Ratan Tata Passes Away: ଦେଶ ହରାଇଲା ମୂଲ୍ୟବାନ ରତ୍ନ, ୮୬ ବର୍ଷ ବୟସରେ ରତନ ଟାଟାଙ୍କ ଦେହାନ୍ତ
Advertisement
Article Detail0/zeeodisha/odisha2466548

Ratan Tata Passes Away: ଦେଶ ହରାଇଲା ମୂଲ୍ୟବାନ ରତ୍ନ, ୮୬ ବର୍ଷ ବୟସରେ ରତନ ଟାଟାଙ୍କ ଦେହାନ୍ତ

Ratan Tata Passes Away: ବୁଧବାର ସନ୍ଧ୍ୟାରେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ରତନ ଟାଟାଙ୍କର ଦେହାନ୍ତ ହୋଇଛି । ଭାରତର ଭେଟେରାନ ଶିଳ୍ପପତି ରତନ ଟାଟାଙ୍କୁ ମୃତ୍ୟୁ ବେଳକୁ ୮୬ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ରତନ ଟାଟାଙ୍କ ବିୟୋଗରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। 

ବୁଧବାର ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାର ଖବର ଆସିଥିଲା। କିଛି ଘଣ୍ଟା ପରେ ଖବର ଆସିଲା ଯେ, ସେ ଦୁନିଆକୁ ବିଦାୟ ଦେଇଛନ୍ତି। ରତନ ଟାଟାଙ୍କ ବିୟୋଗ ଦେଶ ପାଇଁ ଏକ ବଡ କ୍ଷତି । ତାଙ୍କର ଅବଦାନ ଦେଶ କେବେବି ଭୁଲି ପାରିବ ନାହିଁ। ସେ ଦେଶ ପାଇଁ ଅନେକ ମହତ୍ କାର୍ଯ୍ୟ କରିଥିଲେ।

ଟାଟା ଗ୍ରୁପକୁ ଉଚ୍ଚ ଖୁବ ଉଚ୍ଚକୁ ନେବାରେ ରତନ ଟାଟା ସବୁଠାରୁ ବଡ ଭୂମିକା ଥିଲା । ସେ ଦେଶ ତଥା ସାଧାରଣ ଲୋକଙ୍କ ପାଇଁ ଏପରି ଅନେକ କାର୍ଯ୍ୟ କରିଛନ୍ତି ଯେଉଁଥିପାଇଁ ଦେଶ ତାଙ୍କୁ ସବୁବେଳେ ମନେ ପକାଇବ । ରତନ ଟାଟା ଜଣେ ଉଦାର ବ୍ୟକ୍ତି ଥିଲେ ଏବଂ ଅସୁବିଧା ସମୟରେ ଦେଶକୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥିଲେ।

ଏହାପୂର୍ବରୁ ସୋମବାର ଦିନ ମଧ୍ୟ ରତନ ଟାଟାଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଖବର ଆସିଥିଲା, ଯାହାର କିଛି ଘଣ୍ଟା ପରେ ରତନ ଟାଟାଙ୍କ X (ଟ୍ୱିଟର) ହ୍ୟାଣ୍ଡେଲରୁ ଏକ ପୋଷ୍ଟ ସେୟାର କରାଯାଇଥିଲା। ଉକ୍ତ ପୋଷ୍ଟରେ ଲେଖାଯାଇଥିଲା ଯେ, ମୋ ବିଷୟରେ ଚିନ୍ତା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ! ମୁଁ ସମ୍ପୂର୍ଣ୍ଣ ଭଲ ଅଛି ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ମୁଁ ବୟସ ସମ୍ବନ୍ଧୀୟ ରୋଗ ପାଇଁ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନାକୁ ଆସିଛି । କିନ୍ତୁ ଏଥର ସେ ଡାକ୍ତରଖାନାରୁ ଆଉ ଫେରି ନାହାନ୍ତି । ଚିରଦିନ ପାଇଁ ଶେଷ ନିଦ୍ରାରେ ଶୋଇଗଲେ ରତନ ଟାଟା ।

ଡିସେମ୍ୱର ୨୮ ୧୯୩୭ ରେ ଜନ୍ମଗ୍ରହଣ କରିଥିଲେ ରତନ ଟାଟା । ସେ ୧୯୯୧ ରୁ ୨୦୧୨ ପର୍ଯ୍ୟନ୍ତ ଟାଟା ଗ୍ରୁପ୍ ର ଚେୟାରମ୍ୟାନ୍ ଥିଲେ । ଏହି ସମୟ ମଧ୍ୟରେ ସେ ବ୍ୟବସାୟ କ୍ଷେତ୍ରରେ ଅନେକ ରେକର୍ଡ କରିଥିଲେ ଏବଂ ଦେଶର ସର୍ବ ପୁରାତନ ବ୍ୟବସାୟ ମଧ୍ୟରୁ ଟାଟା ଗ୍ରୁପ୍କୁ ଉଚ୍ଚ ସ୍ଥାନକୁ ନେଇଥିଲେ ।

ରତନ ଟାଟାଙ୍କ ବ୍ୟକ୍ତିତ୍ୱ ବିଷୟରେ କହିବାକୁ ଗଲେ, ସେ କେବଳ ଜଣେ ବ୍ୟବସାୟୀ ନୁହଁନ୍ତି, ବରଂ ଜଣେ ସରଳ, ସମ୍ଭ୍ରାନ୍ତ ଏବଂ ଉଦାର ବ୍ୟକ୍ତି, ଆଦର୍ଶ ଏବଂ ଲୋକଙ୍କ ପାଇଁ ପ୍ରେରଣା ଉତ୍ସ ମଧ୍ୟ ଥିଲେ। ସେ ଅନେକ ଏନଜିଓ ଏବଂ ପଶୁ ଆଶ୍ରୟସ୍ଥଳୀକୁ ମଧ୍ୟ ଦାନ କରିଥିଲେ। ଏହା ବ୍ୟତୀତ, ୨୬/୧୧ ମୁମ୍ବାଇ  ଆକ୍ରମଣ ହେଉ କିମ୍ବା କରୋନା ମହାମାରୀ ସମସ୍ତ ବିପର୍ଯ୍ୟୟ ସମୟରେ ସେ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥିଲେ।