Odisha news live updates: ୬ ବର୍ଷ ପାଇଁ କଂଗ୍ରେସ ଦଳରୁ ବହିଷ୍କୃତ ହେଲେ ସୁର...ପଢନ୍ତୁ ଆଉ କିଛି ଖବର
Advertisement

Odisha news live updates: ୬ ବର୍ଷ ପାଇଁ କଂଗ୍ରେସ ଦଳରୁ ବହିଷ୍କୃତ ହେଲେ ସୁର...ପଢନ୍ତୁ ଆଉ କିଛି ଖବର

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha news live updates: ୬ ବର୍ଷ ପାଇଁ କଂଗ୍ରେସ ଦଳରୁ ବହିଷ୍କୃତ ହେଲେ ସୁର...ପଢନ୍ତୁ ଆଉ କିଛି ଖବର
LIVE Blog

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

15 April 2024
23:53 PM

ହାଇସ୍କୋରିଂ ମୁକାବିଲାରେ ପୁଣି ବାଜି ମାରିନେଲା ହାଇଦ୍ରାବାଦ
ସୋମବାର (ଅପ୍ରେଲ ୧୫) ବେଙ୍ଗାଲୁରୁ ସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ ଠାରେ ହୋଇଥିବା ମୁକାବିଲାରେ ବାଜି ମାରିନେଇଛି ସନରାଇଜର୍ସ ହାଇଦ୍ରାବାଦ। ଆଜି ଖେଳାଯାଇଥିବା ୩୦ ତମ ମ୍ୟାଚ୍ ରେ ହାଇଦ୍ରାବାଦ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳକୁ ୨୫ ରନ୍ ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଧାର୍ଯ୍ୟ ୨୦ ଓଭର ରେ ୩ ୱିକେଟ ହରାଇ ୨୮୭ ରନ୍ ସଂଗ୍ରହ କରିଥିଲା। ୨୮୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଙ୍ଗାଲୁରୁ ୭ ୱିକେଟ ହରାଇ ୨୬୨ ରନ୍ ସଂଗ୍ରହ କରିଥିଲା।
ପଢନ୍ତୁ ପୁରା ଖବର

22:55 PM

କଟକ ରାମଚନ୍ଦ୍ରପୁର ଗାଁରେ ବୋମାମାଡ

ପୂର୍ବ ଶତୃତା କାରଣରୁ ବାଙ୍କୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ଆଜି ସନ୍ଧ୍ୟା ସମୟରେ ବୋମାମାଡ ହୋଇଥିବା ସୂଚନା ମିଳିଛି । ଫଳରେ ୨ଜଣ ଗୁରୁତର ଏବଂ ୬ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଦୁଇ ଗୋଷ୍ଠିର ସଂଘର୍ଷରୁ ଏପରି କାଣ୍ଡ ହୋଇଥିବା କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସମୟରେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିବା ଜଣାପଡିଛି ।

22:40 PM

Bus Accident: ବାରବାଟୀ ବସ୍ ଦୁର୍ଘଟଣା, ୩ ମୃତ ୪୦ ଆହତ

ଯାଜପୁର: ୧୬ ନମ୍ୱର ଜାତୀୟ ରାଜପଥ ନିକଟ ବାରବାଟିଠାରେ ବସ୍ ଦୁର୍ଘଟଣା । ଓଭରବ୍ରିଜରୁ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ୍ । ଫଳରେ ୩ଜଣ ମତ୍ୟୁବରଣ କରିଥିବାବେଳେ ୫ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । ଏଥିସହ ୪୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସରେ ସମୁଦାୟ ୫୦ରୁ ଉର୍ଦ୍ଧ ଯାତ୍ରୀଥିଲେ ବୋଲି ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

22:25 PM

Ayodhya Ram Navami 2024: ରାମନବମୀ ପାଇଁ ଅଯୋଧ୍ୟାରେ ବିଶେଷ ପ୍ରସ୍ତୁତି, ଏହି ଜିନିଷ ପାଖରେ ଥିଲେ ଦର୍ଶନ ମନା

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ରାମନବମୀ ପାଳନ କରାଯିବ । ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତମାନଙ୍କ ପାଇଁ କିଛି ସୂଚନା ଜାରି କରିଯାଇଛି । ମନ୍ଦିର ଭିତରକୁ କିଛି ଜିନିଷ ପ୍ରବେଶ ନିଷେଧ କରାଯାଇଛି । ଅଧିକ ପଢ଼ନ୍ତୁ...

22:00 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  
ପଢନ୍ତୁ ପୁରା ଖବର

21:17 PM

କଂଗ୍ରେସର ଆକ୍ସନ ପରେ ମୁହଁ ଖୋଲିଲେ ସୁର

ଦଳୀୟ ନୀତି ଆଦର୍ଶକୁ ନମାନି ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିଥିବାରୁ କଂଗ୍ରେସ ଆଜି ବରିଷ୍ଠ ନେତା ସୁର ରାଉତରାୟଙ୍କ ଉପରେ କଡା ଆକ୍ସନ ନେଇଛି । ୬ ବର୍ଷ ପାଇଁ କଂଗ୍ରେସରୁ ନିଲମ୍ୱନ କରିଛି କଂଗ୍ରେସ । ତେବେ ଏହାର ପ୍ରତିକ୍ରିୟାରେ ସୁର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମତେ କାହିଁକି ବହିଷ୍କାର କରାଯାଇଛି ସେନେଇ ମୁଁ ପ୍ରଶ୍ନ କରିବି । ମୁଁ କଂଗ୍ରେସରେ ଥିଲି ଅଛି ଆଉ ରହିବି । ଯଦି ମତେ ବହିଷ୍କାର କରାଯାଇଛି ତାହେଲେ ମୋର ତାହାକୁ ଖାତିର ନାହିଁ ।

20:52 PM
 
 
ଭାରତ ସହ ପଙ୍ଗା ନେବା ପରେ ବାଟକୁ ଆସିଗଲା ମାଳଦ୍ୱୀପ; ଜାଣନ୍ତୁ ପୁରା ଘଟଣାକ୍ରମ
ଭାରତ ସହ ପଙ୍ଗା ନେଇ ଫସିବା ପରେ ଏବେ ବାଟକୁ ଆସିଯାଇଛି ମାଳଦ୍ୱୀପ। କାରଣ ପର୍ଯ୍ୟଟନ ଲାଗି ପ୍ରସିଦ୍ଧ ଏହି ଦ୍ୱୀପ ଦେଶରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯାହା ଦ୍ୱାରା ଦେଶର ପର୍ଯ୍ୟଟନ ଅନେକାଂଶରେ ପ୍ରଭାବିତ ହୋଇଛି। ବର୍ତ୍ତମାନ ଭାରତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ମାଲଦ୍ୱୀପ ସ୍ଥିତ ଏକ ପ୍ରମୁଖ ପର୍ଯ୍ୟଟନ ସଂସ୍ଥା ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଏନେଇ କୁହାଯାଇଛି ପ୍ରମୁଖ ଭାରତୀୟ ସହରରେ ରୋଡ୍ ସୋ ଆୟୋଜନ କରାଯିବ।
20:50 PM

