Odisha Daily News Live: ଆଜିଠୁ ଧନୁଯାତ୍ରା, ପଢିନିଅନ୍ତୁ ଆଜିର କିଛି ତାଜା ଖବର
Advertisement
Article Detail0/zeeodisha/odisha2060355

Odisha Daily News Live: ଆଜିଠୁ ଧନୁଯାତ୍ରା, ପଢିନିଅନ୍ତୁ ଆଜିର କିଛି ତାଜା ଖବର

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

Odisha Daily News Live: ଆଜିଠୁ ଧନୁଯାତ୍ରା, ପଢିନିଅନ୍ତୁ ଆଜିର କିଛି ତାଜା ଖବର
LIVE Blog

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

15 January 2024
23:53 PM

Attack on Congress Leader in Ayodhya: ସୋମବାର ଅଶାନ୍ତ ହୋଇଉଠିଛି ଅଯୋଧ୍ୟା। ମକର ସଂକ୍ରାନ୍ତି ଅବସରରେ ରାମ ଲାଲାଙ୍କ ଦର୍ଶନ ପାଇଁ ଆସିଥିବା କଂଗ୍ରେସ ନେତାଙ୍କୁ ଜୋରଦାର ବିରୋଧ କରାଯାଇଛି। ଏନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଅଜଣା ଦୁର୍ବୃତ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ମାଡ଼ ମାରିଥିଲେ। ଏପରିକି ସେମାନେ ଦଳୀୟ ପତାକା ମଧ୍ୟ ଚିରି ଦେଇଥିଲେ। ଉତ୍ତର ପ୍ରଦେଶ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଦଳୀୟ ନେତା ମକର ସଂକ୍ରାନ୍ତି ଅବସରରେ ସରୟୁ ନଦରୀ ସ୍ନାନ କରିବା ପରେ ରାମ ଲାଲାଙ୍କ ଦର୍ଶନ ପାଇଁ ଯାଉଥିଲେ। ହେଲେ ମନ୍ଦିର ବାହାରେ କଂଗ୍ରେସ ନେତାଙ୍କୁ ଅଜଣା ଦୁର୍ବୃତ୍ତ ଘେରି ନେବା ସହ ଗାଳିଗୁଲଜ କରିଥିଲେ। ସୁରକ୍ଷା କର୍ମୀଙ୍କ ହସ୍ତକ୍ଷେପ ପରେ ଯାଇ ପରିସ୍ଥିତି ଶାନ୍ତ ହୋଇଥିଲା।

ପଢନ୍ତୁ ପୁରା ଖବର 

21:11 PM

Nauru broke Diplomatic Relations with Taiwan: ତାଇୱାନ ସହ କୂଟନୈତିକ ସମ୍ପର୍କ ଭାଙ୍ଗିଛି ନାଉରୁ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନାଉରୁ ସରକାର କହିଛନ୍ତି ଯେ ବର୍ତ୍ତମାନ ତାଇୱାନକୁ ପୃଥକ ଦେଶ ନୁହେଁ ବରଂ ଚୀନ୍‌ର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ସ୍ୱୀକୃତି ଦେବ। ଆପଣଙ୍କୁ କହିରଖୁଛୁ ଯେ ଚୀନ୍ ବିଗତ କିଛି ବର୍ଷ ଧରି ତାଇୱାନକୁ ଏହାର କୂଟନୈତିକ ସହଯୋଗୀଙ୍କ ଠାରୁ ଦୂରେଇ ରଖିବାରେ ଲାଗିଛି। ତାଇୱାନ, ନାଉରୁ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଦେଶର ଗଣତାନ୍ତ୍ରିକ ନିର୍ବାଚନ ବିରୋଧରେ ଚୀନ୍‌ ପ୍ରତିଶୋଧ ବୋଲି ବର୍ଣ୍ଣନା କରିଛି। 

