ପ୍ରଭୁ ଶ୍ରୀରାମଙ୍କ କୃପାରୁ ଶିଶୁ ପହଁଚିଲା ଡାକ୍ତରଖାନାରେ
Advertisement

ପ୍ରଭୁ ଶ୍ରୀରାମଙ୍କ କୃପାରୁ ଶିଶୁ ପହଁଚିଲା ଡାକ୍ତରଖାନାରେ

ଖବର ପାଇବା ପରେ ଲକ୍ଷ୍ମୀପୁର ପୁଲିସ (Lakhmipur Police) ସେଠାରେ ପହଞ୍ଚିଥିଲା। 

ପ୍ରଭୁ ଶ୍ରୀରାମଙ୍କ କୃପାରୁ ଶିଶୁ ପହଁଚିଲା ଡାକ୍ତରଖାନାରେ

କୋରାପୁଟ: କୋରାପୁଟ (Koraput) ଜିଲ୍ଲା ଲକ୍ଷ୍ମୀପୁର (Lakhmipur) ରାମ ମନ୍ଦିର (Ram Mandir) ନିକଟରୁ ଏକ ୩ ମାସର ଶିଶୁ କନ୍ୟାକୁ (New Born baby) ସ୍ଥାନୀୟ ଜଣେ ମହିଳା ଉଦ୍ଧାର କରିଛନ୍ତି | ଏହି ଖବର ପାଇବା ପରେ ଲକ୍ଷ୍ମୀପୁର ପୁଲିସ (Lakhmipur Police) ସେଠାରେ ପହଞ୍ଚିଥିଲା। ଲକ୍ଷ୍ମୀପୁର ଥାନା (Lakhmipur Police) ଅଧିକାରି ଶ୍ଵେତପଦ୍ମା ସେଠ୍ (Swetapadma Seth) ନିଜେ ସେଠାରେ ପହଞ୍ଚି ଉକ୍ତ ଶିଶୁ କନ୍ୟାକୁ  ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ପହଞ୍ଚାଇଥିଲେ।

ସେଠାରେ ଡାକ୍ତର ଶିଶୁ କନ୍ୟାର ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ୩ ମାସର ଛୁଆ ହେବ ବୋଲି କହିବା ସହ ଝିଅଟି ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ପ୍ରକାଶ କରିଛନ୍ତି। କଣ ପାଇଁ ମା, ଶିଶୁକନ୍ୟାକୁ ଛାଡ଼ି ଚାଲିଯାଇଛି ତାହା ବର୍ତମାନ ସବୁଠାରୁ ବଡ ପ୍ରଶ୍ନବାଚି ସୃଷ୍ଟି  କରିଛି। ଲକ୍ଷ୍ମୀପୁରରେ ଶିଶୁଟିକୁ ରଖିବା ସକାଶେ ସେମିତି କିଛି ସୁବିଧା ନଥିବା କାରଣରୁ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରାଯିବା ସହ କେଉଁ ପରିସ୍ଥିତିରେ ଶିଶୁଟିକୁ ଛାଡି ଦିଆଯାଇଛି ତାହା ତଦନ୍ତ କରାଯିବ ବୋଲି ପୁଲିସ କହିଛି।