Advertisement
Article Detail0/zeeodisha/odisha2310854
Zee OdishaOdisha TrendingInternationa anti-drug day: ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅବୈଧ କାରବାର ନିରୋଧ ଦିବସ ପାଳିତ

Internationa anti-drug day: ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅବୈଧ କାରବାର ନିରୋଧ ଦିବସ ପାଳିତ

କଟକ: ନିଶାଯୁକ୍ତ ଔଷଧର ଦୁରୁପଯୋଗ ଏବଂ ଅବୈଧ ବିପଣନ ବିରୋଧରେ ବୁଧବାର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅବୈଧ କାରବାର ନିରୋଧ ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ କଟକସ୍ଥିତ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସହଯୋଗରେ ବିଶ୍ୱବିଦ୍ୟାଳୟରେ ଏହି

Internationa anti-drug day: ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅବୈଧ କାରବାର ନିରୋଧ ଦିବସ ପାଳିତ

Internationa anti-drug day: କଟକ: ନିଶାଯୁକ୍ତ ଔଷଧର ଦୁରୁପଯୋଗ ଏବଂ ଅବୈଧ ବିପଣନ ବିରୋଧରେ ବୁଧବାର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅବୈଧ କାରବାର ନିରୋଧ ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ କଟକସ୍ଥିତ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସହଯୋଗରେ ବିଶ୍ୱବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏକ ମଦ ଓ ମାଦକ ଦ୍ରବ୍ୟମୁକ୍ତ ପ୍ରତିଷ୍ଠାନ ଭାବରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଏନସିବିର ସ୍ୱନାମଧନ୍ୟ ବିଶେଷଜ୍ଞମାନଙ୍କ ଉପସ୍ଥିତିରେ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ସହକାରୀ ନିର୍ଦ୍ଦେଶକ ଶ୍ରୀ କୁଲଦୀପ ଶର୍ମା, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡଃ.) ବି. ଆର୍. ଶର୍ମା ଏବଂ କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ପ୍ରମୁଖ ଅନ୍ୟ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ସାମିଲ ଥିଲେ । 

ଏଥିରେ ନିଶା ନିବାରଣ ଓ ଏହାର ଅବୈଧ ବ୍ୟବସାୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଯୁବପିଢ଼ିଙ୍କୁ ଏ ସମ୍ପର୍କରେ ସଚେତନ କରିବା ସହ ନିଶାମୁକ୍ତ ପରିବେଶ ଗଠନ ସମ୍ପର୍କରେ ପ୍ରତିବଦ୍ଧତାର ଅଭିବୃଦ୍ଧି ନିମନ୍ତେ ସହମତି ପ୍ରକାଶ ପାଇଥିଲା । ଏନସିବି ଟିମ୍ ଦ୍ୱାରା ଏ ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇ ଦିଆଯାଇଥିଲା । ଏଥିସହ ନିଶା ଦ୍ରବ୍ୟର ବ୍ୟବହାର ଓ ଏହାର ପାର୍ଶ୍ୱ ପ୍ରତିକ୍ରିୟା ସାଙ୍ଗକୁ ମାନବ ଜୀବନ ଉପରେ ଏହାର କୁପ୍ରଭାବ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା । ନିଶା ଅଭ୍ୟାସ କିଭଳି ଜଣେ ବ୍ୟକ୍ତି ଓ କ୍ରମେ ତାର ପରିବାରକୁ ମଧ୍ୟ ବିନାଶ ଦିଗରେ ଟାଣିନିଏ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

Add Zee News as a Preferred Source

ମୁଖ୍ୟ ଅତିଥି ଶ୍ରୀ ଭୋଳ ମାନବ ଜୀବନରେ ପରିବାରର ଭୂମିକା କଥା ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ଘନିଷ୍ଠ ପାରିବାରିକ ସଦସ୍ୟଙ୍କ ସହ ଉପୁଜିଥିବା ନିଶା ରାକ୍ଷସ ରୂପକ ଆହ୍ୱାନର ସମ୍ମୁଖୀନ ହେବାକୁ ପରାମର୍ଶ ଦେଇଥିଲେ। ଆର୍ଟ ଅଫ୍ ଲିଭିଂ ଦ୍ୱାରା ପ୍ରଦାନ କରାଯାଉଥିବା ଧ୍ୟାନ ଓ ଯୋଗ ଶିକ୍ଷା କିଭଳି ମାନସିକ ଅବସ୍ଥାକୁ ଉନ୍ନତ ସ୍ତରରେ ପହଞ୍ଚାଇବା ସହ ଯୁବସୁଲଭ ଚପଳତା ଭରିଦିଏ, ସେ ସମ୍ପର୍କରେ ସ୍ୱାମୀ ସତ୍ୟଚୈତନ୍ୟ ବର୍ଣ୍ଣନା କରିଥିଲେ।

ପରମ ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ନିଶାମୁକ୍ତ ଦେଶ ଗଠନ ଉଦ୍ୟମରେ ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଛନ୍ତି । ସେ ଉପସ୍ଥିତ ଥିବା ଛାତ୍ର ଏବଂ ଯୁବପିଢ଼ିକୁ ନିଶାମୁକ୍ତ ଭାରତ ଗଠନରେ ସହାୟକ ହେବାକୁ ଆହ୍ୱାନ କରିଥିଲେ । ନିଶାଯୁକ୍ତ ଔଷଧ ସେବନ ବିରୋଧରେ ଶପଥ ନେବାକୁ ତାଙ୍କ ଆହ୍ୱାନ ଯୁବପିଢ଼ିକୁ ପ୍ରେରଣା ଯୋଗାଇଥିଲା । ତାଙ୍କର ଦୂରଦୃଷ୍ଟି ଏବଂ ନେତୃତ୍ୱ ଏହି ଆନ୍ଦୋଳନକୁ ଏକ ସୁସ୍ଥ ଏବଂ ନିଶାମୁକ୍ତ ସମାଜ ନିର୍ମାଣ ଦିଗରେ ମାର୍ଗଦର୍ଶନ କରିଆସୁଛି ।

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମର ଅଭିନ୍ନ ଅଙ୍ଗ ପାଲଟିଥିବା ଯୋଗ, ଧ୍ୟାନ, ପ୍ରାଣାୟାମ ଏବଂ ସୁଦର୍ଶନ କ୍ରିୟା ଅଭ୍ୟାସ କରିବା ନିମନ୍ତେ ପ୍ରୋତ୍ସାହିତ କରାଯାଇଥାଏ । ଏହି ଅଭ୍ୟାସ ଛାତ୍ରଛାତ୍ରୀଙ୍କୁ ନିଜ ମଧ୍ୟରେ ସହନଶକ୍ତି ଏବଂ ଦୃଢ଼ତା ବିକଶିତ କରିବାକୁ ସାହାଯ୍ୟ କରିଥାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ସେମାନଙ୍କୁ ଏକ ନିଶାମୁକ୍ତ ଜୀବନ ଜିଇଁବାକୁ ପ୍ରେରଣା ଯୋଗାଇଥାଏ । ଯୁବପିଢ଼ିଙ୍କ ଜୀବନ ଏବଂ ଭବିଷ୍ୟତକୁ ନିଶା ଅଭ୍ୟାସ ଓ ଏହାର କୁପରିଣାମରୁ ଦୂରେଇ ରଖିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି ଉକ୍ତ ସଭାରେ ମତ ପ୍ରକାଶ ପାଇଥିଲା ।

About the Author