Live Now

Odisha Daily News Live: ୩ ଦିନ ପର୍ଯ୍ୟନ୍ତ ଉପବାସ କରି ପଶ୍ଚାତାପ କରିବେ ସମ୍ବିତ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ୩ ଦିନ ପର୍ଯ୍ୟନ୍ତ ଉପବାସ କରି ପଶ୍ଚାତାପ କରିବେ ସମ୍ବିତ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
21 May 2024 10:40 PM (IST)

Odisha Daily News Live: ବାଲେଶ୍ୱର ରେମୁଣା ନିର୍ବାଚନ ମଣ୍ଡଳୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଚାର କରିଛନ୍ତି । ରେମୁଣା ବାଲିପାଳ ହାଟ ପଡ଼ିଆରେ ମହିଳା ସମାବେଶକୁ ସମ୍ବୋଧନ କରି କହିଛନ୍ତି ଯେ, ଦେଢ଼ ଲକ୍ଷ ଯୁବକଙ୍କୁ ମିଳିବ ଚାକିରି !

21 May 2024 10:20 PM (IST)

Odisha Daily News Live: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱରରେ ପ୍ରଚାର କରିଛନ୍ତି । ପ୍ରଚାରରେ ଅନେକ ପ୍ରକାର ପ୍ରତିଶୃତି ସହ ଲୋକଙ୍କ ପାଇଁ ବିଜେଡି କରୁଥିବା ସୁବିଧା ଉପରେ କହିଛନ୍ତି । ଆଜି ପ୍ରଚାର ସମୟରେ ବିଜେଡିର ହଜାର ହଜାର କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରଚାର ସମୟରେ ପାଣ୍ଡିଆନ କହିଥିଲେ ଯେ, ବିଜୁ ଜନତା ଦଳ ଏକମାତ୍ର ରାଜନୈତିକ ଦଳ ଯିଏ ତାର ନିର୍ବାଚନ ଇସ୍ତାହାରରେ ମିଡିଲ କ୍ଲାସ ଲୋକମାନଙ୍କ ଉନ୍ନତିକୁ ସ୍ଥାନ ଦେଇଛି । ସମସ୍ତଙ୍କୁ BSKYରେ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବ, ମିଡିଲ୍ କ୍ଲାସ ଲୋକଙ୍କ ପାଇଁ ଏଭଳି ସୁବିଧା ଆଉ କେଉଁଠି ନାହିଁ । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଂ ଲୋନ୍‌ ପାଇଁ ସୁଧ ହାର କମ୍‌ ରହିବ, ଏହା ମଧ୍ୟ କେଉଁଠି ନାହିଁ । ଶିକ୍ଷା ଋଣରେ ମଧ୍ୟ ସୁଧ ହାର କମ୍‌ ରହିବ । ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟରେ ମିଡିଲ୍ କ୍ଲାସm ମାନଙ୍କ ପାଇଁ ରହାତି ଦର ରହିବ । ପୁଅଙ୍କୁ ୧୨ ହଜାର ଓ ଝିଅଙ୍କୁ ୧୪ ହଜାର ଟଙ୍କାର ଛାତ୍ରବୃତ୍ତି ମିଳିବ । ମିଡିଲ କ୍ଲାସ ଲୋକଙ୍କ ମୁଣ୍ଡ ଉପରୁ ବୋଝ ହାଲକା କରିବା ପାଇଁ ଓ ସେମାନଙ୍କ ଖର୍ଚ୍ଚ କମାଇବା ଚିନ୍ତା କରି ମୁଖ୍ୟମନ୍ତ୍ରୀ ଏସବୁ ପଦକ୍ଷେପ ନେଇଛନ୍ତି ।