16 April Rashifal: କେଉଁ ରାଶି ପାଇଁ ମଙ୍ଗଳମୟ ମଙ୍ଗଳବାର, ଜାଣନ୍ତୁ ରାଶିଫଳ

Daily Horoscope: ପ୍ରତିଦିନ ଜ୍ୟୋତିର୍ବିଦମାନେ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କର ଭାଗ୍ୟଫଳ ସମ୍ପର୍କରେ ସୂଚନା ଦେଇଥାନ୍ତି । କାହା ପାଇଁ କିପରି କଟିବ ପୂରା ଦିନ ଆସନ୍ତୁ ଜାଣିବା ୧୬ ଏପ୍ରିଲ (ମଙ୍ଗଳବାର)ର ରାଶିଫଳ । ଅଧିକ ପଢ଼ନ୍ତୁ...

20:05 PM

Odisha news live updates: ୧୮ସହରରେ ଦିନ ତାପମାତ୍ରା  ୪୦ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରିଛି ପାଣିପାଗ ବିଭାଗ । ବାରିପଦାରେ ସର୍ବାଧିକ ୪୧.୪ ଡ଼ିଗ୍ରୀ, ଭୁବନେଶ୍ୱର, ଚାନ୍ଦବାଲି ଏବଂ ନୂଆପଡାରେ ୪୧.୨ ଡ଼ିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ । ଆଗାମୀ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ରୁ  ୪ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି !

20:03 PM

ମୋବାଇଲ୍ ଟେକ୍ନୋଲୋଜି ମାମଲାରେ ବିଶ୍ୱ ଠାରୁ ପାଦେ ଆଗେଇଲା ଚୀନ; ଜାଣନ୍ତୁ କିପରି
ମୋବାଇଲ୍ ଟେକ୍ନୋଲୋଜି ମାମଲାରେ ଚୀନ୍ ବିଶ୍ୱ ସମୁଦାୟ ଠାରୁ ଚାରି ପାଦେ ଆଗେଇ ଯାଇଛି। ଚୀନ ବିଶ୍ୱର ଏପରି ପ୍ରଥମ ଉପଗ୍ରହ ବିକଶିତ କରିଛି ଯାହା ମାଧ୍ୟମରେ ସ୍ମାର୍ଟଫୋନ ସହାୟତାରେ ସିଧାସଳଖ କଲ କରାଯାଇ ପାରିବ। ଏଥିପାଇଁ ପୃଥିବୀ ପୃଷ୍ଠରେ ଟାୱାର ନେଟୱାର୍କର  କିମ୍ବା ଅନ୍ୟାନ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିବ ନାହିଁ। ମୁଖ୍ୟ ସ୍ରୋତରେ ରହିବା ସତ୍ତ୍ୱେ ସାଟେଲାଇଟ ଫୋନ ଭଳି ଉପକରଣର କୌଣସି ଆବଶ୍ୟକତା ରହିବ ନାହିଁ। ସାଟେଲାଇଟ ସହାୟତାରେ ହେଉଥିବା ଯୋଗାଯୋଗ କ୍ଷେତ୍ରରେ ଚୀନ୍‌ ପାଇଥିବା ସଫଳତା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ।
ପଢନ୍ତୁ ପୁରା ଖବର

19:45 PM

IMDର 'ମୌସୁମୀ' ପୂର୍ବାନୁମାନ, ଚଳିତ ଥର ସ୍ୱାଭାବିକଠୁ ଅଧିକ ବର୍ଷା

Weather News: ଭାରତୀୟ ପାଣିପାଗ ବିଭାଗ (IMD) ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପର୍କରେ ପୂର୍ବାନୁମାନ କରିଛି । ଆକଳନ ଅନୁଯାୟୀ କୁହାଯାଇଛି ଯେ, ପୂର୍ବ ବର୍ଷ ଅପେକ୍ଷା ଏଥର ବର୍ଷା ଭଲ ହେବ । ଅର୍ଥାତ ଚଳିତଥର ଦେଶକୁ ମୌସୁମୀ ଛୁଇଁବା ପରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ପ୍ରାୟ ୧୦୬ ପ୍ରତିଶତ ବର୍ଷା ହେବା ନେଇ ଆଇଏମଡି ଆକଳନ କରିଛି । ଅଧିକ ପଢ଼ନ୍ତୁ...

19:03 PM

ଅର୍ଥବଳ ବିରୋଧରେ ଜାରି ରହିଛି କାର୍ଯ୍ୟାନୁଷ୍ଠାନ; ଜବତ ହୋଇସାରିଲାଣି ଏତିକି ଟଙ୍କା 
ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବାକୁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରିସାରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଏହି କ୍ରମରେ ନିର୍ବାଚନକୁ ଅର୍ଥବଳ ପ୍ରଭାବରୁ ମୁକ୍ତ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି ନିର୍ବାଚନ ଆୟୋଗ। ବର୍ତ୍ତମାନ ପର୍ଯ୍ୟନ୍ତ ୪୬୫୦ କୋଟିରୁ ଅଧିକ ଟଙ୍କା ଜବତ କରିଯାଇଛି। ସୋମବାର ନିର୍ବାଚନ ଆୟୋଗ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। 
ପଢନ୍ତୁ ପୁରା ଖବର

18:50 PM

ସୁରଙ୍କୁ ମହଙ୍ଗା ପଡିଲା ପୁତ୍ରମୋହ, ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ

Odisha Politics: ଆଗରୁ କହୁଥିଲେ କଂଗ୍ରେସରେ ବଞ୍ଚିଛି କଂଗ୍ରେସରେ ମରିବି । ମୋ ପାଇଁ ମୋ ପାର୍ଟି ବଡ଼ । ସବୁବେଳେ କଂଗ୍ରେସର ପ୍ରଚାର ପ୍ରସାର କରିଆସୁଥିବା ବରିଷ୍ଠ ନେତା ସୁର ରାଉତରାୟ କିଛି ଦିନ ହେବ ପୁତ୍ର ମୋହରେ ପଡିଥିଲେ । ସାନପୁଅ ମନ୍ମଥ ରାଉତରାୟ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଭୁବନେଶ୍ୱରରୁ ଲଢୁଥିବା ସମୟରେ ପୁଅ ପାଇଁ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଥିଲେ ବାପା । କିନ୍ତୁ ଦଳ ବିରୋଧୀ କାମ କରିବା ସୁରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦଳ ବିରୋଧୀ କାମ କରୁଥିବା କାରଣରୁ ସୁରଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି କଂଗ୍ରେସ । ରାଜନୈତିକ ଜୀବନରେ ବୋଧହୁଏ ପ୍ରଥମ ଥର ସୁରଙ୍କୁ ଏପରି ଏକ ଛଟକା ଲାଗିଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

18:06 PM

ରାଏବରେଲି ଆସନରେ କାହାକୁ ମିଳିବ ବିଜେପି-କଂଗ୍ରେସ ଟିକେଟ?
୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ପ୍ରାୟ ସମସ୍ତ ଲୋକସଭା ଆସନରେ ପ୍ରଚାର ସହ ରାଲି ଆରମ୍ଭ ହୋଇଯାଇଛି। ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଜନ ସମର୍ଥନ ହାତେଇବା ଲାଗି ବିଭିନ୍ନ କଳ ବଳ କୌଶଳ ଆପଣାଉଛନ୍ତି। ହେଲେ କଂଗ୍ରେସ ଦଳର ଗଡ଼ ଭାବରେ ପରିଚିତ ଉତ୍ତର ପ୍ରଦେଶ ରାଏବରେଲି ଲୋକସଭା ଆସନରେ ଏକ ଅସ୍ୱାଭାବିକ ନୀରବତା ଖେଳିଯାଇଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ରାଏବରେଲି ଆସନରୁ ସୋନିଆ ଗାନ୍ଧୀ ନିର୍ବାଚିତ ହୋଇଥିଲେ। 
ପଢନ୍ତୁ ପୁରା ଖବର

 

17:50 PM

କଳିଯୁଗର କର୍ଣ୍ଣ ସାଜିଲେ ଦମ୍ପତି ! ୨୦୦ କୋଟି ଦାନ କରି ହେଲେ ସନ୍ୟାସୀ

Money Donation: ବଡ଼ ବ୍ୟବସାୟୀ ଭାବେ ସଫଳତା ଲାଭ କରିବା ସହ ୨୦୦ କୋଟି ଟଙ୍କାର ମାଲିକ ଥିଲେ ଗୁଜରାଟର ଭାବେଶ ଭାଇ ଭଣ୍ଡାରୀ । କିନ୍ତୁ ଆଶ୍ଚର୍ଯ୍ୟର କଥା ହଠାତ୍ ନିଜର ସମସ୍ତ ଅର୍ଜିତ ଧନକୁ ଦାନ କରି ପତ୍ନୀଙ୍କ ସହ ମିଶି ସନ୍ୟାସୀ ହେବା ପାଇଁ ମନବଳାଇବା ସହ ତାହା ହିଁ କଲେ । ଦମ୍ପତି ବୌଦ୍ଧ ଭିକ୍ଷୁ ବନିବା ପାଇଁ ନିଜର ସମସ୍ତ ଟଙ୍କା ଓ ସୁଖକୁ ଦାନ କରିଦେଇଛନ୍ତି । ଗତ ଫେବୃଆରୀ ମାସରେ ସେ ଏହି ଦାନ କରିଥିଲେ କିନ୍ତୁ ଆନୁଷ୍ଠାନିକ ଭାବେ ଚଳିତ ଏପ୍ରିଲ ମାସରୁ ଉଭୟେ ଦମ୍ପତ୍ତି ସନ୍ୟାସୀ ଜୀବନ ଗ୍ରହଣ କରିବେ । ଅଧିକ ପଢ଼ନ୍ତୁ...

17:10 PM

ଚୋରି କିମ୍ବା ହଜିଗଲେ କିପରି ପାଇବେ ଭୋଟର ଆଇଡ଼ି କାର୍ଡ ଡୁପ୍ଲିକେଟ କପି? ଜାଣନ୍ତୁ ପୁରା ପକ୍ରିୟା 
ଭୋଟର ପରିଚୟ ପତ୍ର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ। ବିଭିନ୍ନ ସରକାରୀ କାର୍ଯ୍ୟରେ ଏହାର ଅନେକ ମହତ୍ତ୍ୱ ରହିଛି। ଯଦି କୌଣସି କାରଣରୁ ଭୋଟର ଆଇଡ଼ି କାର୍ଡ ହଜିଯାଏ, ତାହେଲେ ଆପଣ ଏହାର ଡୁପ୍ଲିକେଟ କପି ମଧ୍ୟ ପାଇପାରିବେ। ଯାହା ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ଜାରି ହୋଇଥାଏ। ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କିପରି ଆପଣ କିପରି ଭୋଟର ଆଇଡ଼ି କାର୍ଡ ନକଲ କପି ପାଇପାରିବେ।

ପଢନ୍ତୁ ପୁରା ଖବର

 

17:10 PM

Grah Gochar 2024: ଏପ୍ରିଲ ୨୩ରେ ବଦଳିବ ୪ ରାଶିର ଭାଗ୍ୟ, ମିଳିବ ବଜରଙ୍ଗବାଲିଙ୍କ ଆଶୀର୍ବାଦ

Grah Gochar 2024: ଜ୍ୟୋତିଷଶାସ୍ତ୍ରରେ ୨୩ ଏପ୍ରିଲକୁ ଏକ ବିଶେଷ ଦିନ ଭାବେ ବିବେଚନା କରାଯାଇଛି । ଏହି ଦିନରେ ଗ୍ରହମାନଙ୍କର ଏକ ଅଦ୍ଭୁତ ଚଳନ ଘଟୁଛି । ଆସନ୍ତୁ ଜାଣିବା ଗ୍ରହ ଚଳନ ପ୍ରଭାବରୁ କେଉଁ ରାଶିର ବ୍ୟକ୍ତିବିଶେଷମାନେ ଉପକୃତ ହେବେ । ଅଧିକ ପଢ଼ନ୍ତୁ...

