସକୁ ଫେରାଇବାକୁ ଚେଷ୍ଟା କରୁଥିଲା । ଏହି ଘଟଣାରେ ଆହତ ୫ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି ।

ଅଧିକ ପଢ଼ନ୍ତୁ:-ଘରର ଏହି ଦିଗରେ ଲଗାହୋଇଥିବା ବେଲ ଗଛ ଆପଣଙ୍କୁ କରିଦେବ ମାଲାମାଲ, ଭୋଲେନାଥ ଦୂର କରିବେ ସବୁ ସଙ୍କଟ

ଅଧିକ ପଢ଼ନ୍ତୁ:-ଶରୀରରେ ଏସବୁ ଜିନିଷର ଅଭାବ କାରଣରୁ ପୁରୁଷ ହୋଇପାରନ୍ତିନି ବାପା, ଜାଣନ୍ତୁ କ'ଣ ରହିଛି ଏହାର ଉପଚାର

ଅଧିକ ପଢ଼ନ୍ତୁ:-୩ ମ୍ୟାଚରେ ଖେଳିବେନି ରୋହିତ, ବିରାଟ ଏବଂ ରାହୁଲ, ଏହି ଖେଳାଳି ନେବେ ଟିମ୍ ଇଣ୍ଡିଆର ନେତୃତ୍ୱ!

କଲମ୍ବିଆର ନ୍ୟାସନାଲ ୟୁନିଟ୍ ଫର ବିପର୍ଯ୍ୟୟ ବିପଦ ପରିଚାଳନା (UNGRD) ଆକଳନ କରିଛି ଯେ, ଅଗଷ୍ଟ ୨୦୨୧ରୁ ଚଳିତ ବର୍ଷ ନଭେମ୍ବର ମଧ୍ୟରେ ଲା ନୀନା ଅଞ୍ଚଳରେ ଜରୁରୀକାଳୀନ ଦୁଃଘଟଣାରେ ୨୭୧ ଲୋକଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ପ୍ରାୟ ୭,୪୩,୩୩୭ ଜଣ ପ୍ରଭାବିତ ଲୋକମାନଙ୍କ ମଧ୍ୟରୁ ୩୪୮ ଜଣ ଆହତ ହୋଇଛନ୍ତି ।