Haj Pilgrims Died: ତାତି ନେଇଗଲା ୫୦୦ ହଜଯାତ୍ରୀଙ୍କ ଜୀବନ
Advertisement
Article Detail0/zeeodisha/odisha2298986

Haj Pilgrims Died: ତାତି ନେଇଗଲା ୫୦୦ ହଜଯାତ୍ରୀଙ୍କ ଜୀବନ

ଗତ ମାସରେ ପ୍ରକାଶିତ ଏକ ସାଉଦି ଅଧ୍ୟୟନ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଦ୍ୱାରା ହଜ୍ ତୀର୍ଥଯାତ୍ରା ଅଧିକ ପ୍ରଭାବିତ ହେଉଛି। ଏଥିରେ କୁହାଯାଇଛି ଯେ ଯେଉଁଠାରେ ହଜ୍ ତୀର୍ଥଯାତ୍ରୀମାନେ ରୀତିନୀତି କରନ୍ତି ସେହି ଅଞ୍ଚଳର ତାପମାତ୍ରା ପ୍ରତି ଦଶନ୍ଧିରେ ୦.୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଉଛି।

Haj Pilgrims Died: ତାତି ନେଇଗଲା ୫୦୦ ହଜଯାତ୍ରୀଙ୍କ ଜୀବନ

Haj Pilgrims Died ନୂଆଦିଲ୍ଲୀ: ସାଉଦି ଆରବରେ ପ୍ରବଳ ଗ୍ରୀଷ୍ମ ଲହରୀ ଏବେ ହଜ୍ ତୀର୍ଥଯାତ୍ରୀଙ୍କ ପାଇଁ ସଂକଟ ପାଲଟିଛି। ପ୍ରବଳ ଗ୍ରୀଷ୍ମ ଲହରୀ କାରଣରୁ ହଜ୍ ସମୟରେ ଅତି କମରେ ୫୫୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ସଂଖ୍ୟକ ମୃତ୍ୟୁ ଖବର ଇଜିପ୍ଟରୁ ଆସିଛି। ଦୁଇ ଆରବ କୂଟନୀତିଜ୍ଞ ଗଣମାଧ୍ୟମକୁ କହିଛନ୍ତି ଯେ ଇଜିପ୍ଟରୁ ୩୨୩ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଂଶୁଘାତ ଜନିତ ରୋଗ ହେତୁ ମୃତ୍ୟୁ ମୁଖରେ ପଡିଛନ୍ତି। କୂଟନୀତିଜ୍ଞ କହିଛନ୍ତି ଯେ ଇଜିପ୍ଟର ୩୨୩ ହଜ୍ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଜଣେ ମାତ୍ର ଅଂଶୁଘାତରେ ଯୋଗୁଁ ମୃତ୍ୟୁ ମୁଖରେ ପଡିଛନ୍ତି। କୂଟନୀତିଜ୍ଞ କହିଛନ୍ତି ଯେ ଏହି ତଥ୍ୟ ମକ୍କା ନିକଟ ଅଲ-ମୁଏସାମ ଡାକ୍ତରଖାନାର ଶବାଗାରରୁ ଆସିଛି।

କୂଟନୀତିଜ୍ଞ କହିଛନ୍ତି ଯେ ଅତି କମରେ ୬୦ ଜଣ ଜୋର୍ଡାନ ନାଗରିକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଅମ୍ମାନରୁ ପ୍ରକାଶିତ ସରକାରୀ ଆକଳନ ତୁଳନାରେ ଏହି ସଂଖ୍ୟା ଢେର ଅଧିକ ରହିଛି। ଯେଉଁଥିରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇ ମୋଟ ୫୭୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଦେଶ ଦ୍ୱାରା ଦାବି କରାଯାଉଛି। କୂଟନୀତିଜ୍ଞମାନେ କହିଛନ୍ତି କି ମକ୍କାର ସବୁଠାରୁ ବଡ଼ ଶବାଗାରରେ ବର୍ତ୍ତମାନ ସୁଦ୍ଧା ୫୫୦ଟି ମୃତଦେହ ରହିଥିବା ସୂଚନା ରହିଛି। 

୫୨ ଡିଗ୍ରୀ ପାଖାପାଖି ତାପମାତ୍ରା
ସାଉଦି ଆରବର ପାଣିପାଗ ବିଭାଗ କହିଛି ଯେ ସୋମବାର ମକ୍କାର ଗ୍ରାଣ୍ଡ ମସଜିଦ ଅଞ୍ଚଳରେ ତାପମାତ୍ରା ୫୧.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଗତ ମାସରେ ପ୍ରକାଶିତ ଏକ ସାଉଦି ଅଧ୍ୟୟନ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଦ୍ୱାରା ହଜ୍ ତୀର୍ଥଯାତ୍ରା ଅଧିକ ପ୍ରଭାବିତ ହେଉଛି। ଏଥିରେ କୁହାଯାଇଛି ଯେ ଯେଉଁଠାରେ ହଜ୍ ତୀର୍ଥଯାତ୍ରୀମାନେ ରୀତିନୀତି କରନ୍ତି ସେହି ଅଞ୍ଚଳର ତାପମାତ୍ରା ପ୍ରତି ଦଶନ୍ଧିରେ ୦.୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଉଛି।