Sambalpuri Saree: ମା'ଙ୍କ ସମ୍ବଲପୁରୀ ଶାଢ଼ୀ ପିନ୍ଧି ବିଦେଶ ମାଟିରେ ମାରାଥନ ଦୌଡିଲେ ଓଡ଼ିଆ ଝିଅ
Advertisement
Article Detail0/zeeodisha/odisha1657682

Sambalpuri Saree: ମା'ଙ୍କ ସମ୍ବଲପୁରୀ ଶାଢ଼ୀ ପିନ୍ଧି ବିଦେଶ ମାଟିରେ ମାରାଥନ ଦୌଡିଲେ ଓଡ଼ିଆ ଝିଅ

Sambalpuri Saree News In Odia: ଶାଢ଼ୀ (Saree)ପିନ୍ଧି ମାରାଥନରେ ଦୌଡିବା, ଏହା ସମ୍ଭବ କି ? କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଶାଢ଼ୀ (Sambalpuri Saree) ପିନ୍ଧି ୪୨ କିଲୋମିଟର ମାରାଥନରେ (UK Marathon) ଦୌଡ଼ିଲେ ଓଡ଼ିଆ ଝିଅ (Odia Woman Madhusmita Jena)। ବିଦେଶ ମାଟିରେ ବଢାଇଲେ ଓଡ଼ିଶାର ଗୌରବ। ବିଦେଶ ମାଟିରେ ସମ୍ବଲପୁର ଶାଢୀ ପିନ୍ଧି(Sambalpuri Saree) ମାରାଥନରେ ଦୈଡି ଥିଲେ ପ୍ରବାସୀ ଓଡ଼ିଆ ମଧୁସ୍ମିତା ଜେନା

ସୌଜନ୍ୟ- ସୋସିଆଲ ମିଡ଼ିଆ

Sambalpuri Saree News In Odia: ଶାଢ଼ୀ (Saree)ପିନ୍ଧି ମାରାଥନରେ ଦୌଡିବା, ଏହା ସମ୍ଭବ କି ? କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଶାଢ଼ୀ (Sambalpuri Saree) ପିନ୍ଧି ୪୨ କିଲୋମିଟର  ମାରାଥନରେ (UK Marathon) ଦୌଡ଼ିଲେ ଓଡ଼ିଆ ଝିଅ (Odia Woman Madhusmita Jena)। ବିଦେଶ ମାଟିରେ ବଢାଇଲେ ଓଡ଼ିଶାର ଗୌରବ। ବିଦେଶ ମାଟିରେ ସମ୍ବଲପୁର ଶାଢୀ ପିନ୍ଧି(Sambalpuri Saree) ମାରାଥନରେ ଦୈଡି ଥିଲେ ପ୍ରବାସୀ ଓଡ଼ିଆ ମଧୁସ୍ମିତା ଜେନା । ଇଂଲଣ୍ଡର ମଞ୍ଚେଷ୍ଟର ସହରରେ ହୋଇଥିବା ମାରାଥନ୍‌ରେ ସମ୍ବଲପୁରୀ ଶାଢ଼ୀକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଓଡ଼ିଆ ଝିଅ ୪୩ ବର୍ଷୀୟା ମଧୁସ୍ମିତା ଜେନା ଦାସ ମଞ୍ଚେଷ୍ଟର ମାରାଥନ୍‌ରେ ଅଂଶଗ୍ରହଣ କରିଥିଲା ବେଳେ ସମ୍ବଲପୁରୀ ଶାଢ଼ୀ (Sambalpuri Saree) ପିନ୍ଧି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୌଡ଼ିଥିଲେ। ୪୨ କିଲୋମିଟରର ଦୂରତାକୁ ସେ ଘଣ୍ଟାପ୍ରତି ୮.୬୮ କିଲୋମିଟର ବେଗରେ ଦୌଡ଼ିଥିଲା ବେଳେ ୪ ଘଣ୍ଟା ୫୦.୨୭ ସେକେଣ୍ଡ ସମୟ ନେଇ ଏହାକୁ ଶେଷ କରିଥିଲେ।

୧୮,୫୭୭ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମଧୁସ୍ମିତା କିନ୍ତୁ ୧୪,୫୮୫ ସ୍ଥାନରେ ରହିଥିଲେ। ତେବେ ଏହି ଶାଢ଼ୀ (Sambalpuri Saree)ତାଙ୍କ ପାଇଁ ଏକ ସ୍ମାରକୀ ଥିଲା ବୋଲି ମଧୁସ୍ମିତା କହିଛନ୍ତି। ବାପା କଟକ କୁସୁପୁରର ଡାକ୍ତର ନୀରେନ୍ଦ୍ର ମୋହନ ଜେନା ଓ ମା’ ଖପୁରିଆ ମୂଳଅଧିବାସୀ ବିଦ୍ୟୁତ ଜେନା ଦୀର୍ଘ ବର୍ଷ ଧରି ମାଞ୍ଚେଷ୍ଟରରେ ବସବାସ କରୁଛନ୍ତି। ମାଞ୍ଚେଷ୍ଟରରେ ହିଁ ମଧୁସ୍ମିତାଙ୍କ ଜନ୍ମ ଓ ସେହିଠାରେ ହିଁ ସେ ବଢ଼ିଛନ୍ତି। ବାପା ନୀରେନ୍ଦ୍ର ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ନିଶ୍ଚେତକ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ଭୁବନେଶ୍ବର ବାସିନ୍ଦା ସଚିନ ଦାସଙ୍କ ସହିତ ମଧୁସ୍ମିତାଙ୍କ ବିବାହ ହେବା ପରେ ପ୍ରଥମେ ସେମାନେ ଇଜିପ୍ଟରେ ରହି ଆସୁଥିଲେ। କିନ୍ତୁ ସେମାନଙ୍କର ଦୁଇଟି ସନ୍ତାନଙ୍କ ପାଠପଢ଼ା ପାଇଁ ମଧୁସ୍ମିତା ମାଞ୍ଚଷ୍ଟର ଫେରି ଆସିଥିଲେ ଓ ସେଠାରେ ହାଇସ୍କୁଲ୍‌ରେ ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।

