Live Now

Odisha news live updates: ଯାଜପୁର, କନ୍ଧମାଳ, କଟକର ଲୋକସଭା ପ୍ରାର୍ଥୀଙ୍କ ନାମ ପ୍ରକାଶ କଲା BJP...ପଢନ୍ତୁ ଆଉ କିଛି ଖବର

: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡ

Odisha news live updates: ଯାଜପୁର, କନ୍ଧମାଳ, କଟକର ଲୋକସଭା ପ୍ରାର୍ଥୀଙ୍କ ନାମ ପ୍ରକାଶ କଲା BJP...ପଢନ୍ତୁ ଆଉ କିଛି ଖବର
30 March 2024 10:50 PM (IST)

ନିର୍ବାଚନ ଲଢିବା ସୁଯୋଗରୁ ବଞ୍ଚିତ ହେବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି...

ନିର୍ବାଚନ ଲଢିବା ସୁଯୋଗରୁ ବଞ୍ଚିତ ହେବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି

ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମା ନିର୍ବାଚନ ଲଢିପାରିବେ ନାହିଁ । ୨୦୨୪ ମେ' ୨୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସେ ଭାଗ ନେଇ ପାରିବେ ନାହିଁ। ନିର୍ବାଚନ ଆୟୋଗ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ଜଣାପଡିଛି । ତାଙ୍କ ବିରୋଧରେ ଅନେକ ଅପରାଧିକ ରେକର୍ଡ ରହିଥିବା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି ।

30 March 2024 10:35 PM (IST)

ପଦ୍ମ ଧରିଲେ ଡମ୍ବୁର ସିସାଙ୍କ ସହ ରଶ୍ମୀ ମହାପାତ୍ର...

ପଦ୍ମ ଧରିଲେ ଡମ୍ବୁର ସିସାଙ୍କ ସହ ରଶ୍ମୀ ମହାପାତ୍ର

ବଢିବାରେ ଲାଗିଛି ରାଜ୍ୟ ବିଜେପି ବଳ । ଜଣଙ୍କ ପରେ ଜଣେ ନେତା ପଦ୍ମ ପ୍ରତି ଆଗ୍ରହୀ ହେବାରେ ଲାଗିଛି । ୪ ଓଲିଉଡ ସୁପରଷ୍ଟାର ବିଜେପିରେ ଯୋଗଦେବା ପରେ ଆଜି ଜଟଣୀର ବରିଷ୍ଠ ବିଜେଡି ନେତା ସନ୍ତୋଷ ଜେନା ଏବଂ ଧାମନଗରର ବରିଷ୍ଠ ବିଜେଡି ନେତା ତୁଷାର ମିଶ୍ର ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କର ବହୁ ସମର୍ଥକ ମଧ୍ୟ ବିଜେପିରେ ସାମିଲ୍ ହୋଇଥିବା ଜଣାପଡିଛି ।

30 March 2024 10:00 PM (IST)

Loksabha Election 2024: କେଉଁ ଆସନରୁ କିଏ ପ୍ରାର୍ଥୀ, ଜାଣନ୍ତୁ ସମସ୍ତ ତଥ୍ୟ...

Loksabha Election 2024: କେଉଁ ଆସନରୁ କିଏ ପ୍ରାର୍ଥୀ, ଜାଣନ୍ତୁ ସମସ୍ତ ତଥ୍ୟ

Loksabha Election 2024: ପୂର୍ବରୁ ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଆଜି ଅଷ୍ଟମ ପର୍ଯ୍ୟାୟରେ ବାକି ୩ ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ତେବେ ଆଜିକୁ ମିଶାଇ ସମୁଦାୟ ୨୧ଟି ଆସନର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଆସନ୍ତୁ ଜାଣିବା କେଉଁ ଅଞ୍ଚଳରେ କେଉଁ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି ବିଜେପି । ଅଧିକ ପଢ଼ନ୍ତୁ...

30 March 2024 08:50 PM (IST)

loksabha election 2024: ଆଉ ୩ଟି ଆସନର ପ୍ରାର୍ଥୀଙ୍କ ନାମ ପ୍ରକାଶ କଲା ବିଜେପି...

loksabha election 2024: ଆଉ ୩ଟି ଆସନର ପ୍ରାର୍ଥୀଙ୍କ ନାମ ପ୍ରକାଶ କଲା ବିଜେପି

ଆଗାମି ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ବଳକା ୩ଟି ଆସନର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଯାଜପୁରରୁ ରବିନ୍ଦ୍ର ନାରାୟଣ ବେହେରା କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ, କଟକରୁ ଭର୍ତ୍ତୁହରୀ ମହତାବଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

30 March 2024 08:45 PM (IST)

Morning Classes in schools: ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ...

Morning Classes in schools: ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଏପ୍ରିଲ୍‍ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନୂତନ ଶିକ୍ଷାବର୍ଷ। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ  ସ୍କୁଲରେ ପାଠପଢା ହେବ । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଅଧିକ ପଢ଼ନ୍ତୁ...

30 March 2024 08:20 PM (IST)

Weather News: ୪୦ ଡିଗ୍ରୀ ତାତିରେ ସିଝିଲା ରାଜ୍ୟର ୫ଟି ସହର...

Weather News: ୪୦ ଡିଗ୍ରୀ ତାତିରେ ସିଝିଲା ରାଜ୍ୟର ୫ଟି ସହର

Weather Update: ମାର୍ଚ୍ଚ ନସରୁଣୁ ଦିନକୁ ଦିନ ବଢିବାରେ ଲାଗିଛି ତାତି । ଆଗକୁ ମୁଣ୍ଡଫଟା ଖରା ହେବ ବୋଲି ଏବେଠୁ ସତେ ଯେମିତି ଟ୍ରେଲର ଦେଖାଉଛି ଖରା । ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ସମୟରେ ସବୁଠୁ ଉତପ୍ତ ସହର ପାଲଟିଛି ମାଲକାନଗିରି । ସେଠାରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି ପାରଦ । ଅଧିକ ପଢ଼ନ୍ତୁ...

30 March 2024 06:35 PM (IST)

ବଲାଙ୍ଗିରରେ ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ...