ପଢନ୍ତୁ ପୁରା ଖବର

20:11 PM

PTI loses its Election Symbol Bat: ଚଳିତ ବର୍ଷ ଦେଶରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନକୁ ନେଇ ସରଗରମ ରହିଛି ପାକିସ୍ତାନ ରାଜନୀତି। ହେଲେ ନିର୍ବାଚନ ପୂର୍ବରୁ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଗତ ୧୩ ତାରିଖ ରାତିରେ ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନିର୍ବାଚନ ପ୍ରତୀକ "ବ୍ୟାଟ୍" ଚିହ୍ନକୁ ରଦ୍ଦ କରି ଦେଇଛନ୍ତି। ଦଳୀୟ ଚିହ୍ନ ରଦ୍ଦ୍ ହେବା ପରେ ପିଟିଆଇ ପକ୍ଷରୁ କୁହାଯାଇଛି ଯେ ଦଳୀୟ ପ୍ରାର୍ଥୀ ବର୍ତ୍ତମାନ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ଆପଣଙ୍କୁ କହିରଖୁଛୁ ଆସନ୍ତା ଫେବୃଆରୀ ୮ ତାରିଖରେ ଅନୁଷ୍ଠିତ ହେଉଛି ପାକିସ୍ତାନ ସାଧାରଣ ନିର୍ବାଚନ ୨୦୨୪।  

ପଢନ୍ତୁ ପୁରା ଖବର

18:59 PM

Oldest Forest of World Found near New York: ପୃଥିବୀ ପୃଷ୍ଠର ବିଭିନ୍ନ ସ୍ଥାନରେ ଖନନ କରିବା ସମୟରେ ବୈଜ୍ଞନିକଙ୍କୁ ବିଲୁପ୍ତ ହୋଇଯାଇଥିବା ପ୍ରାଣୀଙ୍କ ଅବଶେଷ ମିଳିଥାଏ। ହେଲେ ଏଥର ବୈଜ୍ଞାନିକ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ପାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ ବିଶ୍ୱର ଅନ୍ୟତମ ପ୍ରମୁଖ ସହର ନ୍ୟୁୟର୍କ ଠାର ଏକ ସମ୍ପୂର୍ଣ୍ଣ ଜଙ୍ଗଲ ମିଳିଛି। ଯାହା ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଅଦୃଶ୍ୟ ହୋଇଯାଇଥିଲା ବୋଲି କୁହାଯାଉଛି। ଏହାକୁ ଖୋଜି ବାହାରସ କରିଥିବା ବୈଜ୍ଞାନିକ ନିଶ୍ଚିତ କରିଛନ୍ତି ଯେ ଏହା ହେଉଛି ବିଶ୍ୱର ସର୍ବ ପୁରାତନ ଜଙ୍ଗଲ।

ପଢନ୍ତୁ ଖବର

18:45 PM

Stock market: ବଢ଼ୁଛି କାରବାର, ନିବେଶକମାନେ ପାଇଲେ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ଲାଭ 

Stock market update: ବୁଧବାର ଭାରତୀୟ ଷ୍ଟକ୍ ମାର୍କେଟରେ ବଡ କିଣାବିକା ଦେଖିବାକୁ ମିଳିଥିଲା ​​। ସମସ୍ତ ବଜାର ସୂଚକାଙ୍କ ସବୁଜରେ ଅଟକିଗଲା । BSE ସେନସେକ୍ସ ୭୪୨.୦୬ ପଏଣ୍ଟ କିମ୍ବା ୧.୧୪ ପ୍ରତିଶତ ବୃଦ୍ଧି ପାଇ ୬୫,୬୭୫.୯୩ ଓ ନିଫ୍ଟି ୨୩୧.୯୦ ପଏଣ୍ଟ ବା ୧.୧୯ ପ୍ରତିଶତ ବୃଦ୍ଧି ପାଇ ୧୯,୬୭୫.୪୫ରେ ବନ୍ଦ ହୋଇଛି। ବଜାରରେ ସ୍ମଲ୍ କ୍ୟାପ୍, ମିଡ୍ କ୍ୟାପ୍ ଏବଂ ଲାର୍ଜ କ୍ୟାପ୍ ଷ୍ଟକଗୁଡିକର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା ​​। ଅଧିକ ପଢ଼ନ୍ତୁ...

