Loksabha: ସଂସଦରେ ପଶିଗଲେ ଦୁଇ ଅଜଣା ବ୍ୟକ୍ତି, ଉଡାଇଲେ ହଳଦିଆ ରଙ୍ଗର ଗ୍ୟାସ
Advertisement
Article Detail0/zeeodisha/odisha2008670

Loksabha: ସଂସଦରେ ପଶିଗଲେ ଦୁଇ ଅଜଣା ବ୍ୟକ୍ତି, ଉଡାଇଲେ ହଳଦିଆ ରଙ୍ଗର ଗ୍ୟାସ

Parliament Session: ୨ଦୁଇଜଣ ଅଜଣା ଲୋକ ଗ୍ୟାଲେରୀକୁ ଅଚାନକ୍ ଡେଇଁପଡିଥିଲେ ଏବଂ ସୁରକ୍ଷା କର୍ମୀ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ।ସେମାନେ ହାତରେ କିଛି ଗ୍ୟାସ ଧରି ଗୃହକୁ ପ୍ରବେଶ କରିଥିଲେ। ପରେ ସେହି ଦୁଇ ଜଣଙ୍କୁ  ସାଂସଦମାନେ ମିଶି କାବୁ କରିନେଇଥିଲେ । 

 

Loksabha: ସଂସଦରେ ପଶିଗଲେ ଦୁଇ ଅଜଣା ବ୍ୟକ୍ତି, ଉଡାଇଲେ ହଳଦିଆ ରଙ୍ଗର ଗ୍ୟାସ

Parliament Session: ସଂସଦରେ ଚାଲିଛି ଶୀତକାଳିନ ଅଧିବେଶନ । ଆଉ ଆଜି ଦେଖାଦେଇଛି ସବୁଠୁ ବଡ଼ ବିଚ୍ୟୁତି । ସଂସଦରେ ସାଂସଦ ଶୂନ୍ୟକାଳରେ ଖଗେନ ମୁର୍ମୂ ନିଜର ବକ୍ତବ୍ୟ ରଖୁଥିବା ବେଳେ ଅଚାନକ ଦୁଇଜଣ ସଂସଦର ଗ୍ୟାଲେରୀକୁ ପଶିଆସିଥିଲେ। ଯାହାକୁ ଦେଖି ହଡବଡେଇ ଯାଇଥିଲେ ବାଚସ୍ପତିଙ୍କ ସମେତ ସେଠାରେ ଉପସ୍ଥିତ ଥିବା ସାଂସଦ । ସେପଟେ ସୁରକ୍ଷାକର୍ମୀ ମାନେ ଦୁହିଁଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ହାତରେ ଧୂଆଁ ଧରି ଗ୍ୟାଲେରୀ ଭିତରକୁ ପଶିଆସିଥିଲେ।  ଆଉ ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାରେ ଏତେ ବଡ଼ ବିଚ୍ୟୁତି କୁ ନେଇ ପ୍ରଶ୍ନ ଉଠିଛି । 

ଅନ୍ୟପଟେ ଗୃହରେ ଦୁଇ ଅଜଣା ବ୍ୟକ୍ତି ପଶିଯିବାରୁ ବାଚସ୍ପତି ରାଜେନ୍ଦ୍ର ଅଗ୍ରୱାଲ ଗୃହକୁ ପୂର୍ବାହ୍ଣ ୨ ଟା ଯାଏଁ ମୁଲତବୀ ରଖିଥିଲେ । ଅନ୍ୟପଟେ ଦୁହିଁଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ଥିବା ବେଳେ ସେମାନଙ୍କ ନାଁ  Neelam ବୟସ (୪୨) ହିସାରରୁ ଓ ଅନ୍ୟଜଣେ Anmol Sindhu ବୟସ (୨୫) ବୋଲି ଜଣାପଡ଼ିଛି।  ସେପଟେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ  କହିଛନ୍ତି ଯେ, ୨ଦୁଇଜଣ ଅଜଣା ଲୋକ ଗ୍ୟାଲେରୀକୁ ଅଚାନକ୍ ଡେଇଁପଡିଥିଲେ ଏବଂ ସୁରକ୍ଷା କର୍ମୀ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ।ସେମାନେ ହାତରେ କିଛି ଗ୍ୟାସ ଧରି ଗୃହକୁ ପ୍ରବେଶ କରିଥିଲେ। ପରେ ସେହି ଦୁଇ ଜଣଙ୍କୁ  ସାଂସଦମାନେ ମିଶି କାବୁ କରିନେଇଥିଲେ । 

ଦେଖନ୍ତୁ Video: https://zeenews.india.com/hindi/zeeodisha/video/two-persons-jumped-on-ch...\

ଏହା ନିଶ୍ଚିତ ଭାବରେ ଏକ ସୁରକ୍ଷା ଉଲ୍ଲଂଘନ କାରଣ । ଆଉ ଆଜି ହେଉଛି ୨୦୦୧ ରେ ଘଟିଥିବା ସେହି କଳାଦିନ। ଆଜିର ଦିନରେ ପାର୍ଲିଆମେଣ୍ଟ ଆଟାକ୍ କୁ ନେଇ ସମସ୍ତେ ଶୋକସନ୍ତପ୍ତ ଥିବା ବେଳେ ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ଉଭୟ ଗୃହରେ ସହିଦ ବୀର ଯବାନଙ୍କୁ ସମସ୍ତେ ମନେ ପକାଇଛନ୍ତି। ସେପଟେ ଗୃହକାର୍ଯ୍ୟ ବେଳେ ବାହାରେ ହଳଦିଆ ଗ୍ୟାସ ଧରି ରହିଥିବା ୨ ଜଣଙ୍କୁ ପୋଲିସ ଆରେଷ୍ଟ କରିଥିଲା। ସେହିପରି ଗ୍ୟାଲେରୀ ଭିତରୁ ସୁରକ୍ଷା କର୍ମୀ କାବୁ କରିଥିବା ୨ ଜଣଙ୍କୁ ‘ଗ୍ୟାସ୍‌ କେନିଷ୍ଟର୍‌’ ସହ ଧରିଥିଲା। ସେହିପରି ଏହି ଘଟଣାରେ ତଦନ୍ତ ଚାଲିଥିବା ବେଳେ ଦିଲ୍ଲୀ ପୋଲିସ ପୂରା ଘଟଣା ଉପରେ ନଜର ରଖିଛି । ଏହି ଗ୍ୟାସ ସାଧାରଣ ବୋଲି ପୋଲିସ କହିବା ସହ ଏଥିରେ କିଛି କ୍ଷତି ହେବନାହିଁ ବୋଲି ବାଚସ୍ପତି କହିଛନ୍ତି।

ସେହିପରି ସାଂସଦ Sudip Bandopadhyaya କହିଛନ୍ତି ଯେ, ଆଜିର ଏହି ଘଟଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ବିପଦଜନକ ଥିଲା ।  ଅନ୍ୟପଟେ ବାଚସ୍ପତି କହିଛନ୍ତି ଯେ, ଗୃହକାର୍ଯ୍ୟକୁ କେହି ଅଟକାଇ ପାରିବେ ନାହିଁ । ଏବେ ଶୂନ୍ୟକାଳ ସୁରୁଖୁରୁରେ ଚାଲିଥିବା ସୂଚନା ରହିଛି। 

Also Read: Vasundhara And Shivraj: ଆଶା ଧୂଳିସାତ: ଏବେ କ'ଣ କରିବେ ବସୁନ୍ଧରା, ଶିବରାଜ