Cyber Crime News: ସୁଭଦ୍ରା ଟଙ୍କା ଚୋରି କରିନେଲେ ସାଇବର ଲୁଟେରା
Advertisement
Article Detail0/zeeodisha/odisha2474259

Cyber Crime News: ସୁଭଦ୍ରା ଟଙ୍କା ଚୋରି କରିନେଲେ ସାଇବର ଲୁଟେରା

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କାକୁ ସାଇବର ଠକ ଲୁଟି ନେଇଛନ୍ତି। ଏଭଳି ଏକ ଅଭିଯୋଗ କରିଛନ୍ତି ଉଲ୍ଲାସ ପ୍ରଧାନ। ଉଲ୍ଲାସଙ୍କ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ଉଲ୍ଲାସଙ୍କ କହିବା ମୁତାବକ ଏୟାରଟେଲ ପେମେଣ୍ଟ ବ୍ୟାଙ୍କରେ ତାଙ୍କ ନାଁରେ ଜମାଖାତା ଥିବା ସମ୍ପର୍କରେ ସେ ଜାଣିନଥିଲେ। ମାତ୍ର ତାଙ୍କରେ ନାମରେ

Cyber Crime News: ସୁଭଦ୍ରା ଟଙ୍କା ଚୋରି କରିନେଲେ ସାଇବର ଲୁଟେରା

Cyber Crime News: ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କାକୁ ସାଇବର ଠକ ଲୁଟି ନେଇଛନ୍ତି। ଏଭଳି ଏକ ଅଭିଯୋଗ କରିଛନ୍ତି ଉଲ୍ଲାସ ପ୍ରଧାନ। ଉଲ୍ଲାସଙ୍କ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ଉଲ୍ଲାସଙ୍କ କହିବା ମୁତାବକ ଏୟାରଟେଲ ପେମେଣ୍ଟ ବ୍ୟାଙ୍କରେ ତାଙ୍କ ନାଁରେ ଜମାଖାତା ଥିବା ସମ୍ପର୍କରେ ସେ ଜାଣିନଥିଲେ। ମାତ୍ର ତାଙ୍କରେ ନାମରେ ଥିବା ଏହି ଖାତାକୁ ସୁଭଦ୍ରା ଟଙ୍କା ଆସିବା ମାତ୍ରେ ସାଇବର ଠକ ଲୁଟିନେଇଥିବା ନେଇ ଉଲ୍ଲାସ ଅଭିଯୋଗ ଆଣିଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ ସୁଭଦ୍ରା ଟଙ୍କା ପାଇବା ଲାଗି ଡିବିଟି ମୋବାଇଲରେ ଲିଙ୍କ କରି ଦେଖିବାକ ସମୟରେ ତାଙ୍କ ନାଁରେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କରେ ଆକାଉଣ୍ଟ ରହିଥିବା ନେଇ ଉଲ୍ଲାସ ଜାଣିବାକୁ ପାଇଥିଲେ। ସେଲେ ଏହି ବ୍ୟାଙ୍କରେ ଆକାଉଣ୍ଟ ସେ ଖୋଲି ନଥିବା ନେଇ କହିଛନ୍ତି। ତାଙ୍କ ନାଁରେ କିଏ ଆକାଉଣ୍ଟ ଖୋଲିଛନ୍ତି, ସେ ସମ୍ପର୍କରେ ଜାଣିବା ପାଇଁ ଉଲ୍ଲାସ ଝିଅ ସହ ଏୟାରଟେଲ ପେମେଣ୍ଟ ବ୍ୟାଙ୍କକୁ ଯାଇଥିଲେ। ଏୟାରଟେଲ ପେମେଣଟ୍ ବ୍ୟାଙ୍କ କର୍ତ୍ତୃପକ୍ଷ ଉଲ୍ଲାସଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ ୩ ରୁ ୪ ବର୍ଷ ତଳେ ଏହି ଆକାଉଣ୍ଟ ଖୋଲାଯାଇଥିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏପରିକି ଗତ ୯ ତାରିଖରେ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିଥିବା ସୂଚନା ଦେଇଥିଲେ। ତେଣୁ ସେହି ଟଙ୍କା ଉଠାଇବାକୁ ଉଲ୍ଲାସ ଚାହିଥିଲେ। ହେଲେ ତାଙ୍କ ଆଧାରରେ ଆକାଉଣ୍ଟ ଖୋଲାଯାଇଥିବା ବେଳେ ଫୋନ ନମ୍ବର ଅନ୍ୟ ଜଣଙ୍କର ରହିଥିଲା। ଫଳରେ ସେ ଟଙ୍କା ଉଠାଇ ପାରିନଥିଲେ। 

କିଏ ତାଙ୍କ ନାଁରେ ଆକାଉଣ୍ଟ ଖୋଲିଛନ୍ତି ସେନେଇ ଜାଣିବାକୁ ଚାହିଥିଲେ ଉଲ୍ଲାସ। ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଉକ୍ତ ଟକର ଫୋନ ନମ୍ବର ଦେଇଥିଲେ। ସେହି ନମ୍ବରରେ ଫୋଲି କରିବା ବେଳକୁ ଇନକମିଂ କଲର ସୁବିଧା ନଥିବା ଜାଣିବାକୁ ପାଇଥିଲେ। ଉଲ୍ଲାସଙ୍କ ଝିଅ ସୁନିତା କହିଛନ୍ତି କି ମାଙ୍କ ଆଧାରକାର୍ଡ ବ୍ୟବହାର କରାଯାଇ ଏୟାରଟେଲ ପେମେଣ୍ଟ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଛି। ସେଥିରେ ଥିବା ଫୋନ ନମ୍ବର ଆଉ କାହାର ଦିଆଯାଇଛି। ଫଳରେ ସୁଭଦ୍ରା, ଗ୍ୟାସ ସବସିଡି, କାଳିଆ ସମେତ ସରକାରଙ୍କ ସବୁ ଯୋଜନାର ଟଙ୍କା ସେହି ଆକାଉଣ୍ଟକୁ ଯାଉଛି। ଆଉ ଠକ ସେହି ଟଙ୍କା ଉଠାଇ ନେଉଥିବା ସେ ଅଭିଯୋଗ କରିଛନ୍ତି। ଏହା ସହତି ତାଙ୍କ ନାଂରେ ଆକାଉଣ୍ଟ ଖୋଲି ଟଙ୍କା ଲୁଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଲ୍ଲାସ ଦାବି କରିଛନ୍ତି।