21 May 2024 10:00 PM (IST)

Top 10 News Today: ଦିନଯାକର ୧୦ଟି ବଡ଼ ଖବର ପଢନ୍ତୁ ଏଠାରେ କ୍ଲିକ୍ କରି

21 May 2024 09:40 PM (IST)

ଖୋର୍ଦ୍ଧାରେ ନିର୍ବାଚନ ସମୀକ୍ଷା: ୨୫ରେ ଭୋଟ, ୧୯୨୩ବୁଥରେ ଭୋଟ ଦେବେ ୧୯ ଲକ୍ଷ ମତଦାତା 

ଭୁବନେଶ୍ୱର : ଖୋରଧା ଜିଲ୍ଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଏ ମର୍ମରେ ଭୁବନେଶ୍ୱରସ୍ଥିତ ସର୍କିଟ୍‌ ହାଉସ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୨୩ ତାରିଖରେ ଜୟଦେବ, ଜଟଣୀ, ବେଗୁନିଆ ଓ ଚିଲିକା ନିମନ୍ତେ ପୁଲିଂ ପାର୍ଟିମାନେ ବୁଥ୍‌ ଅଭିମୁଖେ ଯାତ୍ରା କରିବେ । ସେହିଭଳି ୨୪ ତାରିଖରେ ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ନିମନ୍ତେ ପୁଲିଂ ପାର୍ଟିମାନେ ବୁଥ୍‌ ଅଭିମୁଖେ ଗସ୍ତ କରିବେ । ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର ଏବଂ ଜଟଣୀ ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଚିଲିକା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ବେଗୁନିଆ ଓ ଖୋରଧା ନିମନ୍ତେ ଜିଲ୍ଲା ପଣ୍ୟାଗାରରେ ଷ୍ଟ୍ରଙ୍ଗରୁମ୍‌ର ବ୍ୟବସ୍ଥା କରାଯାଇଛି ।

21 May 2024 09:26 PM (IST)

୨୩ରେ ପୁଣିଥରେ ଭୋଟ, କନ୍ଧମାଳର ୨ ବୁଥରେ ହେବ ମତଦାନ
ଭୁବନେଶ୍ୱର: କନ୍ଧମାଳ ଲୋକସଭା ମଣ୍ଡଳୀ ଅନ୍ତର୍ଗତ କଣ୍ଟାମାଳ ବିଧାନସଭା ନିର୍ବାଚନୀ ମଣ୍ଡଳୀର ୨ଟି ବୁଥରେ ପୁଣିଥରେ ଭୋଟଗ୍ରହଣ ହେବ। ଏହି ଦୁଇ ବୁଥରେ ଭୋଟ ଗ୍ରହଣ ସମୟରେ ହୋଇଥିବା ତ୍ରୁଟି ଏବଂ ଲୋକଙ୍କ ଅଗିଯୋଗକୁ ଆଧାର କରି  ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।ଯେଉଁ ଦୁଇ ବୁଥରେ ପୁଣିଥରେ ନିର୍ବାଚନ ହେବ ସେଗୁଡ଼ିକ ହେଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ସଂଖ୍ୟା ୨୬ ଏବଂ ୨୮।  ୨୩ ତାରିଖ ଗୁରୁବାରଦିନ ଏହି ଦୁଇ ବୁଥରେ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ। ସନ୍ଧ୍ୟା ୬ଟା ଯାଏ ଭୋଟଦାନ ଚାଲିବ। ଏହି ଭୋଟ ଗ୍ରହଣ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଗ୍ରହଣ କରାଯିବ। 
ସମ୍ପୃକ୍ତ ଆସନର ପ୍ରାର୍ଥୀମାନଙ୍କ ଲାଗି ଏହି ସୂଚନା ଜାରି କରିଛନ୍ତି ନିର୍ବାଚନ କମିଶନ।