ବଲାଙ୍ଗିରରେ ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗିର: ରାଜ୍ୟରେ ପ୍ରଥମ ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଛି । ତ୍ରିନାଥ ବକୁଲ ନାମକ ଜଣେ ଯୁବକ ବଜାରରୁ ଫେରୁଥିବା ସମୟରେ ହଠାତ ଅସୁସ୍ଥତା ଅନୁଭବ କରୁଥିଲେ ଫଳରେ ତାଙ୍କୁ ଚିକିତ୍ସା ପାଇଁ ଭୀମଭୋଇ ମେଡ଼ିକାଲ୍‌ ଆଣ୍ଡ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକେ । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ତ୍ରିନାଥଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅଭାବନୀୟ ଘଟଣାଟି ବଲାଙ୍ଗିର ଟାଉନ୍‌ ଖୁଜେନପାଲିଗାଁ ଅଞ୍ଚଳରୁ ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ...

30 March 2024 06:05 PM (IST)

ନିଶା ଖାଇ ଶ୍ରୀମନ୍ଦିରକୁ ଯାଉଥିଲେ, ମନା କରିବାରୁ ଆକ୍ରମଣ କଲେ ବିଦେଶୀ...

ନିଶା ଖାଇ ଶ୍ରୀମନ୍ଦିରକୁ ଯାଉଥିଲେ, ମନା କରିବାରୁ ଆକ୍ରମଣ କଲେ ବିଦେଶୀ

ପୁରୀ: ଜଣେ ବିଦେଶୀ ପର୍ଯ୍ୟଟକ ଆଜି ଶ୍ରୀମନ୍ଦିର ନିକଟରେ ପହଞ୍ଚି ଭିତରକୁ ଯିବା ପାଇଁ ଉଦ୍ୟମ କରୁଥିଲେ । ସେହି ସମୟରେ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇବାରୁ ସେ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବା ସହ ଆକ୍ରମଣ କରିଥିଲେ । ଜଣେ ସେବାୟତ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଖବର ମିଳିଛି । ଅଧିକ ପଢ଼ନ୍ତୁ...

30 March 2024 05:45 PM (IST)

ଆଜି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ ଟାରୁ...

ଆଜି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ ଟାରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଭୋଟିଂ ଚାଲିଥିଲା । ବିଭିନ୍ନ ପଦ ପଦବୀ ପାଇଁ ସମୁଦାୟ ୫୦ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ, ଯୁଗ୍ମ ସମ୍ପାଦକ ସହ ଅନନ୍ୟ ପଦବୀ ପାଇଁ ଭୋଟିଂ ହୋଇଛି। ଓଡ଼ିଶା ଷ୍ଟେଟ ବାର୍ କାଉନସିଲ ଓ ବାର୍ ଆସୋସିଏସନର ସଦସ୍ୟ ଭୋଟିଂରେ ସାମିଲ ହୋଇଥିଲେ । 

30 March 2024 04:56 PM (IST)

BJP Lok Sabha Election Manifesto Committee: ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର...

BJP Lok Sabha Election Manifesto Committee: ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ମନିଫେଷ୍ଟୋ କମିଟି ଆଜି ଘୋଷଣା କରିଛି। ଏହି ତାଲିକାରେ ଅନେକ ନେତାଙ୍କ ନାମ ଅନ୍ତର୍ଭୁକ୍ତ, ଯେଉଁମାନେ ଅନ୍ୟ ଦଳରୁ ନିକଟରେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ସଭାପତି ଜେପି ନାଡଡା ଏହି କମିଟି ଘୋଷଣା କରିଛନ୍ତି। ପଢ଼ନ୍ତୁ ପୂରା ଖବର...

30 March 2024 04:45 PM (IST)

ଟିଟିଲାଗଡ଼ ଉପ-କାରାଗାରରୁ ଫେରାର ହୋଇ ଦିଲ୍ଲୀରୁ ଧରାପଡିଲେ କଏଦୀ । ଗତ ୯ ତାରିଖ ଦିନ ସୁମିତ...

ଟିଟିଲାଗଡ଼ ଉପ-କାରାଗାରରୁ ଫେରାର ହୋଇ ଦିଲ୍ଲୀରୁ ଧରାପଡିଲେ କଏଦୀ । ଗତ ୯ ତାରିଖ ଦିନ ସୁମିତ ବିହାରୀ ଏବଂ ଶୋଭାବନ ରଣା ନାମକ ଦୁଇ କଏଦୀ କୌଶଳକ୍ରମେ ଜେଲ୍‌ରୁ ଫେରାର ହୋଇଯାଇଥିଲେ। ତେବେ ସେମଧ୍ୟରୁ ସୁମିତକୁ ଦିଲ୍ଲୀରୁ ଗିରଫ କରାଯାଇଛି । ସେ କେମିତି ଫେରାର ହେବାରେ ସଫଳ ହେଲା ତାହାର ସିନ୍ ରିକ୍ରିଏସନ ମଧ୍ୟ କରାଯାଇଥିବା ସୂଚନା ମିଳିଛି ।

30 March 2024 04:15 PM (IST)

Top 10 News Today:ଅପରାହ୍ନର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

Top 10 News Today:

ଅପରାହ୍ନର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

30 March 2024 03:25 PM (IST)

BSNL Fiber Broadband Plan: ଗ୍ରାହକଙ୍କ ପାଇଁ ୨ଟି ଶସ୍ତା ପ୍ଲାନ, ମାଗଣା Disney +...

