Indian’s Income: ବଢୁଛି ଭାରତୀୟଙ୍କ ରୋଜଗାର, ୯ ବର୍ଷରେ ୫ଗୁଣ ବଢିଛି ବର୍ଷକୁ ୫ଲକ୍ଷ ରୋଜଗାର
Advertisement
Article Detail0/zeeodisha/odisha1903353

Indian’s Income: ବଢୁଛି ଭାରତୀୟଙ୍କ ରୋଜଗାର, ୯ ବର୍ଷରେ ୫ଗୁଣ ବଢିଛି ବର୍ଷକୁ ୫ଲକ୍ଷ ରୋଜଗାର

Indian’s Income: ଗତ କିଛି ବର୍ଷ ମଧ୍ୟରେ ଭାରତୀୟଙ୍କ ରୋଜଗାର ବଢିବାରେ ଲାଗିଛି । ସୂଚନା ମୁତାବକ ୯ ମଧ୍ୟ ମଧ୍ୟରେ ବର୍ଷକୁ ୫ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

Indian’s Income: ବଢୁଛି ଭାରତୀୟଙ୍କ ରୋଜଗାର, ୯ ବର୍ଷରେ ୫ଗୁଣ ବଢିଛି ବର୍ଷକୁ ୫ଲକ୍ଷ ରୋଜଗାର

Indian’s Income: ଭାରତରେ ବସବାସ କରୁଥିବା ଲୋକଙ୍କ ରୋଜଗାରରେ ଅନେକ ପରିବର୍ତ୍ତନ ହୋଇଛି । ଅର୍ଥାତ ପୂର୍ବାପେକ୍ଷା ବର୍ତ୍ତମାନ ଆୟରେ ଯଥେଷ୍ଟ ବୃଦ୍ଧି 9Significant increase in income) ଘଟିଥିବା ସୂଚନା ମିଳିଛି । ୨୦୧୨ରୁ ୨୦୨୧ ମସିହା ପର୍ଯ୍ୟନ୍ତ ଦେଶରେ ବାର୍ଷିକ ୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି ପାଇଛି । କମ୍ପାନୀ ବିଏନପି ପାରିବାସ (BNP Paribas) ପ୍ରଦାନ କରୁଥିବା ଆର୍ଥିକ ସେବା ଅନୁସନ୍ଧାନରେ ଏପରି ରିପୋର୍ଟ ପ୍ରକାଶ ପାଇଛି। ୨୦୧୨ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଆୟକର ବିଭାଗର ତଥ୍ୟ (Information from the Income Tax Department)କୁ ବିଶ୍ଳେଷଣ କରି ବିଏନପି ପାରିବାସ ପକ୍ଷରୁ କୁହାଯାଇଛି ଯେ, ୨୦୧୨- ୧୩ ଆର୍ଥିକ ବର୍ଷ (2012-13 financial year)ରେ ଭାରତରେ ବାର୍ଷିକ ୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ମାତ୍ର ୩୮ ଲକ୍ଷ ଥିଲା । କିନ୍ତୁ  ୨୦୨୧ ଆର୍ଥିକ ବର୍ଷରେ ଏହା ସଂଖ୍ୟା ୫ ପ୍ରତିଶତ ବଢିଛି । ବର୍ତ୍ତମାନ ୩୮ ଲକ୍ଷରୁ ବୃଦ୍ଧି ହୋଇ ୧.୮ କୋଟିରେ ପହଞ୍ଚିଛି ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବାର୍ଷିକ ୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ଆହୁରି ବୃଦ୍ଧି ପାଇଥାଇପାରେ। କାରଣ ଆଇଟି ବିଭାଗ (IT Dept) ଏହି ରିପୋର୍ଟ କେବଳ ୨୦୨୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସଂଗ୍ରହ କରିଥିଲା । ବିଏନପି ପାରିବାସଙ୍କ ରିପୋର୍ଟ ଅନୁଯାୟୀ, କୋଭିଡ ମହାମାରୀ ସମୟରେ ଲୋକଙ୍କ ଆୟରେ ହ୍ରାସ ଘଟିଥିଲା । କିନ୍ତୁ ଏହା ସତ୍ୱେ ୫ ଲକ୍ଷ ଟଙ୍କା କିମ୍ବା ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ହେଉଥିବାର ଦେଖାଯାଇଛି। କୋରୋନା ମହାମାରୀ (Corona epidemic) ସମାପ୍ତ ହେବା ପରେ ଏବଂ ଅର୍ଥନୀତି ପୁନର୍ବାର ସୁଦୃଢ ହେବା ପରେ ୨୦୨୨ ଏବଂ ୨୦୨୩ ଆର୍ଥିକ ବର୍ଷ (2022 and 2023 financial years)ରେ ଆୟ ସଂଖ୍ୟା ଅଧିକ ହୋଇପାରେ ।

ରୋଜଗାର ବୃଦ୍ଧିର କାରଣ କ’ଣ?
ଆଇଟି ସେବା ଏବଂ ଆର୍ଥିକ ସେବା ସମେତ ସେବା କ୍ଷେତ୍ରର ଉନ୍ନତୀ ଘଟିବା  କାରଣରୁ ଗତ ଦଶନ୍ଧି ମଧ୍ୟରେ ଭାରତରେ ଭଲ ଆୟ ହୋଇପାରୁଛି । କେବଳ ସେତିକି ନୁହେଁ ପ୍ରତ୍ୟକଙ୍କ ପରିବାରରେ ମଧ୍ୟ ଆୟ ବୃଦ୍ଧି ପାଇଛି। କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନିଯୁକ୍ତି ଭାରତୀୟଙ୍କୁ ଧନୀ କରିବାରେ ସକ୍ଷମ କରିପାରୁଛି । ଋଣ ମିଳିବା ସହଜ ହେବା କାରଣରୁ ବ୍ୟବସାୟ ପ୍ରତିଷ୍ଠା (Business Establishment) କରିବା ସହିତ ବ୍ୟବସାୟକୁ ବଡ଼ କରିବାରେ ସହାୟକ ହେଉଛି । ଏହି କାରଣରୁ ଅନେକଙ୍କ ରୋଜଗାରରେ ଆକସ୍ମିକ ବୃଦ୍ଧି ଘଟିବାରେ ଲାଗିଛି ।

ବିଏନପି ପାରିବାସ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ,  ଆୟ ବୃଦ୍ଧି ହେତୁ ଅଟୋମୋବାଇଲ (Automobile), ରିଅଲ ଇଷ୍ଟେଟ, ଆର୍ଥିକ ସେବା (Financial services), ଅଳଙ୍କାର, ହୋଟେଲ,  ସିଗାରେଟ, ମଲ୍ଟିପ୍ଲେକ୍ସ ଏବଂ ଡାକ୍ତରଖାନା ଏଫଏମସିଜି, ମିଡିଆ ପ୍ରସାରଣ ଭଳି ଅନେକ କ୍ଷେତ୍ର ପୂର୍ବ ଅପେକ୍ଷା ଅଧିକ ଲାଭବାନ ହୋଇଛି। ୫ ଲକ୍ଷରୁ ଅଧିକ ରୋଜଗାର କରୁଥିବା ପରିବାର ସଂଖ୍ୟା ଭାରତର ମୋଟ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ ହୋଇପାରେ । ସେମାନେ ଅନେକ ଶିଳ୍ପ ତଥା କମ କମ୍ପାନୀ ଗୁଡିକର ଅଭିବୃଦ୍ଧିର ସଫଳ ବ୍ୟକ୍ତିତ୍ୱ ତଥା ମୂଳ କାରଣ ହୋଇ ରହିଛନ୍ତି।

Also Read- Snake Bite: ସାପ କାମୁଡିବା ପରେ ଚିକିତ୍ସାରେ ବିଳମ୍ୱ ହେଉଛି କି? କରନ୍ତୁ ଏହି କାମ

Also Read- ନୂଆ ବର୍ଷରୁ ପୁରୀ ଚିତ୍ର ବଦଳାଇବାକୁ ପ୍ରୟାସ: ପ୍ରକଳ୍ପ ସରିଲେ ଲୋକଙ୍କୁ ମିଳିବ ଏହିସବୁ ସୁବିଧା