Travel News: ବୈଷ୍ଣୋ ଦେବୀ, ହରିଦ୍ୱାର ଏବଂ ମଥୁରା ଯାଉଛନ୍ତି କି? ଅକ୍ଟୋବରରେ ମିଳୁଛି ବଡ଼ ଉପହାର
Advertisement
Article Detail0/zeeodisha/odisha1866405

Travel News: ବୈଷ୍ଣୋ ଦେବୀ, ହରିଦ୍ୱାର ଏବଂ ମଥୁରା ଯାଉଛନ୍ତି କି? ଅକ୍ଟୋବରରେ ମିଳୁଛି ବଡ଼ ଉପହାର

Indian Railways Tour Package: ତୀର୍ଥଯାତ୍ରୀଙ୍କ ପାଇଁ ରେଳବାଇ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ କରାଯାଉଛି । ଏହି ପ୍ୟାକେଜରେ ଆପଣ ହରିଦ୍ୱାର, ମଥୁରା, ଅମୃତସର ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଦର୍ଶନ ସୁବିଧା ପାଇବେ ।

Travel News: ବୈଷ୍ଣୋ ଦେବୀ, ହରିଦ୍ୱାର ଏବଂ ମଥୁରା ଯାଉଛନ୍ତି କି? ଅକ୍ଟୋବରରେ ମିଳୁଛି ବଡ଼ ଉପହାର

Indian Railways Tour Package: ରେଳରେ ଯାତ୍ରା କରି ଆପଣ ଉତ୍ତର ଭାରତରେ ଧିବା ଧାର୍ମିକ ମନ୍ଦିର (Religious temple) ଗୁ଼ଡିକୁ ଦର୍ଶନ କରିବାକୁ ଚାହୁଁଛନ୍ତି କି ? ତାହେଲେ ଏହି ଖବର ଆପଣଙ୍କୁ କରିଦେବ ଖୁସି । ପୂର୍ବରୁ ରେଳବାଇ ପକ୍ଷରୁ ଯାତ୍ରୀମାନେ ଅନେକ ପ୍ରକାରର ସୁବିଧା ପାଇଥିବା ବେଳେ ବର୍ତ୍ତମାନ ଆଉ ଏକ ଅଫର ଦେଇଛି ରେଳବାଇ । ଆପଣଙ୍କ ସୁବିଧା ପାଇଁ ରେଳବାଇ ଦ୍ୱାରା ଏକ ସ୍ୱତନ୍ତ୍ର ପ୍ୟାକେଜ୍ (Special package) ଦିଆଯାଉଛି । ଉକ୍ତ ପ୍ୟାକେଜରେ ଆପଣ ଉତ୍ତର ଭାରତରେ ଥିବା ପ୍ରମୁଖ ମନ୍ଦିର ଗୁଡିକ ଦର୍ଶନ କରିବାର ସୁବିଧା ପାଇପାରିବେ । ସେମଧ୍ୟରେ ରହିଛି ଅନେକ ଗୁଡିଏ ପ୍ରସିଦ୍ଧ ମନ୍ଦିର । ବୈଷ୍ଣୋ ଦେବୀ, ହରିଦ୍ୱାର, ମଥୁରା ଏବଂ ଅମୃତସର ପରିଦର୍ଶନ କରିବାର ସୁଯୋଗ ଗୋଟିଏ ପ୍ୟାକେଜରେ । ଆଇଆରସିଟିସି (IRCTC)ର ଏହି ପ୍ୟାକେଜରେ ଆପଣ ଅକ୍ଟୋବର ମାସରେ ଯାତ୍ରା କରିବାର ସୁଯୋଗ ପାଇବେ । IRCTC ପକ୍ଷରୁ ଟୁଇଟ୍ କରାଯାଇ ପ୍ୟାକେଜ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି ।

ତେବେ ଆସନ୍ତୁ ଜାଣିବା ପ୍ୟାକେଜ୍ ସମ୍ପର୍କିତ ସମସ୍ତ ବିବରଣୀ ।
ଏହି ଟ୍ରାଭେଲ୍ ପ୍ୟାକେଜର ନାମ ରହିଛି ଉତ୍ତର ଭାରତ ଦେବ ଭୂମୀ ଯାତ୍ରା (uttar bharat devbhoomi yatra) । ଏହି ପ୍ୟାକେଜଟି ସମୁଦାୟ ୮ ରାତି ଓ ୯ ଦିନ ରହିଛି । ୨୮ ଅକ୍ଟୋବର ୨୦୨୩ରେ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ବୋର୍ଡିଂ ଏବଂ ଡେ ବୋର୍ଡିଂ ପଏଣ୍ଟ ଗୁଡିକ ମଧ୍ୟରେ ରହିଛି ପୁନେ, ଲୋନାଭାଲା, କରଜତ, କଲ୍ୟାଣ, ଭାସାଇ ରୋଡ୍, ଭାପି, ସୁରଟ ଏବଂ ଭଦୋଦରା ।