16:00 PM

Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

15:40 PM

Odisha news live updates: ବିଜେଡିରୁ ଇସ୍ତଫା ଦେଇଛନ୍ତି ଚିତ୍ତରଞ୍ଜନ ମଣ୍ଡଳ । ସେ ବିଜେଡିର ରାଜ୍ୟ ସମ୍ପାଦକ ଏବଂ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ଭାବେ କାର୍ଯ୍ୟ କରୁଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ନିଜର ଇସ୍ତଫା ପଠାଇଥିବା ସୂଚନା ମିଳିଛି । ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ ଚିତ୍ତରଞ୍ଜନ । କିନ୍ତୁ ଦଳ ତାଙ୍କୁ ସୁଯୋଗ ନଦେବାରୁ ସେ ଦଳ ଛାଡିଛନ୍ତି ବୋଲି ସୂଚନା ମିଳିଛି ।

15:29 PM

୨୩ ଅପ୍ରେଲ ପର୍ଯ୍ୟନ୍ତ ବଢିଲା ଅରବିନ୍ଦ କେଜ୍ରିୱାଲକଙ୍କ ନ୍ୟାୟିକ ହେପାଜତ ଅବଧି
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆସିଛି ବଡ଼ ଖବର। ଅପ୍ରେଲ ୧୫ ତାରିଖ ସୋମବାର ଅପ୍ରେଲ ଦିଲ୍ଲୀ ସ୍ଥିତ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ସ୍ୱତନ୍ତ୍ର ଜଜ୍ (ପିସି ଆକ୍ଟ) କାଭେରୀ ବାୱେଜା ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୩ ତାରିଖରେ ଭିଡିଓ କନଫରେନ୍ସ ଯୋଗେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ  ଅଦାଲତରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 

15:15 PM

Odisha news live updates: ରାଜ୍ୟରେ ଧିରେ ଧିରେ ତାତି ଭୀଷଣ ହେବାରେ ଲାଗିଛି । ଆଜି ଅପରାହ୍ଣ ୨ଟା ୩୦ ସୁଦ୍ଧା ୪୧ ଡିଗ୍ରୀ ପାର କରିଛି ରାଜ୍ୟର ହେଲା ୪ଟି ପ୍ରମୁଖ ସ୍ଥାନ । ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିବାବେଳେ ତାପମାତ୍ରା ରହିଛିୃ ୪୧.୨°C । ସେହିପରି ଚାନ୍ଦବାଲିରେ ୪୧.୧°C, ଝାରସୁଗୁଡାରେ ୪୧°C, ବାଲେଶ୍ୱରରେ ୪୦°C ରେକର୍ଡ କରାଯାଇଛି । ୪୦ ଡିଗ୍ରୀ ତଳକୁ ହୀରାକୁଦରେ ୩୯.୫°C, ସମ୍ବଲପୁରରେ ୩୯.୪°C, ରାଉରକେଲାରେ ୩୯.୨°C, କେନ୍ଦୁଝରରେ ୩୮.୯°C, ଗୋପାଳପୁରରେ ୩୫.୫°C, ପାରାଦୀପରେ ୩୫.୨°C, ପୁରୀରେ ୩୫°C ତାପମାତ୍ରା ରହିଛି ।

15:00 PM

Ayushman Bharat Yojana: ଏହି ଲୋକଙ୍କୁ ମିଳିବ ବିଶେଷ ଲାଭ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା

Ayushman Bharat Yojana Benefits: ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ବିଷୟରେ ଘୋଷଣା କରିଥିଲେ । ଏହା ଅଧୀନରେ ତାଲିକାଭୁକ୍ତ ଡାକ୍ତରଖାନାଗୁଡ଼ିକରେ ପ୍ରତ୍ୟେକ ପରିବାର ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ପାଆନ୍ତି। ଅଧିକ ପଢ଼ନ୍ତୁ...

14:49 PM

Weather Update: ରାଜ୍ୟକୁ ପୁଣି ଫେରିଛି ତାତି। ଲଗାତର ୪ ଦିନ ଥଣ୍ତା ପାଗ ରହିବା ପରେ ଶନିବାର ଠାରୁ ରାଜ୍ୟରେ ତାତି ସାମାନ୍ୟ ବୃଦ୍ଧି ପାଇଛି।  ୧୦ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତ ପାଗ ଶୁଖିଲା ରହିବା ସହ ପାରଳାଖେମୁଣ୍ଡି ରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୦.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି । ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି । ତଥା ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ ରୁ ୬ ଡ଼ିଗ୍ରୀ ଯାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି ।

13:55 PM

Odisha News Live Updates: ରବିବାର ଭୋରରୁ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଘର ଉପରକୁ ୨ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ନେଇ ଖବର ସମ୍ନାକୁ ଆସିଥିଲା । ଏ ଘଟଣାରେ ମୁମ୍ବାଇ ପୋଲିସ ଛାନଭିନ୍ କରୁଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି ୨ ଦୁର୍ବୃତ୍ତଙ୍କ ଫଟୋ । ଦୁଇ ଜଣ ଗୁଳିମାଡ଼କାରୀଙ୍କ ମଧ୍ୟରୁ ଜଣେ ହରିଆଣାର ଗୁରୁଗ୍ରାମର ଗ୍ୟାଙ୍ଗଷ୍ଟର ବିଶାଳ ରାହୁଲ ଓରଫ କାଳୁ ବୋଲି ଜଣାପଡ଼ିଛି । ସେପଟେ ପୋଲିସ ବାଇକ୍‌କୁ  ଜବତ କରିଥିବା ବେଳେ ଦୁଇ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।

13:30 PM

Odisha Live Update: ଅଶୁଭ ସୋମବାର! ମରଣ ମୁହଁରୁ ବଞ୍ଚିଲେ ଏକାଧିକ ଯାତ୍ରୀ। ବୌଦ୍ଧ ଜିଲ୍ଲା ରାଣୀପଦର ଘାଟିରେ ଘଟି ଯାଇଛି ଭୟଙ୍କର ଦୁର୍ଘଟଣା। ଘାଟିରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଉ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି। 

