Asia Cup 2023: ସୁପର-୪ ପର୍ଯ୍ୟାୟରେ ପହଞ୍ଚିଲା ଭାରତ, DL Method ରେ ନେପାଳକୁ ୧୦ ୱିକେଟ୍ ରେ ଦେଲା ମାତ
Advertisement
Article Detail0/zeephh/zeephh1855935

Asia Cup 2023: ସୁପର-୪ ପର୍ଯ୍ୟାୟରେ ପହଞ୍ଚିଲା ଭାରତ, DL Method ରେ ନେପାଳକୁ ୧୦ ୱିକେଟ୍ ରେ ଦେଲା ମାତ

India vs Nepal Match Highlights: ସୋମବାର ଅନୁଷ୍ଠିତ ପଞ୍ଚମ ଗ୍ରୁପ୍ ଷ୍ଟେଜ ମୁକାବିଲାରେ ନେପାଳ ଦଳକୁ ୧୦ ୱିକେଟ୍ ବ୍ୟବଧାନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଏହି ବିଜୟ ପରେ ଟିମ୍ ଇଣ୍ଡିଆ ଏସିଆ କପ୍ ସୁପର-୪ ରାଉଣ୍ଡ ମୁକବିଲାରେ ପହଞ୍ଚିଛି।

 

 

Asia Cup 2023: ସୁପର-୪ ପର୍ଯ୍ୟାୟରେ ପହଞ୍ଚିଲା ଭାରତ, DL Method ରେ ନେପାଳକୁ ୧୦ ୱିକେଟ୍ ରେ ଦେଲା ମାତ

India vs Nepal Match Result: ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଭାରତୀୟ ନେପାଳ ଦଳକୁ ପରାସ୍ତ କରିଛି। ସେପ୍ଟମ୍ବର ୪ ତାରିଖ ସୋମବାର ଅନୁଷ୍ଠିତ ପଞ୍ଚମ ଗ୍ରୁପ୍ ଷ୍ଟେଜ ମୁକାବିଲାରେ ବିଜୟୀ ହୋଇ ଭାରତୀୟ ଦଳ ସୁପର-୪ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ବର୍ଷା ପ୍ରଭାବିତ ମୁକାବିଲାରେ ଟିମ୍ ଇଣ୍ଡିଆ ନେପାଳ ଦଳକୁ ୧୦ ୱିକେଟ ବ୍ୟବଧାନରେ ପରାସ୍ତ କରିଛି। ବର୍ଷା ପରେ ଭାରତୀୟ ଦଳ ସାମ୍ନାରେ Duckworth Lewis Method ଅଧfନରେ ମ୍ୟାଚ୍ ଜିତିବା ପାଇଁ ୨୩ ଓଭର ମଧ୍ୟରେ ୧୪୫ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଭାରତୀୟ ଦଳ ୨୦.୧ ଓଭର ଖେଳି ୧୪୭ ରନ ସ୍କୋର କରି ମ୍ୟାଚ ଜିତି ନେଇଥିଲା।

ଚମକି ଉଠିଲେ ରୋହିତ ଶର୍ମା ଏବଂ ଶୁଭମାନ ଗିଲ 
ଟିମ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା ୫୯ ବଲ ଖେଳି ୭୪ ରନ ସ୍କୋର କରିଥିଲେ। ସେ ତାଙ୍କ ପାଳିରେ ୬ ଚୌକା ଏବଂ ୫ ଛକା ମାରିଥିଲେ। ଶୁଭମାନ ଗିଲ ୬୨ ବଲ ଖେଳି ୬୭ ରନ ସ୍କୋର କରିଥିଲେ। ସେ ନିଜ ପାଳିରେ ୮ ଚୌକା ଏବଂ ୧ ଛକା ମାରିଥିଲେ।

ଭାରତ-ନେପାଳ ମ୍ୟାଚ ଫଳାଫଳ
ସୋମବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟସ୍ ହାରିବା ପରେ ନେପାଳ ଟିମ୍ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ମୋଟ ୪୮.୨ ଓଭର ଖେଳି ସମସ୍ତ ୱିକେଟ ହରାଇ ୨୩୦ ରନ୍ ସଂଗ୍ରହ କରିଥିଲା ନେପାଳ। ଦଳ ପାଇଁ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଆସିଫ୍ ଶେଖ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଆସିଫ ଶେଖ ୯୭  ବଲ ଖେଳି ୫୮ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ପାଳିରେ ୮ ଚୌକା ମାରିଥିଲେ। ସୋମପାଲ କାମି ୫୬ ବଲ ଖେଳି ୪୮ ରନ୍ ସଂଗ୍ରହ କରିଥିଲେ। କୁଶଲ ଭୁର୍ଟେଲ ୨୫ ବଲ ଖେଳି ୩୮ ରନ ସଂଗ୍ରହ କରିଥିଲେ। ସେମାନଙ୍କ ବ୍ୟତୀତ ନେପାଳ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ସେପରି କୌଣସି ଚମତ୍କାର ଦେଖାଇ ପାରିନଥିଲେ। 

ରବୀନ୍ଦ୍ର ଜାଡେଜା ଏବଂ ମହମ୍ମଦ ସିରାଜ ଭାରତ ପାଇଁ ୩-୩ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ମହମ୍ମଦ ଶାମି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ୨୦୨୩ ଏସିଆ କପ୍  ମୁକୁବିଲାର ଶେଷ ଲିଗ୍ ମ୍ୟାଚ୍ ସେପ୍ଟେମ୍ବର ୫ ତାରିଖରେ ଖେଳାଯିବ। ଏହା ସହିତ ସେପ୍ଟେମ୍ବର ୬ ତାରିଖରୁ ସୁପର-୪ ରାଉଣ୍ଡ ମ୍ୟାଚ୍ ଖେଳାଯିବ। ସେହିପରି ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୧୭ ତାରିଖରେ ଖେଳାଯିବ। 

Trending news