SBI ର ସର୍ବାଧିକ ସୁଧ ମିଳୁଥିବା ଏଫଡି ଏହି ତାରିଖରୁ ହେବାକୁ ଯାଉଛି ବନ୍ଦ
Advertisement

SBI ର ସର୍ବାଧିକ ସୁଧ ମିଳୁଥିବା ଏଫଡି ଏହି ତାରିଖରୁ ହେବାକୁ ଯାଉଛି ବନ୍ଦ

SBI FD Scheme: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ସ୍ୱତନ୍ତ୍ର ଏଫଡି ଯୋଜନାରେ ପ୍ରତି ମାସ, ପ୍ରତି ୩ ମାସ ଓ ପ୍ରତି ୬ ମାସ ଆଧାରରେ ସୁଧ ଦିଆଯାଏ । ଆପଣ ଶାଖା, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା YONO ଆପ୍ ମାଧ୍ୟମରେ ଏଥିରେ ନିବେଶ କରିପାରିବେ ।

 

ସୌ: ସୋସିଆଲ ମିଡିଆ

SBI Amrit Kalash Scheme: ଯଦି ଆପଣଙ୍କର ସୁରକ୍ଷିତ ଓ ସ୍ଥିର ରିଟର୍ଣ୍ଣ ପାଇଁ ବ୍ୟାଙ୍କ ଏଫଡି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପାଖରେ ଏସବିଆଇର (SBI) ସ୍ୱତନ୍ତ୍ର ଫିକ୍ସଡ ଡିପୋଜିଟ୍ ସ୍କିମରେ ନିବେଶ କରିବାର ଶେଷ ସୁଯୋଗ ଅଛି । କାରଣ ୧୫ ଅଗଷ୍ଟରେ ଏସବିଆଇ ସବୁଠୁ ଅଧିକ ସୁଧ ପ୍ରଦାନ କରୁଥିବା ଏଫଡି ବନ୍ଦ କରି ଦେବାକୁ ଯାଉଛି । ବିଶେଷ କଥା ହେଉଛି ଦେଶର ଏହି ବୃହତ୍ତମ ସରକାରୀ ବ୍ୟାଙ୍କର ସ୍ୱତନ୍ତ୍ର ସ୍ଥିର ଜମା ଯୋଜନା ଅମୃତ କଳଶରେ (Amrit Kalash Scheme) ସାଧାରଣ ଗ୍ରାହକଙ୍କୁ ୭.୧ ପ୍ରତିଶତ ସୁଧ ମିଳିଥାଏ ଓ ବରିଷ୍ଠ ନାଗରିକମାନଙ୍କୁ ଏଥିରେ ୭.୬ ପ୍ରତିଶତ ସୁଧ ଦିଆଯାଉଛି ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ୱତନ୍ତ୍ର ଏଫଡି ସ୍କିମ୍ ଅମୃତ କଳଶର ଅବଧି ୪୦୦ ଦିନର ରହିଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଚଳିତ ବର୍ଷ ୧୨ ଏପ୍ରିଲରେ ଏହି FD ଯୋଜନା ଆରମ୍ଭ କରିଛି । ଉନ୍ମୋଚନ ପରେ, ଏହି ଯୋଜନାର ଶେଷ ତାରିଖ ବୃଦ୍ଧି କରାଯାଇଛି । ତଥାପି, ବର୍ତ୍ତମାନ ଏଥିରେ ନିବେଶ କରିବାର ଶେଷ ତାରିଖ ୧୫ ଅଗଷ୍ଟ ୨୦୨୩ ରହିଛି ।

ଏଥିରେ ନିବେଶ କରିବା ବହୁତ ସହଜ
ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ସ୍ୱତନ୍ତ୍ର ଏଫଡିରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏସବିଆଇର ଯେକୈଣସି ଶାଖା ପରିଦର୍ଶନ କରି ଆବେଦନ କରିପାରିବେ । ଏହା ବ୍ୟତୀତ, ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଓ ୟୋନୋ ଆପ୍ ମାଧ୍ୟମରେ ସହଜରେ FD କରିପାରିବେ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ସ୍ୱତନ୍ତ୍ର ଏଫଡି ଯୋଜନାରେ ପ୍ରତି ମାସ, ୩ ମାସ ଓ ୬ ମାସ ଆଧାରରେ ସୁଧ ଦିଆଯାଏ । ସୁଧ TDS ରୁ କଟାଯାଇ ଆକାଉଣ୍ଟରେ ଜମା କରାଯାଏ । ଅମୃତ କଳଶ ଏଫଡି ଯୋଜନାରେ ପ୍ରିମେଚ୍ୟୁର ଓ ଋଣ ସୁବିଧା ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି ।

ଏଥି ସହିତ, IDBI ବ୍ୟାଙ୍କ ମଧ୍ୟ ୩୭୫ ଓ ୪୪୪ ଦିନ ପାଇଁ ଅମୃତ ମହୋତ୍ସବ ଏଫଡି ସ୍କିମ୍ ଚଳାଉଛି । ଏହି ସ୍ଥିର ଜମା ଯୋଜନା ମଧ୍ୟ ୧୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବୌଧ ଅଟେ । ୪୪୪ ଦିନିଆ ଅମୃତ ମହୋତ୍ସବ ଏଫଡି ଯୋଜନାରେ ଗ୍ରାହକ ୭.୧୫ ପ୍ରତିଶତ ସୁଧ ପାଇଥିବାବେଳେ ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁଧ ହାର ୭.୬୫ ପ୍ରତିଶତ ରହିଛି ।

କହିରଖୁଛୁ ଯେ ଗତ ଦେଢ଼ ବର୍ଷ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ରେପୋ ହାରରେ ବୃଦ୍ଧି ଯୋଗୁଁ ବ୍ୟାଙ୍କଗୁଡିକ ମଧ୍ୟ ସେମାନଙ୍କର ବିଭିନ୍ନ ସଞ୍ଚୟ ଯୋଜନାରେ ସୁଧ ହାର ବୃଦ୍ଧି କରିଛନ୍ତି । FD ଠାରୁ ସେଭିଂ ଓ ରିକରିଂ ଆକାଉଣ୍ଟ ପର୍ଯ୍ୟନ୍ତ, ଏହି ସମୟରେ ସୁଧ ହାର ବହୁତ ଭଲ ଦେଉଛି । କେତେକ ବେସରକାରୀ ଓ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କଗୁଡ଼ିକ FD ଉପରେ ୯% ପର୍ଯ୍ୟନ୍ତ ସୁଧ ଦେଉଛନ୍ତି ।

ଏହା ବି ପଢ଼ନ୍ତୁ: Weird News: ପ୍ରେମିକାକୁ ନେଇ ଫେରାର ହେଇଯିବାକୁ ଚାହିଁଥିଲା ପ୍ରେମିକ, ବାଇକ୍ ଦେଇଦେଲା ଧୋକା, ତାପରେ ନିର୍ଦ୍ଧୁମ ଛେଚା!

ଏହା ବି ପଢ଼ନ୍ତୁ: EPF e-nomination: ମୃତ୍ୟୁ ପରେ PF ରେ ଜମା ହୋଇଥିବା ଟଙ୍କା ସହିତ କ’ଣ ହୁଏ; ଏହି ଲକ୍ଷ ଲକ୍ଷ ଟଙ୍କାର କିଏ ହୁଏ ମାଲିକ?