21 May 2024 08:50 PM (IST)

ମାତ୍ର ୩୦୧ ଟଙ୍କା ଖର୍ଚ୍ଚ କରି ୧୦ଟି ଫୋନରେ ଚଲାନ୍ତୁ ହାଇସ୍ପିଡ୍ ଇଣ୍ଡରନେଟ୍

Airtel Wi-Fi Device: ଯଦି ଆପଣଙ୍କର ମାସିକ ରିଚାର୍ଜ ଖର୍ଚ୍ଚ ବଢିଛି, ତେବେ ଏୟାରଟେଲର ୱାଇ-ଫାଇ ଡିଭାଇସ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ଯେଉଁଥିରେ ଆପଣ ଲାପଟପ ହେଉ କି ମୋବାଇଲ୍ ୧୦ଟି ସେଟରେ ୱାଇ-ଫାଇ ସଂଯୋଗ କରିପାରିବେ । ଅଧିକ ପଢ଼ନ୍ତୁ

21 May 2024 08:00 PM (IST)

Odisha Daily News Live: କମ ବଜେଟରେ ଦମଦାର 5G ଫୋନ୍, ଜାଣନ୍ତୁ କଣ ରହିଛି ଫିଚର୍

Redmi Mobile: ଯଦି ଆପଣ ରେଡମି ଫୋନ୍ ପସନ୍ଦ କରନ୍ତି ଏବଂ ଆପଣଙ୍କ ବଜେଟର ଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଜିଆଓମି ରେଡମି 13C 5G ଫୋନରେ ଆପଣଙ୍କୁ ଭଲ ରିହାତି ଦିଆଯାଉଛି । ଆସନ୍ତୁ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ।

21 May 2024 07:40 PM (IST)

Odisha Daily News Live: ବରଗଡ଼ରେ ସରସରା ଗାଁରେ ନିର୍ବାଚନ ଦିନ ହୋଇଥିବା ହିଂସା ଘଟଣାରେ ୮ଜଣଙ୍କୁ ଅଟକ ରଖିଛି ପୋଲିସ । ଅଟୋ ଚାଳକଙ୍କୁ କାହିଁକି ଛୁରା ମାଡ କରାଯାଇଥିଲା ସେନେଇ ପଚରାଉଚରା କରାଯାଉଛି ।

21 May 2024 07:01 PM (IST)

ନୟାଗଡ଼ ଲାଠିପଡ଼ାରେ ଶାହଙ୍କ ଗର୍ଜନ, ବୁଥ୍‌ ରିଗିଂ ବିଷୟରେ ଏମିତି କହିଲେ

ନୟାଗଡ଼: ଲାଠିପଡା ସମାବେଶରେ ବରିଷ୍ଠ ବିଜେପି ନେତା ଅମିତ ଶାହ ବିଜେଡିକୁ କଡା କାଉଣ୍ଟର କରିଛନ୍ତି । ଲୋକଙ୍କୁ ସମ୍ୱୋଧନ କରି କହିଥିଲେ ଯେ, ଓଡ଼ିଶାର ଗୌରବକୁ ପୁନଃ ସଂସ୍ଥାପିତ କରିବାର ନିର୍ବାଚନ ଏହା । କୋଣସି ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ଓଡ଼ିଆ କହୁଥିବା ଓଡ଼ିଶା ମାଟିର ସନ୍ତାନ ହିଁ ମୁଖ୍ୟମନ୍ତ୍ରୀ ହେବେ । ୭୫ରୁ ଅଧିକ ସିଟ୍‌ ଜିତି ଓଡ଼ିଶାରେ ବିଜେପି ସରକାର ବନାଇବା ସମ୍ପର୍କରେ ଶାହ କହିଥିଲେ । ଅଧିକ ପଢ଼ନ୍ତୁ

21 May 2024 06:55 PM (IST)

Odisha Daily News Live: ୪ ବିଧାୟକଙ୍କୁ ନୋଟିସ
ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।  ନିମାପଡ଼ା ବିଧାୟକ ସମୀର ଦାଶ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ କରାଯାଇଛି। ସେମାନଙ୍କ ସଭ୍ୟ ପଦ କାହିଁକି ରଦ୍ଦ ନହେବ ସେନେଇ  ଆସନ୍ତା ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି।  ସୂଚନାଯୋଗ୍ୟ ଯେ ଉପରୋକ୍ତ ୪ ବିଧାୟକ ଦଳ ବଦଳ ନିରୋଧୀ ଆଇନ ଉଲ୍ଲଂଘନ କରିଥିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ବିଧାନସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ  ବାଚସ୍ପତିଙ୍କ ନିର୍ଦ୍ଦେଶରେ ଓଡ଼ିଶା ବିଧାନସଭା ସଚିବ ଏହି ନୋଟିସ ଜାରି କରିଛନ୍ତି ।