BSNL Fiber Broadband Plan: ଗ୍ରାହକଙ୍କ ପାଇଁ ୨ଟି ଶସ୍ତା ପ୍ଲାନ, ମାଗଣା Disney + Hotstar

BSNL Recharge Plan: ସରକାରୀ ଟେଲିକମ୍ କମ୍ପାନୀ ତଥା ଭରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ର ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର । କାରଣ BSNL ନିଜ ଗ୍ରାହକଙ୍କ ପାଇଁ ଦୁଇଟି ଶସ୍ତା ସହିତ ନୂଆ ଭାରତ ଫାଇବର ବ୍ରଡବ୍ୟାଣ୍ଡ ପ୍ଲାନ ଆରମ୍ଭ କରିଛି ।  BSNLର ଉଭୟ ନୂଆ ପ୍ଲାନ ମଧ୍ୟରେ ରହିଛି 599 ଟଙ୍କା ଏବଂ 699 ଟଙ୍କା ରିଚାର୍ଜ ପ୍ଲାନ । କମ୍ପାନୀ ଏହି ପ୍ଲାନ ଗୁଡିକରେ ଗ୍ରାହକଙ୍କୁ କିଛି ଖାସ୍ ଜିନିଷ ପ୍ରଦାନ କରୁଛି । 599 ଟଙ୍କାରେ ଫାଇବର ବେସିକ୍ OTT ଏବଂ 699 ଟଙ୍କା ଫାଇବର ବେସିକ୍ ସୁପର ପ୍ଲାନ୍ ବୋଲି ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି । ଅଧିକ ପଢ଼ନ୍ତୁ...

30 March 2024 02:50 PM (IST)

ଜଳ ବୋର୍ଡ ଦୁର୍ନୀତି ମାମଲାରେ ED ପକ୍ଷରୁ ଚାର୍ଜସିଟ୍‌ ଦାଖଲ...

ଜଳ ବୋର୍ଡ ଦୁର୍ନୀତି ମାମଲାରେ ED ପକ୍ଷରୁ ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ: ଜଳ ବୋର୍ଡ ଦୁର୍ନୀତି ତଥା ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାର୍ଜସିଟ୍‌ ଦାଖଲ କରାଯାଇଛି । ୮ ହଜାର ପୃଷ୍ଠାର ଚାର୍ଜ ସିଟରେ ସମସ୍ତ ତଥ୍ୟ ଇଡି ପକ୍ଷରୁ ଉପସ୍ଥାପନ କରାଯାଇଛି । ରାଉଜ ଏଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଇଡି । ଉକ୍ତ ଚାର୍ଜସିଟରେ ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଜଗଦୀଶ ଆରୋରାଙ୍କ ସମେତ ଠିକାଦାର ଅନିଲ ଅଗ୍ରୱାଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ...

30 March 2024 02:05 PM (IST)

Insurance Company: ଆଜି ଓ କାଲି ଖୋଲା ରହିବ ଦେଶର ସମସ୍ତ ବୀମା କମ୍ପାନୀ କାର୍ଯ୍ୟାଳୟ ।...

Insurance Company: ଆଜି ଓ କାଲି ଖୋଲା ରହିବ ଦେଶର ସମସ୍ତ ବୀମା କମ୍ପାନୀ କାର୍ଯ୍ୟାଳୟ । ଏନେଇ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦେଇଛି ଭାରତର ବୀମା ନିୟାମକ ଓ ବିକାଶ ନିୟାମକ ବା ଆଇଆରଡିଏ । ପଲିସିଧାରୀଙ୍କ ନିମନ୍ତେ ସୁବିଧା କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ରବିବାର ପଡୁଥିବାବେଳେ ଏହି ଦିବସ ହେଉଛି ଚଳିତ ଆର୍ଥିକ ବର୍ଷର ଶେଷ ଦିନ । ପଲିସିଧାରୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେଥିଲାଗି ଦୃଷ୍ଟି ଦେବାକୁ ଆଇଆରଡିଏ ନିର୍ଦ୍ଦେଶ ଦେଇଛି । 

 

30 March 2024 01:51 PM (IST)

Bharat Ratna: ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଆଜି ପ୍ରଦାନ କରାଯାଇଛି। ରାଷ୍ଟ୍ରପତି...

Bharat Ratna: ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଆଜି ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଦାନ କରାଯାଇଛି ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ସମ୍ମାନ । ଚଳିତ ବର୍ଷ କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ, ଚୌଧରୀ ଚରଣ ସିଂହ, ପିଭି ନରସିଂହ ରାଓଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ କରାଯାଇଛି । ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ଥିବାରୁ ଆସନ୍ତାକାଲି ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରାଯିବ । 

30 March 2024 01:03 PM (IST)

Anubhav Mohanty: ଆଜି ସକାଳ ସମୟରୁ ବିଜେଡିକୁ ଗୋଟିଏ ପରେ ଗୋଟିଏ ଲାଗୁଛି ଶକ୍ତ ଝଟକା।...

Anubhav Mohanty: ଆଜି ସକାଳ ସମୟରୁ ବିଜେଡିକୁ ଗୋଟିଏ ପରେ ଗୋଟିଏ ଲାଗୁଛି ଶକ୍ତ ଝଟକା।  ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ଇସ୍ତଫାପତ୍ର । ଆଜି ସକାଳୁ ସକାଳୁ ବିଜେଡିକୁ ଲାଗିଛି ୩ଟି ବଡ଼ ଝଟ୍‌କା । ପ୍ରଥମେ ପ୍ରିୟଦର୍ଶୀ ମିଶ୍ର, ପରେ ଆକାଶଦାଶ ନାୟକ ଛାଡିଦେଲେ ଦଳ । ଆଉ ଏବେ ଅନୁଭବ ମହାନ୍ତି ମଧ୍ୟ ଦଳ ଛାଡ଼ିଛନ୍ତି।  ବିଜେଡିକୁ ଏକାଦିନେ ଅଲ୍‌ବିଦା କରିଛନ୍ତି ଦୁଇ ବଡ଼ ସିନେ ଷ୍ଟାର । ଚକଲେଟ ହିରୋ ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ବି ଶଙ୍ଖ ଦଳ ଛାଡ଼ିଛନ୍ତି।

 

30 March 2024 12:49 PM (IST)

Puri Sri Mandira: ପୁରୀରେ ନିଶାସକ୍ତ ବିଦେଶୀ ପର୍ଯ୍ଯଟକ। ସ୍ୱର୍ଗଦ୍ୱାର ବେଳାଭୂମିରେ...