Also Read: Keonjhar News: ଚାକିରି ନ ହେବାରୁ ଜୀବନ ହାରିଲେ ଯୁବକ, ଭେଣ୍ତିଆ ପୁଅକୁ ହରାଇ ମାଟିରେ ଲୋଟି ପଡୁଛି ମାଆ

Also Read: Paralakhemundi ACF Death Case: ପୁଣି ଚାଲିବ ବିଚାର ଖୋଲିବ ରହସ୍ୟ, ଜେଲ୍ ଯାଇପାରନ୍ତି ଏହି ୩ ଅଭିଯୁକ୍ତ

Also Read:  UP Criminals List: ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ହତ୍ୟା ପରେ ଜାରି ହେଲା ୟୁପିର କ୍ରିମିନାଲ ଲିଷ୍ଟ, ତାଲିକାରେ ରହିଛି ଏହି ବିଧାୟକ ଓ ସାଂସଦଙ୍କ ନାଁ

ମଧୁସ୍ମିତାଙ୍କ କହିବାନୁସାରେ, ତାଙ୍କୁ ପିଲାବେଳୁ ଓଡ଼ିଆ ସଂସ୍କୃତି ଓ ପରମ୍ପରା (Odisha Culture )ପ୍ରତି ଭଲପାଇବା ରହିଆସିଛି। ପିଲାଦିନେ ସେ ଯେତେବେଳେ ଭାରତକୁ ଆସୁଥିଲେ ସେତେବେଳେ ଓଡ଼ିଶୀ ଶିଖୁଥିଲେ। ତାଙ୍କୁ ସବୁବେଳେ ଶାଢ଼ୀ ପିନ୍ଧିବାକୁ ଭଲ ଲାଗେ। କିନ୍ତୁ ମାଞ୍ଚେଷ୍ଟରରେ ଶାଢ଼ୀ ପିନ୍ଧିବା ଅବସର ଖୁବ୍‌ କମ୍‌ ମିଳେ। କିନ୍ତୁ ବହୁତ ଦିନରୁ ମାରାଥନ୍‌ରେ ଶାଢ଼ୀ ପିନ୍ଧିବାକୁ ଆଗ୍ରହ ରହିଥିଲା। ତେଣୁ ଏ ବିଷୟରେ ଯେତେବେଳେ ମା’ ଓ ବନ୍ଧୁମାନଙ୍କ ସହ ଆଲୋଚନା କରିଥିଲି, ସେତେବେଳେ ସମ୍ବଲପୁରୀ ଶାଢ଼ୀ ପିନ୍ଧିବାକୁ ନିଷ୍ପତ୍ତି ନିଆଯାଇଥିଲା। କାରଣ ମାରାଥନ୍‌ରେ ଶାଢ଼ୀ ପିନ୍ଧି ଦୌଡ଼ିବା ସମ୍ଭବ ହେବ ନାହିଁ ବୋଲି କିଛି ବନ୍ଧୁ କହିଥିଲେ। କିନ୍ତୁ କିଛି ବି ପରିଧାନ କରି ମାରାଥନ୍‌ରେ ଅଂଶଗ୍ରହଣ କରିହେବ ବୋଲି ସେମାନଙ୍କୁ କହିଥିଲି। ତେଣୁ ମା’ଙ୍କ ବିବାହ ବେଳର ପ୍ରଥମ ସମ୍ବଲପୁରୀ ଶାଢ଼ି ଯାହାକୁ କି ସେ ୪୫ ବର୍ଷ ପୂର୍ବେ ପିନ୍ଧିଥିଲେ, ତାହାକୁ ଏହି ମାରାଥନ୍‌ରେ ସେ ପିନ୍ଧିଥିଲେ। ଏହାଦ୍ବାରା ମାଞ୍ଚେଷ୍ଟରରେ ଓଡ଼ିଆ କଳା ଓ ସଂସ୍କୃତିର ମଧ୍ୟ ପ୍ରଚାର ହୋଇପାରିଥିବା ମଧୁସ୍ମିତା କହିଛନ୍ତି। ପୂର୍ବରୁ ‌ଖେଳକୁଦ ପ୍ରତି ଆଗ୍ରହ ରଖୁଥିବା ମଧୁସ୍ମିତା ପ୍ରଥମ ଥର ବାଙ୍ଗାଲୋର ମାରାଥନ୍‌ରେ ଅଂଶଗ୍ରହଣ କରି ସଫଳତା ପାଇଥିଲେ। ସେବେଠୋରୁ ୩୭ଟି ମାରାଥନ୍‌ରେ ସେ ଭାଗ ନେଇସାରିଲେଣି। ଏପରି ଧାରା ଆଗକୁ ମଧ୍ୟ ବଜାୟ ରଖିବେ ବୋଲି ମଧୁସ୍ମିତା କହିଛନ୍ତି।