Pakistan Crisis: ୨୦୨୩ରେ ପାକିସ୍ତାନ ହୋଇଯିବ ଦୁଇ ଖଣ୍ଡ! ଜାଣନ୍ତୁ ଏପରି ହେବାର ୬ଟି ବଡ଼ କାରଣ
Advertisement
Article Detail0/zeeodisha/odisha1535714

Pakistan Crisis: ୨୦୨୩ରେ ପାକିସ୍ତାନ ହୋଇଯିବ ଦୁଇ ଖଣ୍ଡ! ଜାଣନ୍ତୁ ଏପରି ହେବାର ୬ଟି ବଡ଼ କାରଣ

Pakistan Crisis: ଦରଦାମ ବୃଦ୍ଧି, ବେକାରୀ, ଦୁର୍ନୀତି ଯୋଗୁଁ ଅସୁବିଧାରେ ପଡ଼ିଥିବା ଲୋକମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି । ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରର କିଛି ଲୋକ ଭାରତର ଲଦାଖରେ ସାମିଲ ହେବା ପାଇଁ ଅନେକ ଦିନ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ସମସ୍ତ ଘଟଣାକ୍ରମକୁ ଦେଖି ଅନେକ ବିଶ୍ଳେଷକ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି ଯେ ଯଦି ଶୀଘ୍ର ପାକିସ୍ତାନର ପରିସ୍ଥିତିରେ କୌଣସି ଉନ୍ନତି ନହୁଏ ତେବେ...

Pakistan Crisis: ୨୦୨୩ରେ ପାକିସ୍ତାନ ହୋଇଯିବ ଦୁଇ ଖଣ୍ଡ! ଜାଣନ୍ତୁ ଏପରି ହେବାର ୬ଟି ବଡ଼ କାରଣ

Pakistan Economic Crisis: ପ୍ରତ୍ୟେକ କ୍ଷେତ୍ରରେ ପଛରେ ରହିଯାଇଥିବା ପାକିସ୍ତାନ (Pakistan) ର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ବିଦେଶୀ ସହାୟତା ପରେ ମଧ୍ୟ ଖୁବ ଶୀଘ୍ର ପାକିସ୍ତାନର ଆର୍ଥିକ ସ୍ଥିତିରେ କୌଣସି ପ୍ରକାରର ଉନ୍ନତି ଘଟିବ ବୋଲି ମନେହୁଏ ନାହିଁ । ଦରଦାମ ବୃଦ୍ଧି, ବେକାରୀ, ଦୁର୍ନୀତି ଯୋଗୁଁ ଅସୁବିଧାରେ ପଡ଼ିଥିବା ଲୋକମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି । ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରର କିଛି ଲୋକ ଭାରତର ଲଦାଖରେ ସାମିଲ ହେବା ପାଇଁ ଅନେକ ଦିନ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ସମସ୍ତ ଘଟଣାକ୍ରମକୁ ଦେଖି ଅନେକ ବିଶ୍ଳେଷକ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି ଯେ ଯଦି ଶୀଘ୍ର ପାକିସ୍ତାନର ପରିସ୍ଥିତିରେ କୌଣସି ଉନ୍ନତି ନହୁଏ ତେବେ ପାକିସ୍ତାନ ଖଣ୍ଡ ବିଖଣ୍ଡିତ ହୋଇଯିବ ।

ଆମେରିକାର ଡେଲାୱେର୍ ବିଶ୍ୱବିଦ୍ୟାଳୟର ଇସଲାମିକ୍ ଷ୍ଟଡିଜ୍ ପ୍ରୋଗ୍ରାମର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ମୁକ୍ତଦାର ଖାନ (Muqtedar Khan) କହିଛନ୍ତି ଯେ,  ପାକିସ୍ତାନ ବର୍ତ୍ତମାନ ୬ଟି ସଙ୍କଟ ଦେଇ ଗତି କରୁଛି, ଯାହା ଏହାକୁ ଭାଙ୍ଗିପାରେ । ସେ କହିଛନ୍ତି ଯେ, ପାକିସ୍ତାନ ବର୍ତ୍ତମାନ ସବୁ ଦିଗରେ ସଙ୍କଟରେ ଅଛି ଓ ଯଦି ଭାରତ ଚାହୁଁଛି ତେବେ ଏହା ବିରୋଧରେ ଯୁଦ୍ଧ ଘୋଷଣା କରି PoK ଓ ଅନ୍ୟାନ୍ୟ ଅଅଞ୍ଚକୁ ନିଜ ସହିତ ମିଶ୍ରଣ କରିପାରିବ ।