Puri Sri Mandira: ପୁରୀରେ ନିଶାସକ୍ତ ବିଦେଶୀ ପର୍ଯ୍ଯଟକ। ସ୍ୱର୍ଗଦ୍ୱାର ବେଳାଭୂମିରେ ନିଶା ଖାଇ ଉତ୍ପାତ ହେଉଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ସମୁଦ୍ର କୂଳ ଥାନା ତାଙ୍କୁ ଉଦ୍ଧାର କରି ଥାନାରେ ବସାଇଥିଲା। ତେବେ ବିଦେଶୀ ପର୍ଯ୍ଯଟକଙ୍କନାମ ହେଉଛି ଥୋମାସ କ୍ରଜ ସେଲଡନ। ସେ ବ୍ରୀଟିସ ନାଗରିକ ବୋଲି ଜଣାପଡିଛି। ସେ ପୁରୀର ଏକ ଆଶ୍ରମର ବାସିନ୍ଦା। ତେବେ ଆଶ୍ରମରେ ଥିବା ତା ସମ୍ପର୍କୀୟ ଥାନାରେ ଅଣ୍ଡରଟେକିଂ ଲେଖି ନେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ସିବିଚ୍ ଥାନାଧିକାରୀ।

30 March 2024 12:04 PM (IST)

Odisha Politics: ପ୍ରତିଦିନ ଓଡ଼ିଶା ରାଜନୀତିରେ ହଟଚମଟ ଦେଖିବାକୁ ମିଳୁଛି। ପ୍ରତିଦିନ...

Odisha Politics: ପ୍ରତିଦିନ ଓଡ଼ିଶା ରାଜନୀତିରେ ହଟଚମଟ ଦେଖିବାକୁ ମିଳୁଛି। ପ୍ରତିଦିନ ଦଳବଦଳ ପ୍ରକ୍ରିୟା ଜାରି ରହିଛି । ତିନୋଟି ପ୍ରମୁଖ ଦଳର ନେତା ମାନେ ଦଳ ଛାଡୁଛନ୍ତି ଯାହାକୁ ନେଇ ଜନତା ମାନେ ବି ଏବେ ଟେନସନରେ । ଦଳ ଗଠନ କରିବାରେ ଯେଉଁମାନଙ୍କର ପ୍ରମୁଖ ଭୂମିକା ଥିବା କୁହାଯାଉଛି ସେମାନେ ଏବେ ଦଳ ଛାଡୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ(Akash Das Nayak) ବିଜେଡି ଛାଡିଛନ୍ତି । ଆକାଶ ଦାସ ନାୟକ କହିଛନ୍ତି ଯେ, ନିଜର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ଦଳ ଛାଡ଼ିଥିବା କହିଛନ୍ତି । ସେହିପରି ବହୁ କଳ୍ପନାଜଳ୍ପନା ପରେ ଆଜି କଂଗ୍ରେସର ହାତ ଛାଡ଼ିଛନ୍ତି ଚିରଞ୍ଜିବୀ ବିଶ୍ୱାଳ(Chiranjib Biswal)। ଜଗତସିଂହପୁର ବିଧାୟକ ଭାବେ ନିଜର ଦବଦବା ବଜାୟ ରଖିଥିବା ଚିରଞ୍ଜିବୀ କେଉଁ ଦଳକୁ ଯିବେ ତାର କିଛି ସ୍ପଷ୍ଟତା ଆସିନଥିବା ବେଳେ ବହୁତ ଦିନର ତର୍କ ଉପରେ ପୂର୍ଣ୍ଣଚ୍ଚେଦ ଟାଣିଛନ୍ତି ଚିରଞ୍ଜିବୀ। ୨୦୧୪ ରୁ ୨୦୧୯ ଯାଏଁ ଜଗତସିଂହପୁରର ବିଧାୟକ ଥିଲେ ଚିରଞ୍ଜିବୀ ବିଶ୍ୱାଳ। ତେବେ ଚିରଞ୍ଜିବୀ କଂଗ୍ରେସ ଛାଡ଼ିବା ପରେ ଦଳ ଉପରେ କଣ ପ୍ରଭାବ ପଡ଼ିବ ତାହା ସମୟ କହିବ। 

30 March 2024 11:37 AM (IST)

Bharat Ratna: ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଦାନ କରାଯାଇଛି ଭାରତ ରତ୍ନ...

Bharat Ratna: ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଦାନ କରାଯାଇଛି ଭାରତ ରତ୍ନ ସମ୍ମାନ । ଚଳିତ ବର୍ଷ କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ, ଚୌଧରୀ ଚରଣ ସିଂହ, ପିଭି ନରସିଂହ ରାଓଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ କରାଯାଇଛି । ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ଥିବାରୁ ଆସନ୍ତାକାଲି ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରାଯିବ । ମିଳିଥିବା ସୂଚନା ଅନୁସାରେ, ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର କିଛି ବଡ଼ ନେତାଙ୍କ ଉପସ୍ଥିତିରେ ଆଡଭାନୀଙ୍କୁ ସମ୍ମାନିତ କରାଯିବ । ତେବେ ଆଜି ରାଷ୍ଟ୍ରପତି ଭବନରେ ହେବାକୁ ଥିବା ସମାରୋହରେ କିଛି ସ୍ୱତନ୍ତ୍ର ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି । ଏଥିରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ଉପସ୍ଥିତ ରହି ନିଜ ପିତାଙ୍କ ସମ୍ମାନ ଗ୍ରହଣ କରିଛନ୍ତି ।

 

30 March 2024 11:24 AM (IST)

Anugul News: ରତ୍ନ ପଥର ଖୋଜା ହେଲା କାଳ । ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ ।...

Anugul News: ରତ୍ନ ପଥର ଖୋଜା ହେଲା କାଳ । ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ । ମୃତକ ହେଲେ ଅନୁଗୁଳ ଜିଲ୍ଲା କିଆକଟା ଥାନା ବେଲାଦୁଲା ଗ୍ରାମର ସୁଶାନ୍ତ ଝାଙ୍କର ଅଳ୍ପକେ ବର୍ତିଲେ ୧୦ ଶ୍ରମିକ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମହାନଦୀ କୂଳେ କୂଳେ ରତ୍ନ ପଥର ମାଫିଆ ମାନେ ନିରୀହ ଶ୍ରମିକଙ୍କୁ ନିୟୋଜିତ କରି ରାତିଦିନ ପଥର ଖୋଜାଇ ଥାନ୍ତି । ତେବେ  ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଥାନା କୁଲାରିକୁଦ ମହାନଦୀ ପଠାରେ ରତ୍ନ ପଥର ଖୋଜିବା ପାଇଁ ୧୦-୧୫ ଜଣ ଶ୍ରମିକ ନିୟୋଜିତ ଥିଲେ । ଏକ ବିରାଟକାୟ ପଥର ତଳେ ରତ୍ନ ପଥର ସନ୍ଧାନ ପାଇଁ ଶ୍ରମିକ ମାନେ  ଯାଇଥିବା ବେଳେ ଜଣେ ଫସି ଯାଇଥିଲେ । ଫଳରେ ବହୁତ ସମୟ ପର୍ଯ୍ୟନ୍ତ ନଆସୁବାରୁ ବୌଦ୍ଧ ଦମକଳ ବହିନୀକୁ ଖବର ଦେଇଥିଲେ ।

30 March 2024 11:09 AM (IST)

Exit Poll: ଏଗଜିଟ୍ ପୋଲ୍ ଉପରେ ଲାଗିବ କଟକଣା । ଆସନ୍ତା ଏପ୍ରିଲ ୧୯ ତାରିଖରୁ ଲାଗିବାକୁ...

Exit Poll: ଏଗଜିଟ୍ ପୋଲ୍ ଉପରେ ଲାଗିବ କଟକଣା । ଆସନ୍ତା ଏପ୍ରିଲ ୧୯ ତାରିଖରୁ ଲାଗିବାକୁ ଯାଉଛି କଟକଣା । ଏ ନେଇ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ନିର୍ବାଚନ କମିସନ । ବିଜ୍ଞପ୍ତିରେ କୁହାଯାଇଛି ଯେ, ଏପ୍ରିଲ ୧୯ ତାରିଖ ସକାଳ ୭ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଏଗଜିଟ୍ ପୋଲ୍ ଉପରେ କଟକଣା ରହିବ । ଅର୍ଥାତ୍ ଏହି ଅବଧି ଭିତରେ କୌଣସି ପ୍ରକାରର ଏକଜିଟ୍ ପୋଲ ପ୍ରସ୍ତୁତି, ପ୍ରକାଶନ ଓ ପ୍ରସାରଣ ହେବ ନାହିଁ ।

 

30 March 2024 10:59 AM (IST)

Bar Association Election: ଆଜି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ। ସକାଳ ୮...

Bar Association Election: ଆଜି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ। ସକାଳ ୮ ଟା ରୁ ଆରମ୍ଭ ହୋଇଛି ଭୋଟିଂ। ବିଭିନ୍ନ ପଦ ପଦବୀ ପାଇଁ ସମୁଦାୟ ୫୦ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଅଛନ୍ତି। ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ, ଯୁଗ୍ମ ସମ୍ପାଦକ ସହ ଅନନ୍ୟ ପଦବୀ ପାଇଁ ଚାଲିଛି ଭୋଟିଂ। ଓଡ଼ିଶା ଷ୍ଟେଟ ବାର୍ କାଉନସିଲ ଓ ବାର୍ ଆସୋସିଏସନର ସଦସ୍ୟ ଭୋଟିଂରେ ସାମିଲ ହୋଇଛନ୍ତି । ସକାଳ ୮ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ଚାଲିବ ମତଦାନ ।

 

30 March 2024 10:53 AM (IST)

Bharat Ratna: ଆଜି ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ । ରାଷ୍ଟ୍ରପତି...

Bharat Ratna: ଆଜି ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଦିଆଯିବ ସମ୍ମାନ। ଚଳିତବର୍ଷ କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ, ଚୌଧରୀ ଚରଣ ସିଂହ, ପିଭି ନରସିଂହ ରାଓ ଓ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ। ତେବେ ଅସୁସ୍ଥ ଥିବାରୁ ଆସନ୍ତାକାଲି ଆଡଭାନୀଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ପ୍ରଦାନ କରାଯିବ।

30 March 2024 10:39 AM (IST)

Delhi Minister Kailash Gehlot: ମଦ ନୀତି ମାମଲାରେ ଦିଲ୍ଲୀ ପରିବହନ ମନ୍ତ୍ରୀ ତଥା ଆମ୍‌...

Delhi Minister Kailash Gehlot: ମଦ ନୀତି ମାମଲାରେ ଦିଲ୍ଲୀ ପରିବହନ ମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା କୈଳାଶ ଗେହଲଟଙ୍କୁ ଜେରା ପାଇଁ ଡକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ସୂତ୍ରରୁ ପ୍ରକାଶ ଯେ ନାଜାଫଗଡର ବିଧାୟକ ଥିବା ଗେହଲଟ ମଦ ନୀତିର ଡ୍ରାଫ୍ଟ ପ୍ରସ୍ତୁତ କରିଥିବା ଏକ ପ୍ୟାନେଲର ଅଂଶ ଥିଲେ। ଅନୁସନ୍ଧାନକାରୀ ଏଜେନ୍ସି ଦାବି କରିଛି ଯେ ମଦ ନୀତି ପ୍ରସ୍ତୁତ ହେଉଥିବାବେଳେ ଗେହଲଟ ସେତେବେଳେ ଆପ୍‌ର ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟାରଙ୍କୁ ତାଙ୍କ ସରକାରୀ ବାସଭବନ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ।

30 March 2024 10:19 AM (IST)

Puri Sri Mandira: ଆଜି ବି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ । ପଶ୍ଚିମ ଦ୍ୱାର ଦେଇ...

Puri Sri Mandira: ଆଜି ବି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ । ପଶ୍ଚିମ ଦ୍ୱାର ଦେଇ ଯିବା ପାଇଁ ଜମିଛି ଭକ୍ତଙ୍କ ଗହଳି । ଗୋପାଳବଲ୍ଲଭ ନୀତି ଯୋଗୁ ଏବେ ଦର୍ଶନ ବନ୍ଦ ରହିଛି । ତେଣୁ ଶ୍ରୀମନ୍ଦିରକୁ ଯିବା ପାଇଁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି । ଗତକାଲି ମଧ୍ୟ ଶ୍ରୀମନ୍ଦିରରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ପଶ୍ଚିମ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିଲା । ଗହଳି ସାଙ୍ଗକୁ ତାତି ଯୋଗୁଁ କଲବଲ ହୋଇଥିଲେ ଶ୍ରଦ୍ଧାଳୁ ।

 

30 March 2024 10:11 AM (IST)

Petrol Diesel Price Today: ମାର୍ଚ୍ଚ ୩୦ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ...