21 May 2024 05:58 PM (IST)

Odisha Daily News Live: ଜୁନ୍ ୧ ପରେ ବଦଳିବାକୁ ଯାଉଛି ଗାଡ଼ି ଚଳାଇବାର ନିୟମ। ନୂଆ ନିୟମ ଅନୁଯାୟୀ ଆଇନର ଉଲ୍ଲଂଘନ କଲେ ଚାଳକଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଡ୍ରାଇଭିଂ ସହ ଜଡି଼ତ ନୂଆ ନିୟମ ସରକାରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଦ୍ବାରା ୧ ଜୁନ୍ ୨୦୨୪ରୁ ଜାରି କରାଯିବ। ନୂଆ ନିୟମ ଅନୁସାରେ ଦ୍ରୁତ ଗତିରେ ଗାଡି଼ ଚଳ ଅଧିକ ପଢ଼ନ୍ତୁ

21 May 2024 05:40 PM (IST)

Odisha Daily News Live: ମୁଖ୍ୟମନ୍ତ୍ରୀଙ୍କ ଭିଡିଓକୁ ଡିପ୍‍ ଫେକ୍‍ ବୋଲି ପୁଣିଥରେ ଅଭିଯୋଗ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ନିଜର ଟ୍ୱିଟର ହ୍ୟାଣ୍ଡଲରେ ସେ ଏହା କହିଛନ୍ତି। ମିଥ୍ୟା ଅଭିଯୋଗ କରିବା ପାଇଁ ଏଆଇ ଦ୍ୱାରା ସୃଷ୍ଟି ଭିଡିଓକୁ ବ୍ୟବହାର କରୁଛନ୍ତି ବୋଲି କହି ପାଣ୍ଡିଆନ୍‍ଙ୍କ ଉପରେ ଆକ୍ଷେପ କରିଛନ୍ତି ବୈଜୟନ୍ତ। ଏପରିକି ମୁଖ୍ୟମନ୍ତ୍ରୀ ଏ ବାବଦରେ ଜାଣିଛନ୍ତି କି ନା ତାହା ସନ୍ଦେହରେ ବୋଲି କହିଛନ୍ତି ବୈଜୟନ୍ତ। ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମ୍ୟାଜିକ୍‍ ଆଉ ନାହିଁ ବୋଲି ସେ କହିଛନ୍ତି।

 

21 May 2024 05:10 PM (IST)

Odisha Daily News Live:  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଦେବା ଅଭିଯୋଗରେ ନିର୍ବାଚନ କମିଶନ ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଉପରେ କଟକଣା ଜାରି କରିଛନ୍ତି।  ଗଙ୍ଗୋପାଧ୍ୟାୟ ଜଣେ ପୂର୍ବତନ ଜଜ୍‍ ମଧ୍ୟ। ତାଙ୍କୁ ୨୪ ଘଣ୍ଟା ପାଇଁ କୌଣସି ପ୍ରକାର ପ୍ରଚାର ବା ମନ୍ତବ୍ୟ ଦୋବାରୁ କ୍ଷାନ୍ତ କରାଯାଇଛି। 

 

21 May 2024 04:45 PM (IST)

Odisha Daily News Live: ମୋର କେହି ଉତ୍ତରାଧିକାରୀ ନାହାନ୍ତି, ଦେଶର ପ୍ରତିଟି ଜନତା ତାଙ୍କ ଉତ୍ତରାଧିକାରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ବିହାରର ପୂର୍ବ ଚମ୍ପାରନ୍‍ଠାରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ସେ ଏହି ସଭାରେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରି ତାହା ଦୁର୍ନୀତି, ଭ୍ରଷ୍ଟାଚାର, ସନାତନ ଧର୍ମ ବିରୋଧୀ ଚିନ୍ତାଧାରାରେ ରହିଛି ବୋଲି ଅଭିଯୋଗ କରିଥିଲେ।