18:16 PM

Ollywood News: ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ଦଶମର ଅଡିଓ

Ollywood News: ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲ ଠାରେ ଓଡ଼ିଶାର ପ୍ରଥମ ମ୍ୟୁଜିକାଲ ଚଳଚ୍ଚିତ୍ର "ଦଶମ" ର ମ୍ୟୁଜିକ୍ ଲଞ୍ଚିଂ ଇଭେଣ୍ଟ ମହାଡ଼ମ୍ବର ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗଦେଇଥିଲେ । ଅଧିକ ପଢ଼ନ୍ତୁ...

18:11 PM

Bhitarkanika National Park Will Get Railway Connectivity: ଖୁବ ଶୀଘ୍ର ରେଳ ପଥରେ ସଂଯୋଗ ହେବ ଭିତରକନିକା ଜାତୀୟ ଉଦ୍ୟାନ। ଏନେଇ ହୋଇଥିବା ଯୋଜନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ ସାମୁଦ୍ରିକ ଅଭୟାରଣ୍ୟ ଦେଇ ପ୍ରସ୍ତାବିତ ଯାଜପୁର ରୋଡ-ଧାମରା ରେଳ ଲାଇନ ବିଛାଯିବ। ରେଳବାଇ ସୂତ୍ରରୁ ପ୍ରକାଶ ଯେ ଯାଜପୁର ରୋଡ-ଧାମରା ରେଳ ଲାଇନ ଛୋଟରାୟପୁର, ରାମପୁର ସେଗାଡି, ବାହାବଳପୁର, ଯାଜପୁର ଟାଉନ, ଜଳେଶ୍ୱରପୁର, ସାଇପୁରା, ମଙ୍ଗଳପୁର, ଆରଡି, ଚାନ୍ଦବାଲି ଏବଂ ଭିତରକନିକା ପର୍ଯ୍ୟନ୍ତ ଯିବ।

ପଢନ୍ତୁ ପୁରା ଖବର 

18:06 PM

Israel-Hamas War Latest Update: ୨୦୨୪ ଜାନୁଆରୀ ୧୪ ତାରିଖ ରବିବାର ଇସ୍ରାଏଲ-ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୦୦ ଦିନ ପୂରଣ ହୋଇଛି। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଆତଙ୍କବାଦୀ ଗୋଷ୍ଠୀ  ହାମାସ ପକ୍ଷରୁ ଇସ୍ରାଏଲ ଉପରେ ସବୁଠାରୁ ବଡ଼ ଆକ୍ରମଣ ହୋଇଥିଲା। ଯାହା ପରେ ଇସ୍ରାଏଲ୍ ସେନା ପାଲେଷ୍ଟାଇନ ଗାଜା ଅଞ୍ଚଳରେ ସକ୍ରିୟ ରହିଥିବା ହମାସ ସଙ୍ଗଠନକୁ ଧ୍ୱଂସ କରିବାକୁ ଶପଥ ନେଇଥିଲା। ହେଲେ ହମାସ  ବିରୋଧରେ ଇସ୍ରାଏଲ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ କାରଣରୁ ପାଲେଷ୍ଟାଇନ ଗାଜା ଅଞ୍ଚଳର ବାସିନ୍ଦା ସର୍ବାଧିକ କ୍ଷତି ସହିଛନ୍ତି। ଅଲ ଜଜୀରା ରିପୋର୍ଟ ଅନୁଯାୟୀ ବିଗତ ୧୦୦ ଦିନ ମଧ୍ୟରେ ଇସ୍ରାଏଲ ପକ୍ଷରୁ ହେଉଥିବା ଲଗାତାର ବୋମାମାଡ଼ ଏବଂ ସ୍ଥଳ ଭାଗରେ କରାଯାଉଥିବା ଅଭିଯାନ କାରଣରୁ ପ୍ରାୟ ୨୪ ୦୦୦ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇସାରିଛି। ଯାହା ଗାଜା ଅଞ୍ଚଳରେ ବସବାସ କରୁଥିବା ମୋଟ ଜନସଂଖ୍ୟାର ଏକ ପ୍ରତିଶତ ବୋଲି କୁହାଯାଉଛି। ପାଲେଷ୍ଟାଇନ ଗାଜା ଅଞ୍ଚଳର ମୋଟ ଜନସଂଖ୍ୟା ହେଉଛି ୨୩ ଲକ୍ଷ। 