Petrol Diesel Price Today: ମାର୍ଚ୍ଚ ୩୦ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ଶନିବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି।  କିଛି ସ୍ଥାନରେ ଦରରେ ପରିବର୍ତ୍ତନ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ପଢନ୍ତୁ ପୂରା ଖବର...

30 March 2024 09:58 AM (IST)

Priyadarshi Mishra:  ଦଳ ଡିଆଁ କ୍ରମରେ ଆଜି ବିଜେଡି ଛାଡିଛନ୍ତି ଉତ୍ତର ଭୁବନେଶ୍ୱର...

Priyadarshi Mishra:  ଦଳ ଡିଆଁ କ୍ରମରେ ଆଜି ବିଜେଡି ଛାଡିଛନ୍ତି ଉତ୍ତର ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଦଳରେ ଲଗାତାର ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ସେ ଦଳ ଛାଡିଥିବା ଜଣାପଡିଛି । ସୂଚନା ଅନୁସାରେ, ୨୦୧୪ରୁ ୨୦୧୯ରୁ ଯାଏଁ ବିଧାୟକ ଥିଲେ । ୨୦୧୯ ପରଠାରୁ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା । ୨୦୧୯ରେ ଦଳ ଉତ୍ତର ଭୁବନେଶ୍ୱରରୁ ସୁଶାନ୍ତ ରାଉତଙ୍କୁ ଟିିକେଟ୍ ଦେଇଥିଲା । ଏଥର ମଧ୍ୟ ଏହି ଆସନରେ ବିଜେଡି ସର୍ପରାଇଜ୍ କାର୍ଡ ଖେଳିବା ନେଇ ଚର୍ଚ୍ଚା ହେଉଛି । 

30 March 2024 09:45 AM (IST)

⁠CHSE to host online course materials-: ଗତ ବର୍ଷ ପ୍ଲସ୍-୨ ଛାତ୍ରଛାତ୍ରୀ ମାନଙ୍କୁ...

⁠CHSE to host online course materials-: ଗତ ବର୍ଷ ପ୍ଲସ୍-୨ ଛାତ୍ରଛାତ୍ରୀ ମାନଙ୍କୁ ଅନ୍ଲାଇନ୍ ପ୍ରଶ୍ନ ବ୍ୟାଙ୍କ ଯୋଗାଇବା ପରେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମିଶ୍ରିତ ଶିକ୍ଷାର ପ୍ରୋତ୍ସାହନ ପାଇଁ ଉଭୟ ଶ୍ରେଣୀ ଏକାଦଶ ଏବଂ ଦ୍ୱାଦଶ ଛାତ୍ରମାନଙ୍କ ପାଇଁ ସିଲାବସ୍ ର ଇ-ବିଷୟବସ୍ତୁ ସୃଷ୍ଟି କରିବାକୁ ଯୋଜନା କରିଛି । ପରିଷଦର ଜଣେ ଅଧିକାରୀ କହିଛନ୍ତି ଯେ ଏହି ପଦକ୍ଷେପ, ଫେବୃଆରୀରେ ସିଲାବସରେ ସହଜ ପ୍ରବେଶ ଅନୁମତି ବ୍ୟତୀତ ଫେବୃଆରୀରେ ଗ୍ରହଣ କରାଯାଇସାରିଛି, କେବଳ ଶ୍ରେଣୀଗୃହର ଶିକ୍ଷାଦାନକୁ କେବଳ ଚକ୍ ଏବଂ କଥାବାର୍ତ୍ତା ମଧ୍ୟରେ ସୀମିତ ନକରି ବୈଷୟିକ ପରିବର୍ତ୍ତନ ସହିତ ଅନୁକୂଳ କରିବ। ଏହା ଅନଲାଇନ୍ ପରୀକ୍ଷା ମାଧ୍ୟମରେ ଛାତ୍ରମାନଙ୍କୁ ଆତ୍ମ-ମୂଲ୍ୟାଙ୍କନ ପାଇଁ ସୁଯୋଗ ପ୍ରଦାନ କରିବ । 

 

30 March 2024 09:37 AM (IST)

Top 10 News Headlines: ସକାଳର 10ଟି ବଡ଼ ଖବର...ପଢନ୍ତୁ ପୂରା ଖବର...

Top 10 News Headlines: ସକାଳର 10ଟି ବଡ଼ ଖବର...ପଢନ୍ତୁ ପୂରା ଖବର...

30 March 2024 09:10 AM (IST)

⁠Odisha political parties continue with resign and joining-: ସାଧାରଣ...

⁠Odisha political parties continue with resign and joining-: ସାଧାରଣ ନିର୍ବାଚନକୁ ଆଉ ଦିନ କେଇଟା ବାକି । ଏହାରି ଭିତରେ ବହୁ ନେତାଙ୍କ ଦଳ ବଦଳ ଚର୍ଚ୍ଚା ମଧ୍ୟ ଜୋର ଧରିବାରେ ଲାଗିଲାଣି । କିଛି ଦିନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ, ମୟୂରଭଞ୍ଜର ଚର୍ଚ୍ଚିତ ସାନ୍ତାଳି ଲେଖିକା ଦମୟନ୍ତୀ ବେଶ୍ରା ଓ ସିନେ କଳାକାର ତଥା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେପି ର ହାତ ଧରିଥିଲେ। ସେହିପରି ବିଜେପିର ଅନେକ ନେତା ଦଳବଦଳ କରୁଛନ୍ତି । ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ତାଲିକାରେ ପଛରେ ପଡ଼ିନାହିଁ।  ବିଜେଡି ଓ କଂଗ୍ରେସର ବହୁ ନେତା ଯୋଗାଯୋଗରେ ଥିବା ବିଜେପି ନେତା ଖୁଲମଖୁଲା କହୁଛନ୍ତି ମଧ୍ୟ । ଯାହାକୁ ନେଇ ରାଜ୍ୟରେ ରାଜନୈତିକ ବୟାନ ବାଜି ମଧ୍ୟ ବେଶ୍ ହେବାରେ ଲାଗିଛି ।

30 March 2024 08:57 AM (IST)

High gold rate and its impact-: ଦେଶରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ...

High gold rate and its impact-: ଦେଶରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର ।  ଚଳିତ ଆର୍ଥିକ ବର୍ଷ ଶେଷ ସୁଧା ସୁନା ଦର ଭାରତରେ ୧୦ ଗ୍ରାମକୁ ୭୦ ହଜାର ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଉଛି। ଗତକାଲି ଅପେକ୍ଷା ଆଜି ମଧ୍ୟ ସୁନା ଦର ବୃଦ୍ଧି ପାଇଛି। ଗତକାଲି(ଶୁକ୍ରବାର) ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍‌ ୬୩,୦୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୭୩୦ ଟଙ୍କା ରହିଥିଲା। ସେହିପରି ଆଜି  ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୬୩,୦୧୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୮,୭୪୦ ରହିଛି।

 

30 March 2024 08:51 AM (IST)

⁠Maharally in Delhi Ramleela maidan tomorrow-: ମୁଖ୍ୟମନ୍ତ୍ରୀ ଅରବିନ୍ଦ...

⁠Maharally in Delhi Ramleela maidan tomorrow-: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ମହାରାଲି କରିବ ଇଣ୍ଡିଆ ମେଣ୍ଟ । ଆସନ୍ତା ମାର୍ଚ୍ଚ ୩୧ ଅର୍ଥାତ୍ ଆସନ୍ତାକାଲି ରାଜଧାନୀ ଦିଲ୍ଲୀର ରାମଲୀଲା ମୈଦାନରେ ଏହି ମେଗା ରାଲିର ଆୟୋଜନ ହେବ । ଏନେଇ (ଶୁକ୍ରବାର) ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଗୋପାଳ ରାୟ ଏବଂ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ତେବେ ଏହି ରାଲି ରାଜନୈତିକ ନୁହେଁ, ବରଂ ଦେଶର ଗଣତନ୍ତ୍ରର ସୁରକ୍ଷା ଏବଂ କେନ୍ଦ୍ର ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ଆହ୍ବାନ ହେବ ବୋଲି କହିଛନ୍ତି ଦିଲ୍ଲୀ କଂଗ୍ରେସ ମୁଖ୍ୟ ।

 

30 March 2024 08:22 AM (IST)

Rameswaram Cafe Blast: ବେଙ୍ଗାଲୁରୁର ଲୋକପ୍ରିୟ ରାମେଶ୍ବରମ୍‌ କାଫେରେ ବିସ୍ଫୋରଣ...

Rameswaram Cafe Blast: ବେଙ୍ଗାଲୁରୁର ଲୋକପ୍ରିୟ ରାମେଶ୍ବରମ୍‌ କାଫେରେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଦୁଇ‌ ଫେରାର୍‌ ଅଭିଯୁ୍ତ ମୁସାଭିର ହୁସେନ୍‌ ସାଜିବ୍‌ ଓ ଅବଦୁଲ୍‌ ମାଥିନ୍‌ ଅହମ୍ମଦଙ୍କ ଫଟୋ ଜାରି କରିଛି। ଉଭୟଙ୍କ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ୨୦ଲକ୍ଷ ଟଙ୍କା ଆର୍ଥିକ ‌ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ଏନ୍‌ଆଇଏର ସୂଚନାନୁସାରେ, ରାମେଶ୍ବରମ୍‌ କାଫେ୍‌ରେ ମୁସାଭିର ବୋମା ରଖିଥିଲା ଓ ଅବଦୁଲ୍‌ ଏହି ବିସ୍ଫୋରଣର ଯୋଜନାରେ ସହାୟତା କରିଥିଲା। ପୂର୍ବରୁ, ୨୦୨୦ରେ ଉଭୟଙ୍କ ବିରୋଧରେ ଏକ ଆତଙ୍କବାଦୀ ମାମଲା ମଧ୍ୟ ରହିଛି।

30 March 2024 08:16 AM (IST)

Unempolyment In India: ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ) ଅନୁଯାୟୀ, ଭାରତରେ...

Unempolyment In India: ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ) ଅନୁଯାୟୀ, ଭାରତରେ ଉଚ୍ଚଶିକ୍ଷିତ ଯୁବକମାନେ ବେରୋଜଗାର ହେବାର ସମ୍ଭାବନା ଅଧିକ। ଭାରତର ଶ୍ରମ ବଜାର ଉପରେ ଏକ ନୂତନ ଆଇଏଲ୍ଓ ରିପୋର୍ଟ ଅନୁଯାୟୀ,୨୦୨୨ ମସିହାରେ ସ୍ନାତକୋତ୍ତରମାନଙ୍କ ପାଇଁ ବେକାରୀ ହାର ୨୯.୧% ଥିଲା, ଯେଉଁମାନେ ପଢିପାରିବେ ନାହିଁ କିମ୍ବା ଲେଖି ପାରିବେ ନାହିଁ ସେମାନଙ୍କ ପାଇଁ ପ୍ରାୟ ନଅ ଗୁଣ ଅଧିକ । ମାଧ୍ୟମିକ କିମ୍ବା ଉଚ୍ଚଶିକ୍ଷା ପ୍ରାପ୍ତ ଯୁବକମାନଙ୍କ ପାଇଁ ବେକାରୀ ହାର ୧୮.୪% ଥିଲା, ଯାହା ଛଅ ଗୁଣ ଅଧିକ । ଭାରତରେ ବେରୋଜଗାରୀ ମୁଖ୍ୟତଃ ଯୁବକମାନଙ୍କ ମଧ୍ୟରେ ଏକ ସମସ୍ୟା ଥିଲା, ବିଶେଷକରି ମାଧ୍ୟମିକ ଶିକ୍ଷା କିମ୍ବା ତାଠାରୁ ଅଧିକ, ଏବଂ ସମୟ ସହିତ ବୃଦ୍ଧି ପାଇଛି। ଆଇଏଲ୍ଓ କହିଛି, "ଭାରତରେ ଯୁବ ବେରୋଜଗାର ହାର ବର୍ତ୍ତମାନ ବିଶ୍ୱ ସ୍ତରଠାରୁ ଅଧିକ । ଏହି ସମୟ ମଧ୍ୟରେ ଯୁବକମାନେ ଅପରିବର୍ତ୍ତିତ ରହିବେ। ଏହା ୫୪.୨% ରୁ ୬୫.୭% କୁ ବୃଦ୍ଧି ପାଇଛି।

 

30 March 2024 08:05 AM (IST)

⁠Mukhtar Ansari Postmortem ⁠report confirms cardiac arrest-: ଉତ୍ତରପ୍ରଦେଶର...