21 May 2024 04:30 PM (IST)

Top 10 News Today: ଅପରାହ୍ମ ସମୟର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

21 May 2024 04:10 PM (IST)

କେନ୍ଦ୍ରକୁ ୧ ଲକ୍ଷ କୋଟି ଦେବ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏକ ବଡ ଡିଭିଡେଣ୍ଡ ଭାବରେ ସରକାରଙ୍କୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଦାନ କରିବାକୁ ଯୋଜନା କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏତେ ପରିମାଣର କେନ୍ଦ୍ର ସରକାରଙ୍କ ରାଜକୋଷକୁ ଯଥେଷ୍ଟ ବୃଦ୍ଧି କରିବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ, ୨୦୨୪-୨୫ ଆର୍ଥିକ ବର୍ଷ ସରକାରୀ ରାଜକୋଷ ପାଇଁ ଉତ୍କୃଷ୍ଟ ପ୍ରମାଣିତ ହୋଇପାରେ। ଅଧିକ ପଢ଼ନ୍ତୁ

21 May 2024 03:55 PM (IST)

ମେ ୩୧ ପର୍ଯ୍ୟନ୍ତ ବଢିଲା ମନୀଷ ସିସୋଦିଆଙ୍କ ହାଜତ ଅବଧି

ନୂଆଦିଲ୍ଲୀ: ଆପ୍‌ ନେତା ମନୀଷ ସିସୋଦିଆ ମନି ଲଣ୍ଡରିଂ କେସ୍‌ ଏବଂ ଦୁର୍ନୀତି ମାମଲାରେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ଜେଲରୁ ମୁକୁଳିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ସିସୋଦିଆଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଛି । କିନ୍ତୁ ମନୀଷଙ୍କୁ ଏପର୍ଯ୍ୟନ୍ତ କୋର୍ଚଙ୍କ ପକ୍ଷରୁ କୌଣସି ଆଶ୍ୱସ୍ତିଜନକ ଖବର ମିଳିନାହିଁ । ଅନ୍ୟପଟେ ମନୀଷଙ୍କ ପାଇଁ ଆଉ ଏକ ଚିନ୍ତାର ବିଷୟ ପାଲଟିଛି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟଙ୍କ ରାୟ । ମନୀଷଙ୍କ ହାଜତ ଅବଧିକୁ ବଢାଇଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

21 May 2024 03:20 PM (IST)

Bank Recruitment 2024: ବ୍ୟାଙ୍କରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେତେ ଅଛି ପଦବୀ

J&K Bank Vacancy 2024: ଜାମ୍ମୁ କାଶ୍ମୀର ବ୍ୟାଙ୍କ ସାରା ଦେଶରେ ବିଭିନ୍ନ ଶାଖାରେ ଆପ୍ରେଣ୍ଟିସିପ୍ ପଦବୀରେ ଭର୍ତ୍ତି ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଆପ୍ରେଣ୍ଟିସ୍ ଆକ୍ଟ ୧୯୬୧ ଅନୁଯାୟୀ ସମୁଦାୟ ୨୭୬ଟି ଆପ୍ରେଣ୍ଟିସ୍ ପୋଷ୍ଟ ପୂରଣ ହେବାକୁ ଯାଉଛି । ସରକାରୀ ବିଜ୍ଞପ୍ତି ଅନୁଯାୟୀ ଆବେଦନ ପ୍ରକ୍ରିୟା ମେ ୧୪ ରେ ଆରମ୍ଭ ହୋଇସାରିଥିବା ସମୟରେ ଏହା ମେ ୨୮ ତାରିଖରେ ଶେଷ ହେବ । ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ jkbank.com ମାଧ୍ୟମରେ JK ବ୍ୟାଙ୍କ ଆପ୍ରେଣ୍ଟିସ୍ ନିଯୁକ୍ତି ୨୦୨୪ ପାଇଁ ଆବେଦନ କରିପାରିବେ । ଅଧିକ ପଢ଼ନ୍ତୁ

21 May 2024 03:00 PM (IST)

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ପଡ଼ିଲା ୬୯.୧୯ % ଭୋଟ୍‍ 

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଅପକ୍ଷାକୃତ କମ୍‍ ମତଦାନ ହୋଇଛି।  ନିର୍ବାଚନ କମିଶନଙ୍କ ସର୍ବଶେଷ ତଥ୍ୟାନୁସାରେ ରାଜ୍ୟରେ ହାରାହାରି ୬୯.୧୯% ଭୋଟିଂ ବା ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ସମୁଦାୟ ୩୫ଟି ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ କରାଯାଇଥିଲା । ସବୁଠାରୁ ଅଧିକ ମତଦାନ ସୋନପୁରଠାରେ ରେକର୍ଡ କରାଯାଇଛି। ଏଠାରେ ହାରାହାରି ୮୧.୨୩% ଭୋଟିଂ ହୋଇଥିବା ବେଳେ ଭଟଲିରେ ୭୯.୨୩%, ଝାରସୁଗୁଡ଼ାରେ ୭୮.୫%, ବୀରମହାରାଜପୁରରେ ୭୮.୩୭%, ପଦମପୁରରେ ୭୫୧.୨%, ବବ୍ରଜରାଜ ନଗରରେ ୭୫.୦୨% ମତଦାନ ହୋଇଛି। ଅଧିକ ପଢ଼ନ୍ତୁ

21 May 2024 11:58 AM (IST)

Odisha News Live Updates: ଦୁଇ ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଗଲା ଲୁହା ବୋଝେଇ ଟ୍ରକ୍
ଦୁଇ ସ୍କୁଟି ଆରୋହୀଙ୍କୁ ଉପରେ ମାଡ଼ିଗଲା ଲୁହା ବୋଝେଇ ଟ୍ରକ୍। କଟକ ଜିଲ୍ଲା ଜାତୀୟ ରାଜପଥ ୧୬ର ବାଲିକୁଦା ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ଦ୍ୱୟଙ୍କ ପରିଚୟ ମିଳିନାହିଁ। ଆଜି ସକାଳେ ଯୁବକ ଦ୍ୱୟ ଏକ ସ୍କୁଟିରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଆସୁଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ୍ ଉଭୟ ଯୁବକଙ୍କୁ ଧକ୍କା ଦେଇଥିଲା। ଯୁବକ ଦ୍ୱୟ ତଳେ ଛିଟିକି ପଡ଼ିଯାଇଥଲେ। ଟ୍ରକ୍‌ଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

 

21 May 2024 11:55 AM (IST)

Odisha News Live Updates: ତାଲିକାରେ ନାମ ନଥିବାରୁ ଭୋଟ୍‌ ଦେଇପାରିଲେନି ମମଲା ବାନାର୍ଜୀଙ୍କ ଭାଇ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ସାନଭାଇ ସ୍ବପନ ବାନାର୍ଜୀ (ବାବୁନ୍‌)ଙ୍କ ନାମ ଭୋଟର ତାଲିକାରେ ନଥିବାରୁ ସେ ସୋମବାର ମତଦାନ କରିପାରିନାହାନ୍ତି ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ହାୱଡ଼ା ଟାଉନର ଭୋଟର ଥିବା ବାବୁନ୍ ଭୋଟ୍‌ ଦେବାକୁ ଯାଇଥିଲେ। ହେଲେ ସେତେବେଳେ ତାଙ୍କ ନାମ ଏହି ତାଲିକାରେ ନାହିଁ ବୋଲି ଜଣାପଡ଼ିଥିଲା। ଟିଏମ୍‌ସି ମୁଖପାତ୍ର ଶାନ୍ତନୁ ସେନ କହିଛନ୍ତି, “ଭାରତର ନିର୍ବାଚନ ଆୟୋଗ ସମଗ୍ର ବିଷୟ ଉପରେ ଦୃଷ୍ଟି ରଖିଛନ୍ତି। ଏହା କାହିଁକି ଘଟିଲା ତାହାକୁ ଏବେ ବର୍ଣ୍ଣନା କରନ୍ତୁ। ଯେତେବେଳେ ପିଟିଆଇ ତାଙ୍କ ସହିତ ଯୋଗାଯୋଗ କରିଥିଲା, ବାବୁନ୍ କହିଛନ୍ତି ଯେ ସେ ନିଜର ମତଦାନ ନକରିପାରି ନିରାଶ ହୋଇଛନ୍ତି। “ମୁଁ ଆଜି ଭୋଟ୍ ଦେବାକୁ ଯାଇ ଦେଖିଲି ଯେ ମୋର ନାମ ନାହିଁ। ମୁଁ ଏତେ ବର୍ଷ ଧରି ଭୋଟ୍ ଦେଉଛି। ମୁଁ ନିରାଶ ହୋଇଛି ଯେ ଚଳିତବର୍ଷ ଭୋଟ୍ ଦେଇ ପାରିଲି ନାହିଁ। ଗଣତାନ୍ତ୍ରିକ ଦେଶର ନାଗରିକ ଭାବରେ ମୋର ଭୋଟ୍ ଦେବାର ଅଧିକାର ଅଛି’’ ବୋଲି ସେ କହିଛନ୍ତି।

21 May 2024 10:22 AM (IST)

Odisha News Live Updates: ଡିଭାଇଡରରେ ପିଟି ହେଲା ବସ୍‌
ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ବସ୍‌। ଏଥିରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ୨୦ ଜଣ ପୁଲିସ କର୍ମଚାରୀ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆରଡିଏ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ପୁଲିସ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ପୁଲିସ କର୍ମଚାରୀମାନେ ନିର୍ବାଚନ ଡ୍ୟୁଟି ସାରି ଏକ ବସ୍‌ରେ ଭଞ୍ଜନଗରରୁ ଛତ୍ରପୁର ଫେରୁଥିଲେ। ଡିଆରଡିଏ ଛକ ନିକଟରେ ବସଟି ଭାରସାମ୍ୟ ହରାଇ ଡିଭାଇଡରେ ପିଟି ହୋଇଯାଇଥିଲା। ତେବେ ଅଳ୍ପକେ ବର୍ତ୍ତି ଯାଇଥିଲେ ୨୦ ଜଣ ପୁଲିସ କର୍ମଚାରୀ ବର୍ତ୍ତି ଯାଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ଜଣେ ଆହତ ହୋଇଛନ୍ତି। 

21 May 2024 08:57 AM (IST)

Odisha News Live Updates: ଆଜି ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
ଆଜି ୨୧ ତାରିଖରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସମ୍ବଲପୁର ପିଏଚ୍‌ଡ଼ି ପଡ଼ିଆରେ ହେବାକୁ ଥିବା ବିଶାଳ ଜନ ସମାବେଶରେ ଯୋଗ ଦେବେ ଶ୍ରୀ ଶାହ। ପ୍ରଥମେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମା ସମଲେଇଙ୍କ ମନ୍ଦିର ଯାଇକୁ ପୂଜାର୍ଚ୍ଚନା କରିବେ। ଏହପରେ ସେଠାରୁ ସେ ପିଏଚଡି ପଡ଼ିଆ ସଭାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ପିଏଚଡି ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିବେ ଶ୍ରୀ ଶାହ।

 

21 May 2024 08:56 AM (IST)

Odisha News Live updates: କାଲି ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର; ଆଜିଠୁ ବର୍ଷିବ
ଆସନ୍ତାକାଲି  ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

21 May 2024 08:55 AM (IST)

Odisha News Live updates: ସିଲ୍‌ ହେଲା ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ
ଦେଶରେ ଚାଲିଥିବା ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟ ଭୋଟିଂ ଆଜି ଶେଷ ହୋଇଛି। ୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୪୯ଟି ଆସନ ପାଇଁ ଆଜି ଲୋକମାନେ ମତାଧିକାର ସାବ୍ୟସ୍ତ କରିଛି। ଭୋଟିଂ ପରେ ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏମାନଙ୍କ ମଧ୍ୟରେ ୮୨ ଜଣ ମହିଳା ମଧ୍ୟ ରହିଛନ୍ତି। ସନ୍ଧ୍ୟା ୭ଟା ସୁଦ୍ଧା ଭୋଟିଂ ହାର ପ୍ରାୟ ୬୦% ରହିଛି। କିଛି ସ୍ଥାନରେ ଭିଡ଼ ଲାଗି ରହିଥିବାରୁ ଆଗକୁ ନିର୍ବାଚନ କମିଶନ ଅପଡେଟ ଭୋଟିଂ ହାର ପ୍ରକାଣ କରିବେ ବୋଲି ଜଣାପଡ଼ିଛି।

21 May 2024 08:22 AM (IST)

Odisha News Live Updates: କାଳ ବୈଶାଖୀ ଯୋଗୁଁ ଭାଙ୍ଗିଲା ଟେଣ୍ଟ୍: ରାତିସାରା କାମ କଲେ ନିର୍ବାଚନ ଅଧିକାରୀ ଓ କର୍ମଚାରୀ
କାଳ ବୈଶାଖୀ ଯୋଗୁଁ ବୀରମହାରାଜପୁର କଲେଜ ପଡ଼ିଆରେ ଚାଲିଥିବା ନିର୍ବାଚନ ପରିଚାଳନା ଅନେକ ସ୍ଥାନରେ ଟେଣ୍ଟ ଭାଙ୍ଗିଯାଇଥିଲା। ବର୍ଷା ଓ ପବନକୁ ଖାତିରି ନକରି ରାତିସାରା ଚାଲିଥିଲା କାମ। ଏ ପର୍ଯ୍ୟନ୍ତ ଭୋଟ ବାସ୍କ ଓ ଇଭିଏମ୍ ମେସିନ୍ ରିସିଭ୍ କାର୍ଯ୍ୟ ଚାଲିଛି। ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ବୀରମହାରାଜପୁର ନିର୍ବାଚନ ଅଧିକାରୀ ତଥା ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ରାତିସାରା କାମ କରୁଥିବା ଜଣାଯାଇଛି।

21 May 2024 08:13 AM (IST)

Odisha News Live Updates: କାଲିଠୁ ହାଇକୋର୍ଟର ଗ୍ରୀଷ୍ମ ଅବକାଶ
ଓଡ଼ିଶା ହାଇକୋର୍ଟର ଆସନ୍ତା କାଲି ଅର୍ଥାତ ମଇ ୨୨ ତାରିଖରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି। ମେ ୨୨ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ଜୁନ ୧୮ ତାରିଖରେ କୋର୍ଟ ଖୋଲିବ। ଅବକାଶ ସମୟରେ ମେ ୨୩,୨୮,୩୦ ଓ ଜୁନ ୪, ୬, ୧୧ ଏବଂ ୧୨ରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ମେ ୨୦ ତାରିଖରେ ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ...https://zeenews.india.com/hindi/zeeodisha/odisha-highcourt-summer-holiday-from-tomorrow/2256709

21 May 2024 07:59 AM (IST)

Today Horoscope: କନ୍ୟା ରାଶି ସହ ଏହି ୪ ରାଶିକୁ ମିଳିବ ଖୁସି ଖବର! ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆପଣଙ୍କ ଦିନ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

21 May 2024 07:58 AM (IST)

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Add Zee News as a Preferred Source

About the Author