Weather Update: ଲଘୁଚାପ ପ୍ରଭାବରେ ରାଜ୍ୟରେ ୨ ଦିନ ପ୍ରବଳ ବର୍ଷା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
Advertisement
Article Detail0/zeeodisha/odisha2407815

Weather Update: ଲଘୁଚାପ ପ୍ରଭାବରେ ରାଜ୍ୟରେ ୨ ଦିନ ପ୍ରବଳ ବର୍ଷା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର  ଏବଂ ଉତ୍ତର ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ  ଆଗକୁ ଅବପାତରେ ପରିଣତ ହୋଇପାରେ। ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ  ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

Weather Update: ଲଘୁଚାପ ପ୍ରଭାବରେ ରାଜ୍ୟରେ ୨ ଦିନ ପ୍ରବଳ ବର୍ଷା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର  ଏବଂ ଉତ୍ତର ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ  ଆଗକୁ ଅବପାତରେ ପରିଣତ ହୋଇପାରେ। ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ  ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏନେଇ ଆଜି ଗଜପତି, କୋରାପୁଟ୍, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁରରେ ୭୦ ରୁ ୨୦୦ ମିଲି ମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପାହାଡିଆ ଅଞ୍ଚଳରେ ଭୂସ୍ଖଳନ  ହେବାର ଆଶଙ୍କା ରହିଛି। 
 
 
ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ  ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ନୂଆପଡା, କଳାହାଣ୍ତି, ବଲାଙ୍ଗୀର, କନ୍ଧମାଳ ଓ ଗଂଜାମ ଜିଲ୍ଲାରେ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧ ତାରିଖରୁ ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨ ଦିନ ଧରି ଅନେକ ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସତର୍କତା ପରେ ସଂପୃକତ୍ ଜିଲ୍ଲାର ଜିଲ୍ଲାପାଳଙ୍କୁ  ଚିଠି ଲେଖିଛନ୍ତି ଏସଆରସି। ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମୁଦ୍ର ଅଶାନ୍ତ ଥିବା ଆଜିଠାରୁ ୧ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜିବୀଙ୍କୁ ବାରଣ କରାଯାଇଛି।