13:15 PM

Odisha Live Update: କୋରାପୁଟ ଜିଲ୍ଲା ପାଡୁଆ ପୋଲିସକୁ ସଫଳତା। ଚୋରା ଚାଲାଣ ପାଇଁ ରଖା ଯାଇଥିବା ସମୟରେ ୬୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ କଲା ପୋଲିସ।
ଗତକାଲି ପେଟ୍ରୋଲିଙ୍ଗ ସମୟରେ ଏସଆଇ ବେନିଆ, ଏଏସଆଇ  ଆର. ଏଚ୍ ମାଡକାମି ଏବଂ ପିଏସ୍ କର୍ମଚାରୀମାନେ ବାଡେଲ ଜିପି ଅଧୀନରେ ଥିବା ଗୋଡିପୁଟ ଜଙ୍ଗଲ ଉପରେ ଚଢାଉ କରିଥିଲେ । ଏବଂ ୬୦୨  କିଲୋ ଗଞ୍ଜା ଜବତ କରିବାରେ ସଫଳ ହୋଇଥିଲେ। ୨୬ ଟି ଜରି ପ୍ୟାକରେ ରଖାଯାଇଥିଲା ଚୋରା ଚାଲାଣ ପାଇଁ। ଅଭିଯୁକ୍ତମାନେ ସେହି ଗଞ୍ଜେଇ ଜରି ବସ୍ତାକୁ ରଖିଥିଲେ। ପରବର୍ତ୍ତୀ ସମୟରେ ଏହା ବିକ୍ରୟ ଉଦ୍ଦେଶ୍ୟରେ ବାହାର ରାଜ୍ୟକୁ ଚୋରା ଚାଲାଣ କରି ଥାଆନ୍ତେ। ସମସ୍ତ ଗଞ୍ଜେଇକୁ ଜବତ କରିଥିଲେ। ଜବତ ପରେ ପୋଲିସ ପକ୍ଷରୁ ପାଡୁଆ ଥାନା ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

13:05 PM

Odisha News Live Updates: ବିଜେପିରେ ମିଶିଲେ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ଦଳୀୟ କାର୍ଯ୍ୟଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଜ୍ୟୋତି ପ୍ରାଣିଗ୍ରାହୀ ।

12:45 PM

Odisha News Live Updates: ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ବିଆରଏସ ନେତ୍ରୀ କେ. କବିତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ସୋମବାର ଦିଲ୍ଲୀ କୋର୍ଟ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ନିକଟରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରିଥିଲା ସିବିଆଇ ।

12:20 PM

Odisha News Live Updates: ଓଡିଶା ଉପକୂଳରେ ଆଜିଠାରୁ ମାଛଧରା ନିଷେଧ। ଏମିତି କି, ନଦୀ ମୁହାଣ ଗୁଡିକରେ ମଧ୍ଯ ମାଛ ଧରା ଉପରେ ଲାଗିଲା ଅଙ୍କୁଶ। ଜୁନ୍ ୧୪ ଯାଏଁ ଅର୍ଥାତ ୬୧ ଦିନ ପାଇଁ ଏହି କଟକଣା ଲାଗୁ କରାଯାଇଛି । ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଛନ୍ତି। କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଓଡିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ବର,  ଗୁଞ୍ଜାମ, କୁଜଙ୍ଗ, ବାଲୁଗାଁ ଓ ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି ଦିଆଯାଇଛି । ଓମ୍ଫ୍ରା ଆକ୍ଟ ବା ଓଡିଶା ମେରାଇନ ଫିସିଂ ରେଗୁଲେସନ ଆକ୍ଟର କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

12:00 PM

Odisha Live Update: ଝିଅଙ୍କ ମାଆ ହୋଇଥିବାରୁ ଲୋକଙ୍କୁ ଭୋଜି ଦେଲେ ବୁର୍ଲା ବିଷ୍ଣୁ ପଡା କଲୋନୀର ସୁରେଖା ଓ ସୋନୁ । ତିନି ବର୍ଷ ପୂର୍ବେ ଯେତେବେଳେ ସେ ଗର୍ଭବତୀ ଥିଲେ ତାଙ୍କର ଝିଅ ଟିଏ ହେଉ ବୋଲି ମାନସିକ କରିଥିଲେ ସୁରେଖା , ସେ କହିଥିଲେ ଯେ ଝିଅ ଟିଏ ଜନ୍ମ ହେଲେ ବୁର୍ଲା ହସ୍ପିଟାଲ ପରିସରରେ କିଛି ଲୋକଙ୍କୁ ଅନ୍ନ ଭୋଜ ଦେବେ । ଏ ବର୍ଷ ତାଙ୍କ ଠାରେ ଅର୍ଥ ହେବାରୁ ପାଖାପାଖି ହଜାରେ ଲୋକଙ୍କୁ ବୁର୍ଲା ହସ୍ପିଟାଲ ପରିସରରେ ଖାଇବାକୁ ଦେଇ ଆନନ୍ଦ ଅନୁଭବ କରିଥିଲେ। ଆଜିକାଲି ଯୁଗରେ ଝିଅଟିଏ ହେଲେ ଅନେକେ ନାକ ଟେକୁଥିବା ବେଳେ ସୋନିଙ୍କର ଏଭଳି କାର୍ଯ୍ୟକୁ ସାଧାରଣ ରେ ପ୍ରଶଂସା କରାଯାଉଛି ।

11:45 AM

Odisha Live Update: ମହା ବିଷୁବ ସଂକ୍ରାନ୍ତିରେ ଜନସାଧାରଣଙ୍କୁ ପଣା ବାଣ୍ଟୁଥିବା ବେଳେ ପକ୍ଷୀ ରାଣୀ ମାମାଲି ପଣ୍ଡା ପକ୍ଷୀ ମାନଙ୍କ ପାଇଁ ଜଳ ଓ ଖାଦ୍ୟ ବିଭିନ୍ନ ଗଛରେ ପାତ୍ର ରଖି ପ୍ରଦାନ କରୁଛନ୍ତି। ବୟସ ମାତ୍ର ୧୧ ବର୍ଷ କିନ୍ତୁ ଦୀର୍ଘ ୪ ବର୍ଷ ଧରି ଏଭଳି ସମାଜ ସେବା କରି ଭଦ୍ରକ ଜିଲ୍ଲାରେ ପକ୍ଷୀ ରାଣୀ ଭାବେ ଘରେ ଘରେ ନିଜର ସୋତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମାମାଲିଙ୍କର ଏଭଳି ସାମାଜ ସେବାକୁ ଦେଖି ଭଦ୍ରକ ଜିଲ୍ଲାର ଜୀ ଓଡ଼ିଶାର ସୋତନ୍ତ୍ର କାର୍ଯ୍ୟକ୍ରମ ବିକାଶ ପଥେ ଓଡିଶା କାର୍ଯ୍ୟକ୍ରମରେ ପକ୍ଷୀ ରାଣୀ ମାମାଲି ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଜାଇଥିଲା ।

11:30 AM

Odisha Live Update: ପାରାଦୀପ ବିଧାୟକ ସମ୍ବିତ୍ ରାଉତରାୟ ଓ ତାଙ୍କ ପତ୍ନୀ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳୀ ରାଉତରାୟଙ୍କ ଲଉଡି ଖେଳ । ବିଜେଡି ଟିକେଟ୍ ପାଇଁ ପୁରୀ ଯାଇ ପ୍ରଥମେ ଜଗନ୍ନାଥ ଦର୍ଶନ ପରେ ପାରାଦୀପ ବିଧାୟକ ପ୍ରାର୍ଥୀନୀଙ୍କର ଥିଲା ପ୍ରଥମ ନିର୍ବାଚନ ମଣ୍ଡଳୀ ଗସ୍ତ । ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ତଥା ମହାବିଷୁବ ପଣା ସଂକ୍ରାନ୍ତି ପାଳନ ଅବସରର ଏହି ଗସ୍ତ କାର୍ଯ୍ୟକ୍ରମରେ ଅନେକ ଗ୍ରାମ ପଞ୍ଚାୟତ ବୁଲି ବୁଲିଥିଲେ। ଶେଷରେ ବିଧାୟକ ଦମ୍ପତି ପହଞ୍ଚିଥିଲେ ପାରାଦୀପ ନିର୍ବାଚନ ମଣ୍ଡଳୀର ଭୁତମୁଣ୍ଡାଇ ପଞ୍ଚାୟତର ଜଗତି ଗାଁ ଠାରେ । ଯେଉଁଠାରେ ଗୋପବନ୍ଧୁ ଯାଦବ ସଂଘ ପକ୍ଷରୁ ଆୟୋଜିତ ହୋଇଥିଲା ୨୦ତମ ଲଉଡି ପ୍ରତିଯୋଗିତା । ଗୋପାଳ ମାନଙ୍କ ପ୍ରିୟ ଲଉଡି ଖେଳ ଦେଖି ବିଧାୟକ ସମ୍ବିତ ରାଉତରାୟ ଓ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ ଦୁହେଁ ମିଶି ଲଉଡି ଖେଳ ଓ ନାଚଗୀତରେ ମସଗୁଲ୍ ହୋଇ ଉଠିଥିଲେ । ଲଉଡି ପ୍ରତିଯୋଗିତା ଦୀର୍ଘ ୨୦ ବର୍ଷ ଧରି ଭୂତମୁଣ୍ଡାଇ ଜଗତି ଗ୍ରାମରେ ଚାଲି ଆସୁଥିବାବେଳେ ଆଖପାଖ ଅଞ୍ଚଳର ଲୋକେ ବିଧାୟକ ଦମ୍ପତିଙ୍କ ଲଉଡି ଖେଳ କୁ ବେଶ୍ ଉପଭୋଗ କରିଥିଲେ।

11:13 AM

Gold Silver Price: ଦିନକୁ ଦିନ ବଢୁଛି ସୁନା ଦର।  ସୁନା ଦରରେ ଲାଗୁନି ବ୍ରେକ୍ । ଆକାଶ ଛୁଆଁ ହେଉଛି ରେଟ୍ । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଛି । ଗତକାଲି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ବୃଦ୍ଧି ପାଇଥିବା ବେଳେ ଆଜି ମଧ୍ୟ ସୁନା ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । 

ପୂରା ଖବର ପଢିବା ନେଇ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/trending/gold-and-silver-price...

 

10:36 AM

Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନମାର ହୋଇଗଲା ସବୁକିଛି । ଭୟଙ୍କର ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଛନ୍ତି । ପଢନ୍ତୁ ପୂରା ଖବର...

10:20 AM

Heat Wave: କିଛି ଦିନର ଆଶ୍ବସ୍ତି ପରେ ଆଜିଠାରୁ ପୁଣି ବଢିଲା ତାତି । ଗରମ ଗୁଳୁମୁଳି ସାଙ୍ଗକୁ ବଢିଲା ତାପମାତ୍ରା । ମୁଣ୍ତ ଫଟା ଖରାରେ ହନ୍ତସନ୍ତ ସମଗ୍ର ରାଜ୍ୟବାସୀ । ତେବେ ଆଗାମୀ ୪ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପଢନ୍ତୁ ପୂରା ଖବର...

10:04 AM

KYC Policy: ଦେଶରେ ବୃଦ୍ଧି ପାଉଥିବ ସାଇବର ଠକେଇକୁ ନେଇ ଚିନ୍ତିତ ଥିବା ଅର୍ଥ ମନ୍ତ୍ରଣାଳୟ ‘ନୋ ୟୋର କଷ୍ଟମର’ ନିୟମକୁ କଡ଼ାକଡ଼ି କରିବା ନେଇ ବିଚାର କରୁଛି । ବିଶେଷ କରି, ଦୂରଦୂରାନ୍ତ ଓ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବ୍ୟାଙ୍କ ସେବା ପ୍ରଦାନ କରୁଥିବା ମିର୍ଚାଣ୍ଟ ଓ ବ୍ୟାଙ୍କିଙ୍ଗ କରେସପେଣ୍ତେଣ୍ଟ (BC) ମାନଙ୍କୁ ସାମିଲ କରିବା ବେଳେ କେୱାଇସି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ କୁହାଯିବ । ପଢନ୍ତୁ ପୂରା ଖବର...

09:49 AM

Ram Navami: ରାମନବମୀକୁ ନେଇ ଭଦ୍ରକ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି । ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶୋଭାଯାତ୍ରା ଏବଂ ନଗର ସଂକୀର୍ତ୍ତନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ରାମ ନବମୀ ଦିନ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସିଆରପିଏଫ, ବିଏସଏଫ ଯବାନଙ୍କ ସମେତ ୩୭ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

09:36 AM

Petrol Diesel Price Today: ଏପ୍ରିଲ ୧୫ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ସୋମବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ହୋଇଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ପଢନ୍ତୁ ପୂରା ଖବର...

09:28 AM

IPL Match: ଆଇପିଏଲରେ ବେକାର ହେଲା ରୋହିତ ଶର୍ମାଙ୍କ ଧୂଆଁଧାର ଶତକ । ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଚେନ୍ନାଇ ସୁପର କିଙ୍ଗସ । ସେପଟେ କ୍ୟାପଟେନ କୁଲ୍ ଧୋନିଙ୍କ ତିନୋଟି ଛକାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଅନ୍ୟପଟ ଦ୍ୱିତୀୟ ମ୍ୟାଚ୍ ରେ ଲକ୍ଷ୍ନୌକୁ ୮ ୱିକେଟରେ ହରାଇଲା କେକେଆର୍ । ଯଦି ଦେଖିବା ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

09:19 AM

Russia Ukraine War: ରୁଷ୍‌ ଅଧିକୃତ ଏକ ସହର ଉପରେ ଆଜି ସକାଳେ ୟୁକ୍ରେନ୍‌ ଆକ୍ରମଣ କରିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ରୁଷ୍‌ ସେନାର ବରିଷ୍ଠ ଅଧିକାରୀ ୟେଭେଗ୍ନି ବାଲ୍‌ଟ୍‌ସ୍କି ଏନେଇ‌ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ୍‌ରେ ସୂଚିତ କରିଛନ୍ତି। ସେ କହିଛନ୍ତି, ଶୁକ୍ରବାର ରାତିରୁ ‌ରୁଷ୍‌ ସେନାବାହିନୀ ଅବସ୍ଥିତ ଥିବା ଟୋକ୍‌ମାକ୍‌ ସହର ଓ ୟୁକ୍ରେନ୍‌ର ଦକ୍ଷିଣପ୍ରାନ୍ତର ଅଧିକୃତ ଜାପୋରି ଝିଆରେ ୟୁକ୍ରେନ୍‌ ପକ୍ଷରୁ ବୋମାମାଡ଼ ହୋଇଛି। ଏଥିରେ ୨୦ଜଣ ଆହତ‌ ହୋଇଥିବା ବେଳେ ୧୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରବିବାର ଜାପୋରିଝାଝିଆରେ ହୋଇଥିବା ‌ବୋମାମାଡ଼ରେ ୧୬ଜଣଙ୍କ ମୃତ୍ୟୁ ଘଟିଛି।

08:58 AM

17 Indian Crew On Board: ଶନିବାର ଆରବ ଉପକୂଳରୁ ଇରାନ ସେନା ଏକ ଇସ୍ରାଏଲି କାର୍ଗୋ ଜାହାଜକୁ ଜବତ କରିନେଇଛି । ଏହା ଏବେ ଆରବ ସାଗରରେ ଇରାନ ସେନା କବଜାରେ ରହିଛି । ସେଥିରେ ୧୭ ଭାରତୀୟ ନାବିକଙ୍କ ସହ ଏକାଧିକ ଦେଶର ମୋଟ ୨୫ ନାବିକ ଥିଲେ । ସମସ୍ତ ଭାରତୀୟ ନାବିକଙ୍କ ମୁକ୍ତି ପାଇଁ ଇରାନ ବିଦେଶ ମନ୍ତ୍ରୀଙ୍କ ସହ ଆଜି କଥା ହୋଇଛନ୍ତି ବିଦେଶ ବ୍ୟାପାର ମନ୍ତ୍ରୀ ଜୟଶଙ୍କର । ଭାରତୀୟଙ୍କୁ ସୁରକ୍ଷିତ ମୁକ୍ତ କରିବା ପାଇଁ ରବିବାର ଏହି ଆଲୋଚନା ହୋଇଥିବା ଜୟଶଙ୍କର ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଭାରତ ଇରାନ ସହ ଯୋଗାଯୋଗରେ ରହିଥିବା ଜୟଶଙ୍କର କହିଛନ୍ତି । 

08:47 AM

BJP Manifesto Update: ବିଜେପି ମୁଖ୍ୟାଳୟରେ ‘ସଙ୍କଳ୍ପ ପତ୍ର’ ନାଁରେ ଦଳର ଇସ୍ତାହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିରେ ଦେଶର ଯୁବଗୋଷ୍ଠୀ, ମହିଳା ବିଶେଷ କରି ଗରୀବଙ୍କ ପାଇଁ ମୋଦି ଖାସ୍ ଘୋଷଣା କରିଛନ୍ତି । ମୋଦିଗରିବ, ମହିଳା ଓ କୃଷକଙ୍କ ବିକାଶକୁ ଗୁରୁତ୍ୱ ଦେଇଛନ୍ତି । ଇସ୍ତାହାର ମୁତାବକ, ଗରିବଙ୍କ ପାଇଁ ଅଧିକ ୩ କୋଟି ଘର ନିର୍ମାଣ ହେବ । ସେମାନଙ୍କ ସହ ଯୁବ ଗୋଷ୍ଠୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଗରୀବଙ୍କୁ ଆୟୁଷ୍ମାନ ଯୋଜନା ଅଧିନରେ ଶସ୍ତାରେ ଔଷଧ ମିଳିବ । ମାଗଣାରେ ବିଜୁଳି ମିଳିବ । ଏହାସହ ବିଜୁଳି ଦ୍ୱାରା କର୍ମ ମଧ୍ୟ ଯୋଗାଇ ଦିଆଯିବ । ମୋଦି ଆହୁରୀ ମଧ୍ୟ ଘୋଷଣା କରିଛନ୍ତି ଯେ, ପ୍ରତି ଘରକୁ ଶସ୍ତା ପାଇପ ଲାଇନ୍ ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବ ।

08:39 AM

Janaki Ballav Son Gets Ticket: ଓଡ଼ିଶାର ଜନସାଧାରଣଙ୍କ ନେତୃତ୍ୱ ନେଇ ତିନି ତିନିଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଦିବଙ୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ । ଦୀର୍ଘ ୧୪ ବର୍ଷ ଧରି ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିବା ସହ ନିଜକୁ ଜଣେ ଜନପ୍ରିୟ ନେତା ଭାବେ ପ୍ରତିଷ୍ଠିତ କରିପାରିଥିଲେ ଜାନକୀ ବଲ୍ଲଭ।ଆଉ ଏବେ ତାଙ୍କ ପୁଅକୁ ଟିକେଟ ଦେଇଛି କଂଗ୍ରେସ।  ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ ଏଥର ବେଗୁନିଆ ବିଧାନସଭା ଆସନରୁ ନିର୍ବାଚନ ଲଢିବେ । 