ପ୍ରଫେସର ମୁକ୍ତଦାର ଖାନ ନିଜର ଏକ ଭିଡିଓରେ କହିଛନ୍ତି ଯେ, ୬ଟି ସଙ୍କଟ ଅଛି ଯାହା ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିପାରେ । ତାଙ୍କ କହିବାନୁସାରେ, ସେହି ସଙ୍କଟଗୁଡ଼ିକ ହେଉଛି ରାଜନୈତିକ ସଙ୍କଟ, ଅର୍ଥନୈତିକ ସଙ୍କଟ, ସୁରକ୍ଷା ସଙ୍କଟ, ସିଷ୍ଟମ ସଙ୍କଟ, ପରିଚୟ ସଙ୍କଟ ଏବଂ ପରିବେଶ ସଙ୍କଟ । ମୁକ୍ତଦାର ଖାନ କହିଛନ୍ତି ଯେ, ୨୦୨୩ ମସିହାରେ  ଏହି ସବୁ ସଙ୍କଟ ଯୋଗୁଁ ପାକିସ୍ତାନ ଖଣ୍ଡ ଖଣ୍ଡ ହୋଇପାରେ କିମ୍ବା ଦେଶର ସମସ୍ତ ସରକାରୀ ଅନୁଷ୍ଠାନ ନିଷ୍କ୍ରିୟ ହୋଇପାରେ । ଯଦି ଏହା ଘଟେ, ତେବେ ହଜାର ହଜାର ଶରଣାର୍ଥୀ ସେଠାରୁ ବାହାରି ସାରା ଦୁନିଆକୁ ଯିବେ । ବିଶେଷ କରି ଏହା ଭାରତ ଉପରେ ପ୍ରଭାବ ପକାଇବ ।

ରାଜନୈତିକ ସଙ୍କଟ 

ରାଜନୈତିକ ସଙ୍କଟ ସମ୍ପର୍କରେ ପ୍ରଫେସର ମୁକ୍ତଦାର ଖାନ କହିଛନ୍ତି ଯେ, ଇମ୍ରାନ ଖାନଙ୍କୁ କ୍ଷମତାରୁ ହଟାଇବା ପରେ ପାକିସ୍ତାନରେ ଏକ ରାଜନୈତିକ ସଙ୍କଟ ଦେଖାଦେଇଛି । ଇମ୍ରାନ ଖାନ ବେଳେବେଳେ ମାର୍ଚ୍ଚ କରୁଛନ୍ତି, ବେଳେବେଳେ ଭାଷଣ ଦେଉଛନ୍ତି, ଦେଶ ଏକ ଅଜବ ରାଜନୈତିକ ଦୃଶ୍ୟରେ ପରିଣତ ହୋଇଛି । ଏହି ରାଜନୈତିକ ସଙ୍କଟ ସରକାରଙ୍କୁ ସଠିକ୍ ଭାବରେ ଚାଲିବାକୁ ଦେଉନାହିଁ । ସରକାର ପାଇଁ କାମ କରିବା ଅସମ୍ଭବ ହୋଇପଡିଛି । ପାକିସ୍ତାନ ସରକାର ନିଜେ ଇମ୍ରାନ ଖାନଙ୍କ ସହ ରାଜନୈତିକ ଫୁଟବଲ ଖେଳୁଛନ୍ତି । ତାଙ୍କ ପାଇଁ ସରକାର ଚଳାଇବାକୁ ସମୟ କେଉଁଠାରେ ଅଛି ।

ଆର୍ଥିକ ସଙ୍କଟ

ଆମେରିକାର ପ୍ରଫେସର ମୁକ୍ତଦାର ଖାନ୍ ପାକିସ୍ତାନର ଆର୍ଥିକ ସଙ୍କଟ ବିଷୟରେ କହୁଛନ୍ତି ଯେ, ପାକିସ୍ତାନରେ ମୁଦ୍ରାସ୍ଫୀତି ବହୁତ ଅଧିକ ଅଛି । ପାକିସ୍ତାନର ଅଭିବୃଦ୍ଧି ହାର ବହୁତ କମ୍, ରପ୍ତାନି ମଧ୍ୟ ବହୁତ କମ୍, ଯେଉଁଥିପାଇଁ ଅନେକ ଆର୍ଥିକ ଅସୁବିଧା ଉପୁଜିଛି । ସବୁଠୁ ବଡ ସମସ୍ୟା ହେଉଛି ଯଦି ସେମାନଙ୍କର କିଛି ଦରକାର ହୁଏ, ତେବେ ସେମାନେ ବିଦେଶରୁ କିଣି ପାରିବେ ନାହିଁ । କାରଣ ସେମାନଙ୍କ ପାଖରେ ବୈଦେଶିକ ମୁଦ୍ରା ସଂରକ୍ଷଣ ନାହିଁ । ଯଦି ସେମାନେ ଡିଫଲ୍ଟ ହୁଅନ୍ତି, ସେମାନଙ୍କର କ୍ରେଡିଟ୍ ରେଟିଂ ଖରାପ ହୋଇଯିବ ଓ କୌଣସି ସ୍ଥାନରୁ ଋଣ ପାଇବା ସେମାନଙ୍କୁ ବହୁତ କଷ୍ଟକର ହେବ । ଡିଫଲ୍ଟରୁ ପୁନରୁଦ୍ଧାର ପାଇଁ ୧୦-୨୦ ବର୍ଷ ଲାଗେ ।

ସୁରକ୍ଷା ସଙ୍କଟ

ପ୍ରଫେସର ମୁକ୍ତଦାର ଖାନ କହିଛନ୍ତି ଯେ, ପାକିସ୍ତାନରେ ସୁରକ୍ଷା ପ୍ରସଙ୍ଗ ଏକ ଗୁରୁତର ପ୍ରସଙ୍ଗ ପାଲଟିଛି । ପାକିସ୍ତାନ ବର୍ତ୍ତମାନ ଦୁଇଟି ଯୁଦ୍ଧ ଲଢୁଛି । ଗୋଟିଏ ହେଉଛି ଆଫଗାନିସ୍ତାନ ତାଲିବାନ ବିରୋଧରେ ... ସୀମାରେ ଚାଲିଥିବା ଝଗଡା ଯୁଦ୍ଧ ପରି । ଦ୍ୱିତୀୟ ଯୁଦ୍ଧ ହେଉଛି ତେହେରିକ-ଇ-ତାଲିବାନ ପାକିସ୍ତାନ (TTP) ବିରୋଧରେ । ଟିଟିପି ପ୍ରକୃତରେ ନିଜର ଅଲଗା ସରକାର ଘୋଷଣା କରିଛି । ତେଣୁ ବର୍ତ୍ତମାନ ପାକିସ୍ତାନରେ ଦୁଇଟି ସରକାର ଚାଲିଛି । ଯଦି ପାକିସ୍ତାନ ସରକାର ଟିଟିପି ବିରୋଧରେ ଯୁଦ୍ଧ ଆରମ୍ଭ କରନ୍ତି, ତେବେ ସେମାନେ ଆଫଗାନିସ୍ତାନକୁ ପଳାୟନ କରିବେ । ଯଦି ପାକିସ୍ତାନ ସେଠାକୁ ଯାଇ ସେମାନଙ୍କୁ ହତ୍ୟା କରେ, ତେବେ ନିଶ୍ଚିତ ଭାବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବ ।

ସିଷ୍ଟମ୍ ସଙ୍କଟ

ପ୍ରଫେସର ଆଗକୁ କୁହନ୍ତି ଯେ, ପାକିସ୍ତାନ ସରକାରଙ୍କ ଯେଉଁ ଷ୍ଟ୍ରକ୍ଚର ଅଛି, ସେଥିରେ ଉତ୍ତେଜନା ଦେଖାଦେଇଛି । ସେଠାରେ ଥିବା ସେନା ଏପରି କାମ କରନ୍ତି, ଯେପରି ସେ ଏକ ଅଲଗା ସରକାର ଚଳାଉଛି । ପାକିସ୍ତାନରେ ଯେପରି ପରିସ୍ଥିତି ଅଛି ଯେ ସେଠାରେ ଏକ ଲୋକଙ୍କ ସରକାର ଚାଲିଛି, ଏକ ସେନା ସରକାର ଚାଲିଛି, ଏକ ଟିଟିପି ସରକାର ଚାଲିଛି, ତାହା ଅତ୍ୟନ୍ତ ଦ୍ୱନ୍ଦ୍ୱପୂର୍ଣ୍ଣ । ଟିଟିପି ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ କିଏ ସେମାନଙ୍କ ସରକାର? ଏହା ହେଉଛି ପାକିସ୍ତାନର ସିଷ୍ଟମ ସଙ୍କଟ, ଯାହାକୁ ଶେଷ କରିବା ପାଇଁ ଷ୍ଟେଟକୁ ରି-ଡିଜାଇନ କରିବାକୁ ପଡ଼ିବ । 

