Weather Update: ଆଜି ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2175527

Weather Update: ଆଜି ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଆଜିଠୁ ବଦଳିବ ପାଣିପାଗ। ଗତ କିଛି ଦିନ ହେବ ରାଜ୍ୟରେ କାଳବୈଶାଖି ଜନିତ ବର୍ଷା କାରଣରୁ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି।  କିଛି ସ୍ଥାନରେ ଆଜିବି କାଳ ବୈଶାଖି ସମ୍ଭାବନା ରହିଥିବା ବେଳେ ଆଉ କିଛି ସ୍ଥାନରେ ପାଗ ଶୁଖିଲା ରହିବା ସହ ଆସନ୍ତାକାଲି ଠାରୁ  ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ସହ ପାରଦ ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି । 

Weather Update: ଆଜି ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଆଜିଠୁ ବଦଳିବ ପାଣିପାଗ। ଗତ କିଛି ଦିନ ହେବ ରାଜ୍ୟରେ କାଳବୈଶାଖି ଜନିତ ବର୍ଷା କାରଣରୁ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି।  କିଛି ସ୍ଥାନରେ ଆଜିବି କାଳ ବୈଶାଖି ସମ୍ଭାବନା ରହିଥିବା ବେଳେ ଆଉ କିଛି ସ୍ଥାନରେ ପାଗ ଶୁଖିଲା ରହିବା ସହ ଆସନ୍ତାକାଲି ଠାରୁ  ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ସହ ପାରଦ ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି । ଆସନ୍ତା ୩୦ ତାରିଖ ପର ଠୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାକୁ ଯାଉଛି । ବିଶେଷ କରି ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର,ମୟୂରଭଞ୍ଜ,କେନ୍ଦୁଝର,ସୁନ୍ଦରଗଡ଼  ଓ ଝାରସୁଗୁଡ଼ାରେ ହାଲୁକା ବର୍ଷା ସମ୍ଭାବନା ରହିଛି।

 

ALSO READ: Today Horoscope: ବୃଷ ସହ ଏହି ସବୁ ରାଶି ରୁହନ୍ତୁ ସତର୍କ, ଜାଣନ୍ତୁ ଆଜିର ରାଶିଫଳ

କାଲିଠୁ ଉପାନ୍ତରୁ ଉପକୂଳ ସବୁଠି ଗରମ ଅନୁଭୂତି ହେବାର ସମ୍ଭାବନା ଥିବା ବେଳେ ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ତାତି । ବିଶେଷ କରି, ଏପ୍ରିଲ ପ୍ରଥମ ସପ୍ତାହରୁ ରାଜ୍ୟରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି।  ମୁଖ୍ୟତଃ ପାଗ ଶୁଖିଲା ରହିବ ଏବଂ ତାପମାତ୍ରା ବୃଦ୍ଧି ପାଇବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କେବଳ ସେତିକି  ନୁହେଁ, ଏହା ସହ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଗାମୀ ସପ୍ତାହରେ ସ୍ଵାଭାବିକଠାରୁ ଅଧିକ ରହିବ ତାପମାତ୍ରା ରହିବ । ପାଣିପାଗ ବିଭାଗର ସୂଚନା ମୁତାବକ, ଉପକୂଳ ଓଡ଼ିଶାରେ ୩୫ ରୁ ୩୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ସୀମିତ ରହିବ । ବିଶେଷ କରି, ଆଭ୍ୟନ୍ତରୀଣ ଓଡି଼ଶାରେ ୩୫ ରୁ ୩୯ ଓ ତିନି ଦିନ ପରେ କେତକ ସ୍ଥାନରେ ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଇଛି । ୩୧ ତାରିଖ ପରଠୁ କିଛି ସ୍ଥାନରେ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି ।