OSSC Exam: ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି, ପ୍ରଶ୍ନ ଦେଖି ଟେନସନରେ ପରୀକ୍ଷାର୍ଥୀ
Advertisement
Article Detail0/zeeodisha/odisha1666191

OSSC Exam: ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି, ପ୍ରଶ୍ନ ଦେଖି ଟେନସନରେ ପରୀକ୍ଷାର୍ଥୀ

OSSC Exam News In Odia: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (Odisha Staff Selection Commission) ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହେଉଥିବା ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ରରେ (Odia medium question papers)ସାଂଘାତିକ ତ୍ରୁଟି ପରିଲକ୍ଷିତ ହୋଇଛି । ଓଡ଼ିଆରେ ଲେଖା (Odia language)ହୋଇଛି ପ୍ରଶ୍ନ ହେଲେ ଓଡ଼ିଆ ପିଲା ବୁଝି ପାରୁନାହାନ୍ତି । ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ହଲ୍‌କୁ ଯାଇଥିବା ଛାତ୍ରଛାତ୍ରୀ ବି ଖାତାରେ ସନ୍ତୋଷଜନକ ଉତ୍ତର ଲେଖି ପାରିନାହାନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

OSSC Exam News In Odia: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (Odisha Staff Selection Commission) ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହେଉଥିବା ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ରରେ (Odia medium question papers)ସାଂଘାତିକ ତ୍ରୁଟି ପରିଲକ୍ଷିତ ହୋଇଛି । ଓଡ଼ିଆରେ ଲେଖା (Odia language)ହୋଇଛି ପ୍ରଶ୍ନ ହେଲେ ଓଡ଼ିଆ ପିଲା ବୁଝି ପାରୁନାହାନ୍ତି । ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ହଲ୍‌କୁ ଯାଇଥିବା ଛାତ୍ରଛାତ୍ରୀ ବି ଖାତାରେ ସନ୍ତୋଷଜନକ  ଉତ୍ତର ଲେଖି ପାରିନାହାନ୍ତି ।

ଓଡ଼ିଆରେ (Odia language) ପ୍ରଶ୍ନପତ୍ର ଆସିବ । ଓଡ଼ିଆରେ ଲେଖିବେ । ଏଥିପାଇଁ ଖୁସି ଖୁସି ପରୀକ୍ଷା ଦେବାକୁ ଯାଇଥିବା ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ପ୍ରଶ୍ନପତ୍ର ଦେଖିବା ପରେ ଯେମିତି ଚଡକ ପଡ଼ିଥିଲା । ପ୍ରଶ୍ନପତ୍ରରେ କ’ଣ ଲେଖାଯାଇଛି ତାହା ପିଲାମାନେ ଭଲ ଭାବେ ଜାଣି ପାରି ନ ଥିଲେ । ଅଧିକାଂଶ ଛାତ୍ରଛାତ୍ରୀ ପ୍ରଶ୍ନ ଠିକ ଭାବେ ବୁଝି ପାରି ନ ଥିବାରୁ ଉତ୍ତର ମଧ୍ୟ ଠିକଭାବେ ଲେଖି ପାରି ନ ଥିଲେ । ରାଜ୍ୟ ସରକାରଙ୍କ ( State govt) ଖାମଖିଆଲ ମନେଭାବ ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଛାତ୍ରଛାତ୍ରୀ (student)ଅଭିଯୋଗ କରିଛନ୍ତି । ଏହି ପରୀକ୍ଷା ପୁନର୍ବାର ତ୍ରୁଟିଶୂନ୍ୟ ଭାବେ କରିବା ପାଇଁ ଦାବି କରିଛନ୍ତି ଛାତ୍ରଛ୍ରାତୀ।

 

ଏହାବି ପଢନ୍ତୁ : Odisha News: ଏଥର ବିନା ସୁଧରେ ଚାଷୀ ପାଇବେ ଋଣ ,ଉପକୃତ ହେବେ ୩୫ ଲକ୍ଷରୁ ଅଧିକ ଚାଷୀ

ଏହାବି ପଢନ୍ତୁ : Puri News: ଜଗା ଶରଣରେ ମିଥୁନ୍ ଚକ୍ରବର୍ତ୍ତୀ

ଏହାବି ପଢନ୍ତୁ : Crime News: ୪ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା, ମୃତଦେହକୁ ଖଟ ତଳେ ଲୁଚାଇ ରଖିଥିଲା ଅଭିଯୁକ୍ତ

ଏହାବି ପଢନ୍ତୁ : Bhubaneswar News: ଚେୟାର ଖାଲି ନଥିବାରୁ ରଣକ୍ଷେତ୍ର ପାଲଟିଲା ଏକାମ୍ର ହାଟ ହୋଟେଲ

ସେପଟେ, ପରୀକ୍ଷାରେ ହୋଇଥିବା ଏପି ତ୍ରୁଟିକୁ ଦୁ୍ର୍ଭାଗ୍ୟଜନକ ବୋଲି କହି ସରକାରକୁ କଡ ସମାଲୋଚନା କରିଛି ବିଜେପି(BJP) । ଲକ୍ଷାଧିକ ଚାକିରୀ ଆଶାୟୀଙ୍କ ମାନସିକତା ସହ ରାଜ୍ୟ ସରକାର ଖେଳୁଛନ୍ତି ବୋଲି କହିଛି ବିଜେପି (BJP) । ଏପରି ପ୍ରଶ୍ନପତ୍ରରେ (Odia medium question papers) ଏପରି ତ୍ରୁଟି ପାଇଁ କିଏ ଉତ୍ତର ଦାୟୀ  ବୋଲି ପ୍ରଶ୍ନ କରିଛି ବିଜେପି(BJP)। ଏ-କ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ କହିଛନ୍ତି (senior BJP leader Dillip Mallick),‘ଓଡ଼ିଶାରେ ଓଡ଼ିଆ ପ୍ରଶ୍ନପତ୍ର ନିର୍ଭୁଲ ହୋଇ ପାରୁନି। ଆଜି କୋଟି କୋଟି ଟଙ୍କା ଖର୍ଚ୍ଚ କରି ହୋଇଥିବା ପରୀକ୍ଷା ପାଣିରେ ପଡ଼ିଲା ପିଲାଙ୍କ ଶ୍ରମ,ସମୟ ଅପଚୟ ହେଲା। ରାଜ୍ୟ ସରକାର ( State govt) ଅଣ ଓଡ଼ିଆ ପ୍ରେମ ଛାଡ଼ନ୍ତୁ। ଭାଷାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରନ୍ତୁ।’ଏ-ନେଇ ସୋସଆଲ ମିଡିଆରେ ଛାତ୍ରଛାତ୍ରୀମାନେ ପ୍ରତିକ୍ରିୟା ରଖିଛନ୍ତି । ଏପରକି ପୁନର୍ବାର ପରୀକ୍ଷା କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ସେପଟେ, ପ୍ରଶ୍ନପତ୍ରରେ  ତ୍ରୃଟି ଥିବାରୁ ପୁନର୍ବାର ହେବ OSSC ଆକାଉଣ୍ଟାଣ୍ଟ ପରୀକ୍ଷା। ପ୍ରଶ୍ନ ପତ୍ରରେ ଥିବା ବ୍ୟାପକ ତ୍ରୁଟି ପରେ ଏହି ପରୀକ୍ଷା ଆଉଥରେ କରିବା ପାଇଁ ନିଷ୍ପତି ନିଆଯାଇଛି । ଏଥି ପାଇଁ ଓଏସଏସସି ତରଫରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । 

ଏହାବି ପଢନ୍ତୁ : Archana Nag Money Laundering Case: ଅର୍ଚ୍ଚନାଙ୍କୁ ଫସାଇଲେ! ଆଉ ଏବେ ନିଜେ ଅଡୁଆରେ ଫସିଲେ ...

ଏହାବି ପଢନ୍ତୁ : Cuttack News: ମାଟି ଖୋଳିବା ବେଳ ତଳୁ ବାହାରିଲା ପୁଳା ପୁଳା ପାଞ୍ଚଶହ ଟଙ୍କିଆ ନୋଟ୍, ବିଡ଼ା ବିଡ଼ା ଟଙ୍କା ଦେଖି ବେହୋସ୍ ହେଲା ଶ୍ରମିକ!