ପଢନ୍ତୁ ପୁରା ଖବର

17:23 PM

lucknow to ayodhya helicopter service: ଲକ୍ଷ୍ନୌରୁ ଅଯୋଧ୍ୟା ପର୍ଯ୍ୟନ୍ତ ହେଲିକପ୍ଟର ସେବା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଭଳି ସ୍ଥିତିରେ ହେଲିକପ୍ଟର ସେବାର କାର୍ଯ୍ୟସୂଚୀ ଓ ଭଡା କ’ଣ ହେବ ତାହା ଜାଣିବା ଜରୁରୀ  । ତେବେ ଆସନ୍ତୁ ଏହି ସେବା ବିଷୟରେ ବିସ୍ତୃତ ଭାବରେ ଜାଣିବା । ଏଠାରେ କ୍ଲିକ୍ କରନ୍ତୁ...

16:53 PM

Fighter Movie Trailer Release: ସାମ୍ନାକୁ ଆସିଲା ହ୍ରିତିକ-ଦୀପିକାଙ୍କ କେମେଷ୍ଟ୍ରୀ
Hrithik roshan And Deepika padukones: ଜାନୁଆରୀ ୨୫ରେ ରିଲିଜ୍ ହେବାକୁ ଥିବା ସିଦ୍ଧାର୍ଥ ଆନନ୍ଦଙ୍କ ସିନେମା ଫାଇଟରର ଟ୍ରେଲର ରିଲିଜ୍ ହୋଇଛି । ସିନେମାରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଅଧିକ ପଢ଼ନ୍ତୁ...

16:18 PM

Afternoon bulletin Top 10 News Headlines:

ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

16:01 PM

ହାଡଭଙ୍ଗା ଶୀତରେ ସାରା ରାଜ୍ୟ ଥରୁଥିବା ସମୟରେ ଏହି ଶୀତୁଆ ରାତିରେ ବସ ଚକା ତଳୁ ଉଦ୍ଧାର ହୋଇଛି ଏକ ଶିଶୁ କନ୍ୟା । ଶିଶୁଟିକୁ ମାଆଜଣକ ଏକ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ବସ୍ ଚକାତଳେ ଛାଡି ଚାଲିଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ଚମ୍ପୁଆ ନିକଟରେ ଛିଡା ହୋଇଥିବା ଏକ ବସର ହେଲପର ଗାଡି ଷ୍ଟାର୍ଟ୍ ହେବା ପୂର୍ବରୁ ବସର ଚକା ଗୁଡିକୁ ଯାଞ୍ଚ କରୁଥିଲେ । ଏହି ସମୟରେ ସେ ବସ ଚକା ନିକଟରେ ଏକ ବ୍ୟାଗ ରହିଥିବା ଦେଖିବାକୁ ପାଇଥିଲେ ।  ଅଧିକ ପଢନ୍ତୁ...