⁠Mukhtar Ansari Postmortem ⁠report confirms cardiac arrest-: ଉତ୍ତରପ୍ରଦେଶର ବାନ୍ଦା ଜେଲରେ ଥିବା ମାଫିଆ ମୁଖତାର୍ ଅନସାରୀଙ୍କ ଗୁରୁବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ଜେଲ ବ୍ୟାରେକରେ ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାପରେ ଜେଲ୍ ପ୍ରଶାସନ ପୂର୍ବତନ ସାଂସଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଥିଲା। କିନ୍ତୁ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଜେଲ ରେ ଥିବା ସମୟରେ ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ କରାଯାଇଛି। 

30 March 2024 07:49 AM (IST)

Fresh PIL against Kejriwal’s CM post-:ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ...

Fresh PIL against Kejriwal’s CM post-:ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅଧୀନରେ ଅଛନ୍ତି। ଦିଲ୍ଲୀ ହାଇକୋର୍ଟରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସର୍ବଶେଷ ଜନସ୍ୱାର୍ଥ ମାମଲା (ପିଆଇଏଲ) ହେତୁ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ପୁଣି ଥରେ ବିପଦରେ ରହିଛି। ହିନ୍ଦୁ ସେନା ଶୁକ୍ରବାର ଦିନ କେଜ୍ରିୱାଲଙ୍କ ବିରୋଧରେ ଏକ ପିଟିସନ ଦାଖଲ କରି ଦିଲ୍ଲୀ ସିଏମ ପଦରୁ ହଟାଇବାକୁ ଦାବି କରିଛନ୍ତି। ହିନ୍ଦୁ ସେନା ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପଦରୁ ହଟାଇବାକୁ କୋର୍ଟ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନାଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି। ଆବେଦନରେ ଆହୁରି କୁହାଯାଇଛି ଯେ କେନ୍ଦ୍ର ସରକାର ଏଲଜି ନିୟମ ମାଧ୍ୟମରେ ଦିଲ୍ଲୀ ଚଳାଇବା ଉଚିତ।

30 March 2024 07:32 AM (IST)

Navy rescues Pakistani crews: ୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କ ଠୁ...

Navy rescues Pakistani crews: ୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କ ଠୁ ଉଦ୍ଧାର ହେଲେ ୨୩ ପାକିସ୍ତାନୀ ନାଗରିକ । ଆରବ ସାଗରରେ ଇରାନ୍ ର  ଫିସିଂ ଫେସଲେ ଅପହରଣ ପରେ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲା ଭାରତୀୟ ନୌସେନା। ଆଇଏନଏସ ତ୍ରିଶୂଳ ସାହାଯ୍ୟରେ ଜାହାଜରେ ଥିବା ଲୁଟେରାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ ଭାରତୀୟ ନୌସେନା। ଜାହାଜରୁ ୨୩ଜଣ ପାକିସ୍ତାନୀ ମେମ୍ବରଙ୍କୁ ଉଦ୍ଧାର କରିଥିବା ବେଳେ ପୂରା ଅଞ୍ଚଳକୁ ଲୁଟେରା ମୁକ୍ତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। 

 

30 March 2024 07:20 AM (IST)

Weather Update: ଖରାରେ ସିଝୁଛି ସାରା ରାଜ୍ୟ। ଶୁକ୍ରବାର ରାଜ୍ୟର ୨୫ ସହରର ତାପମାତ୍ରା ୩୭...

Weather Update: ଖରାରେ ସିଝୁଛି ସାରା ରାଜ୍ୟ। ଶୁକ୍ରବାର ରାଜ୍ୟର ୨୫ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରେକର୍ଡ଼ କରାଯାଇଛି। ଏହାସହ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି।  ଭବାନୀପାଟଣା , ନୟାଗଡ, ବୌଦ୍ଧ, ଟିଟିଲାଗଡ଼ ଓ ବଲାଙ୍ଗୀରରେ ପାରଦ ୪୦ ଡିଗ୍ରୀ ରେକର୍ଡ଼ ହୋଇଛି। ଆହୁରି ୫ ଦିନ ରାଜ୍ୟରେ ଏଭଳି ଅସହ୍ୟ ତାତି ଅନୁଭୂତ ହେବ । ଦିନ ଓ ରାତି ଉଭୟ ତାପମାତ୍ରା ବଢିବା ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମା ଶଙ୍କର ଦାଶ କହିଛନ୍ତି। କିଛି ସ୍ଥାନରେ ବର୍ଷା ପ୍ରଭାବରେ ଆକାଶ ନିର୍ମଳ ସହ ରାଜ୍ୟରେ ପାଗ ଶୁଖିଲା ରହିଛି। ଫଳରେ ଗରମ ଏବଂ ଗୁଳୁଗୁଳି ମଧ୍ୟ ଅଧିକ ହେଉଛି।  ବର୍ତ୍ତମାନ ଆଭ୍ୟନ୍ତରିଣ ଓଡି଼ଶାରେ ସ୍ବାଭାବିକ୍ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଛି। ଉପକୂଳ ଓଡି଼ଶାରେ ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ଅଧିକ ଥିଲା।  

30 March 2024 07:06 AM (IST)

Today Horoscope: ସାବଧାନ୍ ରୁହନ୍ତୁ ମକର ସହ ଏହି ସବୁ ରାଶି ! ଜାଣନ୍ତୁ ଆପଣଙ୍କ ପାଇଁ...

Today Horoscope: ସାବଧାନ୍ ରୁହନ୍ତୁ ମକର ସହ ଏହି ସବୁ ରାଶି ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?  ଦେଖନ୍ତୁ ଫଟୋ ଗ୍ୟାଲେରୀ...

Add Zee News as a Preferred Source

About the Author