ଏବେ ଆସନ୍ତୁ ଜାଣିବା ଗନ୍ତବ୍ୟ ସ୍ଥଳରେ ଆପଣ କଣ ସବୁ ଦର୍ଶନ କରିବେ ।

ଆପଣ ହରିଦ୍ୱାର ଋଷିକେଶ, ଗଙ୍ଗା ଆରତୀ, ଅମୃତସରରେ ଥିବା ସୁବର୍ଣ୍ଣ ମନ୍ଦିର, ଅଟାରୀ ୱାଘା ବର୍ଡର, କାଟ୍ରା ମାତା ବୈଷ୍ଣୋ ଦେବୀ ମନ୍ଦିର ଦର୍ଶନ, ମଥୁରା ସ୍ଥିତ କୃଷ୍ଣ ଜନ୍ମଭୂମି, ଶ୍ରୀମନ୍ଦିର ଦେଖିବାର ସୁଯୋଗ ପାଇବେ ।

ଏହି ପ୍ୟାକେଜରେ କେତେ ଖର୍ଚ୍ଚ

ଏହି ପ୍ୟାକେଜରେ ଥିବା ଦର ସମ୍ପର୍କରେ କହିବାକୁ ଗଲେ ଆପଣ ରେଳରେ ଯାତ୍ରା କରିବାକୁ ଥିବା ଶ୍ରେଣୀ ଉପରେ ଖର୍ଚ୍ଚ ନିର୍ଭର କରେ । ଇକୋନୋମି କ୍ଲାସ (Economy class)ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଜଣଙ୍କ ପିଛା ୧୫,୩୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଏହା ବ୍ୟତୀତ ଯଦି ଆପଣ କମ୍ଫୋର୍ଟ୍ କ୍ଲାସରେ ଯାତ୍ରା କରୁଛନ୍ତି ତେବେ  ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୨୭,୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏଥି ସହିତ ଯଦି ଆପଣ ଡିଲକ୍ସ କ୍ଲାସରେ ଯାତ୍ରା କରିବେ ତେବେ ଆପଣଙ୍କ ପାଇଁ ୩୨୯୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଇକୋନୋମି କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀମାନେ ଅନବୋର୍ଡ ଏବଂ ଅଫବୋର୍ଡ ଭୋଜନର ସୁବିଧା ପାଇବେ । ଏହା ବ୍ୟତୀତ, ଆପଣ ନନଏସି ହୋଟେଲ (Non Ac Hotel) ଗୁଡିକରେ ଗୋଟିଏ ରୁମରେ ଦୁଇରୁ ୩ଜଣ ରହିବାର ସୁବିଧା ପାଇପାରିବେ । ଏହା ବ୍ୟତୀତ ଆପଣଙ୍କ ପାଇଁ ନନଏସି ପରିବହନ ସୁବିଧା ମଧ୍ୟ ଉପଲବ୍ଧ ହେବ । ଏହି ଯାତ୍ରାରେ ଆପଣଙ୍କୁ ଉଭୟ ଅନବୋଡିଂ ଓ ଅଫ ବୋଡିଂ ସମୟରେ ସାଧା ଖାଦ୍ୟ (Veg food)ର ସୁବିଧା ମିଳିବ । ଯଦି ଆପଣ ଏହି ପ୍ୟାକେଜ୍ ସମ୍ପର୍କରେ ଅଧିକ ସୂଚନା ଜାଣିବାକୁ ଚାହୁଁଛନ୍ତି ତେବେ tinyurl.com/WZBG08 ଏହି ଲିଙ୍କରେ କ୍ଲିକ୍ କରି ସମସ୍ତ ବିବରଣୀ ବିଷୟରେ ଜାଣିପାରିବେ ।

Post- 

Also Read- ମାଆ ହେବାର ୫ମାସ ପରେ ପୁଣି ଗର୍ଭବତୀ କ୍ରିତିକା ! ଖୁସିରେ ନାଚିଲେ ଅରମାନ ମଲିକ

Also Read- Tempered Glass: ଏହି ବ୍ୟବସାୟରେ ଲାଭ ୯୦%, ଜାଣନ୍ତୁ କିପରି କରିବେ ବ୍ୟବସାୟ