14:47 PM

Makar Sankranti 2024: ଗୁଡି ଉଡାଇବା ସମୟରେ ଅଘଟଣ, ବେକରେ ସୁତା ଲାଗି ୨ଗୁରୁତର
ଆଜି କଟକ ବାଲିକୁଦା ଅଞ୍ଚଳରେ ଗୁଡି ଉଡାଉଥିବା ସମୟରେ ଗୁଡି ସୁତାରେ ଛନ୍ଦି ହୋଇ ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଦୁଇ ବ୍ୟକ୍ତି ଏକ ବାଇକରେ ଯାଉଥିବା ସମୟରେ ଗୁଡି ସୁତା ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ମିଳିଛି । ପଢ଼ନ୍ତୁ ପୂରା ଖବର

14:25 PM

ବାପା ନବ ଦାସଙ୍କ ମୃତ୍ୟୁରେ ନ୍ୟାୟ କଥାକୁ ନେଇ ଏପରି କହିଲେ ଝିଅ ଦିପାଳୀ ଦାସ
ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ ଙ୍କ ହତ୍ୟାକାଣ୍ଡ ବର୍ତମାନ ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି। ପରିବାର ଲୋକଙ୍କୁ ଉଚିତ ନ୍ୟାୟ ମିଳିଛି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଝାରସୁଗୁଡା ବିଧାୟିକା ଦୀପାଳି ଦାଶ ଆଇନ ତା ବାଟରେ ଅଛି ବୋଲି କହିଥିଲେ। ଦେଖନ୍ତୁ ଭିଡ଼ିଓ...

14:24 PM

ପବିତ୍ର ମକର ସଂକ୍ରାନ୍ତିରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ମୁଖ୍ୟ ଯଜ୍ଞ ଆରମ୍ଭ
ଆଜି ପବିତ୍ର ମକର ସଂକ୍ରାନ୍ତି ଆଉ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ମୁଖ୍ୟ ଯଜ୍ଞ ଆରମ୍ଭ। ତିନିଦିନ ଧରି ଚାଲିବ ଯଜ୍ଞ। ପୌଷଶୁକ୍ଳ ସପ୍ତମୀ ତିଥି ଅର୍ଥାତ ୧୭ତାରିଖରେ ହେବ ଯଜ୍ଞର ପୂର୍ଣାହୁତି। ଆଜି ଭଜନସଂକୀର୍ତ୍ତନ ମଣ୍ଡଳିଙ୍କ ଦ୍ୱାରା ବେଢା ପରିକ୍ରମା ସହ ଏକ ଭବ୍ଯ ସମାରୋହ ସୃଷ୍ଟି ହୋଇଛି। ଦେଖନ୍ତୁ ପୂରା ଭିଡ଼ିଓ

12:51 PM

Love Case: ୪ପିଲା ଓ ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ୫ପିଲାର ମା' ସହ ଫେରାର ସ୍ୱାମୀ, ଖୋଜୁଛି ପୋଲିସ
ଏକ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ୪ ପିଲାର ବାପା ନିଜ ଗର୍ଭବତୀ ପତ୍ନୀଙ୍କୁ ଛାଡି ଅନ୍ୟ ଜଣେ ମହିଳା ଯାହାଙ୍କର ୫ଟି ପିଲା ଅଛି ତାଙ୍କ ସହ ଫେରାର ହୋଇଯାଇଛନ୍ତି । ଅଧିକ ପଢ଼ନ୍ତୁ...

11:22 AM

Makar Sankranti 2024: ଆଜିଠୁ ବରୁଣେଶ୍ୱର ମେଳା, ପୀଠରେ ପ୍ରବଳ ଭିଡ

ଯାଜପୁର ଅରେଇ ସ୍ଥିତ ପବିତ୍ର କୁଶଭଦ୍ରା ନଦୀରେ ବୁଡ ପକାଇ ବାବାଙ୍କ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ବାବା ବରୁଣେଶ୍ୱରଙ୍କ ନିକଟରେ ଲଗାତାର ୫ ଦିନ ଧରି ରୁଦ୍ରାଭିଷେକ ହୋଇଥାଏ । ଅଧିକ ପଢ଼ନ୍ତୁ