ଅଧିକ ପଢ଼ନ୍ତୁ:-କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଏହି ଖତରନାକ୍ ବ୍ୟାଟ୍ସମ୍ୟାନ୍

ଅଧିକ ପଢ଼ନ୍ତୁ:-ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର, PNB-ICICI-HDFC ବ୍ୟାଙ୍କ ଦେଲେ ଏହି ଜରୁରୀ ସୂଚନା

ଅଧିକ ପଢ଼ନ୍ତୁ:-ଇଶାନ କିଶନଙ୍କ ଏହି କାର୍ଯ୍ୟ ଉପରେ ରାଗି ଲାଲ ହେଲେ ଗାଭାସ୍କର, କ୍ଲାସ୍ ଲଗାଇ କହିଲେ-ଏହା କ୍ରିକେଟ୍ ନୁହେଁ...

 

ପରିଚୟ ସଙ୍କଟ

ପ୍ରଫେସର କହିଛନ୍ତି ଯେ, ପାକିସ୍ତାନରେ ଏପରି ଏକ ବର୍ଗ ଅଛି, ଯେଉଁମାନେ ଚାହୁଁଛନ୍ତି ପାକିସ୍ତାନ ଏକ ଧର୍ମନିରପେକ୍ଷ, ଉଦାରବାଦୀ ଗଣତନ୍ତ୍ରରେ ରୁହନ୍ତୁ ଯେଉଁଥିରେ ଚିନ୍ତାଧାରାର ସ୍ୱାଧୀନତା, କୌଣସି ଧର୍ମ, ସଂସ୍କୃତି ଅନୁସରଣ କରିବାର ସ୍ୱାଧୀନତା ଅଛି । ଅନ୍ୟପକ୍ଷରେ ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ଲାଗୁ କରାଯାଇଥିବା ପରି ପାକିସ୍ତାନରେ କଠୋର ଶରିଆ ଆଇନ ଲାଗୁ କରାଯାଉ ବୋଲି ଅନ୍ୟ ବର୍ଗ ଚାହୁଁଛି । ଯଦି ପାକିସ୍ତାନରେ ଟିଟିପି କ୍ଷମତାକୁ ଆସେ, ତେବେ ସେମାନେ ପ୍ରଥମେ କରିବେ ଯେ ସେମାନେ ସମସ୍ତ ମହିଳାଙ୍କୁ କାମରୁ ବାହାର କରିଦେବେ, ସେମାନେ ସେମାନଙ୍କୁ ଅଧ୍ୟୟନ କରିବାକୁ ମଧ୍ୟ ଦେବେ ନାହିଁ । ଲୋକମାନେ କେଉଁ ପ୍ରକାର ସରକାର ଚାହୁଁଛନ୍ତି ତାହା ପାକିସ୍ତାନରେ ଏହା ଏକ ପ୍ରକାର ପରିଚୟ ସଙ୍କଟ ।

ପରିବେଶ ସଙ୍କଟ 

ପ୍ରଫେସର ଆଗକୁ କହିଛନ୍ତି ଯେ, ପରିବେଶ ସଙ୍କଟ ଏହି ମନୁଷ୍ୟକୃତ ସଙ୍କଟକୁ ବହୁଗୁଣିତ କରିଥାଏ । ପାକିସ୍ତାନରେ ବାରମ୍ବାର ଝଡ, ବନ୍ୟା, ଭୂକମ୍ପ ଦେଶକୁ ବହୁତ ତଳକୁ ନେବା ପାଇଁ କାର୍ଯ୍ୟ କରୁଛି । ଏସବୁ ସରକାର ପାଇଁ ଏକ ଆହ୍ୱାନ,ଏହା ଯୋଗୁଁ ଅର୍ଥ ବ୍ୟବସ୍ଥା ଉପରେ ବୋଝ ବଢ଼ିଥାଏ । ୨୦୨୩ ବର୍ଷ ପାକିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ।