Advertisement
Article Detail0/zeeodisha/odisha2109617
Zee OdishaOdisha TrendingPetrol Diesel Price Today: ଜାରି ହେଲା ପେଟ୍ରୋଲ-ଡିଜେଲର ନୂଆ ଦର, ଗାଡି଼ରେ ତେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ରେଟ୍

Petrol Diesel Price Today: ଜାରି ହେଲା ପେଟ୍ରୋଲ-ଡିଜେଲର ନୂଆ ଦର, ଗାଡି଼ରେ ତେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ରେଟ୍

Petrol Diesel Price Today: ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରରେ ଆଜି ପୁଣି ଥରେ ପରିବର୍ତ୍ତନ ହୋଇଛି।  କିଛି ସହରରେ ତେଲ ଦର ଖସି ଥିବା ବେଳେ (Today Petrol Diesel Price) ଆଉ କିଛି ସହରରେ ଦର ବୃଦ୍ଧି ହୋଇଛି। ଆଜି ସକାଳେ ସରକାରୀ ତୈଳ କମ୍ପାନୀ ଗୁଡିକ ଦ୍ୱାରା ପ୍ରକାଶିତ ନୂଆ ଦର ତାଲିକା ପ୍ରକାଶ ପାଇଛି। ତେବେ, ଆଜି ନିଜ ଗାଡି଼ରେ ତେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ସହରରେ କେତେ ରହିଛି ତେଲ ରେଟ୍ ?

ALSO READ: Gajalakshmi Rajyoga 2024: ଗଜଲକ୍ଷ୍ମୀ ରାଜଯୋଗ ବଦଳାଇବ ତିନି ରାଶିଙ୍କ ଭାଗ୍ୟ , ମିଳିବ ଶୁଭଫଳ

କେଉଁଠି କେତେ ରହିଛି ପେଟ୍ରୋଲ୍-ଡିଜେଲ୍ ଦର ?

Add Zee News as a Preferred Source

ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ୍ ଲିଟର ପିଛା ୯୬ ଟଙ୍କା  ୭୨ ପଇସା ଥିବା ଥିବା ବେଳେ ଡିଜେଲର ମୂଲ୍ୟ  ୮୯ ଟଙ୍କା ୬୨ ପଇସା ରହିଛି। ସେହିପରି ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ୍ ଲିଟର ପିଛା ଦର ୧୦୬ ଟଙ୍କା ୩୧ ପଇସା ଥିବା ବେଳେ ଡିଜେଲର ଦାମ୍ ୯୪ ଟଙ୍କା ୨୭ ପଇସା ରହିଛି। ଏବଂ କୋଲକାତାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୬  ଟଙ୍କା ୦୩ ପଇସା ଥିବା ବେଳେ ଡିଜେଲର ଦାମ୍ ୯୨ ଟଙ୍କା ୭୬ ପଇସା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୨ ଟଙ୍କା ୬୩ ପଇସା ଥିବା ବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୪ ଟଙ୍କା ୨୪ ପଇସା ରହିଛି। ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୩ ଟଙ୍କା ୧୯ ପଇସା ଥିବା ବେଳେ ଡିଜେଲର ଦାମ୍ ୯୪ ଟଙ୍କା ୭୬ ପଇସା ରହିଛି ।  ତେବେ, ଉଭୟ ପେଟ୍ରୋଲ୍ -ଡିଜେଲରେ ଆଜି ମୋଟ୍ ୧୫ ପଇସା ବୃଦ୍ଧି ହୋଇଛି। ଗତକାଲି ତୈଳ ଦର ୧୪ ପଇସା ଖସିଥିଲା। 

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।

ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ:
ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।

About the Author