08:12 AM

Sri Mandira New Panji: ଶ୍ରୀମନ୍ଦିରରେ ଗତକାଲି ପବିତ୍ର ମହାବିଷୁବ ସଂକ୍ରାନ୍ତି ପାଳନ ପୂର୍ବକ ନୂଆ ପାଞ୍ଜି ପ୍ରଚଳନ ହୋଇଛି। ତେବେ ପ୍ରଚଳିତ ପାଞ୍ଜିରେ ପର୍ବପର୍ବାଣିର ତିଥି, ନକ୍ଷତ୍ର, ଗ୍ରହଚଳନକୁ ନେଇ ଅଡ଼ୁଆ ସ୍ଥିତି ଉପୁଜିଛି। ଚଳିତବର୍ଷ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି। ତେଣୁ ଚଳିତବର୍ଷ ଭକ୍ତମାନେ ନବଯୌବନ ଦର୍ଶନ କରିବା ସୌଭାଗ୍ୟରୁ ବଞ୍ଚିତ ହେବା ସମ୍ଭାବନା ଦେଖାଦେଇଛି। ଏଣୁ ପୂର୍ବରୁ ଏଭଳି ସଂଯୋଗ ବେଳେ କେଉଁଭଳି ନୀତିକାନ୍ତି କରାଯାଇଛି, ତାର ତର୍ଜମା ପରେ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆଣି ସିଂହଦ୍ୱାରକୁ ତିନିରଥର ବିଜେ ପର୍ବ ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି।

07:58 AM

Netra Festival: ଆଜି ପଡ଼ୁଛି ପବିତ୍ର ନେତ୍ର ଉତ୍ସବ। ବିଧି ଓ ପରମ୍ପରା ଅନୁସାରେ ଏହି ପବିତ୍ର ତିଥିରେ ମରୀଚି କୁଣ୍ଡ ଜଳରେ ରୁକୁଣା ରଥ ପ୍ରତିଷ୍ଠା କରାଯାଏ ଏବଂ ମରୀଚି କୁଣ୍ଡ ଜଳ ନିଲାମ କରାଯ‌ାଏ। ଏଥିପାଇଁ ବିଏମ୍‌ସି, ଲିଙ୍ଗରାଜ ମନ୍ଦିର ଓ ମୁକ୍ତେଶ୍ବର ମନ୍ଦିର ପ୍ରଶାସନ ଏବଂ ବଡ଼ୁ ନିଯୋଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ବିଶ୍ବାସ ଉପରେ ହିଁ ଆମ ଭାରତୀୟ ତଥା ଓଡ଼ିଆ ଲୋକଙ୍କ ବହୁ ପରମ୍ପରା ତିଷ୍ଠି ରହିଛି। 

07:41 AM

Congress MLA Candidate List: ଆଉ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ୟ୍ୟାୟରେ ଦଳ ୪୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ, ଆଜିର ୭୫ଟି ଆସନକୁ ମିଶାଇ ଦଳ ମୋଟ ୧୨୨ ବିଧାନସଭା ଆସନରେ ଏବେ ପ୍ରାର୍ଥୀ ଘୋଷଣା କରିଛି । ତେବେ ଦଳର ଟାଣୁଆ ନେତା ଜୟଦେବା ଜେନାଙ୍କୁ ଦଳ ଏଥର ଆନନ୍ଦପୁରରୁ ପ୍ରାର୍ଥୀ କରିଛି । ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭଣ୍ଡାରପୋଖରୀରୁ ପ୍ରାର୍ଥୀ କରିଛି ଦଳ । ତା ସହିତ ବାଙ୍କୀରୁ ଦେବାଶିଷ ପଟ୍ଟନାୟକ, ବେଗୁନିଆରୁ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ପୁରୀରୁ ସୁଜାତା ମହାପାତ୍ର, ଜଟଣୀରୁ ସନ୍ତୋଷ ଜେନାଙ୍କୁ ଦଳ ଟିକେଟ୍ ଦେଇଛି । 

 

07:25 AM

Israel Iran Conflict: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ବିବାଦ ମଧ୍ୟରେ ଭାରତ ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। ଇସ୍ରାଏଲ ଏବଂ ଇରାନରେ ରହୁଥିବା ଭାରତୀୟମାନଙ୍କୁ ଶାନ୍ତି ବଜାୟ ରଖିବା ଏବଂ ସୁରକ୍ଷା ପ୍ରୋଟୋକଲ ଅନୁସରଣ କରିବାକୁ ଭାରତୀୟ ଦୂତାବାସ ପରାମର୍ଶ ଦେଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନଦେବା ପର୍ଯ୍ୟନ୍ତ ଏହି ଦୁଇ ଦେଶକୁ ନ ଯିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ପରାମର୍ଶ ଦେଇଛି। ଏହା ବ୍ୟତୀତ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଭାରତ ପକ୍ଷରୁ ଜାରି କରାଯାଇଛି। ଏପ୍ରିଲ ୧ ରେ ସିରିଆର ରାଜଧାନୀ ଦାମିଶ୍କ ଇରାନର କୂଟନୈତିକ ମିଶନ ଉପରେ ଇସ୍ରାଏଲର ଆକ୍ରମଣ ତଥା ଏହାର ଦୁଇ ବରିଷ୍ଠ କମାଣ୍ଡୋଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଇରାନ ରବିବାର ଦିନ ଇସ୍ରାଏଲ ଉପରେ ୩୩୦ ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରି ଡ୍ରୋନ ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣ ପରେ ମଧ୍ୟ ପୂର୍ବରେ ଉତ୍ତେଜନା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଇରାନ ଏବଂ ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ଏହାର ନାଗରିକମାନଙ୍କ ପାଇଁ ଏକ ନୂତନ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରିଛନ୍ତି।

07:14 AM

Odisha Weather Update: ରାଜ୍ୟ ମଧ୍ଯକୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବେଶ କରୁଥିବାରୁ ଗରମ ଓ ଗୁଳୁଗୁଳି ଆହୁରି ବଢିବ । ତେବେ ଆସନ୍ତା ୪ରୁ ୫ ଦିନ ମଧ୍ଯରେ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟ ମଧ୍ଯକୁ ପ୍ରବେଶ କରୁଥିବା ଏହି ଉତ୍ତର ତଥା ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗର ଶୁଷ୍କ ପବନ ଧୀରେ ଧୀରେ ବଢୁଛି । ଏହା ପ୍ରଭାବରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି । ଏହି ପବନର ପ୍ରଭାବ ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବା ନେଇ ସମ୍ଭାବନା ଥିବାରୁ ଆସନ୍ତା ୪ରୁ ୫ ଦିନ ମଧ୍ଯରେ ରାଜ୍ଯରେ ତାପମାତ୍ରା ୪ରୁ ୬ଡିଗ୍ରୀ ବୃଦ୍ଧି ପାଇବ।  

07:05 AM

Today Horoscope: ଏହି ସବୁ ରାଶିଙ୍କୁ ରହିଛି ଅକସ୍ମାତ୍ ଧନପ୍ରାପ୍ତିର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର ? ଦେଖନ୍ତୁ ଫଟୋ ଗ୍ୟାଲେରୀ