Indian Railway: ଅନନ୍ୟ ଟ୍ରେନ୍, ଯାହାର ନାହିଁ ଝରକା-କବାଟ, ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ
Advertisement
Article Detail0/zeeodisha/odisha1782351

Indian Railway: ଅନନ୍ୟ ଟ୍ରେନ୍, ଯାହାର ନାହିଁ ଝରକା-କବାଟ, ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Indian Railway Special Train: ଭାରତୀୟ ରେଳବାଇ ଦ୍ୱାରା ଏପରି ଟ୍ରେନ୍ ଚଳା ଯାଇଥାଏ, ଯାହାର କୋଚ ମଧ୍ୟରେ କୌଣସି ଝରକା କିମ୍ବା କବାଟ ନଥାଏ। ଆପଣ ହୁଏତ ଏପରି କୋଚ ରହିଥିବା ଟ୍ରେନ୍ ଦେଖି ନଥିବେ।

Indian Railway: ଅନନ୍ୟ ଟ୍ରେନ୍, ଯାହାର ନାହିଁ ଝରକା-କବାଟ, ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Unique Train of Indian Railway: ଦେଶର ଜୀବନରେଖା ଭାବରେ ଜଣାଶୁଣା ଭାରତୀୟ ରେଳବାଇ। କାରଣ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ରେଳବାଇ। ଆପଣ କେବେ ନାଁ କେବେ ଟ୍ରେନ ଯୋଗେ ଯାତ୍ରା କରିଥିବେ। ହେଲେ କ'ଣ ଆପଣ ଜାଣନ୍ତି ଭାରତୀୟ ରେଳବାଇ ଏପରି ଟ୍ରେନ୍ ଚଳାଇଥାଏ ଯାହାର କୋଚ ମଧ୍ୟରେ କୌଣସି ଝରକା କିମ୍ବା କବାଟ ନ ଥାଏ। ବୋଧହୁଏ ଆପଣ ଏପରି ଟ୍ରେନ୍ ଦେଖି ନ ଥାଇ ପାରନ୍ତି। ହେଲେ ରେଳବାଇ ଦ୍ୱାରା ଏପରି ଏକ ଟ୍ରେନ୍  ଚାଲିଥାଏ, ଯାହାର କୌଣସି ଝରକା କିମ୍ବା କବାଟ ନାହିଁ। କ'ଣ ଆପଣ ଏହି ସ୍ୱତନ୍ତ୍ର ଟ୍ରେନ୍ ବିଷୟରେ ଜାଣିଛନ୍ତି?

ଏପରି କୋଚ ଠାରେ ନ ଥାଏ ଝରକା-କବାଟ 
ଝରକା ଏବଂ କବାଟ ବିନା ଚଳାଚଳ କରୁଥିବା ଟ୍ରେନ୍ ନ୍ୟୁ ମୋଡ଼ିପାଏଡ଼ ଗୁଡସ୍ (New Modified Goods) ଏନଏମଜି କୋଚ୍ ଟ୍ରେନ୍ (NMG Coach Train) ଭାବରେ ଜଣାଶୁଣା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେ ଯାତ୍ରା କରୁଥିବା ଯାତ୍ରୀବାହୀ ଟ୍ରେନ ସହ ଯୋଡ଼ି ହୋଇଥିବା କୋଚ ଏକ ନିର୍ଦ୍ଧିଷ୍ଟ ସମୟ ଧରି ସେବା ପ୍ରଦାନ କରିବା ପରେ ଅବସର ନେଇଥାନ୍ତି। ଯେ କୌଣସି ଟ୍ରେନ କୋଚ ସର୍ବାଧିକ ୨୫ ବର୍ଷ ପର୍ଯ୍ୟନ୍ତ ସେବା (Train Coach Service Period) ଯୋଗାଇ ପାରିବ। ଯାହାକୁ ମରାମତି କରି ଆହୁରି ୫-୧୦ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ।

Also Read: Freight EMU: ଖୁବ ଶୀଘ୍ର ଦେଶକୁ ଏକ ବଡ ଉପହାର ଦେବ ଭାରତୀୟ ରେଳବାଇ

୨୫ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇ ଥାଏ କୌଣସି କୋଚ
ଯେତେବେଳେ କୌଣସି କୋଚ୍ ସେବା ଯୋଗାଇବାରେ ୨୫ ବର୍ଷ ପୂରଣ କରିବା ପରେ ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରି (Integral Coach Factory) ଆଇସିଏଫ୍ (ICF) ଏହି କୋଚ୍ ଯାତ୍ରୀବାହୀ ଟ୍ରେନ ସେବାରୁ (Passenger Train Service) ହଟାଇ ଦେଇଥାଏ। ଯାହା ପରେ ଏହାକୁ ଏନଏମଜି ରେକ୍ (NMG Rake) ନାମରେ ଅଟୋ କ୍ୟାରିୟର (Auto Carrier) ଭାବରେ ବ୍ୟବହାର କରାଯାଏ। ଏନଏମଜି ହେଉଛି ଏକ ରୂପାନ୍ତରିତ ହୋଇଥିବା ମାଲଗାଡ଼ି (Newly Modified Goods Wagon)।

କେଉଁ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ଏପରି କୋଚ?
ଏନଏମଜି ୱାଗନ (NMG Wagon) ରେଳଗାଡ଼ିର ସମସ୍ତ ଝରକା ଏବଂ କବାଟ ସିଲ୍ କରି ଦିଆଯାଇଥାଏ। ଏହାକୁ ସିଲ୍ କରିବା ପରେ ଏହି ୱାଗନ୍ ଏପରି ଭାବରେ ବିକଶିତ ହୋଇଥାଏ ଯେଉଁଥିରେ କାର, ମିନି ଟ୍ରକ୍ ଏବଂ ଟ୍ରାକ୍ଟର ସହଜରେ ଲୋଡିଂ ଅନଲୋଡିଂ ହୋଇପାରିବ।

Also Read: Indian Railways: ଯାତ୍ରୀବାହୀ ପରେ ମାଲଗାଡିକୁ ନେଇ ଆସିଲା ବଡ଼ ଖବର

ଏହି ରେଳଗାଡ଼ିରୁ କାଢି ଦିଆଯାଏ ସିଟ୍, ଲାଇଟ, ଫ୍ୟାନ  
ଯେତେବେଳେ କୌଣସି ସାଧାରଣ କୋଚ ଯଦି ଏନଏମଜି ୱାଗନ ଭାବରେ ବିକଶିତ କରାଯାଏ, ସେତେବେଳେ ଏହାର ସିଟ୍, ଲାଇଟ, ଫ୍ୟାନ କାଢି ନିଆଯାଏ। ଏହା ବ୍ୟତୀତ ଏହାକୁ ଅଧିକ ଶକ୍ତିଶାଳୀ କରିବାକୁ, ଏହା ମଧ୍ୟରେ ଲୁହା ପଟ୍ଟି ରଖାଯାଏ। ଏହା ମଧ୍ୟରେ କୌଣସି ସମଗ୍ରୀ ରଖିବାକୁ, କୋଚ ପଛରେ ଏକ କବାଟ ଲଗାଯାଇଥାଏ। ଏହି କବାଟ ଖୋଲି ଏହି ଟ୍ରେନ ମଧ୍ୟରେ ପରିବହନ ହେବାକୁ ରହିଥିବା ସମଗ୍ରୀ ରଖାଯାଇଥାଏ।