Advertisement

BJP Leader anubhav mohanty

alt
Anubhav Mohanty: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇଛନ୍ତି । ୩୦ ମାର୍ଚ୍ଚରେ ବିଜେଡିରୁ ଇସ୍ତଫା ଦେବା ପରେ ଅନୁଭବ ବିଜେପିରେ ମିଶିବା ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ସୂଚନାଯୋଗ୍ୟ, ୨୦୧୯ ମସିହାରେ କେନ୍ଦ୍ରାପଡାରୁ ସାଂସଦ ଭାବେ ବିପୁଳ ବିଜୟ ହାସଲ କରି ଲୋକସଭାକୁ ଯାଇଥିଲେ ଅନୁଭବ । ସେତେବେଳେ ତାଙ୍କର ପ୍ରତିଦ୍ୱନ୍ଦୀ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଆସନରୁ ଲଢିଥିଲେ । ତେବେ ବର୍ତ୍ତମାନ କେନ୍ଦ୍ରାପଡାରୁ ବୈଜୟନ୍ତଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିଛି । ଅନୁଭବ ବିଜେପିରେ ସାମିଲ ହେବା ପରେ ତାଙ୍କୁ କେଉଁ ଦାୟିତ୍ୱ ଦିଆଯିବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ମଧ୍ୟ ଦଳ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ ।
Apr 1,2024, 17:13 PM IST

Trending news