09:25 AM

ବିମାନ ଚାଳକଙ୍କୁ ମୁଥ ମାରିଲେ ଯାତ୍ରୀ
ଖରାପ ପାଗ ଯୋଗୁଁ ବିମାନ ଉଡ଼ାଣରେ ବାଧା ସୃଷ୍ଟି ହେଉଛି। ଉଡ଼ାଣ ଓ ଅବତରଣ ପାଇଁ ପ୍ରାୟ ୪୦୦ ବିମାନ ବିଳମ୍ବ ହୋଇଥିବା ସୂଚନା ରହିଛି। ଏହି ସମୟରେ ଦିଲ୍ଲୀରେ ବିମାନ ଉଡ଼ାଣରେ ବିଳମ୍ବ ହେତୁ ଜଣେ ଯାତ୍ରୀ କ୍ରୋଧରେ ଜର୍ଜରିତ ବିମାନ ଚାଳକଙ୍କୁ ମୁଥ ମାରିବାକୁ ପଛାଇନଥିଲେ। ଅଧିକ ପଢନ୍ତୁ...

08:31 AM

ଆଜି ପବିତ୍ର ମକର ସଂକ୍ରାନ୍ତି
ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ହେଉଛି ଓଡ଼ିଆ ତଥା ହିନ୍ଦୁଙ୍କର ଏକ ବଡ଼ ପର୍ବ। କେବଳ ଓଡ଼ିଶାରେ ନୁହେଁ, ଭାରତ ବର୍ଷର ଅନ୍ୟାନ୍ୟ ରାଜ୍ୟମାନଙ୍କରେ ଭିନ୍ନ ଭିନ୍ନ ନାଁରେ ଏହାକୁ ପାଳନ କରାଯାଇଥାଏ। ଓଡ଼ିଶାରେ ବିଶେଷ କରୁଥିବା ଆଦିବାସୀବହୁଳ ଅଞ୍ଚଳ, ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ଏହା ବଡ଼ ଧୂମଧଆମରେ ପାଳନ କରାଯାଇଥାଏ। ମକରର ପର୍ବ ଦିନକୁ ବାହୁଣ୍ଡି ବୋଲି ଉତ୍ତର ଓଡ଼ିଶାରେ କହିଥାନ୍ତି। ଅଧିକ ପଢନ୍ତୁ...

08:19 AM

ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ଟି ବଡ଼ ଖବର। ଅଧିକ ପଢନ୍ତୁ...

08:18 AM

ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ଓ ପତିତପାବନଙ୍କ ନିକଟରେ ମଙ୍ଗଳ ଆଳତୀ ସମାପନ ହୋଇଛି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି । ଅଧିକ ପଢନ୍ତୁ...

08:17 AM

ଆଜିଠାରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା
ଆଜିଠାରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବାକୁ ଯାଉଛି। ବରଗଡ଼ ପାଲଟିବ ମଥୁରା ନଗରୀ। ୧୧ ଦିନ ଧରି ଚାଲିବାକୁ ଥିବା ଏହି ୭୬ତମ ଧନୁଯାତ୍ରା ପାଇଁ ଅମ୍ବପାଲି ପଲଟିବାକୁ ଯାଉଛି ଗୋପପୂର। ବିଶ୍ୱର ଏହି ସର୍ବବୃହତ ଖୋଲା ରଙ୍ଗମଞ୍ଚରେ ହେବାକୁ ଥିବା ଏହି ଯାତ୍ରାକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଉଦଘାଟନ କରିବେ। ଅଧିକ ପଢନ୍ତୁ...

08:16 AM

ଗାଧୋଇ ସାରିବା ପରେ କରନ୍ତୁନି ଏହି ୫ଟି ଭୁଲ୍
କୁହାଯାଏ ପ୍ରତିଦିନ ଗାଧୋଇବା ଦ୍ୱାରା ଅଧା ରୋଗ କମିଯାଏ। ଗାଧୋଇବା ଦ୍ୱାରା ଶରୀରରୁ ଥକ୍କାପଣର ଅଧା ଦୂର ହୋଇଯାଏ, କିନ୍ତୁ ଆପଣ ଜାଣିଛନ୍ତି କି କିଛି ଭୁଲ ଅଛି ଯାହା ଆପଣଙ୍କ ଚେହେରାରେ ବାର୍ଦ୍ଧକ୍ୟ ସୃଷ୍ଟି କରିଥାଏ। ଗାଧୋଇବା ପରେ କିଛି ତ୍ରୁଟି ଆପଣଙ୍କ ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ, ତେଣୁ ଏହି ଭୁଲଗୁଡ଼ିକ କେବେବି କରନ୍ତୁ ନାହିଁ। ଅଧିକ ପଢନ୍ତୁ...

08:15 AM

ବନ୍ଦ ହେଲା ଭାରତର ସର୍ବ ବୃହତ ମାନବବିହୀନ ବିମାନ ନିର୍ମାଣ ପ୍ରକଳ୍ପ
ତେର ବର୍ଷର ଗବେଷଣା ଓ ଉତ୍ପାଦନ ପରେ ଦେଶର ସର୍ବବୃହତ ସାମରିକ ଡ୍ରୋନ୍‍ ନିର୍ମାଣ ପ୍ରକଳ୍ପକୁ ବନ୍ଦ କରାଯାଇଛି। ଆମଦାନୀ କରାଯାଉଥିବା ଇଞ୍ଜିନ୍‍ ଏବଂ ଓଜନ ବୃଦ୍ଧି ଭଳି ସମସ୍ୟାକୁ ଆଖିରେ ରଖି ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ଫଳରେ ୧୭୮୬ କୋଟି ଟଙ୍କା ନିବେଶରେ ଭାରତ ପ୍ରସ୍ତୁତ କରିବାକୁ ଥିବା ନିଜସ୍ୱ ମାନବ ରହିତ ବିମାନ ସ୍ୱପ୍ନ ଅପୂରଣୀୟ ହୋଇଯାଇଛି। ଅଧିକ ପଢନ୍ତୁ...

08:14 AM

ମୁହଁକୁ ମୁହଁ ଦିଶୁନି: ଦିଲ୍ଲୀରେ ୪୦୦ରୁ ଅଧିବ ବିମାନ ବିଳମ୍ବିତ, ୨୦ ବାତିଲ
ଦିଲ୍ଲୀ ବିମାନ ବନ୍ଦରରେ କୁହୁଡ଼ିର ଆସ୍ତରଣ ଉଭୟ ବିମାନ କମ୍ପାନୀ ଓ ଯାତ୍ରୀଙ୍କୁ ନାକେଦମ କରିଛି। ଭୋର ୩ଟାରୁ ସକାଳ ସାଢ଼େ ୧୦ଟାଯାଏ ଦୃଶ୍ୟମାନ ଶୂନ ହୋଇଯାଉଥିବାରୁ ବାଧ୍ୟ ହୋଇ ନିର୍ଦ୍ଧାରିତ ବିମାନକୁ ବାତିଲ ବା ବିଳମ୍ବ କରିବାକୁ ବାଧ୍ୟ ହେଉଛନ୍ତି କର୍ତ୍ତୃପକ୍ଷ। ଏଥିଯୋଗୁ ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରାୟ ୪୦୦ ବିମାନକୁ ବିଳମ୍ବରେ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ଖାଲି ସେତିକି ନୁହେଁ ବିମାନ ଚଳାଚଳ କମ୍ପାନୀ ନିର୍ଦ୍ଧାତିତ ୨୦ ବିମାନକୁ ବାତିଲ କରିଥିବା ବେଳେ ୨୦ଟିକୁ ଅନେକ ବିଳମ୍ବରେ ଚଳାଇଛନ୍ତି। ଅଧିକ ପଢନ୍ତୁ...

08:14 AM

ସାମାନ୍ୟ ଅସାବଧାନତା ହେତୁ ଘଟିପାରେ ବଡ଼ ବିପଦ, ଜାଣି ନିଅନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୧୫ ତାରିଖ ସୋମବାର। ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ। ଅଧିକ ପଢନ୍ତୁ...

08:13 AM

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।