Indian rupee: ୨ ଲକ୍ଷରେ ନିଲାମ ହେବ ୧୦ ଟଙ୍କାର ଭାରତୀୟ ନୋଟ୍
Advertisement
Article Detail0/zeeodisha/odisha2263400

Indian rupee: ୨ ଲକ୍ଷରେ ନିଲାମ ହେବ ୧୦ ଟଙ୍କାର ଭାରତୀୟ ନୋଟ୍

ଏହା ଛଡ଼ା ୧୯୫୭-୬୨ ମସିହାର ୫ ଟଙ୍କାର ନୋଟ୍ ନିଲମା କରାଯିବ । ଯେଉଁଥିରେ ଅଶୋକ ଚକ୍ର ରହିଛି । ଯାହାର ମୂଲ୍ୟ ୨ ଲକ୍ଷ ୩୨ ହଜାରରପ ନେଇ ୨ ଲକ୍ଷ ୯୬ ହଜାର ଟଙ୍କା ହୋଇପାରେ ।

Indian rupee: ୨ ଲକ୍ଷରେ ନିଲାମ ହେବ ୧୦ ଟଙ୍କାର ଭାରତୀୟ ନୋଟ୍

Indian rupee: ଲଣ୍ଡନ: ୧୦୬ ବର୍ଷ ତଳେ ବୁଡ଼ି ଯାଇଥିବା ଏକ ଜାହାଜରୁ ମିଳିଥିବା ୧୦ ଟଙ୍କା ମୂଲ୍ୟର ୨ଟି ଭାରତୀୟ ନୋଟର ନିଲାମ ଲଣ୍ଡନରେ ହେବ । ଏହି ନୋଟ୍ ୨ ଲକ୍ଷ ୬୦ ହଜାର ଟଙ୍କାରେ ନିଲାମ ହେବାର ସମ୍ଭାବନା ରହିଛି । ମେ ୨୯ରେ ନିଲାମ ହେବ । ୧୯୧୮ ମସିହାରେ ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏସ୍ଏସ୍ ଶିରାଲା ନାମକ ଜାହଜ ସମୁଦ୍ରରେ ବୁଡ଼ି ଯାଇଥିଲା ।
ଉକ୍ତ ଜାହାଜ ଉପରେ ଆକ୍ରମଣ କରିଥିଲା ଜର୍ମାନୀର ୟୁ-ବୋଟ୍ ଜାହାଜ । ସେତେବେଳେ ଜାହାଜରେ ୨୧୩ ଜଣ ଥିବାବେଳେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରରେ ଥିଲେ ୭ ଜଣ ଭାରତୀୟ । ଏସ୍ଏସ୍ ଶିରାଲା ଜାହାଜରୁ ୧୯୧୮ ମେ ୨୫ ଲେଖାଥିବା ନୋଟ୍ ମିଳିଥିଲା । ଯାହାକୁ ଲଣ୍ଡନର ନୁନନ୍ସ ମେଫେୟରରେ ନିଲାମୀ ପାଇଁ ରଖା ଯାଇଛି ।
ଏହି ନୋଟକୁ ସେତେବେଳେ ବ୍ୟାଙ୍କ୍ ଅଫ୍ ଇଂଲଣ୍ଡ ଛାପିଥିଲା । ଆକ୍ରମଣ ହୋଇଥିବା ଜାହାଜରେ ପ୍ରାୟ ୫ ହଜାର ଟନର ସାମଗ୍ରୀ ରହିଥିଲା । ଯେଉଁଥିରେ ଭାରତୀୟ ନୋଟର ପ୍ରକୃତ ପେପର୍ ରହିଥିଲା ।

ଜାହାଜରେ ଥିଲା ୧, ୫ ଓ ୧୦ ଟଙ୍କାର ନୋଟ୍
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ, ଜାହାଜ ବୁଡ଼ିଯିବା ପରେ ନୋଟ୍ ଗୁଡ଼ିକ ଭାସି ଭାସି ବ୍ରିଟେନର ସମୁଦ୍ର କୂଳରେ ଲାଗିଥିଲା । ଯେଉଁଥିରେ ରହିଥିଲା ୧, ୫ ଓ ୧୦ ଟଙ୍କାର ନୋଟ୍ । ସେତେବେଳେ ଥିବା ଅଧିକାରୀ ନୋଟକୁ ସମୁଦ୍ର କୂଳରୁ ସଂଗ୍ରହ କରିବା ସହ ନେଇ ଯାଇ ଅଧିକାଂଶ ନଷ୍ଟ କରି ଦେଇଥିଲେ । ପରେ ନଷ୍ଟ କରାଯାଇଥିବା ନୋଟ ସ୍ଥାନରେ ନୂଆ ନୋଟ ଛପା ଯାଇଥିଲା ।

ତେବେ କିଛିଦିନ ତଳେ ବ୍ୟାଙ୍କ୍ ଅଫ୍ ଇଂଲଣ୍ଡ ୧୯୧୮ରେ ଜାହାଜ ବୁଡ଼ିବା ଘଟଣା ପୋଷ୍ଟ କରିବା ପରେ ଏହି ନୋଟ୍ ଆଡ଼କୁ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ ହୋଇଥିଲା । ଏହା ପରେ ନୋଟର କ୍ରମିକ ନମ୍ବର ବ୍ୟାଙ୍କ ମେଳ କରିବା ପରେ ଜାହାଜ ବୁଡ଼ିବା ସହ ଉକ୍ତ ନୋଟର ସମ୍ବନ୍ଧ ଥିବା ପ୍ରମାଣ ମିଳିଥିଲା ।

ଏବେ ହେବାକୁ ଥିବା ନିଲାମୀରେ ବ୍ରିଟିଶ ଶାସନ ସମୟର ୧୦୦ ଟଙ୍କାର ଭାରତୀୟ ନୋଟ୍ ମଧ୍ୟ ବିକ୍ରି କରି ଦିଆଯିବ । ଆଶା କରାଯାଉଛି ୧୦୦ ଟଙ୍କିଆ ନୋଟ୍ ୪ରୁ ୫ ଲକ୍ଷ ଟଙ୍କାରେ ନିଲାମ ହେବ । ଉକ୍ତ ନୋଟ୍ ହିନ୍ଦୀ ଓ ବଙ୍ଗାଳୀ ଭାଷାରେ ଲେଖା ଯାଇଛି ।

ଏହା ଛଡ଼ା ୧୯୫୭-୬୨ ମସିହାର ୫ ଟଙ୍କାର ନୋଟ୍ ନିଲମା କରାଯିବ । ଯେଉଁଥିରେ ଅଶୋକ ଚକ୍ର ରହିଛି । ଯାହାର ମୂଲ୍ୟ ୨ ଲକ୍ଷ ୩୨ ହଜାରରପ ନେଇ ୨ ଲକ୍ଷ ୯୬ ହଜାର ଟଙ୍କା ହୋଇପାରେ ।